୩୪୦ ଗଞ୍ଜେଇ ଗଛ ନଷ୍ଟ କରାଗଲା

ଅନୁଗୋଳ ଅଫିସ, ୨୩।୧୧ – ଅନୁଗୋଳ ଜିଲା ଜରପଡ଼ା ଥାନା କଞ୍ଜରା ଗ୍ରାମରେ ଶୁକ୍ରବାର ବିପୁଳ ପରିମାଣର ଗଞ୍ଜେଇ ଗଛ ନଷ୍ଟ କରାଯାଇଛି। ଅବକାରୀ ବିଭାଗ, ପୋଲିସ ଓ ବନ ବିଭାଗ ପକ୍ଷରୁ ଅତର୍କିତ ଚଢ଼ାଉ କରାଯାଇ ଜଙ୍ଗଲରେ ଚାଷ ହୋଇଥିବା ଗଞ୍ଜେଇ ଗଛ ନଷ୍ଟ କରାଯାଇଥିଲା। ଏକ ଜଙ୍ଗଲିଆ ଅଞ୍ଚଳରେ ପାଖାପାଖି ୩୪୦ଟି ଗଞ୍ଜେଇ ଗଛ ୨୦ ଡିସିମିଲ ଜାଗାରେ ଥିବା ନେଇ ଅବକାରୀ ବିଭାଗ ସୂଚନା ପାଇଥିଲା। ଅବକାରୀ ଏସ୍‌ପି ସୁରେଶ ଚନ୍ଦ୍ର ନାୟକଙ୍କ ନିର୍ଦ୍ଦେଶକ୍ରମେ ଅନୁଗୋଳ ଅବକାରୀ ଡିଏସ୍‌ପି କ୍ରିଷ୍ଣା ନାୟକ, ଅବକାରୀ ଇନ୍ସପେକ୍ଟର କରୁଣା ଶଙ୍କର ତିୱାରି, ଦିଲୀପ କୁମାର ବେହେରା, ଅରବିନ୍ଦ ରାଉତରାୟ ପ୍ରମୁଖଙ୍କ ସହ ଜରପଡ଼ା ଥାନା ଏସ୍‌ଆଇ ପ୍ରଶାନ୍ତ କୁମାର ପ୍ରଧାନ, ଜରପଡ଼ା ଫରେଷ୍ଟର ଗଗନ ବିହାରୀ ମହାପାତ୍ର ଓ ଅବକାରୀ ବିଭାଗର କର୍ମଚାରୀମାନେ ଚଢ଼ାଉ କରିଥିଲେ। ଗଛ ଗୁଡ଼ିକୁ କଟାଯିବା ପରେ ଜଙ୍ଗଲରେ ନିଅଁା ଲଗାଇ ପୋଡ଼ି ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସଂଖ୍ୟା ନୁହେଁ, ଶିକ୍ଷା ପରିସର ବଢ଼ାଅ

ଅନୁଗୋଳ ଅଫିସ, ୨୩।୧୧: ୨୦ରୁ କମ୍‌ ପିଲା ଥିବା ସ୍କୁଲକୁ ନିକଟସ୍ଥ ବିଦ୍ୟାଳୟରେ ମିଶ୍ରଣ ପାଇଁ ପୂର୍ବରୁ ନିଆଯାଇଥିବା ନିଷ୍ପତ୍ତିରେ ରବିବାର କିଛିଟା ପରିବର୍ତ୍ତନ କରାଯାଇଛି। ଶିକ୍ଷାର...

ଶୋଷଣ ନୁହେଁ ସେବାରେ ବିଶ୍ୱାସକରେ

ବଅଁରପାଳ,୧୬ା୭(ଡି.ଏନ.ଏ.) ଅନେକ ମେକାନିକ ଅଛନ୍ତି ଯେଉଁମାନେ ଗ୍ରାହକଙ୍କଠାରୁ ଅଧିକ ଅର୍ଥ ନେବାରେ ଆଗ୍ରହ ରଖନ୍ତି। ସେମାନେ ଦାବି କରିଥିବା ଅର୍ଥ ପରିଶ୍ରମର ଉଚିତ ମୂଲ୍ୟ କି ନୁହେଁ...

