୨୨ ମାସ ପରେ ଘରକୁ ଫେରିଲେ ପାଚିକା ଗୌରୀ

କେନ୍ଦୁଝର,୧୪।୯ (ସ୍ବ.ପ୍ର./ଡି.ଏନ.ଏ.)-କେନ୍ଦୁଝରର ଏକ ନିପଟ ଗାଁର ଜଣେ ମହିଳା ଦିଲ୍ଲୀ ଯାଇ ସେଠାରୁ ବାଟବଣା ହୋଇ ନିଖୋଜ ହୋଇଯିବାର ଦୀର୍ଘ ୨୨ ମାସ ପରେ ଘରକୁ ଫେରିଛନ୍ତି। ସେ ନିଜ ଗାଁ ସ୍କୁଲରେ ଜଣେ ପାଚିକା ଭାବେ କାର୍ଯ୍ୟ କରୁଥିଲେ। ପାଚିକା ସଙ୍ଗଠନର ଦାବି ରାଜ୍ୟ ସରକାର ନ ଶୁଣିବାରୁ ସଙ୍ଗଠନର ଅନ୍ୟ ସଦସ୍ୟାଙ୍କ ସହ ମିଶି ସେ ଦିଲ୍ଲୀର କେନ୍ଦ୍ର ସରକାରଙ୍କୁ ଦାବି ଜଣାଇବାକୁ ଯାଇଥିଲେ। ସେଠାରେ ବାଟବଣା ହୋଇ ନିଖୋଜ ହୋଇଯିବାରୁ ଅସହାୟ ଅବସ୍ଥାରେ ଏଣେତେଣେ ଘୂରି ବୁଲୁଥିଲେ। ଓଡ଼ିଆ ଭାଷା ଛଡା ଅନ୍ୟ ଭାଷା ଜାଣି ନ ଥିବାରୁ ତାଙ୍କ କଥା କେହି ବୁଝି ପାରି ନ ଥିଲେ। ଏଭଳି ସ୍ଥିତିରେ ଦିଲ୍ଲୀର ‘ଦି ଆର୍ଥ ସେଭର୍ସ ଫାଉଣ୍ଡେଶନ’ ନାମକ ଏକ ସଂସ୍ଥା ତାଙ୍କୁ ଉଦ୍ଧାର କରି ଆଶ୍ରୟ ଦେଇଥିଲା। ସମ୍ପ୍ରତି ସୋସିଆଲ ମିଡିଆରେ ତାଙ୍କ ନିଖୋଜ ଖବର ସହ ଫଟୋ ଛଡାଯିବାରୁ ପରିବାର ଲୋକେ ଏହା ଦେଖି ଦିଲ୍ଲୀ ଯାଇ ସେଠାରୁ ତାଙ୍କୁ ଉଦ୍ଧାର କରିଛନ୍ତି। ଗୌରୀ ମହାନ୍ତ (୪୫) ନାମ୍ନୀ ଏହି ମହିଳା ଶୁକ୍ରବାର ଆସି ଘରେ ପହଞ୍ଚିବା ପରେ ସାରା ଗାଁରେ ଭାବପ୍ରବଣ ପରିସ୍ଥିତି ସୃଷ୍ଟି ହୋଇଥିଲା। ପରିବାର ଲୋକେ ଓ ପଡୋଶୀଙ୍କ ଆଖିରୁ ଝରି ପଡିଥିଲା ଆନନ୍ଦାଶ୍ରୁ ।
ଗୌରୀଙ୍କ ଘର କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ମଇଦାଲକେ ଗଁାରେ ା ଗତ ୨୦୧୭ ନଭେମ୍ବର ୭ ତାରିଖରେ ଶତାଧିକ ପାଚିକାଙ୍କ ଗହଣରେ ସେ ଦିଲ୍ଲୀ ଯାଇଥିଲେ। ତାଙ୍କ ସହ ଥିଲେ ଭଉଣୀ କୁନ୍ତଳା ମହାନ୍ତ । ସେଠାରେ ଆନ୍ଦୋଳନ ପରେ ସମସ୍ତେ ଘରକୁ ଫେରିବା ଲାଗି ବାହାରିବା ସମୟରେ ଗୌରୀଙ୍କର କିଛି ସନ୍ଧାନ ମିଳି ନ ଥିଲା। ଅନେକ ଖୋଜାଖୋଜି କରି ତାଙ୍କ ଭଉଣୀ ସମେତ ଅନ୍ୟ ପାଚିକାମାନେ ନିରାଶ ହୋଇ ଓଡ଼ିଶା ଫେରି ଆସିଥିଲେ। ପାଚିକା ସଙ୍ଗଠନ ପକ୍ଷରୁ ଏ ନେଇ ତାଙ୍କ ଘରକୁ ଖବର ଦିଆଯିବା ପରେ ସେହି ମାସ ୧୨ ତାରିଖରେ ତାଙ୍କ ପୁତୁରା ଦିଲ୍ଲୀ ଯାଇ ଖୋଜାଖୋଜି କରିଥିଲେ। କୌଣସି ସନ୍ଧାନ ନ ପାଇ ସେ ଶେଷରେ ଦିଲ୍ଲୀର କାଲ୍‌କାଜୀ ପୋଲିସ ଷ୍ଟେଶନରେ ଏତଲା ଦେଇ ଘରକୁ ଫେରି ଆସିଥିଲେ ା ଏହା ମଧ୍ୟରେ ପ୍ରାୟ ଦୁଇବର୍ଷ ବିତିବାକୁ ବସିଥିବା ବେଳେ ପୋଲିସ କିମ୍ବା ପରିବାର ଲୋକେ ତାଙ୍କର କୌଣସି ପତ୍ତା ପାଇ ନ ଥିଲେ। କିଛିଦିନ ତଳେ କଟକ ଅଞ୍ଚଳର ଜଣେ ମହିଳା ଦିଲ୍ଲୀର ଦି ଆର୍ଥ ସେଭର୍ସ ଫାଉଣ୍ଡେଶନ ସଂସ୍ଥାରେ ଚାକିରି କରିବା ପରେ ସେଠାରେ ଗୌରୀଙ୍କ ସହ ୩ ଜଣ ଓଡ଼ିଆ ଥିବା ଜାଣିଥିଲେ। ଏହାପରେ ସେ ଗୌରୀଙ୍କ ନିଖୋଜ ଖବର ଜାଣି ସୋସିଆଲ ମିଡିଆରେ ତାଙ୍କ ଫଟୋ ଛାଡିଥିଲେ। ଏହି ଫଟୋ ଦେଖି ପରିବାର ଲୋକେ ତାଙ୍କୁ ଉଦ୍ଧାର କରିବାକୁ ସକ୍ଷମ ହୋଇଥିବା ତାଙ୍କ ଭାଇ ଡମ୍ବରୁଧର ମହାନ୍ତ କହିଛନ୍ତି। ଗୌରୀଙ୍କୁ ଦିଲ୍ଲୀରୁ ଟ୍ରେନ ଯୋଗେ କେନ୍ଦୁଝର ଅଣାଯାଇ ପ୍ରାୟ ୨୨ କି.ମି. ଦୂର ମଇଦାଲକେ ଗଁାକୁ ନିଆଯିବା ପରେ ତାଙ୍କୁ ଦେଖିବା ସକାଶେ ସାରା ଗାଁ ଲୋକାରଣ୍ୟ ହୋଇପଡିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଘଣ୍ଟାରେ ୧୦ଟା ବାଜିବା କ୍ଷଣି ମନେ ପଡ଼ିବେ ଭଗବାନ, ସ୍ମୃତି ଅନୁଭୂତି ବଖାଣି ବିଦ୍ୟାଳୟ କର୍ମଚାରୀ କହିଲେ…

