୨ ଲକ୍ଷ ଛୁଇଁବାକୁ ଯାଉଛି ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା

ନୂଆଦିଲ୍ଲୀ,୨।୬: ଦେଶରେ ଦ୍ରୁତ ଗତିରେ ବଢିବାରେ ଲାଗିଛି କରୋନା ସଂକ୍ରମଣ। ଗତ ୨୪ ଘଣ୍ଟାରେ ୮,୧୭୧ ଜଣ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯିବା ସହ ୨୦୪ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ଦେଇଛି କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ। ଏହାସହ ମଙ୍ଗଳବାର ସକାଳ ସୁଦ୍ଧା ଦେଶରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧,୯୮,୭୦୬ରେ ପହଞ୍ଚିଛି। ଏମାନଙ୍କ ମଧ୍ୟରୁ ୯୭,୫୧୮ ଜଣଙ୍କ ଚିକିତ୍ସା ଚାଲିଥିବା ବେଳେ ୯୫,୫୨୬ ଜଣ ସୁସ୍ଥ ହୋଇ ସାରିଲେଣି। ସେହିପରି ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୫,୫୯୮ରେ ପହଞ୍ଚି ସାରିଲାଣି। ସୂଚନାଯୋଗ୍ୟ, ଚାଇନାର ଉହାନରୁ ଆରମ୍ଭ ହୋଇଥିବା କରୋନା ଭାଇରସ ଏବେ ସାରା ବିଶ୍ୱରେ ବ୍ୟାପିଯାଇଥିବା ବେଳେ ଭାରତର ସ୍ଥିତି ବେଳକୁ ବେଳ ଉଦ୍‌ବେଗଜନକ ହେବାରେ ଲାଗିଛି। ଆମେରିକାରେ ସବୁଠାରୁ ଅଧିକ ସଂକ୍ରମିତ ଓ ମୃତକଙ୍କୁ ଚିହ୍ନଟ କରାଯାଉଥିବା ବେଳେ ଏବେ ଭାରତ ସପ୍ତମ ସ୍ଥାନରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

କଂଗ୍ରେସ ଛାଡିବାକୁ ଧମକ ଦେଲେ ସଞ୍ଜୟ ନିରୁପମ

ନୂଆଦିଲ୍ଲୀ,୪।୧୦: ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ନିଜ ପସନ୍ଦର ପ୍ରାର୍ଥୀଙ୍କୁ ଟିକେଟ୍‌ ନ ଦିଆଯିବାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି କଂଗ୍ରେସର ବରିଷ୍ଠ ନେତା ସଞ୍ଜୟ ନିରୁପମ।...

‘କାର୍‌ଗିଲ ବିଜୟ ଭାରତର ଶକ୍ତିର ପ୍ରତୀକ’

ନୂଆଦିଲ୍ଲୀ,୨୮ା୭(ପି.ଟି.): କାର୍‌ଗିଲ ଯୁଦ୍ଧ ବିଜୟ ଭାରତର ଶକ୍ତି, ପ୍ରତିବଦ୍ଧତା ଓ ସାମର୍ଥ୍ୟର ପ୍ରତୀକ ଥିଲା। ଏହାର ସଶସ୍ତ୍ର ବାହିନୀର ତ୍ୟାଗ ଏହାକୁ ଦୁର୍ଜେୟ କରି ରଖିଛି...

୩୭୦ ଉଚ୍ଛେଦରୁ ରାମମନ୍ଦିର ଶିଳାନ୍ୟାସ

ନୂଆଦିଲ୍ଲୀ,୫ା୮: ୨୦୧୯ ଅଗଷ୍ଟ ୫ରେ ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନକାରୀ ସମ୍ବିଧାନର ଅନୁଚ୍ଛେଦ ୩୭୦କୁ କେନ୍ଦ୍ର ସରକାର ଉଚ୍ଛେଦ କରିଦେଇଥିଲେ। ଏହାସହ ଜମ୍ମୁ-କଶ୍ମୀର ପାଇଁ ଥିବା...

ପ୍ରିୟଙ୍କା କଂଗ୍ରେସର ମୁଖ୍ୟମନ୍ତ୍ରୀ ଚେହେରା

ନୂଆଦିଲ୍ଲୀ,୨୧।୧: କଂଗ୍ରେସର ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ କି ନାହିଁ ତାହା ସ୍ପଷ୍ଟ କରିନାହାଁନ୍ତି। ହେଲେ ସେ ମୁଖ୍ୟମନ୍ତ୍ରୀ...

‘ଗରିବ ଶ୍ରମିକଙ୍କୁ ପ୍ରଥମେ ଆଣ’: ବିଦେଶରୁ ଫେରିବେ ସହସ୍ରାଧିକ ଭାରତୀୟ

ନୂଆଦିଲ୍ଲୀ,୨୯ା୪: ବିଭିନ୍ନ ଦେଶରେ ଅଟକି ରହିଥିବା ଭାରତୀୟଙ୍କୁ ସ୍ବଦେଶ ଫେରାଇ ଆଣିବା ଲାଗି ପ୍ରୟାସ ଆରମ୍ଭ ହୋଇଛି। ବୈଦେଶିକ ଓ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ...

ଦେଶରେ କରୋନା ନେଲାଣି ୩୫୮ ମୁଣ୍ଡ

ନୂଆଦିଲ୍ଲୀ,୧୪।୪: ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। କରୋନା ଭୂତାଣୁ ଗୋଟିକ ପରେ ଗୋଟିଏ ମୁଣ୍ଡ ନେଇ ଲାଗିଛି। ସୋମବାର ଦେଶରେ ଭୂତାଣୁ ଆକ୍ରାନ୍ତଙ୍କ...

ଟଙ୍କା ସହ କ୍ୟାବିନେଟ୍‌ ସିଟ ଯାଚୁଛନ୍ତି ଭାଜପା ନେତା

ଚଣ୍ଡିଗଡ଼,୫।୧୨: ଆସନ୍ତା ବର୍ଷ ଆରମ୍ଭରୁ ହେବାକୁ ଯାଉଥିବା ବିଧାନସଭା ନିର୍ବାଚନ ପୂର୍ବରୁ ମୋତେ ଦଳରେ ସାମିଲ କରିବା ପାଇଁ ଜେଣ ଭାଜପା ନେତା ଟଙ୍କା ସହ...

୧୫ରୁ ୩୧ ଜାନୁୟାରୀ ମଧ୍ୟରେ ଆୟୋଜିତ ହେବ ଜଲିକାଟୁ

ମଦୁରେ,୧୧।୧: ତାମିଲନାଡୁରେ ପୋଙ୍ଗଲ ଅବସରରେ ଖେଳାଯାଉଥିବା ଜଲିକାଟୁ ମଦୁରେ ଜିଲାରେ ୧୫ରୁ ୩୧ ଜାନୁୟାରୀ ମଧ୍ୟରେ ଆୟୋଜିତ କରାଯିବ ବୋଲି ସୂଚନା ମିଳିଛି। ମଦୁର ଜିଲାପାଳ...

Advertisement
Archives

Model This Week