Posted inଖେଳ

୩ ଓ୍ବେଷ୍ଟଇଣ୍ଡିଜ ଖେଳାଳି ଇଂଲଣ୍ଡ ଯିବାକୁ ମନାକଲେ

ସେଣ୍ଟ ଜନ୍ସ(ଆଣ୍ଟିଗୁଆ),୪।୬(ପି.ଟି.)- କୋଭିଡ୍‌-୧୯ ସଂକ୍ରମଣକୁ ଦୃଷ୍ଟିରେ ରଖି ଜୈବ-ସୁରକ୍ଷିତ ପରିବେଶରେ ଇଂଲଣ୍ଡ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଆସନ୍ତା ମାସରେ ୩ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ହେବାର କାର୍ଯ୍ୟସୂଚୀ ରହିଛି। କେବଳ ୟୁକେ ସରକାରଙ୍କ ଅନୁମୋଦନକୁ ଅପେକ୍ଷା କରାଯାଇଛି। ଏଥିପାଇଁ କ୍ରିକେଟ ଓ୍ବେଷ୍ଟଇଣ୍ଡିଜ (ସିଡବ୍ଲ୍ୟୁଆଇ) ପକ୍ଷରୁ ବୁଧବାର ୧୪ ଜଣିଆ ଦଳ ଘୋଷଣା କରାଯାଇଛି। ତେବେ ଏହି ଦଳର ୩ ସଦସ୍ୟ ଇଂଲଣ୍ଡ ଗସ୍ତ କରିବାକୁ ମନା କରିଦେଇଛନ୍ତି। ସେମାନେ ହେଲେ ଡାରେନ ବ୍ରାଭୋ, ସିମରନ ହେଟମେର ଓ କେମୋ ପଲ। ତାଙ୍କ ସ୍ଥାନରେ ଅନ୍ୟ ଖେଳାଳିଙ୍କୁ ସାମିଲ କରାଯାଇଛି। ବର୍ତ୍ତମାନ ପରିସ୍ଥିତିରେ ଖେଳାଳିଙ୍କ ମନୋଭାବକୁ ପୂର୍ଣ୍ଣ ସମ୍ମାନ ଦିଆଯିବ ବୋଲି ସିଡବ୍ଲ୍ୟୁଆଇ ପକ୍ଷରୁ ପ୍ରକାଶ କରାଯାଇଛି। ଖେଳାଳିମାନେ କାହିଁକି ଯିବାକୁ ମନା କରୁଛନ୍ତି ତାହା ସ୍ପଷ୍ଟ କରାଯାଇନାହିଁ। ”୭ ସପ୍ତାହ ବିଶିଷ୍ଟ ଏହି ଗସ୍ତରେ ଓ୍ବେଷ୍ଟଇଣ୍ଡିଜ ଖେଳାଳିମାନେ ଜୈବ-ସୁରକ୍ଷିତ ପରିବେଶରେ ଟ୍ରେନିଂ ନେବେ ଏବଂ ଖେଳିବେ। ଏହି ସମୟରେ ଖେଳାଳି ଓ ସପୋର୍ଟ ଷ୍ଟାଫ୍‌ଙ୍କ ସ୍ବାସ୍ଥ୍ୟ ଓ ନିରାପତ୍ତାକୁ ଗୁରୁତ୍ୱ ଦିଆଯିବ। ଦଳର କୌଣସି ସଦସ୍ୟ ଯଦି ଆହତ ହୁଅନ୍ତି ତେବେ ସେମାନଙ୍କ ସ୍ଥାନ ଭରଣା କରିବା ପାଇଁ ଚୟନ କମିଟି କିଛି ରିଜର୍ଭ ଖେଳାଳିଙ୍କୁ ମଧ୍ୟ ମନୋନୟନ କରିଛି। ସେମାନେ ଟେଷ୍ଟ ଦଳକୁ ଟ୍ରେନିଂରେ ସାହାଯ୍ୟ କରିବେ“ ବୋଲି ସିଡବ୍ଲ୍ୟୁଆଇ ପକ୍ଷରୁ ପ୍ରକାଶ କରାଯାଇଛି। ଇଂଲଣ୍ଡ ଯିବାକୁଥିବା ଖେଳାଳିଙ୍କର ଚଳିତ ସପ୍ତାହରେ କୋଭିଡ-୧୯ ଟେଷ୍ଟ ହେବ। ଦଳ ଜୁନ ୮ରେ ଇଂଲଣ୍ଡ ଯାଇ ଜୁଲାଇ ୮ରୁ ଟେଷ୍ଟ ସିରିଜ ଖେଳିବ। ଓ୍ବେଷ୍ଟଇଣ୍ଡିଜ ଦଳରେ ୨ ଜଣ ନୂଆ ଖେଳାଳିଙ୍କୁ ସ୍ଥାନ ଦିଆଯାଇଛି। ସେମାନେ ହେଲେ ମିଡଲ ଅର୍ଡର ବ୍ୟାଟ୍ସମ୍ୟାନ ଏନକ୍ରୁମା ବର୍ନର ଏବଂ ଫାଷ୍ଟ ବୋଲର ଚେମର ହୋଲ୍ଡର।
ଓ୍ବେଷ୍ଟଇଣ୍ଡିଜ ଦଳ: ଜାସନ ହୋଲ୍ଡର, କ୍ରେଗ୍‌ ବ୍ରାଥଓ୍ବେଟ, ସାଇ ହୋପ୍‌, ଶେନ ଡୋରଓ୍ବିଚ୍‌, ରଷ୍ଟନ ଚେଜ୍‌, ଶେମରା ବ୍ରୁକ୍ସ, ରାକିମ କର୍ନଓ୍ବେଲ, ଏନକ୍ରୁମା ବର୍ନର, ଆଲଜାରି ଜୋସେଫ, ଚେମର ହୋଲ୍ଡର, ଜନ୍‌ କ୍ୟାମ୍ପବେଲ, ରେମନ ରେଇଫର, କେମର ରୋଚ୍‌, ଜର୍ମେନ ବ୍ଲାକ୍‌ଉଡ୍‌। ରିଜର୍ଭ ଖେଳାଳି: ସୁନୀଲ ଆମ୍ବ୍ରିସ, ଜୋଶୁଆ ଡା’ସିଲ୍‌ଭା, ଶାନନ ଗାବ୍ରିଏଲ, କେଅନ ହାର୍ଡିଂ, କାଏଲ ମେୟର୍ସ, ପ୍ରେଷ୍ଟନ ମ୍ୟାକସ୍ବିନ, ମର୍କ୍ୱିନୋ ମିଣ୍ଡଲେ, ଶେନ ସୋସେଲେ, ଆଣ୍ଡରସନ ଫିଲିପ୍‌, ଓଶାନେ ଥୋମାସ, ଜୋମେଲ ଓ୍ବାରିକାନ।


