ଗୋପାଳପୁର,୫ା୧ -ଦୀର୍ଘବର୍ଷ ହେଲା ଗଞ୍ଜାମ ଜିଲା ରଙ୍ଗେଇଲୁଣ୍ଡା ବ୍ଲକ ଅଞ୍ଚଳରେ ନକଲି ଡ଼ାକ୍ତରଙ୍କ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି। ବେଆଇନ କ୍ଲିନିକ କରି ରୋଗୀଙ୍କୁ ଚିକିତ୍ସା ଆଳରେ ଶୋଷଣ କରାଯାଉଛି। ଏନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପରେ ପ୍ରଶାସନ ତତ୍ପର ହୋଇ ଉଠିଛି। ଶନିବାର ରଣ୍ଢା ଓ ଗୋଳନ୍ଥରା ଚଟି ନିକଟରେ ଥିବା ଦୁଇଟି ବେଆଇନ କ୍ଲିନିକରେ କନିଷି ତହସିଲଦାରଙ୍କ ନେତୃତ୍ୱରେ ଚଢ଼ାଉ କରାଯାଇଛି। ପୂର୍ବାହ୍ନରେ କନିଷି ଭାରପ୍ରାପ୍ତ ତହସିଲଦାର ଅନୀତା ସାହୁ, କେଲୁଆପଲ୍ଲୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡ଼ା. ସୁଜିତ ମହାପାତ୍ର ଓ ଗୋଳନ୍ଥରା ଏସ୍ଆଇ ଜୟନାଥ ପ୍ରଧାନ ଓ ଅନ୍ୟ ଅଧିକାରୀମାନେ ରଣ୍ଢା ଗ୍ରାମରେ ଥିବା ଏକ ଦନ୍ତ ଚିକିତ୍ସାଳୟରେ ଚଢ଼ାଉ କରିଥିଲେ। ଚିକିତ୍ସାଳୟରେ ଥିବା ଡ଼ାକ୍ତରଙ୍କୁ ତହସିଲଦାର କ୍ଲିନିକ ଏଷ୍ଟାବ୍ଲିଶମେଣ୍ଟ ସାର୍ଟିଫିକେଟ ମାଗିବାରୁ ଏନେଇ ଆବେଦନ କରାଯାଇଛି ବୋଲି ସେ କହିଥିଲେ। ପରେ ତହସିଲଦାର ଉକ୍ତ ବେଆଇନ ଚିକିତ୍ସାଳୟକୁ ତୁରନ୍ତ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ପରେ ଗୋଳନ୍ଥରା ଚଟିସ୍ଥିତ କାମରାଜୁ ଚିକିତ୍ସାଳୟରେ ପ୍ରଶାସନ ପକ୍ଷରୁ ଚଢ଼ାଉ କରାଯାଇଥିଲା। କାମରାଜୁଙ୍କ ପୁଅ ଜଣେ ରୋଗୀଙ୍କୁ ଇଞ୍ଜେକସନ ଦେଉଥିବା ଟିମ୍ ସଦସ୍ୟ ଦେଖିଥିଲେ। କାଗଜପତ୍ର ମାଗିବାରୁ ସେ ଆର୍ଏମ୍ପି ସାର୍ଟିଫିକେଟ ଦେଖାଇଥିଲେ। ତହସିଲଦାର ସାହୁ କ୍ଲିନିକ୍ ଏଷ୍ଟାବ୍ଲିଶମେଣ୍ଟ ସାର୍ଟିଫିକେଟ ମାଗିବାରୁ ସେ ଦେଖାଇପାରିନଥିଲେ। ତୁରନ୍ତ ଏହାକୁ ବନ୍ଦ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ୪ ଦିନ ମଧ୍ୟରେ ସାର୍ଟିଫିକେଟ ଓ ଅନ୍ୟ କାଗଜପତ୍ର ପ୍ରଶାସନ ନିକଟରେ ଦାଖଲ କରିବାକୁ ତହସିଲଦାର ନିର୍ଦ୍ଦେଶ ଦେଇଛନ୍ତି।

ଆଉ ୪ ମୁଣ୍ଡ ନେଲା କରୋନା: ରାଜ୍ୟରେ ମୃତ୍ୟୁ ସଂଖ୍ୟା ୫୬କୁ ବୃଦ୍ଧି
ଭୁବନେଶ୍ୱର, ୧୦।୭(ବ୍ୟୁରୋ): ରାଜ୍ୟରେ ଶୁକ୍ରବାର ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ୭୫୫ ଚିହ୍ନଟ ହୋଇଥିବା ବେଳେ ଏଥିରେ ୪ ଜଣଙ୍କ ମୃତ୍ୟୁ ଘଟିଛି। ସମସ୍ତ ମୃତକ...

