Posted inଜାତୀୟ

୩ ଘଣ୍ଟାରେ ରାଜ୍ୟ ସଭା ଟିକେଟ

ନୂଆଦିଲ୍ଲୀ/ଭୋପାଳ,୧୨।୩(ପି.ଟି./ଆଇଏଏନ୍‌ଏସ୍‌) :ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ବିରୋଧରେ କୁହୁଳୁଥିବା ଅସନ୍ତୋଷର ଧୂଆଁ ଶେଷରେ ନିଆଁର ରୂପ ନେଇ ତାଙ୍କ ନେତୃତ୍ୱାଧୀନ କଂଗ୍ରେସ ସରକାରକୁ ଗାଦିଚ୍ୟୁତ କରିବାକୁ ବସିଛି। ବରିଷ୍ଠ କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ଦଳରୁ ଇସ୍ତଫା ଦେଇ ଭାଜପାରେ ସାମିଲ ହୋଇଛନ୍ତି। ଜ୍ୟୋତିରାଦିତ୍ୟ ଭାଜପାରେ ମିଶିବାର ୩ ଘଣ୍ଟା ନ ପୂରୁଣୁ ତାଙ୍କୁ ମିଳିଛି ରାଜ୍ୟ ସଭା ଟିକେଟ। କେବଳ ଜ୍ୟୋତିରାଦିତ୍ୟ ନୁହନ୍ତି, ତାଙ୍କ ଗୋଷ୍ଠୀର ୨୨ ବିଦ୍ରୋହୀ ବିଧାୟକ ମଧ୍ୟ କଂଗ୍ରେସ ଛାଡ଼ିଛନ୍ତି। ଫଳରେ କମଲନାଥ ସରକାର ସଂଖ୍ୟାଲଘୁ ଅବସ୍ଥାକୁ ଖସିଆସିଥିବାବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ଭାଜପା ନେତା ଶିବରାଜ ସିଂ ଚୌହାନଙ୍କ ପାଇଁ ପୁଣିଥରେ କ୍ଷମତାକୁ ଫେରିବାର ବାଟ ପରିଷ୍କାର ହୋଇଛି। ଭୋପାଳରୁ ନେଇ ବେଙ୍ଗାଲୁରୁ ଯାଏ ବିଗତ ୩ ଦିନ ଧରି ଚାଲିଥିବା ଏହି ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମ କେବଳ ମଧ୍ୟପ୍ରଦେଶ ନୁହେଁ, ବରଂ ଜାତୀୟ ରାଜନୀତିର ତାପମାତ୍ରା ବୃଦ୍ଧି କରିଛି। ଏହାକୁ ନେଇ ଦେଶବ୍ୟାପୀ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।
୨୦୧୮ ଶେଷ ଆଡ଼କୁ ୩ ପ୍ରମୁଖ ହିନ୍ଦୀ ଭାଷୀ ରାଜ୍ୟ ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ ଭାଜପା ହାତରୁ ଖସିଯାଇଥିଲା। ୨୩୦ ଆସନ ବିଶିଷ୍ଟ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ କଂଗ୍ରେସକୁ ୧୧୪ ଆସନରେ ସଫଳତା ମିଳିଥିଲା। ଭାଜପାର ୧୦୯ ପ୍ରାର୍ଥୀ ବିଜୟୀ ହୋଇଥିବାବେଳେ ୨ ବିଧାୟକଙ୍କ ପରଲୋକ ପରେ ୨ଟି ଆସନ ଖାଲିପଡ଼ିଛି। ସେହିପରି ସ୍ବାଧୀନ ୪, ବିଏସ୍‌ପି ୨ ଓ ଏସ୍‌ପିର ଜଣେ ପ୍ରାର୍ଥୀ ଜିତିଥିଲେ। କୁହୁକ ସଂଖ୍ୟା ୧୧୬ ହୋଇଥିବାବେଳେ ଅଣଭାଜପା ବିଧାୟକଙ୍କ ସମର୍ଥନରେ କମଲନାଥ ସରକାର ଗଠନ କରିଥିଲେ। ସେତେବେଳେ ଗ୍ବାଲିୟର ରାଜବଂଶର ଦାୟାଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ଦାବି ଜୋର୍‌ ଧରିଥିଲା। କିନ୍ତୁ ତାଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇ ନ ଥିଲା। ସେବେଠୁ କମଲନାଥ ଓ ଜ୍ୟୋତିରାଦିତ୍ୟଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗକୁ ନେଇ ରହିଥିବା ମତଭେଦ ସାମ୍ନାକୁ ଆସିବାରେ ଲାଗିଥିଲା। ଏପରି କି ଅନୁଚ୍ଛେଦ ୩୭୦ ଉଚ୍ଛେଦ ଭଳି କେନ୍ଦ୍ରର କେତେକ ପଦକ୍ଷେପକୁ ଜ୍ୟୋତିରାଦିତ୍ୟ ଖୋଲାଖୋଲି ସମର୍ଥନ କରି କଂଗ୍ରେସକୁ ଅଡ଼ୁଆରେ ପକାଇଆସୁଥିଲେ। କମଲନାଥ ଜ୍ୟୋତିରାଦିତ୍ୟଙ୍କ ଦାବିଗୁଡ଼ିକୁ ଅଣଦେଖା କରୁଥିବାବେଳେ ଇତିମଧ୍ୟରେ ପ୍ରାୟ ଦେଢ଼ବର୍ଷ ବିତିଯାଇଛି। ସୁଯୋଗକୁ ଅପେକ୍ଷା କରିଥିବା ଜ୍ୟୋତିରାଦିତ୍ୟ ଶେଷରେ ତାଙ୍କ ବାପା ତଥା କଂଗ୍ରେସର ପୂର୍ବତନ ବରିଷ୍ଠ ନେତା ମାଧବରାଓ ସିନ୍ଧିଆଙ୍କ ୭୫ତମ ଜନ୍ମଦିନରେ ଦଳ ଛାଡ଼ି ସମସ୍ତଙ୍କୁ ଚକିତ କରିଦେଇଥିଲେ। ସେ ମଙ୍ଗଳବାର ନିଜ ଇସ୍ତଫାପତ୍ର କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ନିକଟକୁ ପଠାଇବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହାଙ୍କୁ ସାକ୍ଷାତ କରିଥିଲେ। ସୋନିଆ ଜ୍ୟୋତିରାଦିତ୍ୟଙ୍କ ଇସ୍ତଫାପତ୍ରକୁ ଗ୍ରହଣ କରିବା ସହ ତାଙ୍କୁ ଦଳରୁ ବହିଷ୍କାର କରିଥିଲେ। ଦେଶବାସୀ ହୋଲି ଖେଳୁଥିବାବେଳେ ଜ୍ୟୋତିରାଦିତ୍ୟ ଭାଜପାର ଗେରୁଆ ରଙ୍ଗ ଧାରଣ କରିବା ନେଇ ଏକପ୍ରକାର ସ୍ପଷ୍ଟ ହୋଇଯାଇଯାଇଥିଲା। ଏହାସତ୍ତ୍ୱେ ସେ ନୂଆ ଦଳ ଗଠନ କରିପାରନ୍ତି ବୋଲି କେତେକ ମହଲରେ ଚର୍ଚ୍ଚା ହେଉଥିଲା। ଶେଷରେ ସବୁ କଳ୍ପନାଜଳ୍ପନାର ଅବସାନ ଘଟାଇ ଜ୍ୟୋତିରାଦିତ୍ୟ ବୁଧବାର ଅପରାହ୍ନରେ ଭାଜପାରେ ଯୋଗଦେଇଛନ୍ତି। କଂଗ୍ରେସ ସହ ଦୀର୍ଘ ୧୮ ବର୍ଷର ସମ୍ପର୍କ ଛିନ୍ନ କରି ନୂଆଦିଲ୍ଲୀସ୍ଥିତ ଭାଜପା ମୁଖ୍ୟାଳୟରେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କ ଉପସ୍ଥିତିରେ ପଦ୍ମ ଧରିଛନ୍ତି ଜ୍ୟୋତିରାଦିତ୍ୟ। ଏହି ଅବସରରେ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱକୁ ପ୍ରଶଂସା କରିବା ସହ ତାଙ୍କ ହାତରେ ଦେଶ ସୁରକ୍ଷିତ ଥିବା