୩ ଦିନ ଝଡ଼ବର୍ଷା ସମ୍ଭାବନା

ଭୁବନେଶ୍ୱର,୧୦ା୪(ବ୍ୟୁରୋ): ରାଜ୍ୟରେ ଗତ ଦୁଇଦିନ ହେବ ମେଘୁଆ ପାଗ ସାଙ୍ଗକୁ ଝଡ଼ବର୍ଷା ଲାଗି ରହୁଛି। ଏଥିଯୋଗୁ ତାତି କମିଛି। ପାରଦ ୪୦ ଡିଗ୍ରୀ ସେଲସିୟସ୍‌ ତଳକୁ ଖସିଯାଇଛି। ଆସନ୍ତା ୩ ଦିନ ରାଜ୍ୟର ବିଭିନ୍ନ ଭାଗରେ ପାଗ ମେଘୁଆ ରହିବା ସହ ଝଡ଼ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉପକୂଳ ଜିଲା ସମେତ ମୟୂରଭଞ୍ଜ, ରାୟଗଡ଼ା, କନ୍ଧମାଳ, କୋରାପୁଟ, ଗଞ୍ଜାମ, ଗଜପତି ଜିଲାର କେତେକ ସ୍ଥାନରେ ଝଡ଼ବର୍ଷା ହେବାର ସମ୍ଭାବନା ରହିଛି। ଏହି ଜିଲାଗୁଡ଼ିକରେ ପବନର ବେଗ ଘଣ୍ଟା ପ୍ରତି ୩୦ରୁ ୪୦ କିଲୋମିଟର ରହିବ। ଏ ନେଇ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ଏଲୋଓ୍ବାର୍ନିଂ ଜାରି କରାଯାଇଛି। ଗୁରୁବାର ରାଜ୍ୟର କେତେକ ସ୍ଥାନରେ ଝଡ଼ବର୍ଷା ହୋଇଛି। ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ, ପାରଳାଖେମୁଣ୍ଡିରେ ୪୪ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ କୋରାପୁଟ ୧୨.୬, ମାଲକାନଗିରି ୧୬.୨, ଛତ୍ରପୁର ୧୫, ପାରାଦୀପରେ ୫, ବାରିପଦା ୩.୨, ଝାରସୁଗୁଡା ୪.୨, କେନ୍ଦୁଝର ୫.୬, ସୁନ୍ଦରଗଡ଼ ୬. ଏବଂ ରାୟଗଡ଼ାରେ ୧୦ ମିଲିମିଟର ବର୍ଷା ହୋଇଛି। ବର୍ଷା ଓ ମେଘୁଆ ପାଗ ଯୋଗୁ ଅନୁଗୋଳରେ ୩୯.୭ ଡିଗ୍ରୀ ସେଲ୍‌ସିୟସ୍‌ ରେକର୍ଡ କରାଯାଇଥିବା ବେଳେ ବଲାଙ୍ଗୀର ୩୯, ଟିଟିଲାଗଡ଼ରେ ୩୮ ଡିଗ୍ରୀ ସେଲ୍‌ସିୟସ୍‌ ରେକର୍ଡ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ରାମାଞ୍ଚଳ ବେଆଇନ ନିର୍ମାଣ ଉପରେ ଅଙ୍କୁଶ

ଭୁବନେଶ୍ୱର,୧୫ା୬(ବ୍ୟୁରୋ): ଗ୍ରାମାଞ୍ଚଳରେ ୫୦୦ ବର୍ଗମିଟରରୁ ଅଧିକ ଅଞ୍ଚଳରେ ବାସଗୃହ କିମ୍ବା ବ୍ୟବସାୟ ପ୍ରତିଷ୍ଠାନ ନିର୍ମାଣ କରୁଥିବା ବିଲ୍‌ଡର୍ସ/ଡେଭେଲପର୍ସମାନଙ୍କୁ ଓଡ଼ିଶା ରିୟଲ ଇଷ୍ଟେଟ୍‌ ରେଗୁଲେଟୋରି ଅଥରିଟି (ଓରେରା)ରେ...

ପୁରୀ ପୋଲିସକୁ ଅପରାଧୀଙ୍କ ଚାଲେଞ୍ଜ: ବଟି ନ ଦେବାରୁ ଘରେ ପଶି ଦମ୍ପତିଙ୍କୁ ହାଣିଲେ

ପୁରୀ ଅଫିସ, ୬।୧୦: ପାର୍ବଣ ପୂର୍ବରୁ ପୁରୀ ହେବ ଅପରାଧମୁକ୍ତ। ପୁରୀ ସହରରେ ହେବ ଅପରାଧ କ୍ଲିନ ଡ୍ରାଇଭ ଅପରେଶନ ଏଭଳି ଯୋଜନା କରିଥିଲା ପୁରୀ...

ମଣ୍ଡିରୁ ଜବତ ହେଲା ୩୨ କୁଇଣ୍ଟାଲ ଧାନ

ବରଗଡ଼ ଅଫିସ୍‌,୧୪।୧୨: ବରଗଡ଼ ଜିଲା ପାଇକମାଳ ବ୍ଲକ ଅଧୀନ ମାଣ୍ଡୋସିଲ ଧାନ କ୍ରୟକେନ୍ଦ୍ର(ମଣ୍ଡି)ରୁ ମଙ୍ଗଳବାର ଯୋଗାଣ ବିଭାଗ ୮୧ ପକେଟ୍‌ ଧାନ ଜବତ କରିଛି। ଜବତ...

ଓଏଫ୍‌ଏସ୍‌, ଓଏଏସ୍‌ ଦମ୍ପତିଙ୍କ ୩.୯୪ କୋଟି ସମ୍ପତ୍ତି ଜବତ କଲା ଇଡି

ଭୁବନେଶ୍ୱର,୧୬।୩(ବ୍ୟୁରୋ)-ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଏବଂ ମନି ଲଣ୍ଡରିଂ ମାମଲାରେ ଓଡ଼ିଶା ଅର୍ଥନୈତିକ ସେବା (ଓଏଫ୍‌ଏସ୍‌) ଅଧିକାରୀ ନଳିନୀ ପୃଷ୍ଟି ଓ ତାଙ୍କ ସ୍ବାମୀ ଓଡ଼ିଶା...

‘ସମ୍ଭାବ୍ୟ ବନ୍ୟା ପାଇଁ ପ୍ରସ୍ତୁତ ରୁହ’

ଭୁବନେଶ୍ୱର,୨୪।୬(ବ୍ୟୁରୋ): ଓଡ଼ିଶାରେ ଦକ୍ଷିଣ ପଶ୍ଚିମ ମୌସୁମୀ ପ୍ରଭାବ ଆରମ୍ଭ ହୋଇଗଲାଣି । ଜୁନ୍‌ରୁ ଅକ୍ଟୋବର ଗୁରୁତ୍ୱପୂର୍ଣ୍ଣ ସମୟ । ଏହି ସମୟରେ ବାତ୍ୟା, ବନ୍ୟା ଆଦି...

ହାଇକୋର୍ଟଙ୍କ ନିର୍ଦ୍ଦେଶର ଖୋଲା ଉଲ୍ଲଂଘନ: ଥାନାରେ ଖତ ଖାଉଛି ୧୦ ହଜାରରୁ ଊର୍ଦ୍ଧ୍ୱ ଗାଡ଼ି

ଭୁବନେଶ୍ୱର, ୧୩।୩(ବ୍ୟୁରୋ): ଭୁବନେଶ୍ୱର କମିଶନରେଟ ପୋଲିସର ବିଭିନ୍ନ ଥାନାରେ ଖତ ଖାଉଛି ଜବତ ଗାଡ଼ି। ୧୦ ହଜାରରୁ ଊର୍ଦ୍ଧ୍ୱ ବାଇକ, କାର, ଟ୍ରକ ଆଦି ଖରାବର୍ଷା...

ପୋଲିସ ଉଠାଇନେଲା ୩୭ ଗାଡ଼ି, ଉତ୍ତେଜନା

ଭୁବନେଶ୍ୱର,୨୭ା୨(ବ୍ୟୁରୋ): ପୋଲିସ ମନ ଇଚ୍ଛା କାର୍ଯ୍ୟ କରୁଛି। ହଠାତ୍‌ କଟକଣା ଲଗାଇ ଲୋକଙ୍କୁ ହଇରାଣ କରୁଛି। କେଉଁଠି କଟକଣା ଲାଗିଛି, ଲୋକେ ଜାଣିପାରୁନାହାନ୍ତି। ପୂର୍ବ ସୂଚନା...

ସମଲେଶ୍ୱରୀଙ୍କ ପୀଠରେ ଖୁବ୍‌ଶୀଘ୍ର ଲାଇଟ୍‌ ଆଣ୍ଡ୍‌ ସାଉଣ୍ଡ୍‌ ଶୋ’

ଭୁବନେଶ୍ୱର,୨୮|୨(ବ୍ୟୁରୋ): ଆଧ୍ୟାତ୍ମିକ ପର୍ଯ୍ୟଟନକୁ ଗୁରୁତ୍ୱ ଦେଇ ଅଧିକରୁ ଅଧିକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ଗୁରୁତ୍ୱ ଦେଉଛନ୍ତି ରାଜ୍ୟ ସରକାର। ଏଥିପାଇଁ ରାଜ୍ୟରେ ଥିବା ପ୍ରମୁଖ ଧାର୍ମିକ...

Advertisement
Archives

Model This Week