ଦିଗପହଣ୍ଡିରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା
ଦିଗପହଣ୍ଡି,୭ା୪(ଡି.ଏନ.ଏ.): ଦିଗପହଣ୍ଡି ସହର ସମେତ ଆଖପାଖ ଗ୍ରାମାଞ୍ଚଳରେ ମଙ୍ଗଳବାର ରାତି ପ୍ରାୟ ସାଢ଼େ ୮ଟାରୁ ଘଡଘଡି ସହ ପ୍ରବଳ ବର୍ଷା ଲାଗି ରହିଥିଲା। ଏଥିଯୋଗୁ ବିଭିନ୍ନ...

୫୯ ବସ୍ତା ଗଞ୍ଜେଇ ବୋଝେଇ ଗାଡ଼ି ଜବତ : ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ତଦନ୍ତ, ମାଷ୍ଟର ମାଇଣ୍ଡ ଫେରାର
ଦିଗପହଣ୍ଡି,୪ା୨(ଡି.ଏନ୍.ଏ.)-ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ପୋଲିସ ଏକ ଗଞ୍ଜେଇ ବୋଝେଇ ଗାଡ଼ି ଜବତ କରବା ସହ ଜଣକୁ ଗିରଫ କରିଛି। ଗଜପତି ଜିଲାର ବିଭିନ୍ନ ଅଞ୍ଚଳରୁ...

ଗଞ୍ଜାମକୁ ଆସିଲା ଆଣ୍ଟିଜେନ କିଟ୍, ଟେଷ୍ଟିଙ୍ଗ ଆରମ୍ଭ: ଜିଲାପାଳ
ଛତ୍ରପୁର,୭।୭(ଡି.ଏନ୍.ଏ.): ଗଞ୍ଜାମ ଜିଲାକୁ ଆଣ୍ଟିଜେନ୍ କିଟ୍ ଆସିଛି। ଆଜିଠାରୁ ଜିଲାରେ ଆଣ୍ଟିଜେନ୍ ଟେଷ୍ଟିଂ ଗାଇଡଲାଇନ ଅନୁସାରେ ଆରମ୍ଭ ହେବ । ମଙ୍ଗଳବାର ଏନେଇ ଜିଲାପାଳ ବିଜୟ...

ବକେୟା ୨ ହଜାର ଟଙ୍କା ନ ଦେବାରୁ ଠିକାଦାରଙ୍କୁ ହତ୍ୟା
କବିସୂର୍ଯ୍ୟନଗର,୧୬ା୪: ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ଥାନା ଅଧୀନ ଏ. ବରିଡ଼ା ଗାଁ ଦାଣ୍ଡରେ ଶୁକ୍ରବାର ଜଣେ ଠିକାଦାରଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ଠିକାଦାର ବକେୟା...

ବିପଦରେ ଚିଲିକା, ସୌନ୍ଦର୍ଯ୍ୟ କମୁଛି
ଛତ୍ରପୁର,୮।୬(ଡି.ଏନ୍.ଏ.): ଚିଲିକାରେ ବେଆଇନ ଚିଙ୍ଗୁଡ଼ି ଘେରି ଓ ଚିଙ୍ଗୁଡ଼ି ଚାଷ ଲାଗି ହ୍ରଦର ସୌନ୍ଦର୍ଯ୍ୟ ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି। ଏଥିନେଇ ଏହାକୁ ଉଚ୍ଛେଦ...

ଗଞ୍ଜାମ ଜିଲାପାଳଙ୍କ ଅଚାନକ ପୁରୁଷୋତ୍ତମପୁର ଗସ୍ତ: ନିର୍ମାଣାଧୀନ ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ରର ଅନିୟମିତତା ନେଇ କଲେ ଦାଗିଦ୍
ପୁରୁଷୋତ୍ତମପୁର,୧୯ା୬(ଡି.ଏନ୍.ଏ.) : ଗଞ୍ଜାମ ଜିଲାପାଳ ବିଜୟ ଅମୃତ କୁଲାଙ୍ଗେ ଶୁକ୍ରବାର ଅଚାନକ ପୁରୁଷୋତ୍ତମପୁର ଗସ୍ତରେ ଆସି ଏନ୍ଏସି ପକ୍ଷରୁ ବର୍ଜବସ୍ତୁ ପରିଚାଳନା କେନ୍ଦ୍ର (ଏମ୍ସିସି ଓ...
ଗ୍ରାହକ ସାଜି ମଦ ବ୍ୟବସାୟୀଙ୍କୁ ଧରିଲା ପ୍ରଶାସନ
ଭଞ୍ଜନଗର,୨୬।୪(ଡି.ଏନ.ଏ)-ଭଞ୍ଜନଗର ଉପଜିଲାପାଳ ରାଜେନ୍ଦ୍ର ମିଞ୍ଜ ଶନିବାର ଅପରାହ୍ନରେ ଲକ୍ଡାଉନ୍ ସ୍ଥିତି ଅନୁଧ୍ୟାନ କରୁଥିଲେ। ଧୁମୁଛାଇ ଛକ ନିକଟରେ ଯାନବାହନ ଯାଞ୍ଚ ଚାଲିଥିବା ବେଳେ ଜଣେ ନିଶାସକ୍ତ...