୪୨ ବର୍ଷରେ ରାଣୀ ମୁଖାର୍ଜୀ: ଆଦିତ୍ୟଙ୍କୁ ସବୁଦିନେ ଦିଅନ୍ତି ଗାଳି…

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ରାଣୀ ମୁଖାର୍ଜୀ ଶନିବାର ୪୨ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୭୮ ମାର୍ଚ୍ଚ ୨୧ରେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। ରାଣୀଙ୍କ ଅଭିନୟ ଦକ୍ଷତାକୁ ଦର୍ଶକ ବଶେ୍‌ ପସନ୍ଦ କରିଥାନ୍ତି। ନିକଟରେ ରିଲିଜ୍‌ ହୋଇଥିବା ତାଙ୍କ ଫିଲ୍ମ ମର୍ଦାନୀ ବେଶ୍‌ ସଫଳ ମଧ୍ୟ ରହିଛି। ରାଣୀଙ୍କ ସହିତ ବିଭିନ୍ନ ଅଭିନେତାଙ୍କ ସମ୍ପର୍କ ନେଇ ବହୁ ସମୟରେ ବଲିଉଡ୍‌ରେ ଚର୍ଚ୍ଚା ହୋଇଛି। ନିର୍ଦ୍ଦେଶକ ଆଦିତ୍ୟ ଚୋପ୍ରାଙ୍କ ସହିତ ‘ମୁଝ୍‌ସେ ଦୋସ୍ତି କରୋଗି’ ଶୁଟିଂ ସେଟ୍‌ରେ ଉଭୟଙ୍କ ମଧ୍ୟରେ ନିବିଡ଼ତା ବୃଦ୍ଧି ପାଇଥିଲା। ୨୦୧୪ରେ ସେ ଆଦିତ୍ୟ ଚୋପ୍ରାଙ୍କୁ ଇଟାଲିରେ ବିବାହ କରିଥିଲେ। ରାଣୀ ଆଦିତ୍ୟଙ୍କୁ ଖୁବ୍‌ ଭଲ ପାଆନ୍ତି। ତେବେ ଆଦିତ୍ୟ ବହୁ ସମୟରେ ବ୍ୟସ୍ତ ରହୁଥିବାରୁ ରାଣୀ ତାଙ୍କୁ ଥଟ୍ଟାରେ ମଜାଳିଆ ଢ଼ଙ୍ଗରେ ଗାଳି ଦେଇଥାନ୍ତି ବୋଲି ଏକ ସାକ୍ଷାତ୍‌କାରରେ କହିଥିଲେ। ଆଦିତ୍ୟ ୨୦୦୧ରେ ପାୟଲ ମାଲହୋତ୍ରାଙ୍କୁ ବିବାହ କରିଥିଲେ। ତେବେ ୨୦୦୯ରେ ପାୟଲଙ୍କ ସହିତ ତାଙ୍କର ବିବାହ ବିଚ୍ଛେଦ ଘଟିଥିଲା। ରାଣୀଙ୍କ ଅପ୍‌ କମିଂ ଫିଲ୍ମ ବଣ୍ଟି ଔର ବବ୍‌ଲୀ-୨ ଖୁବ୍‌ ଶୀଘ୍ର ରିଲିଜ୍‌ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଦୀପିକା ଜଣେ ଭଲ ଅଭିନେତ୍ରୀ: ମାଧୁରୀ

ମୁମ୍ବାଇ: ବଲିଉଡ୍‌ର ଧକ୍‌ ଧକ୍‌ ଗର୍ଲ ମାଧୁରୀ ଦିକ୍ଷିତ ଅଭିନୟରେ ଯେମିତି ପାରଙ୍ଗମ ନୃତ୍ୟରେ ବି ସେମିତି ପାରଙ୍ଗମ। ନିକଟରେ କିନ୍ତୁ ମାଧୁରୀ କହିଛନ୍ତି ଏବେ...

ଏହି ରୋଗ ସହ ୪ ବର୍ଷ ସଂଘର୍ଷ କରିଥିଲେ ସୁସ୍ମିତା

ମୁମ୍ବାଇ: ବଲିଉଡ୍‌ ନାୟିକା ସୁସ୍ମିତା ସେନ୍‌ ଏବେ ସୋସିଆଲ ମିଡିଆରେ ଖୁବ୍‌ ଆକ୍ଟିଭ ରହୁଛନ୍ତି। ଏବେ ଲକ୍‌ଡାଉନ ସମୟରେ ସେ ତାଙ୍କ ପରିବାର ସହ ସମୟ...

