୩୦୦ ଶ୍ରମିକଙ୍କୁ ବେଆଇନ ଛଟେଇ ଅଭିଯୋଗ: ଲେବର କଣ୍ଟ୍ରାକ୍ଟରଙ୍କ ବିରୋଧରେ ବିକ୍ଷୋଭ

ଢେଙ୍କାନାଳ ଅଫିସ, ୮।୧- ଢେଙ୍କାନାଳ ଜିଲା ଟାଟା ଷ୍ଟିଲ ବିଏସ୍‌ଏଲ୍‌ରେ ଲେବର କଣ୍ଟ୍ରାକ୍ଟରଙ୍କ ମନମୁଖି କାର୍ଯ୍ୟରେ ଅସନ୍ତୋଷ ପ୍ରକାଶ କରିଛି ଟାଟା ବିଏସ୍‌ଏଲ୍‌ ଇଣ୍ଡଷ୍ଟ୍ରିଜ୍‌ ଶ୍ରମିକ ୟୁନିୟନ। ଏହାର ପ୍ରତିବାଦରେ ମଙ୍ଗଳବାର ମଧ୍ୟାହ୍ନରେ ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଶ୍ରମିକମାନେ ଶୋଭାଯାତ୍ରାରେ ଦକ୍ଷିଣକାଳୀ ରୋଡ୍‌ସ୍ଥିତ ସଂଘ କାର୍ଯ୍ୟାଳୟରୁ ବାହାରି ଜିଲା କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚତ୍ ବିକ୍ଷୋଭ କରିଥିଲେ।
ଅଭିଯୋଗ ଅନୁଯାୟୀ, ଟାଟା ଷ୍ଟିଲ ବିଏସ୍‌ଏଲ୍‌ରେ କାର୍ଯ୍ୟରତ ଠିକାଦାର ସଂସ୍ଥା ବର୍ଷା ଇଣ୍ଟରପ୍ରାଇଜର୍ସ ବିନା ନୋଟିସରେ ଗତ ବର୍ଷ ଜୁଲାଇରେ ୩୦୦ ଶ୍ରମିକଙ୍କୁ ଛଟେଇ କରିଛି। ଆଇନ ଅନୁଯାୟୀ ରିଟ୍ରେଞ୍ଜମେଣ୍ଟ କ୍ଷତିପୂରଣ ଦେବାକୁ ସେମାନେ କମ୍ପାନୀ କର୍ତ୍ତୃପକ୍ଷଙ୍କ ନିକଟରେ ଦାବି କରିଥିଲେ। ଏହାସତ୍ତ୍ୱେ କୌଣସି ପଦକ୍ଷେପ ନିଆଗଲାନାହିଁ। ଏ ନେଇ ଶ୍ରମିକମାନେ ସେମାନଙ୍କ ଉପଦେଷ୍ଟା ଇଂ. ଦେବାଶିଷ ହୋତାଙ୍କ ସହ ଜିଲା ଶ୍ରମ ଅଧିକାରୀଙ୍କୁ ଭେଟି ୬୩ ଲକ୍ଷ ୬୨ ହଜାର ୭୫୦ ଟଙ୍କାର କ୍ଷତିପୂରଣ ଦାବି କରିଥିଲେ। ହେଲେ ଜିଲା ଶ୍ରମ ଅଧିକାରୀ ମାମଲାକୁ ବନ୍ଦ କରି ଭୁବନେଶ୍ୱର ଇଷ୍ଟ୍ରଷ୍ଟିଆଲ୍‌ ଟ୍ରିବ୍ୟୁନାଲକୁ ପଠାଇଦେବାକୁ କହିଥିଲେ। ଜିଲା ଶ୍ରମ କାର୍ଯ୍ୟାଳୟରୁ ନିରାଶ ହେବା ପରେ ଶ୍ରମିକମାନେ ମଙ୍ଗଳବାର ବିକ୍ଷୋଭ କରି ହକ୍‌ଦାବି କରିଛନ୍ତି। ଲେବର କଣ୍ଟ୍ରାକ୍ଟର, ଦାୟିତ୍ୱରେ ଅବହେଳା କରିଥିବା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଛଟେଇ ଶ୍ରମିକଙ୍କୁ ତୁରନ୍ତ କ୍ଷତିପୂରଣ ଦେବାକୁ ସେମାନେ ଲିଖିତ ଭାବେ ଦାବି କରିଛନ୍ତି। ଜିଲାପାଳ ଭୂମେଶ ଚନ୍ଦ୍ର ବେହେରା ଧାରଣାସ୍ଥଳକୁ ଆସି ଶ୍ରମିକଙ୍କ ଦାବିପତ୍ର ଗ୍ରହଣ କରିଥିଲେ। ଏ ଦିଗରେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀଙ୍କୁ ହାଣି ହତ୍ୟା, ସ୍ବାମୀ ଫେରାର

ପାରଳାଖେମୁଣ୍ଡି,୨୩ା୧୦(ଡି.ଏନ୍‌.ଏ.): ଗଜପତି ଜିଲା ଗୁମ୍ମା ବ୍ଲକ ସେରଙ୍ଗ ଥାନା ଅଧୀନ ବାଇଝଲ ନିକଟ କୁଣ୍ଡିଡା ଗ୍ରାମରେ ରବିବାର ପାରିବାରିକ କଳହରୁ ଏକ ହତ୍ୟାକାଣ୍ଡ ଘଟିଛି। ସ୍ବାମୀ...