କହିଛନ୍ତି। ଲୋକଙ୍କ ସେବା କରିବା ପାଇଁ ମୋଦି ଓ ଶାହା ସୁଯୋଗ ଦେଇଥିବାରୁ ସେ ଉଭୟଙ୍କୁ ଧନ୍ୟବାଦ ଦେଇଛନ୍ତି। ଭାଜପା ମୁଖ୍ୟ ନଡ୍ଡା ଜ୍ୟୋତିରାଦିତ୍ୟଙ୍କୁ ଦଳକୁ ସ୍ବାଗତ କରିବା ସହ ଭାଜପା ପ୍ରତି ତାଙ୍କ ଜେଜେମା’ ରାଜମାତା ବିଜୟା ରାଜେ ସିନ୍ଧିଆଙ୍କ ଅବଦାନକୁ ସ୍ମରଣ କରିଛନ୍ତି। ସେ ତାଙ୍କ ପରିବାରକୁ ଫେରିଆସିଛନ୍ତି ବୋଲି ନଡ୍ଡା କହିଛନ୍ତି। ଆସନ୍ତା ୨୬ରେ ହେବାକୁ ଥିବା ରାଜ୍ୟ ସଭା ନିର୍ବାଚନ ପାଇଁ ଭାଜପା ଜ୍ୟୋତିରାଦିତ୍ୟଙ୍କୁ ଟିକେଟ ଦେଇଛି। ବୁଧବାର ସନ୍ଧ୍ୟାରେ ଭାଜପା ପକ୍ଷରୁ ଜାରି ହୋଇଥିବା ୯ ଜଣିଆ ପ୍ରାର୍ଥୀ ତାଲିକାରେ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ନାମ ରହିଛି। ସେପଟେ ୨୨ କଂଗ୍ରେସ ବିଧାୟକ କମଲନାଥ ସରକାରରୁ ଇସ୍ତଫା ଦେଇଛନ୍ତି। ସେମାନେ ରାଜ୍ୟପାଳ ଲାଲଜୀ ଟଣ୍ଡନଙ୍କ ନିକଟକୁ ନିଜ ନିଜ ଇସ୍ତଫାପତ୍ର ପଠଇଦେଇଛନ୍ତି। ବିଦ୍ରୋହୀ ବିଧାୟକମାନେ ପଟ୍ଟପରିବର୍ତ୍ତନ କରିବା ପରେ କମଲନାଥ ସରକାର ସଂଖ୍ୟାଲଘୁରେ ପରିଣତ ହୋଇଛି। ଏହାସହ ଶିବରାଜ ସିଂ ଚୌହାନ ପୁଣିଥରେ ମୁଖ୍ୟମନ୍ତ୍ରୀ ହେବାର ବାଟ ଫିଟିଛି। କେବଳ ଏତିକି ନୁହେଁ, ମଧ୍ୟପ୍ରଦେଶର ୩ ରାଜ୍ୟ ସଭା ଆସନ ମଧ୍ୟରୁ ୨ଟିକୁ ଭାଜପା ଦଖଲ କରିବା ମଧ୍ୟ ନିଶ୍ଚିତ ହୋଇଛି।
୨୦୦୧ ସେପ୍ଟେମ୍ବର ୩୦ରେ ମାଧବରାଓ ସିନ୍ଧିଆଙ୍କ ପରଲୋକ ପରେ ଗୁନା ଲୋକ ସଭା ଆସନରେ ନିର୍ବାଚନ ହୋଇଥିଲା। ସେତେବେଳେ ୩୧ ବର୍ଷରେ ପଦାର୍ପଣ କରିଥିବା ଜ୍ୟୋତିରାଦିତ୍ୟ ୨୦୦୨ ଉପନିର୍ବାଚନରେ ବିଜୟୀ ହୋଇଥିଲେ। ଏହା ପରେ ସେ ଆଉ ୩ ଥର ଜିତିଥିଲେ। ତେବେ ଗତ ସାଧାରଣ ନିର୍ବାଚନରେ ଜ୍ୟୋତିରାଦିତ୍ୟ ଗୁନା ଆସନରେ ପରାଜିତ ହେବା ପରେ ତାଙ୍କୁ ଦଳରେ ଅଣଦେଖା କରାଯାଇଥିଲା। ଏହା ପୂର୍ବରୁ ୨୦୦୭ରେ ଉପା-୧ ସରକାରରେ ଜ୍ୟୋତିରାଦିତ୍ୟଙ୍କୁ ଯୋଗାଯୋଗ ଏବଂ ଆଇଟି ରାଷ୍ଟ୍ରମନ୍ତ୍ରୀ କରାଯାଇଥିଲା। ୨୦୦୯ରେ ସେ ବାଣିଜ୍ୟ ଓ ଶିଳ୍ପ ରାଷ୍ଟ୍ରମନ୍ତ୍ରୀ ଏବଂ ୨୦୧୨ରେ ଉପା-୨ ଅମଳରେ ଶକ୍ତି ରାଷ୍ଟ୍ରମନ୍ତ୍ରୀ ପଦ ସମ୍ଭାଳିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷାରେ ଭାଙ୍ଗିଲା ଘର: ତାର୍ପୋଲିନ ଯୋଗାଇଦେଲେ ତହସିଲଦାର

