୩ ଜଣଙ୍କୁ ଆଜୀବନ କାରାଦଣ୍ଡ, ଜଣେ ନିର୍ଦ୍ଦୋଷ

ବ୍ରହ୍ମପୁର ଅଫିସ,୧୯ା୫-ଏକ ଅନରକିଲିଂ ମାମଲାର ଶୁଣାଣି କରି ଅତିରିକ୍ତ ଜିଲା ଦୌରାଜଜ-୨ ଦୀପକ କୁମାର ମୃତ ମହିଳାଙ୍କ ୨ ଭାଇ ନିରାକାର ନାଇକ, କାଳୁ ନାଇକ ଓ ତାଙ୍କର ଅନ୍ୟ ଜଣେ ସମ୍ପର୍କୀୟ ଭାଇ ଦୁର୍ଗା ନାଇକଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହି ହତ୍ୟାକାଣ୍ଡରେ ସାମିଲ ଥିବା ନିରକାରଙ୍କ ପିଉସୀ ମଧୁର ନାଇକଙ୍କୁ ପ୍ରମାଣ ଅଭାବରୁ ନିର୍ଦ୍ଦୋଷ ସାବ୍ୟସ୍ତ କରିଛନ୍ତି। ଦଣ୍ଡିତ ହୋଇଥିବା ୩ ଅଭିଯୁକ୍ତଙ୍କୁ ପ୍ରତ୍ୟେକ ୧୦ ହଜାର ଜରିମାନା ଦେବାକୁ ନିର୍ଦ୍ଦେଶ ରହିଛି।
ପ୍ରକାଶ ଯେ, ଗାନ୍ଧୀନଗର ମୁଖ୍ୟ ରାସ୍ତା ହୋଟେଲ ମୋତି ସମ୍ମୁଖରେ ରହୁଥିବା ବୁଲୁ ନାଇକଙ୍କ ସହ ଝିଅ ମାମି ୨୦୧୪, ମେ ୧୦ ତାରିଖରେ ବିବାହ କରିଥିଲେ। ୧୧ ତାରିଖରେ ସେ ଶାଶୁ ଘରକୁ ଯାଇଥାନ୍ତେ। ହେଲେ ୧୦ ତାରିଖ ବିଳମ୍ବିତ ରାତିରେ ମାମି ଘରୁ ଫେରାର ହୋଇଯାଇଥିଲେ। ଘର ଲୋକେ ଖୋଜାଖୋଜି କରି ଶେଷରେ ସେ ହଳଦିଆପଦରରେ ଜଣେ ଯୁବକଙ୍କ ପାଖରେ ଥିବା ଭାଇ ନିରାକାର ଜାଣିବାକୁ ପାଇଥିଲେ। ସେଠାରେ ନିରାକାର, ତାଙ୍କ ଭାଇ ଓ ସମ୍ପର୍କୀୟ ଭାଇ ଓ ପିଉସୀ ପହଞ୍ଚତ୍ ମାମିଙ୍କୁ ଦେଖି ଉତ୍ତ୍ୟକ୍ତ ହୋଇପଡ଼ିଥିଲେ। ୨୦୧୪ ମଇ ୧୧ ତାରିଖରେ ମାମି ଓ ତାଙ୍କ ପ୍ରେମିକ ଅମର ନାଇକଙ୍କୁ ମାମିଙ୍କ ୨ ଭାଇ ଓ ଅନ୍ୟ ଜଣେ ସମ୍ପର୍କୀୟ ଭାଇ ହତ୍ୟା କରିଥିଲେ। ଗୋଳନ୍ଥରା ପୋଲିସ ମାମି ଓ ତାଙ୍କ ପ୍ରେମିକଙ୍କ ମୃତଦେହ ଜବତ କରିଥିଲା। ମୃତ ଅମରଙ୍କ ମା’ ସଂଯୁକ୍ତା ନାଇକଙ୍କ ଅଭିଯୋଗକ୍ରମେ ପୋଲିସ ନଂ. ୬୪/୧୪ରେ ଏକ ହତ୍ୟା ମାମଲା ରୁଜୁ କରିଥିଲା । ପରେ ଉପରୋକ୍ତ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଶନିବାର ଏହି ମାମଲାର ବିଚାର ବେଳେ ୨୬ ଜଣ ସାକ୍ଷୀଙ୍କ ବୟାନକୁ ଆଧାର କରି ମୃତ ମାମିଙ୍କ ୨ ଭାଇଙ୍କ ସମେତ ତାଙ୍କର ଅନ୍ୟ ଜଣେ ସମ୍ପର୍କୀୟ ଭାଇଙ୍କୁ ବିଚାରପତି ଉପରୋକ୍ତ ଦଣ୍ଡାଦେଶ ଦେଇଛନ୍ତି। ସେହିପରି ପ୍ରମାଣ ଅଭାବରୁ ପିଉସୀ ମାଧୁରୀଙ୍କୁ ନିର୍ଦ୍ଦୋଷ ସାବ୍ୟସ୍ତ କରିଛନ୍ତି। ସରକାରଙ୍କ ପକ୍ଷରୁ ଏପିପି କୁରେଶ ଗୌଡ଼ ମକଦ୍ଦମା ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ତ୍ରିପାକ୍ଷିକ ବୈଠକରେ ନିଷ୍ପତି: ରାତିରେ ପୋର୍ଟକୁ ଚଳାଚଳ କରିବ ଭାରୀଯାନ

ଛତ୍ରପୁର,୩ା୮(ଡି.ଏନ.ଏ)-ଗୋପାଳପୁର ପୋର୍ଟକୁ ଶୁକ୍ରବାର ରାତିରୁ ଭାରୀଯାନ ଚଳାଚଳ ଆରମ୍ଭ ହେବ ା ଛତ୍ରପୁର ଉପଜିଲାପାଳଙ୍କ ସମ୍ମିଳନୀ ଗୃହରେ ଅତିରିକ୍ତ ଜିଲାପାଳ (ରାଜସ୍ବ) ଲକ୍ଷ୍ମୀକାନ୍ତ ସେଠୀଙ୍କ ଅଧ୍ୟକ୍ଷତାରେ...

