୨୧୯ ଛାତ୍ରୀଛାତ୍ରଙ୍କୁ ୩ ଶିକ୍ଷକ

ଫିରିଙ୍ଗିଆ, ୮ା୩ – ସରକାର ଶିକ୍ଷାର ବିକାଶ ପାଇଁ ବହୁ ଯୋଜନା ପ୍ରଣୟନ କରୁଛନ୍ତି। ଗୁଣାତ୍ମକ ଶିକ୍ଷାର ବିକାଶ ପାଇଁ ପ୍ରଚେଷ୍ଟା ମଧ୍ୟ ଜାରି ରଖିଛନ୍ତି। କିନ୍ତୁ ବିଭିନ୍ନ ବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କ ତୁଳନାରେ ଶିକ୍ଷକ ନିଯୁକ୍ତି କରୁ ନାହାନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ଫିରିଙ୍ଗିଆ ବ୍ଲକ ସଲାଗୁଡା ସରକାରୀ ଉଚ୍ଚ ପ୍ରାଥମିକ ସେବାଶ୍ରମରେ।
ଏହି ବିଦ୍ୟାଳୟରେ ୨୧୯ ଜଣ ଛାତ୍ରୀଛାତ୍ର ପଢୁଛନ୍ତି। ମାତ୍ର ୩ ଜଣ ଶିକ୍ଷକ ସେମାନଙ୍କୁ ପାଠ ପଢାଉଛନ୍ତି। ଫଳରେ ଶିକ୍ଷାଦାନ ବାଧାପ୍ରାପ୍ତ ହେଉଛି। ଏନେଇ ଅଭିଭାବକ ମହଲରେ ଘୋର ଅସନ୍ତୋଷ ଦେଖାଦେଇଛି। ଶିକ୍ଷକଙ୍କ ଅଭାବ ନେଇ ଅଞ୍ଚଳବାସୀ ବାରମ୍ବାର ଅଭିଯୋଗ କଲେ ମଧ୍ୟ ପଦକ୍ଷେପ ନିଆଯାଉ ନାହିଁ। ତୁରନ୍ତ ଶିକ୍ଷକ ନିଯୁକ୍ତି କରା ନ ଗଲେ ଆନ୍ଦୋଳନ ହେବ ବୋଲି ସ୍ଥାନୀୟ ଲୋକେ ଚେତାବନୀ ଦେଇଛନ୍ତି।
ଉକ୍ତ ସେବାଶ୍ରମରେ ପ୍ରଥମରୁ ୭ମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି। ହଷ୍ଟେଲରେ ରହି ୧୧୦ ଜଣ ଛାତ୍ରୀଛାତ୍ର ପଢୁଥିବାବେଳେ ୧୦୯ ଜଣ ପ୍ରତିଦିନ ଯିବା ଆସିବା କରନ୍ତି। ମୋଟ ଛାତ୍ରୀଛାତ୍ରଙ୍କ ସଂଖ୍ୟା ୨୧୯ ହୋଇଥିବା ବେଳେ ଛାତ୍ରୀ ୧୩୩ ଓ ଛାତ୍ର ସଂଖ୍ୟା ୮୬। ୩ ଜଣ ଶିକ୍ଷକ ଏତେ ପିଲାଙ୍କୁ ପଢାଇବାରେ ଘୋର ସମସ୍ୟା ସୃଷ୍ଟି ହେଉଛି। ଏଠାର ପ୍ରଶାସନିକ ଅଧିକାରୀଙ୍କ ମନମାନି ଯୋଗୁ ଆଦିବାସୀ ଏବଂ ପଛୁଆବର୍ଗ ପିଲାଙ୍କ ଭବିଷ୍ୟତ ନଷ୍ଟ ହେଉଛି। ଏହାକୁ ଆଦୌ ବରଦାସ୍ତ କରାଯିବ ନାହିଁ, ଯଥାଶୀଘ୍ର ଶିକ୍ଷକ ନିଯୁକ୍ତି କରାଯାଉ ବୋଲି ବିଦ୍ୟାଳୟ ପରିଚାଳନା ସଭାପତି ଭରତ ଦିଗାଲ ଦାବି କରିଛନ୍ତି। ଏ ନେଇ ଜିଲା ମଙ୍ଗଳ ଅଧିକାରୀ ଶେଷଦେବ ବେହେରାଙ୍କୁ ମଧ୍ୟ ସମସ୍ୟା ବିଷୟରେ ଅବଗତ କରାଯାଇଥିବା ସେ କହିଛନ୍ତି। ଜିଲା ମଙ୍ଗଳ ଅଧିକାରୀ ବେହେରା ବିଦ୍ୟାଳୟ ଘଟଣା ସମ୍ପର୍କରେ ଅନୁଧ୍ୟାନ କରିବା ପରେ ଶିକ୍ଷକ ନିଯୁକ୍ତି କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ସୂଚନାଯୋଗ୍ୟ ଏହି ସେବାଶ୍ରମ ୨୦୧୬ରେ ନିର୍ମିତ ହୋଇଥିଲେ ହେଁ ଅନ୍ତେବାସୀଙ୍କ ପାଇଁ ଫ୍ୟାନଟିଏ ମଧ୍ୟ ନାହିଁ। ଫଳରେ ବହୁ ଅସୁବିଧାରେ ଗରମରେ ରହୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଲ ନାହିଁ,ନଦୀ ଭିତରେ ପଶି ଯାତାୟାତ କରୁଛନ୍ତି ଲୋକେ

ଦାରିଙ୍ଗବାଡ଼ି,୧୩ା୧୧(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକର ଦାସିଂବାଡ଼ି ପଞ୍ଚାୟତର ଗଡ଼ାପାକାଲି ଗ୍ରାମକୁ ଏବେ ବ୍ଲକ ପ୍ରଶାସନ ଫୋକସ କରୁଛି। ଗାଁକୁ ରାସ୍ତା ସଂପ୍ରସାରଣ ସହ ଚାଷଜମି...