ସ୍କୁଲ ବାରଣ୍ଡାରେ ଅସହାୟ ପରିବାର

ସିମୁଳିଆ, ୧୩।୩(ଡି.ଏନ.ଏ.) – ଘରଦ୍ୱାର ନାହିଁ। ସ୍କୁଲ ବାରଣ୍ଡାରେ ଆଶ୍ରୟ ନେଇଛନ୍ତି ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ କହ୍ନେଇବିନ୍ଧା ପଞ୍ଚାୟତ କୁଟାରୀ ଅଞ୍ଚଳର ଏକ ପରିବାର।...

ଖଡ଼ିଆଳରେ ସ୍ଥାୟୀ ବସ୍‌ଷ୍ଟାଣ୍ଡ ନିର୍ମାଣ ବିଳମ୍ବିତ

ଖଡ଼ିଆଳ,୨୮।୧୧(ଡି.ଏନ୍‌.ଏ.): ନୂଆପଡ଼ା ଜିଲା ଖଡ଼ିଆଳ ସହର ହେଉଛି ଜିଲାର ଗୁରୁତ୍ୱପୂର୍ଣ୍ଣ ସ୍ଥାନ ତଥା ବ୍ୟବସାୟର ପେଣ୍ଠସ୍ଥଳ। ମାତ୍ର ଏଠାରେ ସ୍ଥାୟୀ ବସଷ୍ଟାଣ୍ଡ ନିର୍ମାଣ ବିଳମ୍ବିତ ହେଉଛି।...

ଘର ଭାଙ୍ଗିଲେ, ୧୦ ଏକର ଫସଲ ନଷ୍ଟ କଲେ

ଲାଞ୍ଜିଗଡ଼,୨୦ା୮(ଡି.ଏନ.ଏ.): ଜଙ୍ଗଲୀ ହାତୀପଲ ଆସି କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ବିଶ୍ୱନାଥପୁର ବନାଞ୍ଚଳ ଅଧୀନ କୁଟିଙ୍ଗପଦର ଗାଁରେ ହାତୀ ଉପଦ୍ରବ ଦେଖାଦେଇଛି। ଏଠାରେ ୩ ଜଣଙ୍କ...

ନବମୀରେ ମା’ ଦୁର୍ଗାଙ୍କ ପୂଜାର୍ଚ୍ଚନା

ବୈଶିଙ୍ଗା, ୭।୧୦(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅଧୀନ ୧୭ ପଞ୍ଚାୟତରେ ଚଳିତବର୍ଷ ୧୮ଟି ମଣ୍ଡପରେ ମା’ ଦୁର୍ଗା ପୂଜା ପାଉଛନ୍ତି। ସୋମବାର ନବମୀ ଅବସରରେ...

ଦାରିଙ୍ଗବାଡ଼ିରେ ଶୀତ, ସର୍ବନିମ୍ନ ତାପମାତ୍ରା ୧୦ଡିଗ୍ରୀ

ଦାରିଙ୍ଗବାଡ଼ି,୧୪।୧୧(ଡି.ଏନ୍‌.ଏ.) -ଦାରିଙ୍ଗବାଡ଼ିରେ ଶୀତ ଅନୁଭୂତ ହୋଇଛି। ଚଳିତ ବର୍ଷ ବିଳମ୍ବରେ ଶୀତ ହୋଇଥିବାରୁ ପାଣିପାଗରେ ଅନିୟମିତତା ଯୋଗୁ ଏପରି ହୋଇଥିବା କୁହାଯାଉଛି। ବାରମ୍ବାର ଲଘୁଚାପ ସହ...

କାଠ ଗଣ୍ଡିକୁ ନେଇ ମାରପିଟ୍‌:୨ ଆହତ, ୩ କୋର୍ଟ ଚାଲାଣ

କୋରେଇ,୨୬ା୫(ସ୍ବ.ପ୍ର.)- କାଠ ଗଣ୍ଡିକୁ ନେଇ ମାରପିଟ୍‌ ମାମଲାରେ ପାଣିକୋଇଲି ପୋଲିସ ରବିବାର ୩ ଜଣଙ୍କୁ କୋର୍ଟ ଚାଲାଣ କରିଛି। ଏହି ଥାନା ଅନ୍ତର୍ଗତ ବଡବିରୁହଁା ପଞ୍ଚାୟତ...

ଯୋଗାଣ ଅନୁନିରୀକ୍ଷିକାଙ୍କ ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନ ଯାଞ୍ଚ

କଣ୍ଟାପଡା,୨୫। ୩ (ଡି.ଏନ.ଏ): କରୋନା ଭାଇରସ ଭୂତାଣୁ ପାଇଁ ସାରା ଭାରତ ୨୧ଦିନିଆ ଲକଡାଉନ ପରିସ୍ଥିତିର ସମ୍ମୁଖୀନ ହୋଇଛି। ଏହାସହ କେତେକ ଜରୁରୀ ଆବଶ୍ୟକ ସାମଗ୍ରୀ...

Advertisement
Archives

Model This Week