Enter your email to get our daily news in your inbox.

All Right Reserved By Dharitri.Com

୧୩ ହଜାର କୋଟିରୁ ଅଧିକ ପୁଞ୍ଜି ପ୍ରତ୍ୟାହାର କରିଛନ୍ତି ଏଫ୍‌ପିଆଇ

ମୁମ୍ବାଇ,୧୪ା୯: ଭୂ-ରାଜନୀତିକ କାରଣକୁ ନେଇ ବିଶ୍ୱସ୍ତରରେ ଅନିଶ୍ଚିତତା ବୃଦ୍ଧି ପାଇବା ଯୋଗ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ନିବେଶକମାନଙ୍କୁ ପ୍ରଭାବିତ କରିଛି। ଏହାବ୍ୟତୀତ ଆମେରିକାର ବଣ୍ଡ୍‌ ୟିଲ୍ଡ…

ଦାୟିତ୍ୱରୁ ଦୂରେଇ ଯାଉଛି ପୋଲିସର ମାନବାଧିକାର ସୁରକ୍ଷା ସେଲ୍‌

କଟକ ସଦର, ୧୪/୯ (ସୁଶାନ୍ତ କୁମାର ଜେନା): ବିଭିନ୍ନ ଫୌଜଦାରୀ ମାମଲାର ରାୟକୁ ସୁପ୍ରିମକୋର୍ଟ ଓ ହାଇକୋର୍ଟ ସମୟକୁ ସମୟ ସମୀକ୍ଷା କରି ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ…