ବ୍ୟବଚ୍ଛେଦ ଗୃହରେ ପଶିଲା ଡେଲି ମାର୍କେଟ ପାଣି

ଅନୁଗୋଳ ଅଫିସ, ୨୨।୬ – ଗୁରୁବାର ରାତିରେ ବର୍ଷା ଯୋଗୁ ଅନୁଗୋଳ ଡେଲିମାର୍କେଟ ପରିସରରେ ପାଣି ଜମି ରହିଥିଲା। ଶୁକ୍ରବାର ଏହାକୁ ଜିଲା ମୁଖ୍ୟ ଚିକିତ୍ସାଳୟ...

ମୌସୁମୀ ପୂର୍ବରୁ ଜଳବନ୍ଦୀ

ଅନୁଗୋଳ ଅଫିସ,୫ା୬ – ମୌସୁମୀ ଆସିବା ପୂର୍ବରୁ ଅନୁଗୋଳ ପୌରପରିଷଦର ୯ନଂ. ଓ୍ବାର୍ଡ ବଣିଆବାହଳ ଅଞ୍ଚଳ ଜଳବନ୍ଦୀ ହୋଇପଡ଼ିଛି। ବୁଧବାର କାଳବୈଶାଖୀ ବର୍ଷା ପରେ ଏପରି...

କ୍ଷତିଗ୍ରସ୍ତ ଚାଷୀଙ୍କୁ ସହାୟତା ମିଳୁ

ଅନୁଗୋଳ ଅଫିସ, ୭।୫ – କରୋନା ଜନିତ କ୍ଷତିଗ୍ରସ୍ତ ଚାଷୀଙ୍କ ପାଇଁ ସରକାର ସହାୟତା ପ୍ରଦାନ କରିବାକୁ ଅଲ୍‌ଇଣ୍ଡିଆ କିଶାନ କ୍ଷେତମଜଦୁର ସଙ୍ଗଠନ (ଏଆଇକେକେଏମ୍‌ଏସ୍‌) ସର୍ବଭାରତୀୟ...

ଡାକ୍ତରଖାନା ପରିଦର୍ଶନ, ଉନ୍ନୟନ କାର୍ଯ୍ୟ ସମୀକ୍ଷା

ପାଲଲହଡା,୫।୨(ଡି.ଏନ.ଏ.)- ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ କମିଶନର ତଥା ସଚିବ ଭାସ୍କର ଜ୍ୟୋତି ଶର୍ମା ଦିନିକିଆ ପାଲଲହଡା ଗସ୍ତରେ ଆସି...

କୁଲାଡ଼ରେ ୩ ଶହ ବର୍ଷର ପରମ୍ପରା: ଗାଁର ମଙ୍ଗଳ ପାଇଁ ଜନ୍ମାଷ୍ଟମୀ

ବଅଁରପାଳ, ୨୩।୮ (ଡି.ଏନ୍‌.ଏ.)-ଅନୁଗୋଳ ଜିଲା ବଅଁରପାଳ ବ୍ଲକ କୁଲାଡ଼ ଗ୍ରାମରେ ଧୁମ୍‌ଧାମରେ ଜନ୍ମାଷ୍ଟମୀ ପାଳନ ପାଇଁ ଚାଲିଛି ଆୟୋଜନ। ୩ଶହ ବର୍ଷର ପରମ୍ପରା ଅନୁଯାୟୀ ଗ୍ରାମର...

ଥାନାରେ ହେଲା ସମାଧାନ: ସ୍ଥାନାନ୍ତର ହେବ ଶିଶୁମନ୍ଦିର

ବନ୍ତଳା,୧୧।୧(ଡି.ଏନ.ଏ.) – ବନ୍ତଳା ଥାନା ପୋକତୁଙ୍ଗା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଦେଖାଦେଇଥିବା ଅସନ୍ତୋଷର ସମାଧାନ ଶୁକ୍ରବାର ବନ୍ତଳା ଥାନାରେ ହୋଇଛି। ଆସନ୍ତା...

Play 250+ Trending Games
Archives

Model This Week

Why Dharitri