କେସିଙ୍ଗା, ୨୫।୯(ତୁମେଶ୍ୱର ସାହୁ): ଲଘୁଚାପଜନିତ ଲଗାଣ ବର୍ଷା ଓ ପବନ ଯୋଗୁ କେସିଙ୍ଗା ବ୍ଲକର ବିଭିନ୍ନ ଅଞ୍ଚଳରେ ଘର ଭାଙ୍ଗିବା ସହ ଚାଷଜମିରେ ମଧ୍ୟ କ୍ଷୟକ୍ଷତି ହେଉଥିବା…

୨୭ ବର୍ଷର ସଂଘର୍ଷ ପରେ ୫୯ ବର୍ଷରେ ପାଇଲେ ସରକାରୀ ଚାକିରି; ୧୯୯୯ରୁ କରୁଥିଲେ ପ୍ରସ୍ତୁତି, ଜାଣନ୍ତୁ ରୋଚକ କାହାଣୀ

ନୂଆଦିଲ୍ଲୀ,୨୫।୯: ବୟସ ୫୯ ବର୍ଷ। ଦୀର୍ଘ ୨୭ ବର୍ଷର ସଂଘର୍ଷ ପରେ ଶେଷରେ ପୂରଣ ହୋଇଛି ସରକାରୀ ଶିକ୍ଷକ ହେବାର ସ୍ୱପ୍ନ । ଉତ୍ତରପ୍ରଦେଶର ବାଗପତ ଜିଲାର…

ବଡ଼ ସୂଚନା ଦେଲେ ରାଜସ୍ବ ମନ୍ତ୍ରୀ: ଏହି ଜିଲା ଦେଇ ଗତି କରିବ ଅବପାତ, ଏସବୁ ସ୍ଥାନରେ ଭୀଷଣ ବର୍ଷା!

