୩୧ ବର୍ଷ ପରେ ଛୋଟପରଦାକୁ ଫେରୁଛନ୍ତି ବାଦ୍‌ଶାହା

ମୁମ୍ବାଇ: ବଲିଉଡ୍‌ ବାଦ୍‌ଶାହା ଶାହାରୁଖ୍‌ ଶେଷଥର ପାଇଁ ବଡ଼ପରଦାରେ ଫିଲ୍ମ ‘ଜିରୋ’ରେ ନଜର ଆସିଥିଲେ। ‘ଜିରୋ’ ପରଠାରୁ ତାଙ୍କୁ କୌଣସି ଫିଲ୍ମରେ ଆଉ ଦେଖିବାକୁ ମିଳିନାହିଁ କିମ୍ବା କୌଣସି ଫିଲ୍ମରେ ନଜର ଆସିବାର ଘୋଷଣା ମଧ୍ୟ ଏ ପର୍ଯ୍ୟନ୍ତ କରିନାହାନ୍ତି। କିନ୍ତୁ ଫ୍ୟାନ୍‌ମାନଙ୍କ ନିକଟକୁ ସେ ଖୁବ୍‌ଶୀଘ୍ର ସ୍କ୍ରିନ୍‌ରେ ଫେରିବେ। କାରଣ ଶାହାରୁଖ୍‌ ପୁଣି ଥରେ ଛୋଟପରଦାରେ ନଜର ଆସିବେ। ତାଙ୍କର ଏକ ଟେଲିଭିଜନ ଶୋ ‘ସର୍କସ’ରେ ସେ ଦର୍ଶକଙ୍କ ମନୋରଞ୍ଜନ କରିବେ।
କରୋନା ଭୂତାଣୁ ଯୋଗୁ ସମଗ୍ର ଦେଶକୁ ଲକ୍‌ଡାଉନ୍‌ କରିଦିଆଯାଇଛି। ଯେଉଁଥିପାଇଁ ସବୁ ଲୋକ ଘରେ ରହୁଛନ୍ତି। ହାତଗୋଡ଼ ବାନ୍ଧି ଲୋକେ ଖାଲିଟାରେ ଘରେ ବସି ବସି ବୋର୍‌ ହୋଇଗଲେଣି। ତେଣୁ ମନକୁ ଟିକେ ହାଲୁକା କରିବା ପାଇଁ ମନୋରଞ୍ଜନ ନିହାତି ଜରୁରୀ। ଶାହାରୁଖଙ୍କ ସିରିୟଲ ‘ସର୍କସ’ ଖୁବ୍‌ଶୀଘ୍ର ଡିଡି ନ୍ୟାଶନାଲରେ ପ୍ରସାରିତ ହେବ। ୧୯୮୯ରୁ ୧୯୯୦ ପର୍ଯ୍ୟନ୍ତ ଦୂରଦର୍ଶନରେ ଏହା ପ୍ରସାରିତ ହୋଇଥିଲା। ଆଜି ଅର୍ଥାତ୍‌ ଶନିବାର ଏହି ସିରିୟଲ ରାତି ୮ଟାରେ ପ୍ରସାରିତ ହେବ। ଦୂରଦର୍ଶନ ନ୍ୟାଶନାଲ ଟୁଇଟରରୁ ଏ ସମ୍ପର୍କରେ ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅର୍ଜୁନଙ୍କ ପରେ ଗାବ୍ରିଏଲା ଶେୟାର କଲେ ପୁଅର ଫଟୋ, ହେଉଛି ଭାଇରାଲ

ମୁମ୍ବାଇ: ନିକଟରେ ପିତା ହୋଇଛନ୍ତି ବଲିଉଡ୍‌ ଅଭିନେତା ଅର୍ଜୁନ ରାମପାଲ। ପ୍ରେମିକା ଗାବ୍ରିଏଲାଙ୍କଠାରୁ ତାଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ହୋଇଛି। ତେବେ ପୂର୍ବରୁ ଅର୍ଜୁନଙ୍କ...

ଆଲିଆଙ୍କୁ ସହି ପାରୁନାହାନ୍ତି କଙ୍ଗନାଙ୍କ ଭଉଣୀ

ଅଭିନେତ୍ରୀ କଙ୍ଗନା ଏବଂ ତାଙ୍କ ଭଉଣୀ ରଙ୍ଗୋଲୀ ଚନ୍ଦେଲ ଆଲିଆଙ୍କୁ ଜମା ସହିପାରୁନାହାନ୍ତି। କିଛିଦିନ ହେବ ପ୍ରତ୍ୟେକ କଥାରେ ଆଲିଆଙ୍କୁ ଟାର୍ଗେଟ୍‌ କରିବାରେ ଲାଗିଛନ୍ତି। ରଙ୍ଗୋଲୀ...

