Advertisement
Posted inଜାତୀୟ

୩ ଭାଜପା ରାଜ୍ୟ ଅଧ୍ୟକ୍ଷଙ୍କ ପରିବର୍ତ୍ତନ

ନୂଆଦିଲ୍ଲୀ, ୨।୬: ଦିଲ୍ଲୀ, ଛତିଶଗଡ଼ ଏବଂ ମଣିପୁର ଆଦି ୩ ରାଜ୍ୟର ଭାଜପା ରାଜ୍ୟ ଅଧ୍ୟକ୍ଷଙ୍କୁ ପରିବର୍ତ୍ତନ କରାଯାଇଛି। ଦିଲ୍ଲୀ ଭାଜପା ଅଧ୍ୟକ୍ଷ ପଦରୁ ମନୋଜ ତିଓ୍ବାରୀଙ୍କୁ ହଟାଇ ଦିଆଯାଇଛି। ତାଙ୍କ ସ୍ଥାନରେ ଆଦେଶ କୁମାରଙ୍କୁ ଅଧ୍ୟକ୍ଷ ଭାର ଦିଆଯାଇଛି। ସେହିପରି ବିଷ୍ଣୁଦେବ ସାୟଙ୍କୁ ଛତିଶଗଡ଼ ଅଧ୍ୟକ୍ଷ ଏବଂ ଏସ୍‌. ଟିକେନ୍ଦ୍ର ସିଂଙ୍କୁ ମଣିପୁର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଦିଆଯାଇଛି। ଏନେଇ ଭାଜପା ମହାସଚିବ ଅରୁଣ ସିଂଙ୍କ ପକ୍ଷରୁ ସୂଚନା ଜାରି ହୋଇଛି। ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କ ନିର୍ଦ୍ଦେଶରେ ଏହା କାର୍ଯ୍ୟକାରି ହୋଇଛି। ସୂଚନାଯୋଗ୍ୟ, ଦିଲ୍ଲୀ ସରକାର କରୋନା ସଂକ୍ରମଣ ରୋକିବାରେ ଅସଫଳ ରହିଥିବା ଦର୍ଶାଇ ମନୋଜ ସୋମବାର ରାଜଘାଟରେ ଧାରଣା ଦେଇଥିଲେ। ତାଙ୍କ ସହିତ କୁଲଜିତ୍‌ ଚହଲ ଏବଂ ଅଶୋକ ଗୋଏଲ ମଧ୍ୟ ଉପସ୍ଥିତ ଥିଲେ। ଏପରି କରି କରୋନା ସଂକ୍ରମଣ ଲକ୍‌ଡାଉନ୍‌ ଆଇନର ସେ ଉଲ୍ଲଂଘନ କରି ଥିବାରୁ ମନୋଜଙ୍କ ସହିତ ଅନ୍ୟମାନଙ୍କୁ ଗିରଫ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭାବପ୍ରବଣ ହେଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୧୨।୫: ଗୁଜରାଟର ଭରୁଚଠାରେ ଗୁରୁବାର ଆୟୋଜିତ ‘ଉତ୍କର୍ଷ ସମରୋହ’ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସିଂ ଜରିଆରେ ସାମିଲ ହୋଇଥିଲେ। ଏହି ସମୟରେ ସେ ହିତାଧିକାରୀମାନଙ୍କ...

ଅଗଷ୍ଟ ୧୫ ପୂର୍ବରୁ ଶ୍ରୀନଗରରେ ଆତଙ୍କବାଦୀ ଆକ୍ରମଣ

ଶ୍ରୀନଗର,୧୪।୮: ଜମ୍ମୁ-କଶ୍ମୀରରେ ଅଗଷ୍ଟ ୧୫ ପୂର୍ବରୁ ଆତଙ୍କବାଦୀ ଆକ୍ରମଣ କରିଛନ୍ତି। ଶ୍ରୀନଗର ଉପକଣ୍ଠ ନୋଗାମରେ ପୋଲିସ ଟିମ୍‌ ଉପରେ ଶୁକ୍ରବାର ସକାଳେ ଆତଙ୍କବାଦୀମାନେ ଆକ୍ରମଣ କରିଥିବା...

ପର୍ନୋଗ୍ରାଫି ବନାମ ଏରୋଟିକା

ମୁମ୍ବାଇ/ନୂଆଦିଲ୍ଲୀ,୨୬ା୭: ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ବିଜ୍‌ନେସମ୍ୟାନ ସ୍ବାମୀ ରାଜ କୁନ୍ଦ୍ରା ପର୍ନୋଗ୍ରାଫି ପ୍ରଯୋଜନା ମାମଲାରେ ଗିରଫ ହେବା ପରଠୁ କେବଳ ବଲିଉଡ୍‌ ନୁହେଁ, ବରଂ ସାରା...

କେନ୍ଦ୍ର, ରାଜ୍ୟ ସରକାରଙ୍କୁ ଜବାବ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୭।୯ : ନିଜ ଅଞ୍ଚଳ ବାହାରେ ରାଜ୍ୟ ସରକାରମାନେ ପ୍ରକାଶ କରୁଥିବା ବିଜ୍ଞାପନ ବନ୍ଦ ରଖିବା ପାଇଁ ହୋଇଥିବା ଏକ ଆବେଦନ ଉପରେ ସୁପ୍ରିମକୋର୍ଟ ସୋମବାର...

କୋଲକାତାରେ ବିକ୍ରି ହେଉଛି ଦିଦି ସନ୍ଦେଶ, ମୋଦି ମିଠାଇ

କୋଲକାତା,୩।୪: ପଶ୍ଚିମବଙ୍ଗ ନିର୍ବାଚନରେ ରାଜନୈତିକ ଦଳଗୁଡ଼ିକ ମଧ୍ୟରେ ନାନା ବାଦବିବାଦ ଦେଖାଦେଇଛି। ଏହି ନିର୍ବାଚନରେ ଜିତିବା ପାଇଁ ଟିଏମ୍‌ସି ଏବଂ ଭାଜପା କଠିନ ପରିଶ୍ରମ କରୁଛନ୍ତି।...

ଷଷ୍ଠ ପର୍ଯ୍ୟାୟରେ ୫୩% ମତଦାନ

ଲକ୍ଷ୍ନୌ,୩।୩: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନର ଷଷ୍ଠ ପର୍ଯ୍ୟାୟରେ ଗୁରୁବାର ୧୦ ଜିଲାର ୫୭ ଆସନ ଲାଗି ମତଦାନ ହୋଇଛି। ଏଥିସହିତ ୬୭୬ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍‌ରେ...

ସବୁ ମାମଲାକୁ ପ୍ରାଥମିକତା ଦେଇ ହେବନାହିଁ

ନୂଆଦିଲ୍ଲୀ,୧୧।୭: ପ୍ରତ୍ୟେକ ମାମଲାକୁ ପ୍ରାଥମିକତା ଦେଇ ସର୍ବୋଚ୍ଚ ଅଦାଲତ ଗ୍ରହଣ କରିପାରିବ ନାହିଁ। ବିଶେଷକରି ଗୋଟିଏ ରାଜ୍ୟ ସହ ଅନ୍ୟ ରାଜ୍ୟର ଘଟଣାରେ ଭିନ୍ନତା ପରିଲକ୍ଷିତ...

ଲକ୍‌ଡାଉନ୍‌ରେ ସ୍ତ୍ରୀଙ୍କ ପାଇଁ ଔଷଧ ଆଣିବାକୁ ଘୋଡ଼ାରେ ଗଲେ ବୃଦ୍ଧ

ସୋଲାପୁର,୩୦।୩: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଭାରତ ସରକାରଙ୍କ ପକ୍ଷରୁ ୨୧ ଦିନିଆ ଲକ୍‌ଡାଉନ୍‌ ଜାରି...

Advertisement
Archives

Model This Week