୨୦ ଜଣଙ୍କ ପାଇଁ ନେଇଥିଲେ ଅନୁମତି, ଡକାଇଥିଲେ ୨ ହଜାର ଲୋକ

ଦାରିଙ୍ଗବାଡ଼ି,୨୭।୫: କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପଞ୍ଚାୟତ ବଡ଼ିପଦର ଗାହାଡାଡି ସାହିରେ ଏକ ବିବାହ ଭୋଜିକୁ ପ୍ରଶାସନ ପକ୍ଷରୁ ଗୁରୁବାର ବନ୍ଦ କରାଯାଇଛି। କୋଭିଡ୍‌ ନିୟମ ଉଲ୍ଲଂଘନ...

ମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେଡିର ୨ ଗୋଷ୍ଠୀ ମୁହାଁମୁହିଁ

କନ୍ଧମାଳ,୩୦।୧୦(ଡି.ଏନ୍‌.ଏ.): କନ୍ଧମାଳ ଜିଲା ବାଲିଗୁଡ଼ା ବିଜେଡିର ଦୁଇଗୋଷ୍ଠୀ ମଧ୍ୟରେ ଶନିବାର ମୁହାଁମୁହିଁ ହୋଇଛି। ମନ୍ତ୍ରୀ ପ୍ରତାପ ଜେନା ଦୁଇ ଦିନିଆ କନ୍ଧମାଳ ଗସ୍ତରେ ଯାଇଥିବା ବେଳେ...

ଫୁଲବାଣୀ ଟାଉନ ପ୍ଲାନିଂ ପାଇଁ ମାଷ୍ଟର ପ୍ଲାନ ପ୍ରସ୍ତୁତ

ଫୁଲବାଣୀ ଅଫିସ, ୨୬।୧-ଫୁଳବାଣୀ ସହର ଉନ୍ନତୀକରଣ ହେବ। ପୁରୁଣାକାଳିଆ ସହରକୁ ନୂତନ ରୁପ ଦିଆଯିବ। ସହରର ରୁପରେଖ ସମ୍ପୂର୍ଣ ବଦଳିବ। ଆସନ୍ତା ୨୦ ବର୍ଷର ଜନସଂଖ୍ୟ...

କନ୍ଧମାଳରେ ପାସ୍‌ ହାର ୬୦.୪୪%

ଫୁଲବାଣୀ ଅଫିସ, ୨୦ା୮- କନ୍ଧମାଳ ଜିଲାରେ ଯୁକ୍ତ ୨ ବାଣିଜ୍ୟରେ ପାସ୍‌ହାର ରହିଛି ୬୦.୪୪ ପ୍ରତିଶତ। ଜିଲାରେ ମୋଟ ୨୨୫ ଜଣ ପରୀକ୍ଷା ଦେଇଥିବା ବେଳେ...

ଶ୍ରମିକ କାର୍ଡ଼ ହିତାଧିକାରୀଙ୍କୁ ସହାୟତା ବଣ୍ଟନ

ଖଜୁରିପଡା,୧୯ା୪(ଡି.ଏନ.ଏ.)- ଖଜୁରିପଡା ବ୍ଲକର ୧୪ ପଞ୍ଚାୟତରେ ବିଡ଼ିଓ ରବୀନ୍ଦ୍ରନାଥ କହଁରଙ୍କ ତତ୍ତ୍ବାବଧାନରେ ଘରଘର ବୁଲି ଶ୍ରମିକ କାର୍ଡ ହିତାଧିକାରୀଙ୍କୁ ୧୫ ଶହ ଟଙ୍କା ଲେଖାଏ ବଣ୍ଟନ...

ପୋଲିସ ଗୁଳିରେ ଟଳିଲେ ୪ କ୍ୟାଡର ମାଓବାଦୀ

ବାଲିଗୁଡା,୫।୭.(ଡି.ଏନ୍‌.ଏ.): କନ୍ଧମାଳ ଜଙ୍ଗଲରେ ପୁଣି ପୋଲିସ-ମାଓବାଦୀ ଗୁଳିବିନମୟ। କନ୍ଧମାଳ ଜିଲା ପୋଲିସର ଏସ୍‌ଓଜି ଓ ଡିଭିଏଫ୍‌ର ମିଳିତ ଆକ୍ରମଣରେ ୪ ମାଓବାଦୀ ନିହତ ହୋଇଥିବା ଜଣାପଡିଛି।...

ହାତୀଛୁଆର ମୃତଦେହ ଉଦ୍ଧାର

ରାଇକିଆ,୧୧ା୧(ଡି.ଏନ୍‌.ଏ.): କନ୍ଧମାଳ ଜିଲା ରାଇକିଆ ବ୍ଲକ ବାରବା ରେଞ୍ଜ ଅନ୍ତର୍ଗତ ଖମନଖୋଲ ଗ୍ରାମ ନିକଟରୁ ହାତୀଛୁଆର ମୃତଦେହ ଉଦ୍ଧାର କରାଯାଇଛି। ହାତୀ ଛୁଆର ମୃତ୍ୟୁ ନେଇ...

Advertisement
Archives

Model This Week