୩ ଜଣଙ୍କୁ ଆଜୀବନ କାରାଦଣ୍ଡ, ଜଣେ ନିର୍ଦ୍ଦୋଷ

ବ୍ରହ୍ମପୁର ଅଫିସ,୧୯ା୫-ଏକ ଅନରକିଲିଂ ମାମଲାର ଶୁଣାଣି କରି ଅତିରିକ୍ତ ଜିଲା ଦୌରାଜଜ-୨ ଦୀପକ କୁମାର ମୃତ ମହିଳାଙ୍କ ୨ ଭାଇ ନିରାକାର ନାଇକ, କାଳୁ ନାଇକ ଓ ତାଙ୍କର ଅନ୍ୟ ଜଣେ ସମ୍ପର୍କୀୟ ଭାଇ ଦୁର୍ଗା ନାଇକଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହି ହତ୍ୟାକାଣ୍ଡରେ ସାମିଲ ଥିବା ନିରକାରଙ୍କ ପିଉସୀ ମଧୁର ନାଇକଙ୍କୁ ପ୍ରମାଣ ଅଭାବରୁ ନିର୍ଦ୍ଦୋଷ ସାବ୍ୟସ୍ତ କରିଛନ୍ତି। ଦଣ୍ଡିତ ହୋଇଥିବା ୩ ଅଭିଯୁକ୍ତଙ୍କୁ ପ୍ରତ୍ୟେକ ୧୦ ହଜାର ଜରିମାନା ଦେବାକୁ ନିର୍ଦ୍ଦେଶ ରହିଛି।
ପ୍ରକାଶ ଯେ, ଗାନ୍ଧୀନଗର ମୁଖ୍ୟ ରାସ୍ତା ହୋଟେଲ ମୋତି ସମ୍ମୁଖରେ ରହୁଥିବା ବୁଲୁ ନାଇକଙ୍କ ସହ ଝିଅ ମାମି ୨୦୧୪, ମେ ୧୦ ତାରିଖରେ ବିବାହ କରିଥିଲେ। ୧୧ ତାରିଖରେ ସେ ଶାଶୁ ଘରକୁ ଯାଇଥାନ୍ତେ। ହେଲେ ୧୦ ତାରିଖ ବିଳମ୍ବିତ ରାତିରେ ମାମି ଘରୁ ଫେରାର ହୋଇଯାଇଥିଲେ। ଘର ଲୋକେ ଖୋଜାଖୋଜି କରି ଶେଷରେ ସେ ହଳଦିଆପଦରରେ ଜଣେ ଯୁବକଙ୍କ ପାଖରେ ଥିବା ଭାଇ ନିରାକାର ଜାଣିବାକୁ ପାଇଥିଲେ। ସେଠାରେ ନିରାକାର, ତାଙ୍କ ଭାଇ ଓ ସମ୍ପର୍କୀୟ ଭାଇ ଓ ପିଉସୀ ପହଞ୍ଚତ୍ ମାମିଙ୍କୁ ଦେଖି ଉତ୍ତ୍ୟକ୍ତ ହୋଇପଡ଼ିଥିଲେ। ୨୦୧୪ ମଇ ୧୧ ତାରିଖରେ ମାମି ଓ ତାଙ୍କ ପ୍ରେମିକ ଅମର ନାଇକଙ୍କୁ ମାମିଙ୍କ ୨ ଭାଇ ଓ ଅନ୍ୟ ଜଣେ ସମ୍ପର୍କୀୟ ଭାଇ ହତ୍ୟା କରିଥିଲେ। ଗୋଳନ୍ଥରା ପୋଲିସ ମାମି ଓ ତାଙ୍କ ପ୍ରେମିକଙ୍କ ମୃତଦେହ ଜବତ କରିଥିଲା। ମୃତ ଅମରଙ୍କ ମା’ ସଂଯୁକ୍ତା ନାଇକଙ୍କ ଅଭିଯୋଗକ୍ରମେ ପୋଲିସ ନଂ. ୬୪/୧୪ରେ ଏକ ହତ୍ୟା ମାମଲା ରୁଜୁ କରିଥିଲା । ପରେ ଉପରୋକ୍ତ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଶନିବାର ଏହି ମାମଲାର ବିଚାର ବେଳେ ୨୬ ଜଣ ସାକ୍ଷୀଙ୍କ ବୟାନକୁ ଆଧାର କରି ମୃତ ମାମିଙ୍କ ୨ ଭାଇଙ୍କ ସମେତ ତାଙ୍କର ଅନ୍ୟ ଜଣେ ସମ୍ପର୍କୀୟ ଭାଇଙ୍କୁ ବିଚାରପତି ଉପରୋକ୍ତ ଦଣ୍ଡାଦେଶ ଦେଇଛନ୍ତି। ସେହିପରି ପ୍ରମାଣ ଅଭାବରୁ ପିଉସୀ ମାଧୁରୀଙ୍କୁ ନିର୍ଦ୍ଦୋଷ ସାବ୍ୟସ୍ତ କରିଛନ୍ତି। ସରକାରଙ୍କ ପକ୍ଷରୁ ଏପିପି କୁରେଶ ଗୌଡ଼ ମକଦ୍ଦମା ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଛତ୍ରପୁରରେ ବେଆଇନ ମୋରମ ଚାଲାଣ ଉପରେ ପୋଲିସର ଚଢ଼ାଉ: ୧୦ ଟିପ୍ପର ସହ ଜେସିବି ଜବତ