ଇଡି ଅଫିସ୍‌ରେ ସୁଶାନ୍ତଙ୍କ ଭଉଣୀ

ମୁମ୍ବାଇ,୧୧।୮: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଓ ସିବିଆଇ ଯାଞ୍ଚ କରୁଛି। ସୋମବାର ଅଭିନେତ୍ରୀ ତଥା ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ରିୟା...

ମହତ୍‌ ଉଦ୍ଦେଶ୍ୟ ରଖି ସୃଷ୍ଟି ହୋଇଥିଲା ‘ବିଶ୍ୱଦରବାର’

କିଶୋରଚନ୍ଦ୍ର ମିଶ୍ରଙ୍କୁ ଓଡ଼ିଶାର ଅଗଣିତ ଯାତ୍ରାପ୍ରେମୀ ହୁଏତ ଜଣେ ପ୍ରଯୋଜକ ଭାବେ ଜାଣିଥାଇ ପାରନ୍ତି। ମାତ୍ର ସେ କେବଳ ପ୍ରଯୋଜକ ନୁହନ୍ତି; ସେ ଜଣେ ଦରଦୀ...

ବିଗ୍‌ ବିଙ୍କୁ ଜଣେ ବ୍ୟକ୍ତି କହିଲେ ‘ଆପଣ କୋଭିଡ-୧୯ରେ ମରିଯାଆନ୍ତୁ’; ଆଉ ତା ପରେ..

ବମ୍ବେ: କରୋନାରେ ସଂକ୍ରମିତ ହୋଇ ଚିକିତ୍ସାଧୀନ ଅଛନ୍ତି ବିଗ୍‌ ବି ଅମିତାଭ ବଚ୍ଚନ। ଜୁଲାଇ ୧୧ରେ ଏହା ଜଣାପଡ଼ିବା ପରେ ପ୍ରଶଂସକମାନେ ତାଙ୍କ ଆରୋଗ୍ୟ କାମନା...

‘ଦିଲ୍‌ବର ଦିଲବର’ ଗୀତରେ ଡ୍ୟାନ୍ସ କରି ଦର୍ଶକଙ୍କ ମନ ମୋହିନେଲେ ନେହା କକ୍କର

ନେହା କକ୍କର ବଲିଉଡ୍‌ର ଲୋକପ୍ରିୟ ତଥା ଜଣାଶୁଣା ଗାୟିକା। ଫ୍ୟାନ୍‌ଙ୍କ ସହିତ ଯୋଡ଼ି ହୋଇ ରହିବା ପାଇଁ ନେହା ସୋସିିଆଲ ମିଡିଆରେ ସବୁବେଳେ କିଛି ନା...

କିମ୍ବଦନ୍ତୀ ସଙ୍ଗୀତକାର ଖାୟମ୍‌ଙ୍କ ପରଲୋକ

ମୁମ୍ବାଇ,୨୦ା୮- ଜାତୀୟ ପୁରସ୍କାରପ୍ରାପ୍ତ ବଲିଉଡ ସଙ୍ଗୀତ ନିର୍ଦ୍ଦେଶକ ମହମ୍ମଦ ଜାହିର ହାଶ୍‌ମି ସୋମବାର ଏକ ଘରୋଇ ହସ୍ପିଟାଲ୍‌ରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କୁ ୯୨ବର୍ଷ...

ସୁଶାନ୍ତଙ୍କ ମୃତ୍ୟୁ ପୂର୍ବରୁ ଓ୍ବିକିପିଡିଆ ହୋଇଥିଲା ଅପଡେଟ୍‌, ଜାଣନ୍ତୁ ଏଥିରେ କ’ଣ ରହିଛି ସତ

ମୁମ୍ବାଇ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା କରିବା ପରେ ଦିନକୁ ଦିନ କିଛି ନା କିଛି ନୂଆ କଥା ସାମ୍ନାକୁ ଆସୁଛି। ଏବେ...

Coronavirus Update


Archives

Model This Week

Why Dharitri