୩୨୭୬ ଅଙ୍ଗନଓ୍ବାଡି କର୍ମୀଙ୍କୁ ସାନିଟାଇଜ୍‌ କିଟ୍‌

ଅନୁଗୋଳ ଅଫିସ, ୧୭।୫- କରୋନା ବିରୋଧରେ ଲଢ଼େଇ କରୁଥିବା ପ୍ରତିଟି ଯୋଦ୍ଧାଙ୍କ ପାଇଁ ସହଯୋଗର ହାତ ବଢ଼ାଇଛି ଅନୁଗୋଳସ୍ଥିତ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ (ଜେଏସ୍‌ପିଏଲ୍‌)। କମ୍ପାନୀର ସାମାଜିକ ଦାୟିତ୍ୱବୋଧ ବିଭାଗ ଭାବେ କାର୍ଯ୍ୟ କରୁଥିବା ଜେଏସ୍‌ପିଏଲ୍‌ ଫାଉଣ୍ଡେଶନ ପକ୍ଷରୁ କୋଭିଡ-୧୯କୁ ପରାସ୍ତ କରିବା ପାଇଁ ଉଦ୍ଦ୍ୟମ ଆରମ୍ଭ କରାଯାଇଛି। ବିଶେଷକରି ଅନୁଗୋଳ ଜିଲାର ତୃଣମୂଳସ୍ତରରେ କାମ କରୁଥିବା ୧୬୫୪ଟି ଅଙ୍ଗନୱାଡି କେନ୍ଦ୍ରର ୩୨୭୬ କର୍ମଚାରୀଙ୍କ ପାଇଁ ମାସ୍କ ସହ ସାନିଟାଇଜ୍‌ କିଟ୍‌ ଅନୁଗୋଳ ଜିଲାପାଳ ମନୋଜ କୁମାର ମହାନ୍ତିଙ୍କୁ ପ୍ରଦାନ କରାଯାଇଛି। କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, ଜେଏସ୍‌ପିଏଲ୍‌ ଫାଉଣ୍ଡେଶନ ପକ୍ଷରୁ ଅନୁଗୋଳ, ବଡବିଲ ଓ ଭୁବନେଶ୍ୱରରେ ୧.୩ ଲକ୍ଷ ଲୋକଙ୍କୁ ମାସ୍କ ବଣ୍ଟନ କରାଯାଇଛି। ଶାଲୁ ଜିନ୍ଦଲଙ୍କ ନେତୃତ୍ୱରେ ଜେଏସ୍‌ପିଏଲ୍‌ ଫାଉଣ୍ଡେଶନ ଏହାର ମିଶନ ଜିରୋ ହଙ୍ଗର ଅଧୀନରେ ଏକ ଲକ୍ଷରୁ ଊର୍ଦ୍ଧ୍ୱ ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର ବ୍ୟକ୍ତିଙ୍କ ପାଇଁ ରନ୍ଧା, ଶୁଖିଲା ଖାଦ୍ୟ ଯୋଗାଇ ଦେଉଛି। କେବଳ ଅନୁଗୋଳ ଜିଲାରେ ୫୦ ହଜାର ଭୋଜନ ପ୍ରଦାନ କରାଯାଇଛି। ଜେଏସ୍‌ପିଏଲ୍‌ ଅଧ୍ୟକ୍ଷ ନବୀନ ଜିନ୍ଦଲଙ୍କ ପ୍ରେରଣାରେ ପ୍ଲାଣ୍ଟର ଆଖପାଖରେ ଯେପରି କେହି ଭୋକିଲା ନ ରୁହନ୍ତି ସେଥିପାଇଁ ଏହି ମିଶନ ଜିରୋ ହଙ୍ଗର କାର୍ଯ୍ୟକାରୀ କରାଯାଉଥିବା କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନାଲ୍‌କୋ ଶ୍ରମିକ କଂଗ୍ରେସ ୟୁନିୟନର ବିକ୍ଷୋଭ

ବଅଁରପାଳ,୧୫ା୧୦(ଡି.ଏନ୍‌.ଏ.): ନାଲ୍‌କୋ ଶ୍ରମିକ କଂଗ୍ରେସ ୟୁନିୟନ ୧୦ ଦଫା ଦାବି ନେଇ ନାଲକୋ ସିପିପିର ଗ୍ରୁପ୍‌ ଜେନେରାଲ ମ୍ୟାନେଜରଙ୍କ କାର୍ଯ୍ୟାଳୟରେ ଘେରାଉ କରାଯାଇଛି। ଉତ୍କଟ କୋଇଲା...

