୨ ଶିକ୍ଷକଙ୍କ ସମେତ ୫ ଗିରଫ: ୨୨ ହଜାର ଟଙ୍କା, ରବରଷ୍ଟାମ୍ପ, କମ୍ପ୍ୟୁଟର, ଜାଲ୍‌ ସାର୍ଟିଫିକେଟ ଜବତ

ଆସିକା, ୧ା୩ (ଡି.ଏନ୍‌.ଏ) – ଜାଲ୍‌ ସାର୍ଟିଫିକେଟ ଦେଇ ବିଭିନ୍ନ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକଙ୍କୁ ଧରପଗଡ ଲାଗି ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଥିଲା। ଆସିକା ଥାନା ଇଲାକାରେ ଏହି ଶିକ୍ଷକଙ୍କ ତଲାସିବେଳେ ଗୋଟିଏ ଜାଲ୍‌ ସାର୍ଟିଫିକେଟ ଯୋଗାଣକାରୀ ର଼୍ୟାକେଟର ପର୍ଦ୍ଦାଫାଶ୍‌ ହୋଇଛି। ଏହି ମାମଲାରେ ପୋଲିସ ୨ ଜଣ ଜାଲ ସାର୍ଟିଫିକେଟଧାରୀ ଶିକ୍ଷକଙ୍କ ସହିତ ଅନ୍ୟ ୩ଜଣଙ୍କୁ ଶନିବାର କୋର୍ଟଚାଲାଣ କରିଛି। ଗିରଫମାନେ ହେଲେ ଆସିକା ଥାନା ହୁମୁକି ଗ୍ରାମର ଶିକ୍ଷକ ଗୌରୀ ଶଙ୍କର ଜେନା, ପ୍ରକାଶ ଚନ୍ଦ୍ର ପୋଲାଇ ଏବଂ କୋଦଳା ପଣ୍ଡା ସାହିର ରଞ୍ଜିତ କୁମାର ପାଲଟା, କୋଦଳା ପରିବା ମାର୍କେଟର କେ. ଧୀରେନ କୁମାର ଦୋରା ଓ ପୋଲସରା କଲେଜ ଛକର ଦୁର୍ଗାପ୍ରସାଦ ମିଶ୍ର। ସେମାନଙ୍କ ନିକଟରୁ ପୋଲିସ ୨୨ ହଜାର ଟଙ୍କା, କମ୍ପ୍ୟୁଟର ଓ ହାର୍ଡଡିସ୍କ, ୫ ଶହରୁ ଊର୍ଦ୍ଧ୍ୱ ରବର ଷ୍ଟାମ୍ପ, ୫୦ରୁ ଊର୍ଦ୍ଧ୍ୱ ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ବିଶ୍ୱବିଦ୍ୟାଳୟର ଜାଲ୍‌ ସାର୍ଟିଫିକେଟ ଜବତ କରିଛି ।
ଅଭିଯୁକ୍ତମାନେ ଏହି ଜାଲ୍‌ ସାର୍ଟିଫିକେଟ କାରବାର ଗଞ୍ଜାମ, ନୟାଗଡ଼, ରାୟଗଡ଼ା ଜିଲା ସାଙ୍ଗକୁ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲାରେ ମଧ୍ୟ ଚଳାଇଥିବା ପୋଲିସ ତଦନ୍ତରୁ ଜଣାପଡିଛି। ଅଭିଯୁକ୍ତମାନେ ଗୋଟିଏ ସାର୍ଟିଫିକେଟ ଲାଗି ୧୦ ହଜାରରୁ ୫୦ ହଜାର ଟଙ୍କା ଲେଖାଏ ଆଦାୟ କରୁଥିବା ଆସିକା ଥାନାରେ ଶନିବାର ଅପରାହ୍ନରେ ଅନୁଷ୍ଠିତ ଏକ ଖବରଦାତା ସମ୍ମିଳନୀରେ ଅବସ୍ଥାପିତ ଟ୍ରେନିଂ ଆଇପିଏସ୍‌ ଅଧିକାରୀ ଅଭିଳାଷ ଜି ଓ ଥାନାଧିକାରୀ ପ୍ରଶାନ୍ତ କୁମାର ସାହୁ ସୂଚନା ଦେଇଛନ୍ତି।
ପ୍ରକାଶ ଯେ, ଅଭିଯୁକ୍ତ ଶିକ୍ଷକ ଦୁଇଜଣ ୨୦୦୬ରୁ ଏହି ସାର୍ଟିଫିକେଟ ହାସଲ କରି ଚାକିରି କରୁଥିବା ବେଳେ କୋଦଳାଠାରେ ଏକ କମ୍ପ୍ୟୁଟର କେନ୍ଦ୍ରର ମାଲିକ ଧୀରେନ ଏହି ଜାଲ୍‌ ସାର୍ଟିଫିକେଟ ପ୍ରସ୍ତୁତ କରୁଥିଲେ। ସେହିଭଳି କୋଦଳାର ରଞ୍ଜିତ ନିଜ ପାଖରେ ବିଭିନ୍ନ ଅଧିକାରୀଙ୍କ ରବର ଷ୍ଟାମ୍ପ ରଖି ଏହାକୁ ସାର୍ଟିଫିକେଟରେ ଲଗାଉଥିବା ଜଣାପଡିଥିଲା। ଦୁର୍ଗାପ୍ରସାଦ ଜିଲା ତଥା ଜିଲା ବାହାରେ ଏହି ସାର୍ଟିଫିକେଟ କାରବାର ଚଳାଇ ଆସୁଥିଲେ ବୋଲି ପୋଲିସ ତଦନ୍ତରୁ ଜଣାପଡିଛି। ଜବତ ହାର୍ଡଡିସ୍କକୁ ପରୀକ୍ଷା ଲାଗି ଫୋରେନ୍‌ସିକ୍‌ ଲାବୋରେଟୋରିକୁ ପଠାଯାଇଥିବା ଥାନାଧିକାରୀ କହିଛନ୍ତି। ସୂଚନା ଯୋଗ୍ୟ, ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କୃତିବାସ ବାରିକଙ୍କ ପକ୍ଷରୁ ଜାଲ୍‌ ସାର୍ଟିଫିକେଟଧାରୀ ଶିକ୍ଷକଙ୍କ ବିରୋଧରେ ଗତ ଜାନୁୟାରୀ ୧୪ ତାରିଖରେ ଥାନାରେ ଏତଲା ଦିଆଯାଇଥିଲା। ଏ ନେଇ ନଂ. ୨୧/୨୦ରେ ଏକ ମାମଲା ରୁଜୁ କରି ପୋଲିସ ତଦନ୍ତ ଚାଳାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବଢ଼ିଲା ଶ୍ରମିକଙ୍କ ଭତ୍ତା: ଏଣିକି ଦିନକୁ ମିଳିବ…

