୪କୋଟି ଆନ୍ତଃରାଜ୍ୟ ପ୍ରବାସୀ ପ୍ରଭାବିତ

ନୂଆଦିଲ୍ଲୀ,୨୪ା୪(ପି.ଟି): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାର୍ଚ୍ଚ ୨୫ରେ ଦେଶବ୍ୟାପୀ ଲକ୍‌ଡାଉନ ଲାଗୁ କରିଛନ୍ତି। ଏହା ମେ’୩ ପର୍ଯ୍ୟନ୍ତ ବଳବତ୍ତର ରହିବ। ତେବେ ଏହି ଲକ୍‌ଡାଉନ ଯୋଗୁ ଦେଶରେ ପ୍ରାୟ ୪କୋଟି ଆନ୍ତଃରାଜ୍ୟ ପ୍ରବାସୀ ପ୍ରଭାବିତ ହୋଇଛନ୍ତି। ଯେଉଁଥିପାଇଁ ଗତ କିଛିଦିନ ମଧ୍ୟରେ ପ୍ରାୟ ୫୦ରୁ ୬୦ହଜାର ପ୍ରବାସୀ ସହରାଞ୍ଚଳରୁ ଗ୍ରାମାଞ୍ଚଳ ଅର୍ଥାତ୍‌ ନିଜ ଭିଟାମାଟି ମୁହଁା ହୋଇଛନ୍ତି ବୋଲି ବିଶ୍ୱ ବ୍ୟାଙ୍କ ପକ୍ଷରୁ କୁହାଯାଇଛି। ବିଶ୍ୱ ବ୍ୟାଙ୍କ ପକ୍ଷରୁ ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ କୋଭିଡ୍‌-୧୯ ସଂକ୍ରମଣ ରୋକିବା ପାଇଁ ଘୋଷଣା କରାଯାଇଥିବା ଲକ୍‌ଡାଉନ ଯୋଗୁ ଭିଟାମାଟି ଛାଡ଼ି ବାହାର ରାଜ୍ୟରେ ରହୁଥିବା ଲୋକମାନେ ଏବେ କାମଧନ୍ଦା ପାଉ ନ ଥିବାରୁ ଖାଇବାକୁ ଠିକ୍‌ରେ ପାଉନାହାନ୍ତି। ତେଣୁ ସେମାନେ ସମସ୍ତେ ଭିଟାମାଟିକୁ ଫେରିବାକୁ ଚେଷ୍ଟା କରୁଛନ୍ତି। ଅନ୍ୟଦେଶରେ ରହୁଥିବା ପ୍ରବାସୀଙ୍କଠାରୁ ଆନ୍ତଃରାଜ୍ୟ ପ୍ରବାସୀଙ୍କ ସଂଖ୍ୟା ଅଢ଼େଇଗୁଣ। ରେଳ ଓ ବସ୍‌ ଚଳାଚଳ ସବୁ ବନ୍ଦ ରହିଥିବାରୁ ସେମାନେ ମାଳମାଳ ହୋଇ ଗ୍ରାମାଞ୍ଚଳ ମୁହଁା ହେଉଛନ୍ତି। ଫଳରେ ସାମାଜିକ ଦୂରତା ରକ୍ଷା କରିବା କଷ୍ଟକର ହୋଇପଡ଼ୁଛି। ଏହି ଅବସ୍ଥା କରୋନା ସଂକ୍ରମଣ ବ୍ୟାପିବାର ଆଉ ଏକ ସୁଯୋଗ ସୃଷ୍ଟି କରୁଛି ବୋଲି ରିପୋର୍ଟରେ ପ୍ରକାଶ ପାଇଛି। ଆନ୍ତଃରାଜ୍ୟ ପ୍ରବାସୀଙ୍କ ଏଭଳି ସମସ୍ୟା ଦୂର କରିବା ପାଇଁ ସରକାର ପଦକ୍ଷେପ ନେବା ଆବଶ୍ୟକ। ସେମାନଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇବା ସହ ଆର୍ଥିକ ସହଯୋଗ ଏବଂ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ଜରିଆରେ ସେମାନଙ୍କୁ ସୁରକ୍ଷା ଦେବା ଆବଶ୍ୟକ। କରୋନା ଭାଇରସ୍‌ର ବିପଦ ବିଶେଷକରି ଦକ୍ଷିଣ ଏସୀୟ ଅଞ୍ଚଳରେ ରହୁଥିବା ଉଭୟ ଆନ୍ତଃରାଜ୍ୟ ଏବଂ ଅନ୍ତଃରାଷ୍ଟ୍ରୀୟ ପ୍ରବାସୀଙ୍କ ଉପରେ ପ୍ରଭାବ ପକାଇଛି। କରୋନା ଭାଇରସ ସଂକ୍ରମଣ ପ୍ରଭାବର ପ୍ରାଥମିକ ପର୍ଯ୍ୟାୟରେ ଯେତେବେଳେ ଯାତାୟାତ କଟକଣା ଲାଗି ନ ଥିଲା, ସେତେବେଳେ ଗଲ୍ଫ ବା ଉପସାଗରୀୟ ରାଷ୍ଟ୍ରରୁ ଭାରତ, ପାକିସ୍ତାନ ଏବଂ ବାଂଲାଦେଶକୁ ବହୁ ପ୍ରବାସୀ ଫେରି ଆସିଥିଲେ। ଏପରିକି ଚାଇନା ଏବଂ ଇରାନ ଭଳି କିଛି ରାଷ୍ଟ୍ର ସେଠାରେ ଥିବା ପ୍ରବାସୀଙ୍କୁ ତାଙ୍କ ନିଜ ଦେଶକୁ ପଠାଇଦେଇଥିଲେ। ୨୦୧୯ରେ ଭାରତ ଓ ପାକିସ୍ତାନରୁ ଉପସାଗରୀୟ ରାଷ୍ଟ୍ରଗୁଡ଼ିକୁ ଦେଶାନ୍ତର ହେବାରେ ଅଣକୁଶଳୀ ଶ୍ରମିକଙ୍କ ସଂଖ୍ୟା ପୂର୍ବବର୍ଷଗୁଡ଼ିକ ଅପେକ୍ଷା ଅଧିକ ରହିଥିଲା। ମାତ୍ର ୨୦୨୦ରେ କରୋନା ମହାମାରୀ ଏବଂ ଉପସାଗରୀୟ ରାଷ୍ଟ୍ରରେ ତୈଳ ଆମଦାନୀ ହ୍ରାସ ଯୋଗୁ ଏହି ସଂଖ୍ୟା ଆଶାତୀତ ଭାବେ ହ୍ରାସ ପାଇବ ବୋଲି ଆକଳନ କରାଯାଉଛି। ୨୦୧୯ରେ ଭାରତରେ ପୂର୍ବାପେକ୍ଷା ୮ପ୍ରତିଶତ ବୃଦ୍ଧି ପାଇ ୩,୬୮,୦୪୮ଜଣ ଅଣକୁଶଳୀ ଶ୍ରମିକଙ୍କୁ ଉପସାଗରୀୟ ରାଷ୍ଟ୍ରକୁ ଯିବା ପାଇଁ ଅନୁମତି ମିଳିଥିଲା। ସାମ୍ପ୍ରତିକ ପରିସ୍ଥିତିକୁ ଦେଖି ଏବେ ଦେଶାନ୍ତରଙ୍କ ସଂଖ୍ୟା କମିବାରେ ଲାଗିବ। ଅପରପକ୍ଷରେ ଗମନାଗମନର ସୁବିଧା ନ ଥିବାରୁ ନିକଟ ଭବିଷ୍ୟତରେ ବାହାରେ ରହୁଥିବା ପ୍ରବାସୀଙ୍କ ସଂଖ୍ୟାରେ ମଧ୍ୟ ହ୍ରାସ ଘଟିବ ନାହିଁ ବୋଲି ବିଶ୍ୱବ୍ୟାଙ୍କ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମଜୁରିଆଙ୍କ ସମସ୍ୟା ନେଇ ଜିଲାପାଳଙ୍କୁ ଭେଟିଲେ ଅରିନ୍ଦମ୍‌