ଛତ୍ରପୁର, ୨୧।୫ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲ୍ଲା ଛତ୍ରପୁର ଅଞ୍ଚଳରେ ବେଆଇନ ଖଣିଜ ସମ୍ପଦ ଚୋରା ଚାଲାଣ ଉପରେ ଚମାଖଣ୍ଡି ଥାନା ପୋଲିସ ଏକ ବଡ଼ଧରଣର କାର୍ଯ୍ୟାନୁଷ୍ଠାନ…

ଟ୍ରେନ ଧକ୍କାରେ ବୋଲେରୋ ଚୁରମାର: ଗୋପାଳପୁର ପୋର୍ଟ ସ୍ୱତନ୍ତ୍ର ରେଳ ପଥରେ ବଡ଼ ଦୁର୍ଘଟଣା

ଛତ୍ରପୁର, ୨୧।୫ (ଦିଲ୍ଲୀପ ସାମଲ): ଛତ୍ରପୁର ଆର୍ଯ୍ୟପଲ୍ଲୀ ସ୍ଥିତ ଗୋପାଳପୁର ପୋର୍ଟର ସ୍ୱତନ୍ତ୍ର ରେଳ ପଥରେ ଏକ ଭୟାବହ ଦୁର୍ଘଟଣା ଘଟିଯାଇଛି। ଏକ ମାଲବାହୀ ଟ୍ରେନ ଧକ୍କାରେ…

‘କିଶୋରୀମାନେ ପରିବାରର ବୋଝ ନୁହନ୍ତି’

ଛତ୍ରପୁର,୨୧ା୫(ଦିଲ୍ଲୀପ ସାମଲ): କିଶୋରୀମାନେ ପରିବାରର ବୋଝ ନୁହନ୍ତି। ସେମାନେ ଦେଶର ସ୍ବର୍ଣ୍ଣିମ ଭବିଷ୍ୟତ। ସେମାନଙ୍କୁ ସମସ୍ତ ପ୍ରକାର ସୁବିଧା-ସୁଯୋଗ ତା’ସହିତ ସୁରକ୍ଷା ଓ ସମ୍ମାନ ଯୋଗାଇଦେବା ଆମ…

ଗୋଟିଏ ମଞ୍ଚରେ ଏକାଠି ହୋଇପାରୁନାହାନ୍ତି କଂଗ୍ରେସ ନେତା

ଭଞ୍ଜନଗର,୨୧ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ନିର୍ବାଚନମଣ୍ଡଳୀରେ କଂଗ୍ରେସର ସବୁ ନେତା ଏକାଠି ହୋଇ ପାରୁନାହାନ୍ତି ଗୋଟିଏ ମଞ୍ଚରେ। ଇତିମଧ୍ୟରେ ଭଞ୍ଜନଗର ବ୍ଲକର ପୂର୍ବତନ ଅଧ୍ୟକ୍ଷ ତଥା…

ଇଞ୍ଜିନିୟର ହେବା ଲକ୍ଷ୍ୟରେ ଶୁଭମ୍‌-କାର୍ତ୍ତିକେୟ, ଯୁକ୍ତ୨ ବିଜ୍ଞାନରେ ରଖିଛନ୍ତି…

ପୁରୁଷୋତ୍ତମପୁର,୨୧ା୫(ସବିତା ମିଶ୍ର): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତଦୁଇ ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜର ଛାତ୍ର…

ଯୁକ୍ତ ୨ ବିଜ୍ଞାନରେ ବିଘ୍ନେଶ ଚୌଧୁରୀ ଛତ୍ରପୁର ବ୍ଲକ ଟପ୍ପର, ମିଷ୍ଟାନ ବାଣ୍ଟି ଖୁସି ଜାହିର କଲେ ବିଦ୍ୟାର୍ଥୀ

ଛତ୍ରପୁର, ୨୧।୫(ଦିଲ୍ଲୀପ ସାମଲ): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ( ସିଏଚଏସଇ ) ଦ୍ୱାରା +୨ ପରୀକ୍ଷାଫଳ ବୁଧବାର ପ୍ରକାଶ ପାଇଛି l ଏହି ପରିପ୍ରେକ୍ଷୀରେ ଗଞ୍ଜାମ…

ମୁଖ୍ୟଅତିଥି ଭାବେ ଯୋଗ ଦେଇ ରାଜୀବ ଗାନ୍ଧୀଙ୍କ ତିରୋଧାନ ଦିବସ ପାଳିଲେ ପ୍ରଫୁଲ୍ଲ ପଣ୍ଡା, କହିଲେ ଭାରତକୁ ସମଗ୍ର ବିଶ୍ୱରେ…

ଦିଗପହଣ୍ଡି, ୨୧।୫(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ନଗର କଂଗ୍ରେସ କମିଟି ପକ୍ଷରୁ ଗୁରୁବାର ସ୍ବର୍ଗତ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ତିରୋଧାନ ଦିବସ ପାଳନ କରାଯାଇଥିଲା। ପୁଞ୍ଜିକଂୟା ଛକ…

ତାରାତାରିଣୀ କଲେଜର ସଫଳତା: ଯୁକ୍ତଦୁଇ ବିଜ୍ଞାନରେ ଆଗରେ ପୁଅ, କଳାରେ ଝିଅ

ପୁରୁଷୋତ୍ତମପୁର,୨୧ା୫(ସବିତା ମିଶ୍ର): ଚଳିତବର୍ଷ ଯୁକ୍ତଦୁଇ ଓ ଯୁକ୍ତତିନି ପରୀକ୍ଷାରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜକୁ ବଡ଼ ସଫଳତା ମିଳିଛି। ଅଧ୍ୟକ୍ଷ ଡଃ ପ୍ରଦୀପ କୁମାର ସାହୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri