୨୭କୁଇଣ୍ଟାଲ ମହୁଲ ପୋଚ ନଷ୍ଟ କଲା ଅବକାରୀ ବିଭାଗ

ଜୁନାଗଡ,୬।୫(ଡି.ଏନ୍‌.ଏ): କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ରଣପୁର ପୋଡଚୁଆଁ ପାହାଡରେ ଦେଶୀ ହାତରନ୍ଧା ମଦ ତିଆରି ହେଉଥିବା ଖବର ପାଇ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇଥିଲା। ସେଠାରେ ତଲାସୀ ପରେ ୨୭.୪୦ କୁଇଣ୍ଟାଲ ମହୁଲ ପୋଚ, ୩୫ଲିଟର ହାତରନ୍ଧା ମଦ ଓ ମଦରନ୍ଧା ସାମଗ୍ରୀ ଜବତ କରାଯାଇଥିଲା। ଘଟଣାସ୍ଥଳରେ ଜବତ ହୋଇଥିବା ସାମଗ୍ରୀଗୁଡିକୁ ବିଭାଗ ପକ୍ଷରୁ ନଷ୍ଟ କରାଯାଇଥିଲା। ଏହାସହ ଜୁନାଗଡ ବରଗଛପଡାର କୁଞ୍ଜ ବିହାରୀ ମେହେରଙ୍କଠାରୁ ୧୦ଲିଟର ହାତରନ୍ଧା ମଦ, ଗୋଟିଏ ସାଇକେଲ ଓ ଖର୍ଲାବେଡା ଗ୍ରାମର ରାଜେନ୍ଦ୍ର ରଣାଙ୍କଠାରୁ ୧୦ଲିଟର ହାତରନ୍ଧା ମଦ ଜବତ କରାଯାଇଥିଲା। ଏହି ଚଢାଉରେ ଧର୍ମଗଡ ରେଞ୍ଜ ଅବକାରୀ ନିରୀକ୍ଷକ ସୁବନ ନାଏକ, ଜୁନାଗଡ ଅବକାରୀ ଉପନିରୀକ୍ଷକ ଦିଲୀପ କୁମାର ରଥ, ଏଏସ୍‌ଆଇ ବସନ୍ତ ବିଶି ପ୍ରମୁଖ ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହୁଇଲ ଚେୟାର ଅଚଳ, ରୋଗୀଙ୍କୁ ଟେକିଟେକି ନେଲେ ପରିବାର ଲୋକେ

କୋରାପୁଟ,୨୫ା୫(ସ୍ବ.ପ୍ର.): କୋରାପୁଟ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରେ ଘୋର ଅବ୍ୟବସ୍ଥା। ରୋଗୀମାନଙ୍କୁ ନେବା ଆଣିବା ଉଦ୍ଦେଶ୍ୟରେ ଥିବା ଅଧିକାଂଶ ହୁଇଲ ଚେୟାର...

ନୂଆଗାଁକୁ ମିଳୁନି ବିକାଶର ନୂଆ ଚିତ୍ର: ମୌଳିକ ସମସ୍ୟା ଭିତରେ ଛନ୍ଦି ହୋଇପଡ଼ିଛନ୍ତି ଗାଁର ୩୨ ପରିବାର

ପାରଳାଖେମୁଣ୍ଡି,୧୬ା୫(ସ୍ବ.ପ୍ର.) ଗ୍ରାମର ନାମ ନୂଆଗାଁ। କିନ୍ତୁ ଏଠି ପ୍ରଶାସନିକ ଅବ୍ୟବସ୍ଥାର ପୁରୁଣା ଚିତ୍ର। ବିକାଶ ଏମାନଙ୍କ ପାଇଁ ଅପହଞ୍ଚ ହୋଇ ରହିଛି। ରାସ୍ତା, ଶିକ୍ଷା, ସ୍ବାସ୍ଥ୍ୟ,...

