୨ ମାସରେ ପାକିସ୍ତାନରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨ କୋଟି ଛୁଇଁବା ଆଶଙ୍କା !

ଇସଲାମାବାଦ୍‌,୨୪।୩: କରୋନା ସଂକ୍ରମଣ ରୋକିବା ଲାଗି ପାକିସ୍ତାନ ସରକାର ଉଦ୍ୟମ ଅବ୍ୟାହତ ରଖିଛନ୍ତି। ଏହା ଉପରେ ନିୟନ୍ତ୍ରଣ ଅଣା ନ ଗଲେ ଆସନ୍ତା ୨ ମାସ ମଧ୍ୟରେ ଜୁନ୍‌ ସୁଦ୍ଧା ସଂକ୍ରମିତଙ୍କ ସଂଖ୍ୟାେ ୨କୋଟି ଛୁଇଁବାର ଆଶଙ୍କା ରହିଛି ବୋଲି ବିଶେଷଜ୍ଞ ସୂଚନା ଦେଇଛନ୍ତି। ସମ୍ପ୍ରତି ଏଠାରେ ସଂକ୍ରମିତଙ୍କ ସଂଖ୍ୟା ୮୭୮ରେ ପହଞ୍ଚିଛି। ସେଥିମଧ୍ୟରୁ ସିନ୍ଧ୍‌ ପ୍ରଦେଶରେ ୩୯୪, ପଞ୍ଜାବରେ ୨୪୯, ବାଲୁଚିସ୍ତାନରେ ୧୧୦, ଗୁଲାମ କଶ୍ମୀରରେ ୭୨, ଖୈବର ପଖତୁଖ୍ବାରେ ୩୮ ଏବଂ ଇସଲାମାବାଦ୍‌ରେ ୧୫ ଜଣ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ପାକିସ୍ତାନରେ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ ସମ୍ଭବ ହୋଇପାରୁ ନ ଥିବାରୁ ଆଗାମୀ ଦିନରେ ସଂକ୍ରମିତଙ୍କ ସଂଖ୍ୟା ବହୁଗୁଣା ବୃଦ୍ଧି ପାଇବାର ଆଶଙ୍କା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପୃଥିବୀକୁ ଫେରିଲା ସୋୟୁଜ୍‌ ଏମଏସ-୨୨ କ୍ୟାପସୁଲ…

ମସ୍କୋ,୨୮।୩ : ରୁଷିଆର ମାନବ ବିହୀନ ସ୍ପେସ କ୍ୟାପସୁଲ ସୋୟୁଜ ଏମଏସ -୨୨ ନିରାପଦରେ ପୃଥିବୀକୁ ଫେରିଛି। ଏହି କ୍ୟାପସୁଲର କୁଲାଣ୍ଟ ଲିକ ହୋଇଯାଇଥିଲା। ଏହା...

ଦିନକରେ ୮୭ ଜଣଙ୍କ ନାଁରେ ମାମଲା

ଛତ୍ରପୁର,୨୬ା୩(ଡି.ଏନ୍‌.ଏ.)-କରୋନା ନେଇ ଜାରି ହୋଇଥିବା ଗାଇଡଲାଇନ ଓ ଲକ୍‌ଡାଉନ୍‌କୁ ଉଲ୍ଲଂଘନ କରି ଗଞ୍ଜାମ ପୋଲିସ ଜିଲାରେ ଗୁରୁବାର ୩୬ଟି ମାମଲା ରୁଜୁ କରାଯାଇଛି। ଏଥିରେ ୮୭...

ବାଳିକାଙ୍କ ଶିକ୍ଷାବନ୍ଦକୁ ବର୍ଷେ ପୂରିଲା, ନିନ୍ଦା କଲା ଜାତିସଂଘ…

ଜେନେଭା/କାବୁଲ, ୧୮।୯ : ଆଫଗାନିସ୍ତାନରେ ତାଲିବାନ ପକ୍ଷରୁ ବର୍ଷେ ବ୍ୟାପୀ ବାଳିକାଙ୍କ ଶିକ୍ଷାବନ୍ଦ କରାଯାଇଥିବା ଘଟଣାରେ ଜାତିସଂଘ ପକ୍ଷରୁ କଡ଼ା ନିନ୍ଦା କରାଯାଇଛି। ତାଲିବାନ ଶାସନକୁ...

ମୁଖ୍ୟ ନିର୍ବାଚନ କମିଶନର କରୋନା ପଜିଟିଭ୍‌…

ନୂଆଦିଲ୍ଲୀ,୨୦।୪: ମୁଖ୍ୟ ନିର୍ବାଚନ କମିଶନର ସୁଶୀଲ ଚନ୍ଦ୍ରାଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ଏହରା ସହିତ ନିର୍ବାଚନ କମିଶନର ରାଜୀବ କୁମାରଙ୍କ ରିପୋର୍ଟ...

ଗୋଟିଏ ମିନିଟ୍‌ ଟ୍ରେନ୍‌ ବିଳମ୍ବ ହେବାରୁ ଡ୍ରାଇଭର୍‌ଙ୍କୁ ୩୬ ଟଙ୍କା ଜରିମାନା

ଟୋକିଓ,୧୧।୧୧: ଭାରତରେ ଟ୍ରେନ୍‌ ବିଳମ୍ବ ହେବା ସାଧାରଣ କଥା, କିନ୍ତୁ ଦୁନିଆରେ ଏପରି ଅନେକ ଦେଶ ଅଛି, ଯେଉଁଠାରେ ଟ୍ରେନ ଠିକ ସମୟରେ ଚଳାଚଳ କରିଥାଏ।...

ରାଜ୍ୟରେ ଆଖି ବୁଜିଲେ ୧୦ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୨୮।୪(ବ୍ୟୁରୋ): ରାଜ୍ୟରେ ବୁଧବାର କରୋନାରେ ୧୦ ଜଣ ଆଖି ବୁଜିଛନ୍ତି। ଏହା ସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୦୧୭ରେ ପହଞ୍ଚିଯାଇଛି। ସ୍ବାସ୍ଥ୍ୟ ଓ ପରିବାର...

ରାଜ୍ୟରେ ପ୍ରଥମ କରୋନା ମୃତ୍ୟୁ

ଭୁବନେଶ୍ୱର, ୭।୪(ବ୍ୟୁରୋ): ରାଜ୍ୟରେ ପ୍ରଥମ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ସେ ଭୁବନେଶ୍ୱର ଝାରପଡା ଅଞ୍ଚଳର ୭୨ବର୍ଷୀୟ ବୃଦ୍ଧ ଅଟନ୍ତି। ଗତ ୪ତାରିଖରୁ ଅସୁସ୍ଥତା ଯୋଗୁ...

ରାଜ୍ୟରେ ଆଉ ୧୫ ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ୱର,୨୯ା୧(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା କମୁଥିବା ବେଳେ ମୃତ୍ୟୁ ସଂଖ୍ୟାରେ ବ୍ରେକ୍‌ ଲାଗୁନି। ଆଜି ଆଉ ୧୫ ଜଣଙ୍କ ଜୀବନ ନେଇଛି କରୋନା। ଏ...

Advertisement
Archives

Model This Week