୨୫ ଘନଫୁଟ କାଠ ଜବତ, ୨ ଗିରଫ

ଭଞ୍ଜନଗର,୧୯।୫(ଡି.ଏନ.ଏ.)- ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ଗାଲେରୀ ରେଞ୍ଜ ବେରୁଆବାଡିରୁ ବନ ବିଭାଗ କର୍ମଚାରୀ ରବିବାର ସକାଳେ ୨୫ ଘନଫୁଟ ଶାଳ ଓ ହଳନ୍ଦ କାଠ ଗଣ୍ଡି ଜବତ କରିଛି। ୨ଜଣ ଶ୍ରମିକ ଉକ୍ତ କାଠ ଏକ ତୋଟା ଭିତରେ କରତ ସହାୟତାରେ କାଟୁଥିବା ବେଳେ ବନବିଭାଗ କର୍ମଚାରୀ ଖବର ପାଇ ଚଢାଉ କରି ଗିରଫ କରିଥିଲେ। ଚଢାଉରେ ବନପାଳ ବଶିଂଧର ବିଷୋୟୀ, ମଧୁଛନ୍ଦା ଦାସ, ସୁଶାନ୍ତ ମିଶ୍ର, ପ୍ରଦ୍ୟୁମ୍ନ କୁମାର ବିଷୋୟୀ ପ୍ରମୁଖ ସାମିଲ ଥିଲେ। ପ୍ରକାଶଯେ ବେରୁଆବାଡିର ଏକ ତୋଟାରେ ଚୋରାରେ ବେନିୟମ ଭାବେ କାଠ କଟା ହେଉଥିବା ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ ହୋଇଥିଲା। ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ଚଢାଉ କରି ସଫଳତା ପାଇଛନ୍ତି। ଅପରପକ୍ଷେ ଭାଜପା ନେତା ପ୍ରଦ୍ୟୁମ୍ନ ନାୟକ ଏଠାରେ ଅଭିଯୋଗ କରିଛନ୍ତି ଯେ, ତୁରୁମୁର ଶାସକଦଳର ଜଣେ ଯୁବନେତା ଉକ୍ତ କାଠ ଚୋରା ବ୍ୟବସାୟରେ ସାମିଲ ଅଛନ୍ତି। ବନ ବିଭାଗ ଅଧିକାରୀମାନେ ମୁଖ୍ୟ ଅଭିଯୁକ୍ତ ଉକ୍ତ ନେତାଙ୍କୁ ଛାଡ଼ି ଅନ୍ୟ ଲୋକଙ୍କୁ ବାନ୍ଧିଛନ୍ତି। ଢୋଲପିଟା ବନପାଳ ବଶିଂଧର ବିଷୋୟୀଙ୍କ ସହ ଏନେଇ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ, ଅଭିଯୁକ୍ତମାନେ ଜଙ୍ଗଲରୁ କାଠ କାଟି ଆଣି ତାକୁ ସାଇଜ୍‌ କରୁଥିଲେ। ତେଣୁ ସେମାନଙ୍କୁ ଗିରଫ କରାଯାଇଛି। ଏହି ମାମଲାରେ ଆଉ କିଏ ଜଡ଼ିତ ନାହାନ୍ତି ବୋଲି ଗିରଫ ଅଭିଯୁକ୍ତଦ୍ୱୟ ତାଙ୍କ ବୟାନରେ କହିଛନ୍ତି। ଉକ୍ତ ମାମଲାରେ କୌଣସି ନେତାଙ୍କ ସମ୍ପୃକ୍ତିକୁ ବନପାଳ ବିଷୋୟୀ ଦୃଢ ଭାବେ ଖଣ୍ଡନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘରପଟ୍ଟା ପାଇଁ ତହସିଲଦାରଙ୍କ ଦ୍ୱାରସ୍ଥ ହେଲେ ବଳଦିଆଡ଼ିହ ଗ୍ରାମବାସୀ

ଗଞ୍ଜାମ,୨୧ା୮(ବିଦ୍ୟାଧର ସାହୁ): ଗଞ୍ଚାମ ବ୍ଲକ୍‌ ହୁମା ପଞ୍ଚାୟତ ଅନ୍ତର୍ଗତ ବଳଦିଆଡ଼ିହ ଗ୍ରାମର ଗ୍ରାମବାସୀମାନେ ହୁମା ପଞ୍ଚାୟତର ସମିତି ସଭ୍ୟ ଧ୍ରୁବ ଚରଣ ସାହୁଙ୍କ ନେତୃତ୍ୱରେ ଗଞ୍ଜାମ ତହସିଲଦାର…