କଟକ ଅଫିସ,୨୭ା୪: ଲକ୍‌ଡାଉନ ସମୟରେ ଆର୍ଥିକ ସମସ୍ୟାରେ ଘାଣ୍ଟି ହେଉଛନ୍ତି ମଜୁରିଆ ଶ୍ରେଣୀର ଲୋକେ। ସେମାନଙ୍କର ରୋଜଗାର ନ ଥିବାରୁ ଆର୍ଥିକ ମେରୁଦଣ୍ଡ ଦୁର୍ବଳ ହୋଇଗଲାଣି।...

୨ରୁ ଅଧିକ ସନ୍ତାନ ଥିଲେ ସରକାରୀ ଚାକିରି-ନିର୍ବାଚନ ଲଢ଼ିବା ମନା …

ଲକ୍ଷ୍ନୌ,୧୦।୭: ଏଣିକି ଉତ୍ତରପ୍ରଦେଶରେ ୨ ରୁ ଅଧିକ ସନ୍ତାନ ଥିବା ଲୋକଙ୍କୁ ସରକାରୀ ଚାକିରିରେ ନିଯୁକ୍ତି ମିଳିବ ନାହିଁ। ସେହିପରି ସମ୍ପୃକ୍ତ ବ୍ୟକ୍ତିଙ୍କୁ ପଦୋନ୍ନତି ଦିଆଯିବ...