ନକଲି ପୂଜା ସାମଗ୍ରୀ ତିଆରି କାରଖାନା ଠାବ: ବିପୁଳ ପରିମାଣର ଜିନିଷ ଜବତ, ମାଲିକ ଗିରଫ

କଟକ ଅଫିସ,୧୩ା୯: ମାଲଗୋଦାମ ଥାନା ଅଧୀନ ରାଣୀହାଟ କେନାଲରୋଡ ଚମଡା ଗୋଦାମ ଗଳିରେ ଥିବା ନକଲି ପୂଜା ସାମଗ୍ରୀ ତିଆରି କାରଖାନାକୁ ଶନିବାର ପୋଲିସ ଠାବ...

ଭଙ୍ଗା କୁଡ଼ିଆରେ ଭଗବାନ

ଢେଙ୍କାନାଳ ଅଫିସ, ୧୬।୨: ଗଛ ତଳେ ଦଦରା କୁଡ଼ିଆ। ଚାରି ଖଣ୍ଡ ଦୁର୍ବଳ ବାଉଁଶକୁ ସାହାର କରି ଛିଡ଼ା ହୋଇଛି। ବେଢ଼ାଯାଇଛି ଫଟା ପଲିଥିନ, କୋତରା...

ଚିଲିକାରେ ଡଙ୍ଗା ଯୋଗେ ପୁରୀ ଜିଲାକୁ ହେଉଛି ଚାଲାଣ: ରମ୍ଭା ପୋଲିସର ଚଢ଼ାଉ; ୨ହଜାର ଲିଟର ଦେଶୀ ମଦ ଜବତ,୮ ଗିରଫ

ଛତ୍ରପୁର, ୧୬।୫(ଡି.ଏନ୍‌.ଏ.)- ଚିଲିକାରେ ଡ଼ଙ୍ଗା ଯୋଗେ ଗଞ୍ଜାମ ଜିଲାରୁ ପୁରୀ ଜିଲାର ପାରିକୁଦ ଅଞ୍ଚଳକୁ ଚୋରା ମଦ ବିକ୍ରି ପାଇଁ ଚାଲାଣ ବେଳେ ଶନିବାର ରମ୍ଭା...

ପୂର୍ବତନ ମନ୍ତ୍ରୀ ଲାଲ୍‌ବିହାରୀ ହିମିରିକା ଅସୁସ୍ଥ

ରାୟଗଡ଼ା ଅଫିସ,୨୭ା୬: ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ଉପବାଚସ୍ପତି ଲାଲ୍‌ବିହାରୀ ହିମିରିକା ଶୁକ୍ରବାର ରାତିରେ ହଠାତ୍‌ ଅସୁସ୍ଥ ଅନୁଭବ କରିବାରୁ ପରିବାର ଲୋକେ ତାଙ୍କୁ ରାୟଗଡ଼ା...

ବିଇଡି ପରୀକ୍ଷା ଘୁଞ୍ଚାଇବା ନେଇ କୁଳସଚିବଙ୍କୁ ଦାବିପତ୍ର

ବ୍ରହ୍ମପୁର ଅଫିସ,୨୮ା୭-ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ବିଇଡି ମହାବିଦ୍ୟାଳୟଗୁଡିକର ଦ୍ୱିତୀୟ ବର୍ଷ ପରୀକ୍ଷା ତାରିଖ ଘୁଞ୍ଚାଇବାକୁ ଦାବି ହୋଇଛିା ଏନେଇ ଶନିବାର ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ବିଭିନ୍ନ...

କରୋନାରେ ଅବସରପ୍ରାପ୍ତ ସହକାରୀ ଯନ୍ତ୍ରୀଙ୍କ ମୃତ୍ୟୁ

ବ୍ରହ୍ମପୁର ଅଫିସ, ୨୩।୭-ବ୍ରହ୍ମପୁର ମହାନଗର ନିଗମ(ବିଏମ୍‌ସି)ରୁ ଅବସର ନେବା ପରେ ଜଣେ ସହକାରୀ ଯନ୍ତ୍ରୀ କରୋନା ପରିଚାଳନା କାର୍ଯ୍ୟରେ ନିୟୋଜିତ ଥିଲେ। ଗୁରୁବାର ତାଙ୍କର କରୋନାରେ...

Advertisement
Archives

Model This Week