Posted inଜାତୀୟ

୨୨ ବିଦ୍ରୋହୀ ବିଧାୟକଙ୍କୁ ବାଚସ୍ପତିଙ୍କ ନୋଟିସ

ଭୋପାଳ,୧୩।୩(ପି.ଟି.): ମଧ୍ୟପ୍ରଦେଶର ୨୨ ଜଣ କଂଗ୍ରେସ ବିଧାୟକ ଇସ୍ତଫା ଦେଇଥିବାବେଳେ ବାଚସ୍ପତି ଏନ୍‌.ପି. ପ୍ରଜାପତି ସେମାନଙ୍କୁ ନୋଟିସ ଜାରି କରିଛନ୍ତି। ସେମାନେ ସ୍ବେଚ୍ଛାକୃତ ଭାବେ ଇସ୍ତଫା ଦେଇଛନ୍ତି ନା ଚାପର ବଶବର୍ତ୍ତୀ ହୋଇ ଏଭଳି ନିଷ୍ପତ୍ତି ନେଇଛନ୍ତି ତାହା ସ୍ପଷ୍ଟ କରିବା ଲାଗି ବାଚସ୍ପତି ଶୁକ୍ରବାର ସେମାନଙ୍କୁ ଡାକିଛନ୍ତି। ଅନ୍ୟପକ୍ଷରେ ୧୬ରେ ମଧ୍ୟପ୍ରଦେଶ ବିଧାନସଭାରେ ଆସ୍ଥାଭୋଟ ଲାଗି ଭାଜପା ଦାବି କରିବ ବୋଲି କହିଛି। ୨୨ ବିଧାୟକଙ୍କ ଇସ୍ତଫା ସମ୍ପର୍କିତ ନିଷ୍ପତ୍ତି ପରେ ଆସ୍ଥାଭୋଟର ସମ୍ମୁଖୀନ ହେବା ଲାଗି ସରକାର ପ୍ରସ୍ତୁତ ବୋଲି କଂଗ୍ରେସ କହିଛି।
କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ଦଳ ଛାଡ଼ିବା ସହ ତାଙ୍କ ଅନୁଗତ ୬ ମନ୍ତ୍ରୀଙ୍କ ସମେତ ୨୨ ବିଧାୟକ ଇସ୍ତଫା ଦେଇଥିଲେ। ଫଳରେ ୧୫ ମାସର କମଲନାଥ ସରକାର ଗୁରୁତର ସଙ୍କଟର ସମ୍ମୁଖୀନ ହୋଇଛି। ସରକାର ସଂଖ୍ୟାଲଘୁରେ ପରିଣତ ହୋଇଥିବାରୁ ଭାଜପା ରାଜ୍ୟପାଳ ଓ ବିଧାନସଭା ବାଚସ୍ପତିଙ୍କୁ ଭେଟି ୧୬ରେ ଆସ୍ଥାଭୋଟ ପାଇଁ ଅନୁରୋଧ କରିବ ବୋଲି ଦଳର ମୁଖ୍ୟ ହ୍ବିପ୍‌ କହିଛନ୍ତି। ୧୬ରୁ ମଧ୍ୟପ୍ରଦେଶ ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ସରକାର ସଂଖ୍ୟାଗରିଷ୍ଠତା ହରାଇଥିବାରୁ ସେହିଦିନ ଗୃହରେ ଆସ୍ଥାଭୋଟ ଲାଗି ବାଚସ୍ପତିଙ୍କ ଉପରେ ଚାପ ପକାଯିବ ବୋଲି ଭାଜପା ମୁଖପାତ୍ର ରଜନୀଶ ଅଗ୍ରଓ୍ବାଲ କହିଛନ୍ତି। ଏ ସମ୍ପର୍କରେ ପଚରାଯିବାରୁ ବରିଷ୍ଠ କଂଗ୍ରେସ ନେତା ଦିଗ୍‌ବିଜୟ ସିଂ କହିଥିଲେ, ମୁଖ୍ୟମନ୍ତ୍ରୀ ଆସ୍ଥାଭୋଟର ସମ୍ମୁଖୀନ ହେବା ଲାଗି ପ୍ରସ୍ତୁତ ଅଛନ୍ତି। ତେବେ ଏହା ପୂର୍ବରୁ ୨୨ ବିଧାୟକଙ୍କ ଇସ୍ତଫା ସମ୍ପର୍କରେ ନିଷ୍ପତ୍ତି ନିଆଯିବା ଆବଶ୍ୟକ ବୋଲି ସେ କହିଛନ୍ତି। ରାଜ୍ୟରେ ସୃଷ୍ଟ ସାମ୍ବିଧାନିକ ସଙ୍କଟ ଲାଗି ସେ ଭାଜପାକୁ ଦାୟୀ କରିଛନ୍ତି। ବିଧାୟକମାନେ ଜଣ ଜଣ କରି ବାଚସ୍ପତିଙ୍କୁ ଭେଟିବେ ଓ ଚାପରେ ଇସ୍ତଫା ଦେଇନାହନ୍ତି ବୋଲି ସ୍ପଷ୍ଟ କରିବେ। ସେମାନଙ୍କ ସ୍ବାକ୍ଷର ଯାଞ୍ଚ କରାଯିବ। ଏହା ପରେ ଇସ୍ତଫା ଗୃହୀତ ହେବ ବୋଲି ଦିଗ୍‌ବିଜୟ କହିଛନ୍ତି।
୧୯ କଂଗ୍ରେସ ବିଧାୟକ ଏବେ ଭାଜପା ଅକ୍ତିଆରରେ ଅଛନ୍ତି। ସେମାନଙ୍କ ସହ ପରିବାର ସଦସ୍ୟମାନେ କଥା ହୋଇପାରୁନାହାନ୍ତି। ସେମାନଙ୍କଠାରୁ ଫୋନ ନେଇଯାଇଛନ୍ତି। ବିଧାୟକମାନଙ୍କ ଇସ୍ତଫାପତ୍ର ଭାଜପା ନେତା ଭୂପିନ୍ଦର ସିଂ ବାଚସ୍ପତିଙ୍କ ପାଖରେ ଦାଖଲ କରିଥିଲେ ବୋଲି କଂଗ୍ରେସ ନେତା କହିଛନ୍ତି।
୨୨୮ ସଦସ୍ୟ ଥିବା ମଧ୍ୟପ୍ରଦେଶ ବିଧାନସଭାରେ ବିଦ୍ରୋହ ପୂର୍ବରୁ କଂଗ୍ରେସ ବିଧାୟକ ସଂଖ୍ୟା ୧୧୪ ଥିଲା ଏବଂ ସରକାରଙ୍କୁ ୪ ସ୍ବାଧୀନ ବିଧାୟକ, ବିଏସ୍‌ପିର ୨ ଓ ଏସ୍‌ପିରୁ ଜଣେ ବିଧାୟକ ସମର୍ଥନ ଦେଉଥିଲେ। ଏମାନଙ୍କ ମଧ୍ୟରୁ କେତେଜଣ ଭାଜପା ଆଡ଼କୁ ଢଳିପାରନ୍ତି। ଯଦି ୨୨ କଂଗ୍ରେସ ବିଧାୟକଙ୍କ ଇସ୍ତଫା ଗୃହୀତ ହୁଏ ତେବେ ଗୃହର ସଦସ୍ୟ ସଂଖ୍ୟା ୨୦୬କୁ ହ୍ରାସ ପାଇବ ଓ ସରକାର ଗଢ଼ିବା ପାଇଁ କୁହୁକ ସଂଖ୍ୟା ୧୦୪ ହେବ। ବର୍ତ୍ତମାନ କଂଗ୍ରେସ ହାତରେ ୯୨ ବିଧାୟକ ରହିଥିବାବେଳେ ଭାଜପାର ୧୦୭ ବିଧାୟକ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟ ସରକାର ଚାହିଁଲେ ଦେଇ ପାରିବେ ମାଗଣା କରୋନା ଟିକା!

