Advertisement
Posted inଜାତୀୟ

୪୪%ଙ୍କ ବିରୋଧରେ ଆପରାଧିକ ମାମଲା

ନୂଆଦିଲ୍ଲୀ, ୨୪ା୬: ଚଳିତବର୍ଷ ରାଜ୍ୟ ସଭାକୁ ନିର୍ବାଚିତ ୬୨ ସଦସ୍ୟଙ୍କ ମଧ୍ୟରୁ ୪୪ ପ୍ରତିଶତଙ୍କ ବିରୋଧରେ ବିଭିନ୍ନ ପ୍ରକାର ଆପରାଧିକ ମାମଲା ରହିଛି। ୧୧ ଜଣ(୧୮%)ଙ୍କ ବିରୋଧରେ ହତ୍ୟା, ହତ୍ୟା ଉଦ୍ୟମ, ବଳାତ୍କାର, ଚୋରି ଓ ଡକାୟତି ଭଳି ସଙ୍ଗିନ ମାମଲା ରହିଛି। ଏମାନଙ୍କ ମଧ୍ୟରୁ ଜଣଙ୍କ ବିରୋଧରେ ହତ୍ୟା ମାମଲା ରହିଥିବାବେଳେ ୨ ଜଣଙ୍କ ନାଁରେ ହତ୍ୟା ଉଦ୍ୟମ, ୩ ଜଣଙ୍କ ବିରୋଧରେ ମହିଳା ବିରୋଧୀ ଅପରାଧ ରହିଛି। ଜଣେ ଏମ୍‌ପିଙ୍କ ବିରୋଧରେ ବଳାତ୍କାର ମାମଲା ମଧ୍ୟ ରହିଛି। ଏହିସବୁ ଅପରାଧ ପଛରେ ଭାଜପା, କଂଗ୍ରେସ, ଏନ୍‌ସିପି, ଓ୍ବାଇଏସ୍‌ଆର୍‌ସିପି ଓ ତୃଣମୂଳ କଂଗ୍ରେସ ଭଳି ଆଗଧାଡ଼ିର ନେତାମାନେ ରହିଛନ୍ତି। ସତ୍ୟପାଠରେ ସେମାନେ ଏଭଳି ତଥ୍ୟ ମଧ୍ୟ ପ୍ରଦାନ କରିଥିବା ଜଣାପଡ଼ିଛି।
ସେହିଭଳି ୧୬ ଜଣ(୨୬%) ସଦସ୍ୟଙ୍କ ବିରୋଧରେ ଅନ୍ୟାନ୍ୟ ଆପରାଧିକ ମାମଲା ରହିଥିବା ସତ୍ୟପାଠରେ ଦର୍ଶାଯାଇଛି। ନ୍ୟାଶନାଲ ଇଲେକ୍ସନ ଓ୍ବାଚ୍‌ ଏବଂ ଆସୋସିଏଶନ ଫର୍‌ ଡେମୋକ୍ରାଟିକ୍‌ ରିଫର୍ମ(ଏଡିଆର୍‌) ଦ୍ୱାରା କରାଯାଇଥିବା ବିଶ୍ଲେଷଣରେ ଏଭଳି ତଥ୍ୟ ପ୍ରକାଶ ପାଇଛି। ନବନିର୍ବାଚିତ ଭାଜପାର ୧୮ ଏମ୍‌ପିଙ୍କ ମଧ୍ୟରୁ ୨ ଜଣ,କଂଗ୍ରେସର ୯ ଏମ୍‌ପିଙ୍କ ମଧ୍ୟରୁ ୩ ଜଣ, ଏନ୍‌ସିପିର ନିର୍ବାଚିତ ୨ଜଣ, ଓ୍ବାଇଏସ୍‌ଆର୍‌ସିପିର ୪ ଏମ୍‌ପିଙ୍କ ମଧ୍ୟରୁ ୨ ଜଣ, ବିଜେଡିର ଜଣେ, ଏଆଇଟିସିର ଜଣେ, ଡିଏମ୍‌କେର ଜଣେ, ଆର୍‌ପିଆଇର ଜଣେ, ଜେଡିୟୁର ଜଣେ ଏବଂ ଜଣେ ସ୍ବାଧୀନ ଏମ୍‌ପିଙ୍କ ବିରୋଧରେ ଏଭଳି ଆପରାଧିକ ମାମଲା ରହିଥିବା ପ୍ରକାଶ। ରାଜ୍ୟ ଅନୁଯାୟୀ ଦେଖିଲେ ମହାରାଷ୍ଟ୍ରରୁ ୪, ବିହାରରୁ ୨, ତାମିଲନାଡ଼ୁ, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ ଓ ଗୁଜରାଟରୁ ଜଣେ ଲେଖାଏ ଏମ୍‌ପି ଆପରାଧିକ ମାମଲାରେ ସମ୍ପୃକ୍ତ। ନବନିର୍ବାଚିତ ୬୨ ଏମ୍‌ପିଙ୍କ ମଧ୍ୟରୁ ୫୨(୮୪%) କୋଟିପତି ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ପହଲ୍‌ଗାମ୍‌ରୁ ପ୍ରଥମ ଅମରନାଥ ତୀର୍ଥଯାତ୍ରୀ ଦଳଙ୍କ ଯାତ୍ରା ଆରମ୍ଭ

ଶ୍ରୀନଗର,୧।୭: ପ୍ରଥମ ଅମରନାଥ ତୀର୍ଥଯାତ୍ରୀ ଦଳ ସୋମବାର କଶ୍ମୀରର ପହଲଗାମ୍‌ଠାରୁ ଯାତ୍ରା ଆରମ୍ଭ କରିଛନ୍ତି। ୧୨୫୦ ତୀର୍ଥଯାତ୍ରୀ ବେସ୍‌ କ୍ୟାମ୍ପ୍‌ରୁ ଯାତ୍ରା ଆରମ୍ଭ କରିଥିବା କୁହାଯାଉଛି।...