ପ୍ରଧାନ ଶିକ୍ଷକଙ୍କ ବାଇକରେ ଥିବା ମଦ ବୋତଲ ଭାଇରାଲ: ପ୍ରଧନଶିକ୍ଷକ ନିଲମ୍ବିତ

ପାତ୍ରପୁର,୨୧ା୮(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ତୁରୁବୁଡି ପଞ୍ଚାୟତ ନୂଆଗଡ଼ ପ୍ରାଥମିକ ବିଦ୍ୟାଳୟ ଛାତ୍ରୀଛାତ୍ରଙ୍କୁ ଗତ ଦୁଇ ଦିନ ହେଲା ମଧ୍ୟାହ୍ନ ଭୋଜନ ମିଳୁ…

ଗ୍ରାମ୍ୟ ରାସ୍ତା ମରାମତି ପାଇଁ ସରପଞ୍ଚଙ୍କ ଦାବି: ଜିଲାପାଳଙ୍କୁ ସ୍ମାରକପତ୍ର 

ଦିଗପହଣ୍ଡି,୨୧|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ପଞ୍ଚାୟତ ସରପଞ୍ଚ ମନୋରଞ୍ଜନ ଗୌଡ଼ କଇଠଖଣ୍ଡି ଏବଂ ବୋରିପଦର ଗ୍ରାମ ଖାଲଖମା ରାସ୍ତା ଗୁଡ଼ିକୁ ତୁରନ୍ତ…

ତପ୍ତପାଣି ରେ ମା ‘ କନ୍ଧୁଣୀ ଦେବୀ ଙ୍କୁ ଦର୍ଶନ କଲେ ବିଧାନସଭା ଗୃହ କମିଟି

ଦିଗପହଣ୍ଡି,୨୧|୮(ଅଶେଷ ନାଥ ମିଶ୍ର): ରାଜ୍ୟ ବିଧାନସଭା ଗୃହ କମିଟି(ଉପସ୍ଥାପନ) ବ୍ରହ୍ମପୁର ଠାରୁ ଭାୟା ଦିଗପହଣ୍ଡି ଦେଇ ଶୁକ୍ରବାର ପୂର୍ବାହ୍ନ ପ୍ରାୟ ୧୧ ଟାରେ ଗଞ୍ଜାମ – ଗଜପତି…

କେସିଙ୍ଗା ପଞ୍ଚାୟତ ସମିତିରେ ପାନୀୟଜଳବିଦ୍ୟୁତ ଉପରେ ଗୁରୁତ୍ୱ

କେସିଙ୍ଗା, ୨୧।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତିର ୧୧ତମ ସାଧାରଣ ବୈଠକ ଅଧ୍ୟକ୍ଷ ଚନ୍ଦନ କୁମାର ସେନାପତିଙ୍କ ସଭାପତିତ୍ୱରେ ବ୍ଲକ କାର୍ଯ୍ୟାଳୟ ସଭାଗୃହରେ…

ନୂତନ ପରିବା ବଜାର କମ୍ପ୍ଲେକ୍ସକୁ ସ୍ଥାନାନ୍ତର ପାଇଁ ତତ୍ପର ପୌରପରିଷଦ

ଛତ୍ରପୁର, ୨୧/୮ (ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ଜନସାଧାରଣଙ୍କ ସୁବିଧା ପାଇଁ ଗଞ୍ଜାମ ଜିଲା ଛତ୍ରପୁର ପୌରପରିଷଦ ପକ୍ଷରୁ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ନିକଟରେ ନବନିର୍ମିତ ପରିବା…

ଚାଷୀ ପଞ୍ଜୀକରଣ ସରଳୀକରଣ ଓ ସମୟସୀମା ଅବଧି ବୃଦ୍ଧି ନେଇ ଆନ୍ଦୋଳନ

ଗଞ୍ଜାମ,୨୧ା୮(ବିଦ୍ୟାଧର ସାହୁ): ଅଖିଳ ଭାରତ କୃଷକ ସଭା ଅନୁବନ୍ଧିତ ଓଡ଼ିଶା କୃଷକ ସଭା ଗଞ୍ଜାମ ଜିଲା କମିଟି ପକ୍ଷରୁ ଚାଷୀଙ୍କ ବିଭିନ୍ନ ସମସ୍ୟା ନେଇ ବିକ୍ଷୋଭ ପ୍ରଦର୍ଶନ…

ଏନସିସି ନାଭାଲ ୱିଙ୍ଗ କ୍ୟାଡେଟ ଚୟନ ଶିବିର: ଯୋଗ୍ୟ ଛାତ୍ରୀଛାତ୍ର ଚୟନ

ଭଞ୍ଜନଗର,୨୧।୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ଶୁକ୍ରବାର ଏନସିସି ନାଭାଲ ୱିଙ୍ଗର କ୍ୟାଡେଟ ଚୟନ ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri