Advertisement

୩୦ ହଜାର କରୋନା ସଂକ୍ରମିତଙ୍କ ଚିକିତ୍ସା ଲାଗି ପ୍ରସ୍ତୁତ ଦିଲ୍ଲୀ: କେଜରିଓ୍ବାଲ

ନୂଆଦିଲ୍ଲୀ,୭।୪: କରୋନା ସଂକ୍ରମଣ ଦିନକୁ ଦିନ ବ୍ୟାପିବାରେ ଲାଗିଥିବା ବେଳେ ଏବେ ଦିଲ୍ଲୀରେ ୩୦ ହଜାର କରୋନା ସଂକ୍ରମିତଙ୍କ ଚିକିତ୍ସା କରାଯାଇ ପାରିବ ବୋଲି ମଙ୍ଗଳବାର କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ। ଏଥିମଧ୍ୟରୁ ୮ ହଜାରଙ୍କ ପାଇଁ ହସ୍ପିଟାଲ ବେଡ୍‌, ୧୨ ହଜାରଙ୍କ ପାଇଁ ହୋଟେଲ ରୁମ ୧୦ ହଜାର ରୋଗୀଙ୍କ ପାଇଁ ଧର୍ମଶାଳାରେ ସୁବିଧା କରାଯାଇଛି ବୋଲି ସେ କହିଛନ୍ତି। ତେବେ ୫୦ ବର୍ଷରୁ ଊର୍ଦ୍ଧ୍ୱ ଓ ହାର୍ଟ, ଲିଭର, କ୍ୟାନସର, ଡାଇବେଟିସରେ ପୀଡ଼ିତ ଥିବା ବ୍ୟକ୍ତି କରୋନାରେ ସଂକ୍ରମିତ ହେଲେ ସେମାନଙ୍କୁ ହସ୍ପିଟାଲରେ ଚିକିତ୍ସା ଯୋଗାଇ ଦିଆଯିବ। ସେହିପରି ୫୦ ବର୍ଷ ବୟସରୁ କମ୍‌ ବୟସର ବ୍ୟକ୍ତି କରୋନାରେ ପୀଡିତ ହେଲେ ସେମାନଙ୍କୁ ହୋଟେଲ ଓ ଧର୍ମଶାଳାରେ ଚିକିତ୍ସା କରାଯିବ ବୋଲି କେଜରିଓ୍ବାଲ କହିଛନ୍ତି। ସୂଚନାଯୋଗ୍ୟ, ଏବେ ଦିଲ୍ଲୀରେ ପ୍ରାୟ ୫୨୫ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆଦିଲ୍ଲୀ,୨୮ା୪: ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧରେ ବିଛା ମନ୍ତବ୍ୟ ଦେଇ କଂଗ୍ରେସ ସାଂସଦ ଶଶୀ ଥରୁର୍‌ ଫସିଯାଇଛନ୍ତି। ଏହି ମନ୍ତବ୍ୟ ଧାର୍ମିକ ଭାବନାକୁ ଆଘାତ ଦେଇଛି ବୋଲି...

ସାବରମତୀରେ ଗାନ୍ଧୀଙ୍କ ଚରଖା ଦେଖିଲେ ଟ୍ରମ୍ପ୍‌-ମେଲାନିଆ

ଅହମଦାବାଦ୍‌,୨୪।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ୍‌ ଟ୍ରମ୍ପ୍‌ ଅହମଦାବାଦ୍‌ ବିମାନ ବନ୍ଦରରୁ ସିଧା ସଳଖ ପ୍ରାୟ ୭ କିମି ଦୂରରେ ଥିବା ସାବରମତୀ ଆଶ୍ରମରେ ପହଞ୍ଚିଛନ୍ତି। ସେଠାରେ...

