ବ୍ରହ୍ମପୁର ଅଫିସ,୧୭ା୧- ସରକାରୀ ରେଳବାଇ ପୋଲିସ (ଜିଆରପି)ଟ୍ରେନ ଯାତ୍ରୀଙ୍କ ବ୍ୟାଗ ଲୁଟ ଘଟଣାରେ ୨ ଲୁଟେରାଙ୍କୁ ଗିରଫ କରିଛି। ସେମାନେ ହେଲେ ସଦର ଥାନା ଅନ୍ତର୍ଗତ ଲୋଚାପଡାର ଶଙ୍କର ପାତ୍ର (୨୩) ଓ ଶେରଗଡ ଥାନା ଅନ୍ତର୍ଗତ ପନ୍ନାଡ଼ ଗ୍ରାମର ବବ୍ରୁବାହନ ବେହେରା (୩୨) ବୋଲି ଜିଆରପି ଥାନାଧିକାରୀ ସୁକାନ୍ତ ଭୋଇ ସୂଚନା ଦେଇଛନ୍ତି। ସେମାନଙ୍କ ନିକଟରୁ ଲୁଟ୍ ବ୍ୟାଗ ପୋଲିସ ଜବତ କରିଛି। ବ୍ୟାଗ ଭିତରେ ଗୋଟିଏ ମୋବାଇଲ ଫୋନ ୫୬୪୧ ଟଙ୍କା ଓ କେତେକ ଡ୍ରେସ୍ ରହିଥିଲା। ଜବତ ବ୍ୟାଗ ଯାତ୍ରୀଙ୍କୁ ଜିମା ଦେଇଥିବା ପୋଲିସ କହିଛି। ମାମଲା ନମ୍ବର ୮/୨୦ରେ ଅଭିଯୁକ୍ତଙ୍କୁ ଗୁରୁବାର କୋର୍ଟ ଚାଲାଣ କରାଯାଇଛି। ଘଟଣାରୁ ପ୍ରକାଶ, କେ.ନୂଆଗଁା ଥାନା ଅନ୍ତର୍ଗତ ଦେଖାଳି ଗ୍ରାମର ସୀମାଞ୍ଚଳ ପାଇକ ବାଙ୍ଗାଲୋରର ଏକ ଘରୋଇ କମ୍ପାନୀରେ କାମ କରନ୍ତି। ସେ ଘରକୁ ଆସିଥିବା ବେଳେ ବାଙ୍ଗାଲୋର ଯିବା ପାଇଁ ବୁଧବାର ବ୍ରହ୍ମପୁର ରେଳଷ୍ଟେଶନ ଆସିଥିଲେ। ଗୁରୁବାର ସକାଳେ ପ୍ରଶାନ୍ତି ଏକ୍ସପ୍ରେସରେ ଯିବା ପାଇଁ ସ୍ଥିର କରିଥିଲେ। ରାତିରେ ରେଳଷ୍ଟେଶନର ଯାତ୍ରୀ ବିଶ୍ରାମାଗାରରେ ଶୋଇଥିବା ବେଳେ ତାଙ୍କ ବ୍ୟାଗଟିକୁ ୨ ଜଣ ଯୁବକ ଲୁଟି ନେଇଯାଇଥିଲେ। ସୀମାଞ୍ଚଳ ପାଟି କରିଥିବା ବେଳେ ରେଳଷ୍ଟେଶନରେ ପାଟ୍ରୋଲିଂ କରୁଥିବା ଜିଆରପି ଓ ରେଳ ସୁରକ୍ଷା ବଳ ପୋଲିସ ଉଭୟ ଲୁଟେରାଙ୍କୁ କାବୁ କରି ଜିଆରପି ଥାନାରେ ରଖି ଜେରା କରିଥିଲା।
Posted inଆମ ଜିଲା ଖବର, ଗଞ୍ଜାମ View All

ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଦାବି ନେଇ ପଦଯାତ୍ରା:ବୁଲିଲେଣି ୫୦୦୦ରୁ ଊର୍ଦ୍ଧ୍ୱ କି.ମି.
ବ୍ରହ୍ମପୁର ଅଫିସ,୨୬।୪-ଡିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଦାବି ସହ ଲୋକଙ୍କୁ ସଚେତନ ନେଇ ଜଗତସିଂହପୁର ଜିଲା ବାଲିକୁଦା ବ୍ଲକ ଭାଗବନ ସିନ୍ଧଳା ଗ୍ରାମର ସତ୍ୟବ୍ରତ ଦାସ...