ଆମେରିକାକୁ ପଛରେ ପକାଇ ଭାରତ ହେବ ୨ୟ ବୃହତ୍‌ ଅର୍ଥନୀତି

ନୂଆଦିଲ୍ଲୀ,୧୪ା୯: ଆସନ୍ତା ୨୫ ବର୍ଷ ମଧ୍ୟରେ ଆମେରିକାକୁ ପଛରେ ପକାଇ ଭାରତ ବିଶ୍ୱର ଦ୍ୱିତୀୟ ବୃହତ୍ତମ ଅର୍ଥବ୍ୟବସ୍ଥା ହେବା ପଥରେ ଅଗ୍ରସର ହେଉଛି। ପରବର୍ତ୍ତୀ ସମୟରେ ଏହା…

ଆସନ୍ତାକାଲି ନୂଆଖାଇ: ପୂଜା ପାଇଁ ଘର ଘର ବୁଲି ଚାଉଳ ସଂଗ୍ରହ

କେସିଙ୍ଗା, ୧୪।୯ (ତୁମେଶ୍ୱର ସାହୁ): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇକୁ ନେଇ ସବୁଠି ଉତ୍ସାହ ଓ ଆନନ୍ଦର ପରିବେଶ। ଆସନ୍ତାକାଲି ନୂଆଖାଇ ପାଳନ ହେବାକୁ ଥିବାବେଳେ ଗରିବଠାରୁ…

ମିଳିତ ଶସ୍ୟ ବଜାର ପ୍ରତିଷ୍ଠା ପାଇଁ ପୁଟିନ୍‌ଙ୍କ ଆହ୍ବାନ

ନୂଆଦିଲ୍ଲୀ,୧୪ା୯: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ବ୍ରିକ୍ସ ଦେଶଗୁଡ଼ିକ ମଧ୍ୟରେ ଏକ ନୂତନ ବୀମା ବ୍ୟବସ୍ଥା ପ୍ରଚଳନ କରିବା ସହିତ ମିଳିତ ଶସ୍ୟ ବଜାର ପ୍ରତିଷ୍ଠା ପାଇଁ…

‘ଢେମ୍‌ସା ନୃତ୍ୟ ଆନ୍ଧ୍ରପ୍ରଦେଶର’ ଗୁଗ୍‌ଲରେ ଉଲ୍ଲେଖ ନେଇ ବଢ଼ୁଛି ଅସନ୍ତୋଷ

ପଟ୍ଟାଙ୍ଗି,୧୪ା୯(ଶରତ କୁମାର ଧଳ):କୋରାପୁଟ କଫି ଏବେ ବ୍ରିକ୍ସ ସମ୍ମିଳନୀରେ ବିଶ୍ୱ ପ୍ରତିନିଧିମାନଙ୍କୁ ପରଷା ଯାଉଛି। କୋରାପୁଟ କଫିକୁ ବିଶ୍ୱ ଦରବାରରେ ପରିଚିତ କରାଇବା ପାଇଁ ଚେଷ୍ଟା ଜାରି…

ଧରାପଡ଼ିଲା ଓରାଙ୍ଗଉଟାନର ଚାଲାଣର ମାଷ୍ଟରମାଇଣ୍ଡ୍‌: ଏହି ୨ ଜଣ କରୁଥିଲେ…

ଭୁବନେଶ୍ୱର/ଭୋଗରାଇ,୧୪ା୯ (ତ୍ରିନାଥ ମହାନ୍ତି/ପ୍ରଦୀପ ଦାସ):ବାଲେଶ୍ୱର ବିଚିତ୍ରପୁର ଜଙ୍ଗଲରୁ ୫ ଓରାଙ୍ଗ୍‌ଉଟାନ ଶାବକ ଉଦ୍ଧାର ଘଟଣାରେ ଅନ୍ତର୍ଜାତୀୟ ଚୋରା ଚାଲାଣକାରୀଙ୍କ ଲିଙ୍କ୍‌ ରହିଛି। ପଶ୍ଚିବଙ୍ଗ ଦୀଘାସ୍ଥିତ ଗ୍ରାଣ୍ଡ୍‌ ହେରିଟେଜ୍‌…

ଏଇ ଭାରତରେ

ମଧ୍ୟପ୍ରଦେଶ ଷ୍ଟେଟ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସର ଆଇପିଏସ୍‌ ଅଧିକାରୀ ବୀରେନ୍ଦ୍ର ମିଶ୍ରା ବେଡ଼ିଆ ସମ୍ପ୍ରଦାୟର ପିଲାଙ୍କୁ କୁତ୍ସିତ ପ୍ରଥାରୁ ମୁକୁଳାଇ ସମାଜର ମୁଖ୍ୟ ଧାରାରେ ସାମିଲ କରୁଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?