ସଂସଦୀୟ କମିଟିକୁ ଓଡ଼ିଶାର ୬ ଏମ୍‌ପି ମନୋନୀତ

ନୂଆଦିଲ୍ଲୀ,୧୦ା୧୧: ଓଡ଼ିଶାରୁ ଲୋକ ସଭାରେ ପ୍ରତିନିଧିତ୍ୱ କରୁଥିବା ୬ ସଦସ୍ୟ ୫ ସଂସଦୀୟ କମିଟିକୁ ମନୋନୀତ ହୋଇଛନ୍ତି। ବାଚସ୍ପତି ଓମ୍‌ ବିର୍ଲା ବୁଧବାର ଭାଜପା ଏମ୍‌ପି...

ସମ୍ପର୍କରେ ଲାଗିଲା ରକ୍ତର ଛିଟା: ଦୀପାବଳିରେ ଟ୍ରିପଲ୍‌ ମର୍ଡ଼ର

ପାଟନା,୨୮।୧୦: ବିହାରରେ ଦୀପାବଳିରେ ରକ୍ତ ସମ୍ପର୍କରେ ରକ୍ତର ଛିଟା ଲାଗିଛି। ସ୍ଥାନୀୟ ବେଗୁସରାଇରେ ଟ୍ରିପଲ୍‌ ମର୍ଡ଼ର ଘଟିଛି। ଭାଇଙ୍କ ଗୁଳିରେ ଭାଇ-ଭାଉଜ ଏବଂ ଝିଆରୀଙ୍କ ମୃତ୍ୟୁ...

ପେଟ୍ରୋଲ-ଡିଜେଲ ଦାମ ବୃଦ୍ଧି ନେଇ ରାଜ୍ୟ ସଭା ଅଚଳ

ନୂଆଦିଲ୍ଲୀ,୮।୩: ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ସୋମବାରଠାରୁ ଆରମ୍ଭ ହୋଇଛି। ପ୍ରଥମ ଦିନରେ ପେଟ୍ରୋଲ ଏବଂ ଡିଜେଲ ଦାମ ବୃଦ୍ଧି ନେଇ ବିରୋଧି ଦଳଙ୍କ ପକ୍ଷରୁ...

ଖୁସି ଖବର: ଟିକା ନେଇଥିବା ଲୋକଙ୍କୁ ଓମିକ୍ରନ୍ ଆଶଙ୍କା କମ୍‌

ନୂଆଦିଲ୍ଲୀ,୩୦ ।୧୨: ସାରା ବିଶ୍ୱରେ ଏବେ ତାଣ୍ଡବ ରଚିଲାଣି କରୋନା ଭାଇରସର ନୂଆ ଭାରିଏଣ୍ଟ ଓମିକ୍ରନ୍ । ଏହାକୁ ନେଇ ସାରା ବିଶ୍ୱ ଚିନ୍ତାରେ ପଡି...

ଭାଇଚାରାର ବିଜୟ: ସହମତିରେ ରାୟ ପ୍ରକାଶ; ମସଜିଦ୍‌ ନିର୍ମାଣରେ ସହାୟତା କରିବେ କେନ୍ଦ୍ର ଓ ରାଜ୍ୟ ସରକାର

ନୂଆଦିଲ୍ଲୀ,୯।୧୧: ଅଯୋଧ୍ୟା ମାମଲାର ରାୟ ପ୍ରକାଶ ପାଇଛି। ଏଥିରେ ଭାଇଚାରାର ବିଜୟ ହୋଇଛି। ଏହି ରାୟ ପୁଣିଥରେ ଭାରତର ଜାତୀୟ ସଂହତିକୁ ପ୍ରତିପାଦିତ କରିଛି। ରାମ...

ଭାରତୀ ସିଂହଙ୍କ ନାଁରେ ଏଫ୍‌ଆଇଆର

ମୁମ୍ବାଇ,୧୬।୫: ବିବାଦ ଘେରରେ ଏବେ କମେଡି କୁଇନ ଭାରତୀ ସିଂହ। ମହଙ୍ଗା ପଡ଼ିଲା ଥଟ୍ଟା କରିବା। ସୋମବାର ତାଙ୍କ ବିରୋଧରେ ଏଫ୍‌ଆଇଆର ରୁଜୁ ହୋଇଥିବା ଜଣାପଡ଼ିଛି।...

ଅକ୍ସିଜେନ୍‌ ସପୋର୍ଟ ଆକ୍ରାନ୍ତଙ୍କ ସଂଖ୍ୟାରେ ୨୬୪ ପ୍ରତିଶତ ବୃଦ୍ଧି…

ଚଣ୍ଡିଗଡ଼, ୯।୧ : ପଞ୍ଜାବରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ଘଟିବାରେ ଲାଗିଛି। ଏହା ବ୍ୟତୀତ ଗତ ୨୪ ଘଣ୍ଟା ମଧ୍ୟରେ ଅକ୍ସିଜେନ୍‌ ସପୋର୍ଟ ଆକ୍ରାନ୍ତଙ୍କ...

Advertisement
Archives

Model This Week