୩ଦିନରେ ପ୍ରାୟ ୪୦୦କି.ମି.ରୁ ଊର୍ଦ୍ଧ୍ୱ ସାଇକେଲ୍‌ ଚଳାଇ ଗାଁକୁ ପହଞ୍ଚିଲେ ଯୁବକ

ପାଟନା,୩।୪: କରୋନା ଭାଇରସ୍‌କୁ ବ୍ୟାପିବାରୁ ରୋକିବା ପାଇଁ ସାରା ଦେଶରେ ଲକ୍‌ଡାଉନ୍‌ ଜାରି କରାଯାଇଛି। ଏହି ସମୟରେ ସମସ୍ତ ରାଜ୍ୟରେ କାମଧନ୍ଦା ବନ୍ଦ ହୋଇଯିବାରୁ ଶ୍ରମିକ ଓ ଦିନ ମଜୁରିଆଙ୍କ ପାଇଁ ଏକପ୍ରକାର ସମସ୍ୟା ସୃଷ୍ଟି ହୋଇଛି। ଲୋକଙ୍କ ପାଖରେ ପଇସା ନ ଥିବାରୁ ସେମାନେ ନିଜ ଗାଁକୁ ଫେରିଯିବାକୁ ବାଧ୍ୟ ହେଉଛନ୍ତି। ଏଥିପାଇଁ ଲୋକମାନେ ସାଇକେଲ୍‌, ରିକ୍ସା କିମ୍ବା ଚାଲି ଚାଲି ନିଜ ଘରକୁ ଯାଉଥିବାର ଦୃଶ୍ୟ ନଜର ଆସିଛି। ଇତିମଧ୍ୟରେ ଜଣେ ଯୁବକ ୩ ଦିନରେ ପ୍ରାୟ ୪୦୦କିଲୋମିଟରରୁ ଊର୍ଦ୍ଧ୍ୱ ସାଇକଲେ ଚଳାଇ ଘରକୁ ପହଞ୍ଚିଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ବିହାରର ଗୋପାଳଗଞ୍ଜରେ ରହୁଥିବା ରାଜକୁମାର ନାମକ ଜଣ ଯୁବକ ରାଞ୍ଚିରେ ଡ୍ରାଇଭର ଭାବେ କାର୍ଯ୍ୟ କରନ୍ତି। ଲକ୍‌ଡାଉନ୍‌ ଯୋଗୁ ତାଙ୍କ କାର୍ଯ୍ୟ ବନ୍ଦ ହୋଇଯାଇଥିଲା। ପାଖରେ ପଇସା ନ ଥିବାରୁ ଏହି ଘଡିସନ୍ଧି ମୁହୂର୍ତ୍ତରେ ନିଜ ଗାଁକୁ ଫେରିଯିବେ ବୋଲି ରାଜକୁମାର ଚିନ୍ତା କରିଥିଲେ। ଏହାପରେ ସେ ସାଇକେଲ୍‌ରେ ଗୋପାଳକୁଞ୍ଜ ଅଭିମୂଖେ ବାହାରି ଯାଇଥିଲେ। ରାସ୍ତାରେ ତାଙ୍କୁ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥିଲା। କିନ୍ତୁ ସେ ହାର ମାନି ନ ଥିଲେ। ଶେଷରେ ସବୁ ବାଧାବିଘ୍ନକୁ ପଛରେ ପକାଇ ପ୍ରାୟ ୪୦୦କିଲୋମିଟରରୁ ଊର୍ଦ୍ଧ୍ୱ ରାସ୍ତାକୁ ୩ ଦିନରେ ସେ ପୁରା କରିଥିଲେ ଏବଂ ସୁରକ୍ଷିତ ଭାବେ ଘରକୁ ପହଞ୍ଚିଥିଲେ। ତେବେ ବିଭିନ୍ନ ସ୍ଥାନରେ ପୋଲିସ ତାଙ୍କୁ ସହାୟତା କରିଥିଲା। ଖାଦ୍ୟପେୟ ଯୋଗାଇଦେବା ସହ ଗାଁକୁ ପହଞ୍ଚିବା ପାଇଁ ପୋଲିସ ତାଙ୍କୁ ଯଥାସମ୍ଭବ ସାହାଯ୍ୟ କରିଥିଲା ବୋଲି ରାଜକୁମାର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସରକାର ନୁହେଁ, ଅଦାଲତ ଭରସା

ନୂଆଦିଲ୍ଲୀ,୧ା୫: ନୋଭେଲ କରୋନା ଭାଇରସ୍‌ର ଦ୍ୱିତୀୟ ଲହର ଭାରତକୁ ଆଣିଛି ମହାବିପତ୍ତି। ୧୦ରୁ ଊର୍ଦ୍ଧ୍ୱ ରାଜ୍ୟରେ ଅଣାୟତ୍ତ ସ୍ଥିତି। ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ। ହସ୍ପିଟାଲରେ ଶଯ୍ୟାଠୁ ନେଇ...