ଭୁବନେଶ୍ୱର,୯ା୧୦(ରବିନାରାୟଣ ଜେନା):ରାଜ୍ୟର ବିଭିନ୍ନ ସଂଗଠିତ ଓ ଅଣସଂଗଠିତ କ୍ଷେତ୍ରରେ ନିୟୋଜିତ କର୍ମଜୀବୀଙ୍କ ହିତକୁ ଦୃଷ୍ଟିରେ ରଖି ସରକାର ଗୁରୁବାର ମହଙ୍ଗାଭତ୍ତା ବୃଦ୍ଧି କରିଛନ୍ତି। ଶ୍ରମ ଓ କର୍ମଚାରୀ…

ଜିନ୍‌ ଥେରାପି କ୍ଷେତ୍ରରେ ବିଜ୍ଞାନୀଙ୍କ ବଡ଼ ସଫଳତା, ଦୃଷ୍ଟିହୀନଙ୍କୁ ମିଳିବ ଆଂଶିକ ଦୃଷ୍ଟିଶକ୍ତି

ଲଣ୍ଡନ/ୱାଶିଂଟନ,୯।୧୦: ଆଲୋକ ବ୍ୟବହାର କରି ସ୍ନାୟୁ କୋଷ (ନର୍ଭ ସେଲ୍‌) ଗୁଡ଼ିକୁ ସକ୍ରିୟ ଓ ନିଷ୍କ୍ରିୟ କରିବା ପ୍ରକ୍ରିୟା ଉପରେ ଆଧାରିତ ‘ଓପ୍ଟୋଜେନେଟିକ୍‌ ଥେରାପି’ ଦୃଷ୍ଟିହୀନ ଲୋକଙ୍କୁ…

ଆମେରିକାରେ ଭାରତୀୟ IT କର୍ମଚାରୀଙ୍କୁ ବଡ଼ ଝଟ୍‌କା! ଏହି କମ୍ପାନୀର ଗ୍ରୀନ୍ କାର୍ଡ…..