ଭୁବନେଶ୍ୱର, ୨୫।୯: ଆସନ୍ତା ୨୪ ଘଣ୍ଟା ସତର୍କ ରହିବାକୁ ପଡ଼ିବ କହିଲେ ରାଜସ୍ବ ମନ୍ତ୍ରୀ। ଅବପାତ ବରଗଡ଼ ଦେଇ ଛତିଶଗଡ଼ ଆଡ଼କୁ ଯିବ। ଏହି ସମୟରେ ଝାରସୁଗୁଡ଼ା,…

ହାତୀନଦୀରେ ବଡ଼ ବନ୍ୟା, ଶହଶହ ଏକର ଚାଷ ଜମି ଜଳମଗ୍ନ

ଭବାନୀପାଟଣା,୨୫।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଗତ ୩ ଦିନ ଧରି ଲଗାଣ ବର୍ଷା ଏବଂ ଇନ୍ଦ୍ରାବତୀ ମଙ୍ଗଳପୁର ବ୍ୟାରେଜରୁ ୪ଟି ଗେଟ ଖୋଲାଯିବା ପରେ ଶୁକ୍ରବାର…

ବର୍ଷକୁ ମାଗଣାରେ ମିଳିବ ୬ଟା ସିଲିଣ୍ଡର, ସରକାରଙ୍କ ବଡ଼ ଘୋଷଣା; ଜାଣନ୍ତୁ କାହାକୁ ମିଳିବ ଫାଇଦା

ନୂଆଦିଲ୍‌ଲୀ,୨୫।୯: ଏଣିକି ବର୍ଷକୁ ମିଳିବ ୬ଟି ସିଲିଣ୍ଡର। ଏନେଇ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଉମର ଅବଦୁଲ୍ଲା ସରକାର ବିଧାନସଭାରେ ଏକ ବଡ଼ ଘୋଷଣା କରି ଜମ୍ମୁ-କଶ୍ମୀରରେ…

ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କଲେ ନବୀନ, SIR ପ୍ରକ୍ରିୟା ଉପରେ କହିଲେ ଏମିତି କଥା: ରାଜନୀତିରେ ଚହଳ

ଭୁବନେଶ୍ୱର, ୨୫।୯: ନିର୍ବାଚନ କମିଶନ ଏବଂ ଭୋଟର ତାଲିକାର SIR ପ୍ରକ୍ରିୟାକୁ ନେଇ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ମୁଖ୍ୟ ନିର୍ବାଚନ…

୪ଦିନ ହେଲା ବର୍ଷା ଜାରି: କୁଳଲଙ୍ଘି ଗର୍ଜନ କରୁଛି ରୁଷିକୁଲ୍ୟା

ପୁରୁଷୋତ୍ତମପୁର,୨୫।୯(ସବିତା ମିଶ୍ର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ପ୍ରଭାବରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ୪ଦିନ ହେଲା ବର୍ଷା ଲାଗି ରହିଛି। ଲଗାଣ ବର୍ଷା ଯୋଗୁ…

ରୋହିତ ଯୋଗୁ ଏହି ଧୁରନ୍ଧରଙ୍କ କଟିବ ପତ୍ତା! ୨୭ରେ ପ୍ରଥମ ODI ପାଇଁ ଜାଣନ୍ତୁ ସମ୍ଭାବ୍ୟ ପ୍ଲେଇଂ-୧୧

ନୂଆଦିଲ୍ଲୀ,୨୫।୯: ଶ୍ରେୟସ ଅୟର ବର୍ତ୍ତମାନ ଜାପାନରେ ଏସିଆନ ଗେମ୍ସ ଦଳ ସହ ରହିଛନ୍ତି। ତେଣୁ ଭାରତୀୟ ଦଳରେ ନମ୍ବର-୪ ସ୍ଥାନ ଖାଲି ରହିଛି। ଏହି ସ୍ଥାନରେ ମ୍ୟାନେଜମେଣ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?