ସରୋଗେସି ରାସ୍ତା ଆପଣାଇଥିଲେ ଶିଳ୍ପା

ମୁମ୍ବାଇ: ଶିଳ୍ପା ସେଟ୍ଟୀ ଗତ ଫେବୃୟାରୀରେ ଏକ କନ୍ୟାସନ୍ତାନର ମା’ ହୋଇଛନ୍ତି। ତେବେ ସରୋଗେସି ରାସ୍ତା ଆପଣାଇବା ସମ୍ପର୍କରେ ସେ କହିଛନ୍ତି ଯେ, ମୁଁ ମୋ...

ଆସନ୍ତା ବର୍ଷ ବିବାହ କରିବେ ନେହା

ବମ୍ବେ: ଖୁବ୍‌ଶୀଘ୍ର ବିବାହ କରିବାକୁ ଯାଉଛନ୍ତି ଲୋକପ୍ରିୟ ଟେଲି ଅଭିନେତ୍ରୀ ତଥା ବିଗ୍‌ ବସ୍‌-୧୨ର ପ୍ରତିଯୋଗୀ ନେହା ପେଡନସେ। ପ୍ରେମିକ ଶାର୍ଦ୍ଦୁଳ ସିହଙ୍କୁ ସେ ବିବାହ...

ଅନୁଚ୍ଛେଦ ୩୭୦ ଯୋଗୁ ବିବାହ ପରେ ଏହି ଅଭିନେତ୍ରୀ ହରାଇଥିଲେ କଶ୍ମୀର

ଶ୍ରୀନଗର,୬।୮: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ହଟିବା ପରେ ସାରା ଦେଶରେ ମିଶ୍ରିତ ପ୍ରତିକ୍ରିୟା ମିଳିଛି। ଏନେଇ ବଲିଉଡ୍‌ରୁ ଆରମ୍ଭ କରି ଟେଲି କଳାକାରମାନେ ସରକାରଙ୍କ ଏହି...

ରଶ୍ମି ‘ନାଗିନ-୪’ର ଶୁଟିଂରେ ବ୍ୟସ୍ତ

ମୁମ୍ବାଇ: ଟେଲି ଜଗତରେ ରଶ୍ମି ଦେଶାଇ ଜଣେ ସଫଳ ଅଭିନେତ୍ରୀ। ତେବେ ରଶ୍ମୀଙ୍କ ଡ୍ୟାନ୍ସର ସମସ୍ତେ ଦିଓ୍ବାନା। ‘ନଚ୍‌ ବଲିୟେ’ ସୋ’ରେ ସେ ଜଣେ ଷ୍ଟ୍ରଙ୍ଗ୍‌...

ମନଛୁଆଁ ବାର୍ତ୍ତା ସହ ସାନ ଭଉଣୀଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ଜାହ୍ନବୀ

ମୁମ୍ବାଇ: ବଲିଉଡ୍‌ ନାୟିକା ଶ୍ରୀଦେବୀଙ୍କର ବି ଟାଉନରେ ରହିଛି ଏକ ଭିନ୍ନ ପରିଚୟ। ଆଜିବି ଦର୍ଶକେ ତାଙ୍କୁ ଭୁଲି ପାରି ନାହାଁନ୍ତି। ଏବେ ତାଙ୍କ ଝିଅ...

କାର୍ତ୍ତିକଙ୍କ ସହିତ ଭାଲେଣ୍ଟାଇନ୍‌ ଡେ ପାଳିବେ ସାରା ଅଲ୍ଲୀ ଖାଁ !

ମୁମ୍ବାଇ: ସମ୍ପ୍ରତି ଇମ୍‌ତିଆଜ୍‌ ଅଲ୍ଲୀଙ୍କ ଫିଲ୍ମ ‘ଲଭ୍‌ ଆଜ୍‌କଲ୍‌’କୁ ନେଇ ବଲିଉଡ୍‌ରେ ଚର୍ଚ୍ଚା ଜୋର୍‌ ଧରିଛି। ଇତିମଧ୍ୟରେ ଫିଲ୍ମର ଟ୍ରେଲର ରିଲିଜ୍‌ ହୋଇ ସାରିଛି। ଟ୍ରେଲର...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *