୨ ସେବା ସମବାୟ ସମିତିରେ ଖୋଲିଲା ଧାନମଣ୍ଡି: ଚାଷୀଙ୍କୁ ହଇରାଣ ନ କରିବାକୁ ନିର୍ଦ୍ଦେଶ

ବଡମ୍ବା,୧୯।୧୨(ଡି.ଏନ୍‌.ଏ): ବଡମ୍ବା ବ୍ଲକ୍‌ ଅନ୍ତର୍ଗତ ଗୋପପୁର ଓ ବଡମ୍ବା ସେବା ସମବାୟ ସମିତି ଆନୁକୂଲ୍ୟରେ ବୁଧବାର ଧାନମଣ୍ଡି ଉଦ୍‌ଘାଟିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ବଡମ୍ବା ଓ ଗୋପପୁରରେ ଆୟୋଜିତ ଉତ୍ସବରେ ମୁଖ୍ୟଅତିଥିଭାବେ ବଡମ୍ବା ବିଧାୟକ ଦେବୀପ୍ରସାଦ ମିଶ୍ର ଯୋଗଦେଇଥିଲେ । ଚାଷୀଙ୍କୁ ନିୟୋଜିତ ମିଲର ଯେପରି ହଇରାଣ ନ କରିବ ସେଥିପ୍ରତି ଧ୍ୟାନ ଦେବାକୁ ମିଶ୍ର ବିଭାଗୀୟ ଅଧିକାରୀ ଓ କର୍ମକର୍ତ୍ତାଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବଡମ୍ବାରେ ଅନୁଷ୍ଠିତ ଉଦ୍‌ଘାଟନୀ ଉତ୍ସବରେ ବଡମ୍ବା ସେବା ସମବାୟ ସମିତି ସଭାପତି ମୁରଲୀଧର ମହାପାତ୍ର ପୌରୋହିତ୍ୟ କରିଥିଲେ । ସମ୍ମାନିତ ଅତିଥିଭାବେ ବ୍ଲକ୍‌ ଉପାଧ୍ୟକ୍ଷ ସଦାନନ୍ଦ ସ୍ବାଇଁ, ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କ ନିର୍ଦ୍ଦେଶକ ରଘୁପତି ମହାନ୍ତି, ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କ ବଡମ୍ବା ଶାଖା ପରିଚାଳକ ବ୍ରଜବିହାରୀ ସାହୁ ଓ ସାମାଜିକ କର୍ମୀ ପ୍ରଦୀପ କୁମାର ସ୍ବାଇଁ ପ୍ରମୁଖ ଯୋଗଦେଇଥିଲେ। ବଡମ୍ବା ସେବା ସମବାୟ ସମିତି ସମ୍ପାଦକ କେଶବ ଚନ୍ଦ୍ର ତରାସିଆ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ସମିତି ପୂର୍ବତନ ସଭାପତି ରବୀନ୍ଦ୍ର କିଶୋର ରଣା ଧନ୍ୟବାଦ ଅର୍ପଣ କରିଥିଲେ । ସେହିପରି ଗୋପପୁରରେ ଅନୁଷ୍ଠିତ ଧାନମଣ୍ଡି ଉତ୍ସବରେ ଗୋପପୁର ସେବା ସମବାୟ ସମିତି ସଭାପତି ନରସିଂହ ସାହୁ ପୌରୋହିତ୍ୟ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆତ୍ମା ସଭାପତି ସର୍ବେଶ୍ୱର ସ୍ବାଇଁ, ସାମାଜିକ କର୍ମୀ ସନ୍ତୋଷ କୁମାର ପଣ୍ଡା ଓ ପ୍ୟାରୀ ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ। ଗୋପପୁର ସେବା ସମବାୟ ସମ୍ପାଦକ ସୂର୍ଯ୍ୟମଣି ସାମନ୍ତରାୟଙ୍କ ସମେତ ଅନ୍ୟାନ୍ୟ କର୍ମକର୍ତ୍ତା ଏହାକୁ ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଳିରେ ବେଆଇନ ମଦ କାରବାର:ଆନ୍ଦୋଳନ ଚେତାବନୀ ଦେଲେ ପୂର୍ବତନ ବିଧାୟକ

କେନ୍ଦ୍ରାପଡ଼ା ଅଫିସ,୧୭।୪: କେନ୍ଦ୍ରାପଡ଼ା ଜିଲା ଆଳି ଓ ରାଜକନିକା ବ୍ଲକ ଅଞ୍ଚଳରେ ବେଆଇନ ମଦ କାରବାର ବୃଦ୍ଧି ପାଇଛି। ଏହି ବିକ୍ରିକୁ ବନ୍ଦ ଦାବି କରି...