ନୂଆଦିଲ୍ଲୀ,୨ ।୩: କରୋନା ମହାମାରୀକୁ ଦୂରେଇ ଦେବାକୂ ଏବେ ସାରା ଦେଶରେ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହୋଇଯାଇଛି । ହେଲେ ଏହା ସରକାରୀ ହସ୍ପିଟାଲରେ...

ୟୁପି ନିର୍ବାଚନ: ଭାଜପା, ସମାଜବାଦୀ ପାର୍ଟି କର୍ମୀ ମୁହାଁମୁହିଁ

ଲକ୍ଷ୍ନୌ,୧୯ ।୨: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନର ଦି୍ୱତୀୟ ପର୍ଯ୍ୟାୟ ମତଦାନ ଶେଷ ହୋଇଥିବା ବେଳେ ଏବେ ତୃତୀୟ ପର୍ଯ୍ୟାୟ ମତଦାନକୁ ନେଇ ରାଜନୀତି ହୋଇଛି...

ମୋହାଲିର ଲଣ୍ଡନ ବ୍ରିଜ ମେଳାରେ ୫୦ ଫୁଟ ଉଚ୍ଚରୁ ଛିଡିଲା ଦୋଳି, ୧୫ ଆହତ

ମୋହାଲି,୫ ।୯: ପଞ୍ଜାବର ମୋହାଲିରେ ରବିବାର ଏକ ବଡ ଦୁର୍ଘଟଣା ହୋଇଛି । ସହରର ଫେଜ ୮ରେ ଦଶହରା ଗ୍ରାଉଣ୍ଡ ମେଳାରେ ଏକ ଦୋଳି ଖସି...

ଶିବସେନାର ନୂଆ ପୋଷ୍ଟର ଉଦ୍ଧବ ହେବେ ମୁଖ୍ୟମନ୍ତ୍ରୀ

ମୁମ୍ବାଇ,୧୦।୧୧: ମହାରାଷ୍ଟ୍ରରେ ଏପର୍ଯ୍ୟନ୍ତ ସରକାର ଗଠନକୁ ନେଇ ଟଣା ଭିଡା ଚାଲିଥିବା ବେଳେ ଏବେ ଶିବସେନାର ନୂଆ ପୋଷ୍ଟର ଦେଖିବାକୁ ମିଳିଛି। ପ୍ରଥମେ ଭାଜପା-ଶିବସେନା ମଧ୍ୟରେ...

୩ଶହ ଟନର ବିଶାଳକାୟ ବିଷ୍ଣୁଙ୍କ ପ୍ରତିମା

ବେଙ୍ଗାଲୁରୁ,୫।୬: ବେଙ୍ଗାଲୁରୁର ବିବେକାସ୍ବାମୀ ନଗରରେ ଥିବା କୋଠାନ୍ଦ୍ରମାସ୍ବାମୀ ମନ୍ଦିର ପରିସରରେ ଖୁବ ଶୀଘ୍ର ସ୍ଥାପନ କରାଯିବ ବିଷ୍ଣୁଙ୍କର ବିଶାଳ ପ୍ରତିମା। ମୂର୍ତ୍ତିଟିର ଉଚ୍ଚତା ୬୪ ଫୁଟ...

ପାକିସ୍ତାନର ଗୁପ୍ତଚର ସଂସ୍ଥା ଆଇଏସ୍‌ଆଇକୁ ଗୁପ୍ତ ସୂଚନା ହେଇ ହାଲ୍ କର୍ମଚାରୀ ଗିରଫ

ନାସିକ,୯ ।୧୦: ମହାରାଷ୍ଟ୍ରର ଆଣ୍ଟି ଟେରୋରିଜମ ସ୍କାଡ(ଏଟିଏସ୍‌)କୁ ଶୁକ୍ରବାର ଏକ ବଡ ସଫଳତା ମିଳିଛି । ଏଟିଏସ୍ ଦ୍ୱାରା ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ(ଏଚ୍‌ଏଏଲ୍‌) ନାସିକ ୟୁନିଟର...

ପଡୋଶୀ ଝିଅଙ୍କୁ କମେଣ୍ଟ ମାରିବାରୁ ପୁଅକୁ ହତ୍ୟା କଲେ ପିତା

ଲକ୍ଷ୍ନୌ, ୧୦।୭: ଉତ୍ତରପ୍ରଦେଶର ଅମରୋହା ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ପଡୋଶୀ ଝିଅଙ୍କୁ କମେଣ୍ଟ ମାରିବାରୁ ପୁଅକୁ ହତ୍ୟା କରିଦେଇଛନ୍ତି ପିତା। କ୍ରୋଧରେ ହତ୍ୟା...

ଆବଶ୍ୟକ ପଡ଼ିଲେ ସ୍ଥିତି ଅନୁଧ୍ୟାନ ଲାଗି ଜମ୍ମୁ-କଶ୍ମୀର ଯିବି: ଗୋଗୋଇ

ନୂଆଦିଲ୍ଲୀ,୧୬।୯: ଜମ୍ମୁ-କଶ୍ମୀରର ସ୍ଥିତି କିପରି ରହିଛି ସେ ନେଇ ସ୍ଥାନୀୟ ହାଇକୋର୍ଟକୁ ସୂଚନା ଦେବାକୁ ସୁପ୍ରିମ୍‌କୋର୍ଟ ପକ୍ଷରୁ କୁହାଯାଇଛି। ସେଠାରେ ୧୦ରୁ ୧୮ ବର୍ଷ ମଧ୍ୟରେ...

Advertisement
Archives

Model This Week