ଆଜି ପଞ୍ଜାବର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଭଗଓ୍ବନ୍ତ

ଚଣ୍ଡିଗଡ, ୧୬।୩: ପଞ୍ଜାବରେ ଆମ ଆଦମୀ ପାର୍ଟି(ଏଏପି)ର ବିପୁଳ ପରିମାଣରେ ବିଜୟ ପରେ ଆଜି ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ଭଗଓ୍ବନ୍ତ ମାନ। ସ୍ବାଧୀନତା...

ସୁନାର ମୋମୋ, ଦାମ୍‌ ରହିଛି…

ସୁନାର ବିରିଆନୀ, ସୁନାର ବଡ଼ା ପାଓ, ସୁନାର ପିଜା ପରେ ଏବେ ସୁନାର ମୋମୋ ଚର୍ଚ୍ଚାକୁ ଆସିଛି। ଭାରତରେ ଷ୍ଟ୍ରିଟ୍‌ ଫୁଡ୍‌ ଭାବେ ମୋମୋର ବେଶ୍‌...

ବୁଦ୍ଧି ଶିଖିଲେ ଓଲି: ଅପଲୋଡ୍‌ କଲେ ନେପାଳର ପୁରୁଣା ମାନଚିତ୍ର

ନୂଆଦିଲ୍ଲୀ, ୨୪।୧୦: ନେପାଳର ପ୍ରଧାନମନ୍ତ୍ରୀ କେ.ପି. ଶର୍ମା ଓଲି ବୁଦ୍ଧି ଶିଖିଛନ୍ତି। ଚାଇନା ସହିତ ବନ୍ଧୁତା କରିବା ତାଙ୍କୁ ମହଙ୍ଗା ପଡ଼ିଛି। ଭାରତୀୟ ର’ ମୁଖ୍ୟ...

ଉପରମୁହାଁ ହେଉଛି କରୋନା,ଚିହ୍ନଟ ହେଲେ ୪୫ ପଜିଟିଭ୍‌

ଭୁବନେଶ୍ୱର,୨୨।୬(ବ୍ୟୁରୋ): ରାଜ୍ୟରେ ଧୀରେ ଧୀରେ ଉପରମୁହାଁ ହେଉଛି କରୋନା ସଂକ୍ରମଣ। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪୫ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି।...

କଂଗ୍ରେସକୁ ଝଟ୍‌କା: ମଣିପୁରର ପୂର୍ବତନ ପ୍ରଦେଶ ଅଧ୍ୟକ୍ଷ ଭାଜପାରେ ସାମିଲ

ନୂଆଦିଲ୍ଲୀ,୧ ।୮: ମଣିପୁର ପ୍ରଦେଶ କଂଗ୍ରେସ କମିଟି(ଏମ୍‌ପିସିସି)ର ପୂର୍ବତନ ଅଧ୍ୟକ୍ଷ ଗୋବିନ୍ଦଦାସ କନ୍ଥଉଜମ ରବିବାର ଭାରତୀୟ ଜନତା ପାର୍ଟି(ଭାଜପା)ରେ ସାମିଲ ହୋଇଛନ୍ତି । ସେ ମଣିପୁର...

କରୋନା ସମୟରେ ୪୬ ପ୍ରତିଶତ ଭାରତୀୟ ପରିବାର ଉଧାର ନେଇ ଚଳୁଛନ୍ତି!

ନୂଆଦିଲ୍ଲୀ,୩ ।୧୧: କରୋନା ଭାଇରସ ସଂକ୍ରମଣ କାରଣରୁ ବିଶ୍ୱ ଏକ ପ୍ରକାର ସଂଘର୍ଷ କରି ଚାଲିଛି । ଅନେକ ଲୋକ ଏକ ପ୍ରକାର ଏହି ସମୟରେ...

ଜନ୍ମଦିନ ଶୁଭେଚ୍ଛା ପାଇଁ ମୋଦିଙ୍କୁ ଧନ୍ୟବାଦ ଦେଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୧୬।୮: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ୫୧ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ତାଙ୍କ ନିକଟକୁ ଅନେକ ଶୁଭେଚ୍ଛା ବାର୍ତ୍ତା ଆସି ପହଞ୍ଚୁଛି। ତେବେ...

Advertisement
Archives

Model This Week