ୱାଶିଂଟନ୍‌,୯।୧୦: ଆମେରିକାରେ କାମ କରୁଥିବା ଭାରତୀୟ IT କର୍ମଚାରୀଙ୍କ ପାଇଁ ଚିନ୍ତା ବଢ଼ିଛି । ଆମେରିକା ସରକାର ଇନ୍‌ଫୋସିସ୍‌, ଟାଟା କନ୍‌ସଲ୍‌ଟାନ୍ସି ସର୍ଭିସେସ୍‌ (TCS), ୱିପ୍ରୋ, HCLTech,…

ଏଲ୍‌-ନିନୋ ପ୍ରଭାବ, ଅକ୍ଟୋବରରୁ ଡିସେମ୍ବର ଯାଏ ବଢ଼ିବ ତାପମାତ୍ରା

ନୂଆଦିଲ୍ଲୀ,୯।୧୦: ବିଶ୍ୱବ୍ୟାପୀ ପାଣିପାଗ ବିଶେଷଜ୍ଞମାନେ ଏଲ୍‌ ନିନୋର ପ୍ରଭାବ ବୃଦ୍ଧିକୁ ନେଇ ଚେତାବନୀ ଦେଇଛନ୍ତି । ଅକ୍ଟୋବରରୁ ଡିସେମ୍ବର ଯାଏଁ ଏଲ୍‌-ନିନୋ କାରଣରୁ ତାପମାତ୍ରା ପ୍ରାୟ ୩.୭…

ଆମେରିକୀୟଙ୍କ ଚାକିରି ଛଡ଼ାଇ H-1B ଭିସାଧାରୀଙ୍କୁ ନିଯୁକ୍ତି ଅଭିଯୋଗ, ଆକ୍ସନ୍‌ ମୋଡ୍‌ରେ ହ୍ୱାଇଟ୍ ହାଉସ୍‌

ଓ୍ବାଶିଂଟନ,୯।୧୦: ଆମେରିକାରେ H-1B ଭିସାକୁ ନେଇ ପୁଣି ଥରେ ବିବାଦ ଦେଖାଦେଇଛି । କେତେକ କମ୍ପାନୀ ଆମେରିକୀୟ କର୍ମଚାରୀଙ୍କୁ ଚାକିରିରୁ ଛଟେଇ କରି ସେମାନଙ୍କ ସ୍ଥାନରେ କମ୍…

ଚମକିଲେ ବସ୍‌ ଡ୍ରାଇଭରଙ୍କ ପୁଅ, ସଞ୍ଚୁ-ବୈଭବଙ୍କୁ ଦେଲେ ଚକ୍‌ମା: ମିଳିଲା ବଡ଼ ଅଫର୍‌

ରାଞ୍ଚି,୯।୧୦: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଦ୍ୱିତୀୟ ଟି-୨୦ ମ୍ୟାଚକୁ ନେଇ ରାଞ୍ଚିର JSCA ଇଣ୍ଟରନ୍ୟାଶନାଲ ଷ୍ଟାଡିୟମ୍‌ରେ ଉତ୍ସାହ ଦେଖିବାକୁ ମିଳୁଛି। ମ୍ୟାଚ ପୂର୍ବରୁ ଭାରତୀୟ ଦଳର…

ବସୁଧା ଯୋଜନା ଠପ୍: ୧୦ ଦିନ ହେଲା ପାଣି ଟୋପାଏ ପାଇଁ ଲୋକେ ଡକଳବିକଳ

ଥୁଆମୂଳ ରାମପୁର,୯।୧୦(ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମାରେ ପାନୀୟ ଜଳ ସମସ୍ୟା ଗମ୍ଭୀର ରୂପ ନେଇଛି। ଗତ ୧୦ ଦିନ ଧରି ବସୁଧା…

ମାତ୍ର ୨୭ ବର୍ଷରେ କ୍ରିକେଟ୍‌ କ୍ୟାରିୟର ଶେଷ! କୋହଲିଙ୍କ ସହ ଝଗଡା କରି ଚର୍ଚ୍ଚାରେ ଥିବା କ୍ରିକେଟ୍‌ର ଧରିଲେ ମାଇକ

ନୂଆଦିଲ୍ଲୀ,୯।୧୦: ଆଇପିଏଲ୍‌ରେ ବିରାଟ କୋହଲିଙ୍କ ସହ ପଡ଼ିଆରେ ଝଗଡାକୁ ନେଇ ଚର୍ଚ୍ଚାକୁ ଆସିଥିବା ଆଫଗାନିସ୍ତାନର ଦ୍ରୁତ ବୋଲର୍‌ ନବୀନ-ଉଲ-ହକ ଏବେ ଏକ ନୂଆ ଭୂମିକାରେ ଦେଖାଦେବେ। ବଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?