ଟ୍ରକ୍‌କୁ ପଛରୁ ପିଟିଲା ଆଉ ଏକ ଟ୍ରକ୍‌: ଚାଲିଗଲା ୨ ଜୀବନ

ଛେଣ୍ଡିପଦା,୨୫।୧୦(ସ୍ବ.ପ୍ର.): ଅନୁଗୋଳ ଜିଲା ଜରପଡା ଥାନା ଦେଇ ଯାଇଥିବା ୫୫ନଂ. ଜାତୀୟ ରାଜପଥର ଭାଗୀରଥିପୁର ନିକଟସ୍ଥ ଏକ ଢାବା ସମ୍ମୁଖରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି...

ସ୍ବତନ୍ତ୍ର ଡାକ ଲଫାପା ଉନ୍ମୋଚିତ

ଛେଣ୍ଡିପଦା,୨୪ା୧(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ବାଗଡିଆ ଉଚ୍ଚ ବିଦ୍ୟାଳୟର ପ୍ଲାଟିନମ ଜୁବିଲି ପାଳନ ହେଉଛି। ସୋମବାର ଦ୍ୱିତୀୟ ଦିବସରେ ଡାକ ଲଫାପା ଉନ୍ମୋଚିତ ହୋଇଛି।...

୫ ମିନିଟ୍‌ ବିଳମ୍ବରେ ପହଞ୍ଚିବାରୁ ପରୀକ୍ଷାକେନ୍ଦ୍ରକୁ ଯିବାକୁ ଛାତ୍ରଙ୍କୁ ଅନୁମତି ଦେଲେନାହିଁ କର୍ତ୍ତୃପକ୍ଷ

ଅନୁଗୋଳ ଅଫିସ,୨୦।୨: ଅନୁଗୋଳ କେନ୍ଦ୍ରୀୟ ବିଦ୍ୟାଳୟ ସମ୍ମୁଖରେ ଗୁରୁବାର ଅଭିଭାବକଙ୍କୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କୁ ପରୀକ୍ଷା ଦେବାକୁ ଆସିବାରେ...

ଗାଁକୁ ରାସ୍ତା ସଂଯୋଗ ଦାବି

ଅନୁଗୋଳ ଅଫିସ, ୨୮ା୨: ଅନୁଗୋଳ ଜିଲା ଦେଇ ଯାଉଥିବା ନଂ ୫୫ ନମ୍ବର ଜାତୀୟ ରାଜପଥର ସମ୍ପ୍ରସାରଣ ପରେ ଉଭୟ ପାର୍ଶ୍ୱରେ ଥିବା ଲୋକମାନେ ଅଡ଼ୁଆରେ...

ଠିକ୍‌ ଭାବେ ସଫେଇ ହେଉନି ସହର:ଲୋକଙ୍କୁ ଘାରିଲାଣି ଡେଙ୍ଗୁ ଭୟ

ଅନୁଗୋଳ ଅଫିସ, ୪।୧୨- ଅନୁଗୋଳ ଜିଲାରୁ କେତେଜଣ ଡେଙ୍ଗୁ ରୋଗୀ ବାହାରିଲେଣି। ସେମାନେ ବିଭିନ୍ନ ଘରୋଇ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଥିବା ସୂଚନା ମିଳିଥିଲେ ମଧ୍ୟ ପ୍ରଶାସନ...

କ୍ଷୟକ୍ଷତି ଘଟାଉଛନ୍ତି ୨୨ ହାତୀ

ଅନୁଗୋଳ ଅଫିସ,୭ା୧୦: ଅନୁଗୋଳ ବନଖଣ୍ଡ ବନ୍ତଳା ରେଞ୍ଜକୁ ପଶି ଆସିଥିବା ଛତିଶଗଡ଼ର ୨୨ ହାତୀ ୨ ଦିନ ହେବ ବ୍ୟାପକ କ୍ଷୟକ୍ଷତି ଘଟାଉଛନ୍ତି। ଏହି ପଲରେ...

ମେଶିନରେ କାମ, ଶ୍ରମିକ ହତାଶ

ବଇଣ୍ଡା, ୨୫।୧(ଡି.ଏନ୍‌.ଏ.): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆରଇଜିଏସ୍‌) ମାଧ୍ୟମରେ ଶ୍ରମିକଙ୍କୁ କାମ ଯୋଗାଇଦେବାର ସୁବିଧା କରିଛନ୍ତି କେନ୍ଦ୍ର ସରକାର। ହେଲେ...

Advertisement
Archives

Model This Week