ପାଟଣା,୩୦ା୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗାସ୍ଥିତ ଦଧିବାମନ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଚତୁର୍ଥ ଶ୍ରେଣୀ କର୍ମଚାରୀ ଭଗବାନ ମହାନ୍ତ ବୁଧବାର ସରକାରୀ ଚାକିରିରୁ ଅବସର ଗ୍ରହଣ…

ଶୌଚ ହେବାକୁ ଯାଇଥିଲେ ଗୋବର୍ଦ୍ଧନ, ଅତର୍କିତ ଆକ୍ରମଣ କଲା ଭାଲୁ, ଆଉ ତା’ ପରେ…

ପାଟଣା,୩୦ା୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପୋଇପାଣି ଗ୍ରାମ ନିକଟରେ ବୁଧବାର ଭୋର୍‌ରୁ ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ଆହତ…

ଗୁଳି କରି ବ୍ୟବସାୟୀଙ୍କୁ ହତ୍ୟା; ଟଙ୍କା ବ୍ୟାଗ୍‌ ଲୁଟିନେଲେ ଦୁର୍ବୃତ୍ତ, ଅଞ୍ଚଳରେ ଚାଞ୍ଚଲ୍ୟ

ପାଟଣା,୨୯।୯ (ବୀର କିଶୋର ଦାଶ): କେନ୍ଦୁଝର ଜିଲା କେନ୍ଦେଇପୋଷି-ପାଟଣା ରାସ୍ତାର ଭୀମାପଡ଼ା ଜଙ୍ଗଲ ନିକଟରେ ସୋମବାର ବିଳମ୍ବିତ ରାତିରେ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି । ରାତି ୧୦ଟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?