ରାଜନଗର, ୭।୧ (ଡି.ଏନ୍.ଏ.): ଚଳିତବର୍ଷଠାରୁ ଆରମ୍ଭ ହେଉଛି ଭିତରକନିକା ମହୋତ୍ସବ। ରାଜ୍ୟ ସରକାରଙ୍କ ଉଦ୍ୟମ କ୍ରମେ କେନ୍ଦ୍ରାପଡ଼ା ଜିଲା ରାଜନଗର-ଭିତରକନିକା ମୁଖ୍ୟରାସ୍ତାର ନଳିତାପାଟିଆଠାରେ ଏହି ମହୋତ୍ସବ ଅନୁଷ୍ଠିତ ହେବ। ଆସନ୍ତା ୩୧ ତାରିଖରୁ ମହୋତ୍ସବ ଆରମ୍ଭ ହେବାକୁ ଥିବା ବେଳେ ଉଦ୍ଘାଟନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ୩ ଦିନ ଧରି ହେବାକୁ ଥିବା ମହୋତ୍ସବ ଲାଗି ଜିଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଅରମ୍ଭ ହୋଇଛି। ମହୋତ୍ସବ ପାଇଁ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ୧୦ ଲକ୍ଷ ଏବଂ ରାଜ୍ୟ ଖଣି ନିଗମ ପକ୍ଷରୁ ୨୦ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ମହୋତ୍ସବକୁ ଅଧିକ ଲୋକାଭିମୁଖୀ କରିବା ପାଇଁ କେନ୍ଦ୍ରାପଡା ଜିଲାପାଳ ସମର୍ଥ ବର୍ମା, ରାଜନଗର ବିଧାୟକ ଧ୍ରୁବ ସାହୁ ଏବଂ ରାଜନଗର ବନଖଣ୍ଡ ଅଧିକାରୀ ବିକାଶ ରଞ୍ଜନ ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଖସଡା ପ୍ରସ୍ତୁତ କରାଯାଉଛି।
Posted inଆମ ଜିଲା ଖବର, କେନ୍ଦ୍ରାପଡ଼ା View All

ଗଡ଼ିବନି ବ୍ରହ୍ମ ତାଳଧ୍ୱଜ ରଥ
କେନ୍ଦ୍ରାପଡ଼ା,୨୩।୬: ତୁଳସୀ କ୍ଷେତ୍ରାଧିପତି ଶ୍ରୀ ବଳଦେବଜୀଉଙ୍କ ବ୍ରହ୍ମ ତାଳଧ୍ୱଜ ରଥ ଇଚ୍ଛାପୁର ରଥଦାଣ୍ଡରେ ଗଡିବନି । ରଥଯାତ୍ରା ପାଇଁ ରଥ ନିର୍ମାଣ ସରିଥିଲେ ମଧ୍ୟ କପଡା...

ଦୁଃଖ ଆଣିଛି ଦୁଇ କି.ମି. ରାସ୍ତା
ଭୁବନ, ୩୦।୭(ଡି.ଏନ.ଏ.): ଗାଁର ଛାତିଚିରି ଆଗକୁ ମାଡ଼ିଯାଇଛି ଜାତୀୟ ରାଜପଥ ୫୩। ଦୁଇଭାଗ ହୋଇଯାଇଛି ଗ୍ରାମ। ଉଭୟ ପଟରେ ଗଢ଼ିଉଠିଛି ଜନବସତି। ରହିଛି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାଳୟ।...

ଭତାର ଲାଗି ବାରଦୁଆର ଲୋକନାଥ
ଝାରସୁଗୁଡା, ୫।୩ (ଡି.ଏନ୍.ଏ.)- କେନ୍ଦ୍ର ଆର ରାଏଜ୍ ଉଭଏ ସରକାର ଗରିବ ଦୁଖି, ବୁଢ଼ାବୁଢ଼ୀ, ଭିନ୍ନକ୍ଷମ, ବିଧବା ମହିଲାମାନର ଲାଗି ଅନେକ ଯୋଜନା କାଯ୍କାରୀ କରୁଛନ୍।...

ଖବରକାଗଜ ବିତରକଙ୍କ ପୁଅ ମାଟ୍ରିକ ପରୀକ୍ଷାରେ ରଖିଛନ୍ତି ୫୫୭ ମାର୍କ
ଛତ୍ରପୁର,୩୧।୭(ଡି.ଏନ୍.ଏ.): ଗଞ୍ଜାମ ଜିଲା ଛତ୍ରପୁରର ଜଣେ ଖବରକାଗଜ ବିତରକ ସୂର୍ଯ୍ୟ ନାରାୟଣ ଶତପଥୀଙ୍କ ପୁଅ ଶୁଭ୍ରାଂଶୁ ଚଳିତ ମାଟ୍ରିକ ପରୀକ୍ଷାରେ ସଫଳତା ହାସଲ କରିଛନ୍ତି। ସେ...

ବିଚାରାଧୀନ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ
ସୋନପୁର,୧୯।୫(ନି.ପ୍ର.):ସୁବର୍ଣ୍ଣପୁର ଜିଲା ସୋନପୁର ଉପକାରାଗାରର ଜଣେ ବିଚାରାଧୀନ କଏଦୀଙ୍କର ରବିବାର ସନ୍ଦେହଜନକ ମୃତ୍ୟୁ ହୋଇଛି। ମୃତ କଏଦୀଙ୍କ ନାମ ଟିକୁ ଅଜଗର(୨୬)। ତାଙ୍କ ଘର ବିନିକା...

ସୁନାମାଳି ଗୁନ୍ଥିବା ଆଳରେ ଠକେଇ : ୪ ମହିଳା ଗିରଫ
ହିଞ୍ଜିଳିକାଟୁ,୧୯।୧୦(ଡି.ଏନ୍.ଏ.) : ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଅଞ୍ଚଳରେ ମାଳି ଗୁନ୍ଥିବା ଆଳରେ ଠକେଇ ହୋଇଛି। ସୁନାମାଳି ବଦଳରେ ନକଲି ମାଳି ଦେଇଥିବା ଅଭିଯୋଗରେ ଶୁକ୍ରବାର...

କରୋନାରେ ଚାଲିଗଲା ପୋଲିସ ଇନ୍ସପେକ୍ଟରଙ୍କ ଜୀବନ
ବଲାଙ୍ଗୀର ଅଫିସ୍,୧୬ା୯-ବଲାଙ୍ଗୀର ଜିଲା ପୋଲିସ ବିଭାଗ କୋଭିଡ୍ ସେଲ୍ର ଇନ୍ସପେକ୍ଟର ଭାବେ କାର୍ଯ୍ୟରତ ବିଜୟାନନ୍ଦ କରକରାଙ୍କ ବୁଧବାର ବିଶାଖାପାଟଣାର ଏକ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ...

ମିଳିଲାନି ଆମ୍ବୁଲାନ୍ସ, ଚାଲିଗଲା ନାବାଳିକାଙ୍କ ଜୀବନ
ଘସିପୁରା, ୧୮।୧୨ (ଡି.ଏନ.ଏ.)-ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାରେ ଆମ୍ବୁଲାନ୍ସ ନ ଆସିବାରୁ ମଙ୍ଗଳବାର ଜଣେ ଗରିବ ଆଦିବାସୀ ନାବାଳିକାଙ୍କ ମୃତ୍ୟୁ ହୋଇଛି। ମୃତ ନାବାଳିକା ଜଣକ ହେଲେ...