ପାଇପ ଲାଇନ ପାଇଁ ରାସ୍ତା ଖୋଳିଦେଲେ, ଲୋକେ ହୀନସ୍ତା
ଯୋଡ଼ା, ୧୮।୧(ଡି.ଏନ.ଏ.) – କେନ୍ଦୁଝର ଜିଲା ଯୋଡା ସହରରେ ଜନ ସ୍ବାସ୍ଥ୍ୟ ବିଭାଗର ମନମୁଖୀ ରାସ୍ତା ଖୋଳା ଯୋଗୁ କଂକ୍ରିଟ ରାସ୍ତା ଖରାପ ହେବା ସହିତ...

ସମଲପୁରୀ ଦିନ୍ରେ ୨ଶହ କବି, କଳାକାରଙ୍କୁ କରାଯିବ ସମ୍ମାନିତ
ପାଇକମାଳ,୨୭।୬(ଡି.ଏନ୍.ଏ): ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ପାଇକମାଳ ନୃସିଂହନାଥ ପୀଠରେ ଆଖଣ୍ତଳ ଦାଶଙ୍କ ସଭାପତିତ୍ୱରେ ସମଲପୁରୀ ଦିନ୍ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ...

ହିତାଧିକାରୀଙ୍କୁ ମିଳୁନି ପାଇଖାନା ନିର୍ମାଣ କାର୍ଯ୍ୟାଦେଶ
ଖଣ୍ଡପଡ଼ା,୨୬ା୮(ସ୍ବ.ପ୍ର.)- ସ୍ବଚ୍ଛ ଭାରତ ମିଶନ ଅଭିଯାନ ନିମନ୍ତେ କେନ୍ଦ୍ର ସରକାର କୋଟି କୋଟି ଟଙ୍କା ବ୍ୟୟ କରୁଥିଲେ ସୁଦ୍ଧା ବାସ୍ତବରେ ଏହା କେତେଦୂର କାର୍ଯ୍ୟକାରୀ ହୋଇପାରିଛି...

ଜିଲାପାଳଙ୍କ ଘୋଷଣା: ଗୁଣିଗାରେଡି ପ୍ରମାଣ କଲେ ୫୦ ହଜାର ପୁରସ୍କାର
ଛତ୍ରପୁର,୨୪ା୧୦(ଡି.ଏନ.ଏ.)-ଗଞ୍ଜାମ ଜିଲାରେ ଭୂତ, ପ୍ରେତ, ଗୁଣିଗାରେଡିକୁ ନେଇ ଜନସାଧାରଣଙ୍କ ମନରେ ଅହେତୁକ ଆବେଗ ରହୁଛି। ଫଳରେ ରୋଗ ବ୍ୟାଧି ପାଇଁ ଲୋକେ ଡାକ୍ତରଖାନା ନ ଯାଇ...

ଶୁଆ ପାଇଁ କାନ୍ଦୁଛି ସ୍ବାଇଁ ପରିବାର
ନବରଙ୍ଗପୁର,୨୮।୧୦(ବି.ପ୍ର.): ୩୦ ବର୍ଷ କାଳ ଏକ ପରିବାରରେ ରହି ରୁବି ହୋଇଯାଇଥିଲା ଘରର ଜଣେ ସଦସ୍ୟ। ବର୍ତ୍ତମାନ ତା’ର ମୃତ୍ୟୁ ପରେ ଦୁଃଖରେ ଭାଙ୍ଗିପଡ଼ିଛି ସ୍ବାଇଁ...

ରାଜସ୍ଥାନରୁ ବସ୍ରେ ଫେରୁଛନ୍ତି ଛାତ୍ରୀଛାତ୍ର
ବରଗଡ଼ ଅଫିସ୍,୧।୫: ରାଜସ୍ଥାନର କୋଟା ଅନ୍ତର୍ଗତ ଆଲେନ୍ ଇନଷ୍ଟିଚ୍ୟୁଟ୍ର ଛାତ୍ରୀଛାତ୍ର ଶୁକ୍ରବାର ସ୍ବତନ୍ତ୍ର ବସ୍ ଯୋଗେ ବରଗଡ଼ ଅଭିମୁଖେ ବାହାରିଛନ୍ତି । ସେମାନଙ୍କ ମଧ୍ୟରେ ବରଗଡ଼...

ଅଭ୍ୟାସ ଲାଗି ନାହିଁ ଜମ୍ପିଂ ପିଟ୍
ବ୍ରହ୍ମପୁର ଅଫିସ,୩।୯: ହାଇଜମ୍ପ, ଲଙ୍ଗଜମ୍ପ ଓ ଟ୍ରିପଲ ଜମ୍ପ ଆଦି କ୍ରୀଡ଼ାରେ କ୍ଷେତ୍ରରେ ପୂର୍ବରୁ ପ୍ରତିବର୍ଷ ଗଞ୍ଜାମ ଜିଲାରୁ ୪୦ରୁ ୫୦ କ୍ରୀଡ଼ାବତ୍ ଜିଲା, ରାଜ୍ୟ...