ଜରୁରିକାଳୀନ ସେବାରେ ଲାଗିବେ ଶିକ୍ଷକ

ଜୟପୁର,୧୬ା୪(ଡି.ଏନ୍‌.ଏ.): କୋରାପୁଟ ଜିଲାରେ ଲକ୍‌ ଡାଉନ ବେଳେ ହିତାଧିକାରୀଙ୍କୁ ଭତ୍ତା ଓ ଚାଉଳ ବଣ୍ଟନ କାମରେ ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକଙ୍କୁ ନିୟୋଜିତ...

ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ମୁଖ୍ୟଯନ୍ତ୍ରୀ ଗିରଫ

ଭୁବନେଶ୍ୱର,୫ା୨(ବ୍ୟୁରୋ): ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଏସ୍‌ପିସିବି)ର ମୁଖ୍ୟଯନ୍ତ୍ରୀ ରବି ନାରାୟଣ ପୃଷ୍ଟିଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ପରେ ତାଙ୍କ ନିକଟରୁ ବିପୁଳ ପରିମାଣର ଆୟ...

୩ ଘଣ୍ଟା ପରେ ମୋବାଇଲ ଟାଓ୍ବାରରୁ ଉଦ୍ଧାର ହେଲେ ଯୁବକ

ଜୁନାଗଡ,୯।୧୨(ଡି.ଏନ.ଏ.): କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ବଣିଜରା ପଞ୍ଚାୟତ ପୁରୁଣାସର ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପାରିବାରିକ ସମସ୍ୟାକୁ ନେଇ ଗ୍ରାମର...

‘ଇଂଲିଶ୍‌ ପଛରେ ଗୋଡ଼ାଇବା ମାନସିକତା ବଦଳୁ’

ବ୍ରହ୍ମପୁର ଅଫିସ୍‌,୪ା୧୧-ଅନେକ ବର୍ଷ ପର୍ଯ୍ୟନ୍ତ ଆମକୁ ଶାସନ କରିବା ପରେ ଇଂରେଜମାନେ ନିଜ ଦେଶକୁ ଫେରିଗଲେ । କିନ୍ତୁ ତାଙ୍କ ଭାଷାର ଗଭୀର ଛାପ ଆମ...

ଭାଙ୍ଗିଲା ଆଉଟର ସ୍ପ୍ରିଙ୍ଗ୍‌: ଦିବ୍ରୁଗଡ଼ ଏକ୍ସପ୍ରେସରେ ବଦଳିଲା କୋଚ୍‌

ଭୁବନେଶ୍ୱର, ୨୮ା୧୨(ବ୍ୟୁରୋ): ଶୁକ୍ରବାର ଦିବ୍ରୁଗଡ଼ ଏକ୍ସପ୍ରେସ (୧୫୯୨୯) ରେ ଏକ କୋଚ୍‌ର ଆଉଟର ସ୍ପ୍ରିଙ୍ଗ ଭାଙ୍ଗିଯିବାରୁ ଭୁବନେଶ୍ୱର ଷ୍ଟେଶନରେ କୋଚ୍‌ ବଦଳାଯାଇଛି। ତାମ୍ବରମରୁ ଦିବ୍ରୁଗଡ଼ ଯାଉଥିବା...

ବ୍ରହ୍ମପୁର ରେଳଷ୍ଟେଶନରେ ଓହ୍ଲାଇଲେ ୩୬ ଯାତ୍ରୀ

ବ୍ରହ୍ମପୁର ଅଫିସ,୩ା୬-ପ୍ରଥମକରି ଯାତ୍ରୀଙ୍କୁ ନେଇ ସିକନ୍ଦରାବାଦରୁ ହାଓଡ଼ା ଅଭିମୁଖେ ବାହାରିଥିବା ଫଲକନାମା ଏକ୍ସପ୍ରେସ୍‌ ମଙ୍ଗଳବାର ବ୍ରହ୍ମପୁର ଷ୍ଟେଶନରେ ପହଞ୍ଚିଥିଲା। ସେଥିରୁ ୩୬ ଜଣ ଯାତ୍ରୀ ବ୍ରହ୍ମପୁର...

ପାର୍ବଣ ପୂର୍ବରୁ ପେଟ ଚିନ୍ତା

କାମାକ୍ଷାନଗର, ୩୧।୭(ଡି.ଏନ.ଏ.) – ଦିନ କେଇଟା ପରେ ପାଦ ଥାପିବ ପାର୍ବଣ। ମାଟିରେ ମାଟି ହୋଇ ମାଟିକୁ ଜୀବନ୍ତ ରୂପ ଦେଉଥିବା କାରିଗରଙ୍କୁ ଏତେବେଳକୁ ମିଳନ୍ତାନି...

Advertisement
Archives

Model This Week