ମନ୍ଦିରର ଦାନ ଅର୍ଥରେ ସରକାରୀ ହସ୍ପିଟାଲର ରୋଗୀଙ୍କୁ ଦିଆଯାଏ ୨ ବେଳା ଖାଦ୍ୟ

ମନ୍ଦିର କହିଲେ ବୁଝାଏ ଦାନ ଦକ୍ଷିଣା, ପୂଜାପାଠ ଆଦିକୁ। ହେଲେ ମହାରାଷ୍ଟ୍ର ପୁଣେର ଦଗଡୁ ସେଠ ହଲଓ୍ବାଇ ଗଣେଶ ମନ୍ଦିର ସବୁଠାରୁ ନିଆରା। କାରଣ ଭକ୍ତଙ୍କ...

୪୦୦ କୋଠରୀ ବିଶିଷ୍ଟ ଭବ୍ୟ ମହଲରେ ରହୁଛନ୍ତି ଜ୍ୟୋତିରାଦିତ୍ୟ ସିନ୍ଧିଆ…

ଗ୍ବାଲିୟର,୨୧।୧୧ : ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଜଣେ ଭଲ ନେତା ଭାବେ ଗଣାଯାଏ। ସେ ଗ୍ବାଲିୟରର ରାଜକୀୟ ପରିବାରର ବଂଶଧର ଭାବରେ ମଧ୍ୟ ଜଣାଶୁଣା। ରୟାଲ ପରିବାରରୁ...

ମୁଖ୍ୟମନ୍ତ୍ରୀଙ୍କ ହାତରେ ରାଖୀ ବାନ୍ଧିଲେ ରାଜ୍ୟପାଳ

ଲକ୍ଷ୍ନୌ,୧୫।୮: ରାଖୀ ପୁର୍ଣ୍ଣିମା ସାରା ଦେଶରେ ଖୁବ୍‌ ଧୁମ୍‌ଧାମ୍‌ରେ ପାଳନ କରାଯାଉଥିବା ବେଳେ ଛୋଟଠାରୁ ବୟସ୍କ ସମସ୍ତେ ଏହି ପର୍ବସହ ଭାରତର ୭୩ ତମ ସ୍ବାଧୀନତା...

ଓ୍ବାଘା ବର୍ଡରରେ ସାଧାରଣତନ୍ତ୍ର ଦିବସରେ ହେବନି କୌଣସି ସମାରୋହ

ନୂଆଦିଲ୍ଲୀ,୧୮।୧: କୋଭିଡ୍‌-୧୯ ମହାମାରୀ ଯୋଗୁ ଚଳିତବର୍ଷ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ଭାରତ-ପାକ୍‌ ଓ୍ବାଘା ଅଟ୍ଟାରୀ ସୀମାରେ କୌଣସି ମିଳିତ ପରେଡ(ବିଟିଂ ରିଟ୍ରିଟ) ସମାରୋହର ଆୟୋଜନ...

ଜୟଶଙ୍କର-ୟାଙ୍ଗ ଆଲୋଚନା

ମସ୍କୋ, ୧୦।୯: ରୁଷିୟା ରାଜଧାନୀ ମସ୍କୋଠାରେ ସାଙ୍ଘାଇ ସହଯୋଗ ସଙ୍ଗଠନ( ଏସସିଓ) ବୈଦେଶିକ ମନ୍ତ୍ରୀଙ୍କ ବୈଠକ ପୁଷ୍ଠଭୂମିରେ ଭାରତର ବର୍ହିବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କର ଓ...

କୋଭିଡ-୧୯ ପାଇଁ କଳାକାରଙ୍କୁ ମିଳିବ ୪ ମାସର ଆଗୁଆ ଭତ୍ତା

ଭୁବନେଶ୍ୱର,୮।୪(ବ୍ୟୁରୋ): କଳାକାରଙ୍କୁ ମିଳିବ ଆଗୁଆ ୪ ମାସର ଭତ୍ତା। ଚଳିତ ମାସ ୧୫ ତାରିଖ ମଧ୍ୟରେ ୩୪୬୫୩ ଜଣ କଳାକାରଙ୍କୁ ମିଳିବ ଏହା ପ୍ରଦାନ କରାଯିବ।...

Advertisement
Archives

Model This Week