ନିର୍ବନ୍ଧର ଗୋଟିଏ ଦିନ ପୂର୍ବରୁ ଯୁବକ ମୃତ

ଜଗନ୍ନାଥପ୍ରସାଦ,୨୧।୫(ଡି.ଏନ.ଏ.)-ନିର୍ବନ୍ଧର ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍‌ ମଙ୍ଗଳବାର ଜଣେ ଯୁବକଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ଅଧୀନ ୨୧ନଂ. ରାଜ୍ୟ...

ମହିଳାଙ୍କୁ ଶ୍ୱାସରୁଦ୍ଧ କରି ହତ୍ୟା, ଅଭିଯୁକ୍ତ ଗିରଫ

ହିଞ୍ଜିଳିକାଟୁ ୨।୫(ଡି.ଏନ.ଏ): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଅନ୍ତର୍ଗତ ଜାତୀୟ ରାଜପଥ ନଂ ୫୯ କଡ଼ରେ ମକରଝୋଳ ଗାଁ ନିକଟ ବିଲରୁ ମଙ୍ଗଳବାର ଜଣେ ମହିଳାଙ୍କ...

ମହିଳା ହୋମଗାର୍ଡଙ୍କୁ ଆକ୍ରମଣ ମାମଲା: ସ୍ବାମୀଙ୍କ ସମେତ ୨ ଦେଡ଼ଶୁର ଗଲେ ଜେଲ୍‌

ଦିଗପହଣ୍ଡି,୨୦ା୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନାରେ କାର୍ଯ୍ୟରତ ମହିଳା ହୋମଗାର୍ଡ ନର୍ମଦା ପଣ୍ଡାଙ୍କୁ ସଂଘବଦ୍ଧ ଆକ୍ରମଣ ମାମଲାରେ ରବିବାର ତାଙ୍କ ସ୍ବାମୀ ରାଧାଶ୍ୟାମ ନନ୍ଦ, ଦେଡ଼ଶୁର...

ଓଡ଼ିଶା ଆଦର୍ଶ ବିଦ୍ୟାଳୟ ମେଧାବୀ ସମ୍ମାନ ସମାରୋହ : ଅନୁକରଣ ନ ହୋଇ ଦକ୍ଷତା ବିନିଯୋଗ କର

ଛତ୍ରପୁର,୨ା୬(ଡି.ଏନ.ଏ.)-ଛତ୍ରପୁରସ୍ଥିତ ଜିଲା ପରିଷଦ ଭବନରେ ଗଞ୍ଜାମ ଜିଲାସ୍ତରୀୟ ଓଡିଶା ଆଦର୍ଶ ବିଦ୍ୟାଳୟ ମେଧାବୀ ସମ୍ମାନ ସମାରୋହ ଶନିବାର ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲାପାଳ ବିଜୟ ଅମୃତା...

ଜ୍ୱାଇଁଙ୍କ ଛୁରା ମାଡ଼ରେ ଶ୍ୱଶୁର ଗୁରୁତର

ହିଞ୍ଜିଳିକାଟୁ,୧୩ା୬(ଡି.ଏନ୍‌.ଏ)-ହିଞ୍ଜିଳି ଥାନା ଗଣ୍ଡଳାରେ ସୋମବାର ଜ୍ୱାଇଁଙ୍କ ଛୁରା ମାଡ଼ରେ ଶ୍ୱଶୁର ଗୁରୁତର ହୋଇଥିବା ଅଭିଯୋଗ ହୋଇଛି। ଆହତ ଶ୍ୱଶୁର ହେଲେ କଙ୍କୋରଡ଼ା ଗ୍ରାମର ସୀମାଞ୍ଚଳ ଦାସ।...

୩ବର୍ଷ ହେଲା ପାନୀୟଜଳ ପ୍ରକଳ୍ପ ଅଚଳ, ବିଭାଗୀୟ କନିଷ୍ଠଯନ୍ତ୍ରୀଙ୍କୁ ଦାବିପତ୍ର

ପାଟପୁର,୨୨ା୫- ସାନଖେମୁଣ୍ଡି ବ୍ଲକ ପଟିଗୁଡା ପଞ୍ଚାୟତ ବରମୁଣ୍ଡୁଳି ଗ୍ରାମରେ ୩ ବର୍ଷ ହେଲା ପାନୀୟଜଳ ପ୍ରକଳ୍ପ ଅଚଳ ହୋଇ ପଡିଛି। ଫଳରେ ଗ୍ରାମବାସୀ ପାଣି ପାଇଁ...

ଚଢ଼ାଉ କରିବାକୁ ଯାଇଥିଲେ ତହସିଲଦାର, ଗୋଡ଼ାଇ ପିଟିଲେ ଗ୍ରାମବାସୀ

ପାତ୍ରପୁର,୬।୮(ଡି.ଏନ୍‌.ଏ.): ଏକ ଚଢ଼ାଉ ବେଳେ ତହସିଲଦାରଙ୍କ ସମେତ ଅବକାରୀ ବିଭାଗର ୩ ଅଧିକାରୀଙ୍କୁ ଗ୍ରାମବାସୀ ଗୋଡ଼ାଇ ଗୋଡ଼ାଇ ପିଟିଛନ୍ତି। ଏଭଳି ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ...

Advertisement
Archives

Model This Week