ଦୁର୍ନୀତିକୁ ସହ୍ୟ କରାଯିବ ନାହିଁ, ଯେତେ ଶକ୍ତିଶାଳୀ ହେଲେ ମଧ୍ୟ ମିଳିବ ଦଣ୍ଡ…

ନୂଆଦିଲ୍ଲୀ,୨୦।୧୦: ଦେଶରେ କୌଣସି ପ୍ରକାର ଦୂର୍ନୀତିକୁ ସହ୍ୟ କରାଯିବ ନାହିଁ। ଏଭଳି କାର୍ଯ୍ୟ ସହିତ ଲିପ୍ତ ଥିବା ବ୍ୟକ୍ତି ଯେତେ ଶକ୍ତିଶାଳୀ ହେଲେ ମଧ୍ୟ ତାଙ୍କ...

କୋଭିଡ ହସ୍ପିଟାଲରେ ନାଚିଲେ ବୃଦ୍ଧା

ମଧ୍ୟପ୍ରଦେଶ,୨୧।୯-ମଧ୍ୟପ୍ରଦେଶ ସେହୋର ଜିଲା ହସ୍ପିଟାଲ କ୍ୟାମ୍ପସରେ ଥିବା କୋଭିଡ-୧୯ କେନ୍ଦ୍ରରେ ଜଣେ ୮୪ ବର୍ଷୀୟ ବୃଦ୍ଧା ନାଚୁଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।...

ମମତାଙ୍କ ଫୋନ୍‌ ଟ୍ୟାପିଙ୍ଗ୍‌ ଅଭିଯୋଗ

କୋଲକାତା, ୩ା୧୧(ପି.ଟି.): କେନ୍ଦ୍ର ସରକାରଙ୍କ ଉପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଣି ଥରେ ଆକ୍ରମଣ କରିଛନ୍ତି। ସେ ଶନିବାର ଅଭିଯୋଗ କରି କହିଛନ୍ତି ଯେ,...

ସକ୍ରିୟ ରାଜନେତା: ଟୁଇଟରରେ ମୋଦିଙ୍କର ସର୍ବାଧିକ ଫଲୋଅର୍ସ

ଓ୍ବାଶିଂଟନ/ନୂଆଦିଲ୍ଲୀ,୧୦।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଟୁଇଟର୍‌ ଆକାଉଣ୍ଟ୍‌ ଉପରେ ପ୍ରତିବନ୍ଧକ ଲାଗିବା ଦ୍ୱାରା ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଜାଣତରେ ନୂଆ ରେକର୍ଡର ଅଧିକାରୀ...

୨୦୨୪ ନିର୍ବାଚନ ପୂର୍ବରୁ ତୃତୀୟ ଶକ୍ତି ହୋଇଛି ଏଏପି, ୮ ବର୍ଷରେ ଜିତିଛି ଦ୍ୱିତୀୟ ରାଜ୍ୟ

ନୂଆଦିଲ୍ଲୀ,୧୧ ।୩: ପାଖାପାଖି ୮ ବର୍ଷ ପୂର୍ବେ ରାଜଧାନୀ ଦିଲ୍ଲୀରେ କଂଗ୍ରେସ ଓ ଭାରତୀୟ ଜନତା ପାର୍ଟି(ଭାଜପା)କୁ ଚକମା ଦେଇଥିବା ଆମ ଆଦମୀ ପାର୍ଟି(ଏଏପି) ଏବେ...

ମହିଳା ଦିବସରେ ‘ଡ୍ରିମ୍‌ ପ୍ରୋଜେକ୍ଟ’ ଲଞ୍ଚ୍‌ କଲେ ନୀତା ଅମ୍ବାନୀ

ମୁମ୍ବାଇ,୮।୩: ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ରିଲାଏନ୍ସ ଫାଉଣ୍ଡେସନର ପ୍ରତିଷ୍ଠାତା-ଚେୟାରମ୍ୟାନ ନୀତା ଅମ୍ବାନୀ ‘ଦ ହର୍‌ ସର୍କଲ, ଏଭ୍ରିବଡି ପ୍ରୋଜେକ୍ଟ’ ଆରମ୍ଭ କରି ଏକ ନୂତନ...

Advertisement
Archives

Model This Week