୨୦୪୩ ଦାଦନ ଶ୍ରମିକ ହୋମ୍‌ କ୍ୱାରାଣ୍ଟାଇନ୍‌ରେ

ବଲାଙ୍ଗୀର ଅଫିସ,୨୬ା୩: ବଲାଙ୍ଗୀର ଭଳି ଦାଦନ ପ୍ରବଣ ଜିଲାର ବିଭିନ୍ନ ଗଁ।ରୁ ପ୍ରତିବର୍ଷ ହଜାର ହଜାର ଦାଦନ ଶ୍ରମିକ ରାଜ୍ୟ ବାହାରକୁ ଜୀବିକା ଅନ୍ବେଷଣରେ ଯାଇଥାନ୍ତି। ଜିଲା ଶ୍ରମ ବିଭାଗ ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ ଜିଲାରୁ ଚଳିତବର୍ଷ ପ୍ରାୟ ୨୩ ହଜାର ଦାଦନ ଶ୍ରମିକ ରାଜ୍ୟ ବାହାରକୁ କାମ କରିବା ପାଇଁ ପଞ୍ଜୀକୃତ ହୋଇଥିଲେ। ପ୍ରାୟ ୩ଶହ ଦାଦନ ସର୍ଦ୍ଦାର ବା ଶ୍ରମ ଠିକାଦାରଙ୍କ ଜରିଆରେ ଏହି ୨୩ ହଜାର ଦାଦନ ଶ୍ରମିକ ବିଭିନ୍ନ ରାଜ୍ୟକୁ କାମ କରିବା ପାଇଁ ଯାଇଛନ୍ତି। କରୋନା ସଂକ୍ରମଣ ଭୟ ଓ ଆତଙ୍କ ପରେ ବିଭିନ୍ନ ରାଜ୍ୟରୁ ଦାଦନ ଶ୍ରମିକମାନେ ନିଜ ନିଜ ଗଁ।କୁ ଫେରି ଆସିଛନ୍ତି। ଜିଲା ପ୍ରଶାସନ ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ ରାଜ୍ୟ ବାହାରୁ ବଲାଙ୍ଗୀର ଜିଲାକୁ ୨୦୪୩ ଜଣ ଦାଦନ ଶ୍ରମିକ ଫେରିଛନ୍ତି। ସେମାନଙ୍କୁ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରହିବାକୁ ପରାମର୍ଶ ଦିଆଯାଇଛି। ଜିଲାର କୌଣସି ଜଣେ ବି ଦାଦନ ଶ୍ରମିକ ବା ବ୍ୟକ୍ତି ଏଯାଏଁ କରୋନା ସଂକ୍ରମିିତ ହୋଇଥିବା ଚିହ୍ନଟ ହୋଇନାହାନ୍ତି। ତଥାପି ପ୍ରତିଷେଧକ ବ୍ୟବସ୍ଥା ଅବଲମ୍ବନ କରାଯାଇ ସମସ୍ତ ୨୦୪୩ ଦାଦନ ଶ୍ରମିକଙ୍କୁ ହୋମ କ୍ୱାରାଣ୍ଟାଇନ୍‌ ବା ହୋମ ଆଇସୋଲେଶନ୍‌ରେ ରହିବାକୁ ପରାମର୍ଶ ଦିଆଯାଇଛି। ଏଦିଗରେ ଜିଲା ପ୍ରଶାସନ ପକ୍ଷରୁ ନଜର ରଖାଯାଇଛି। ପଞ୍ଚାୟତ ସ୍ତରରେ ବିଭିନ୍ନ ଗଁ।ରେ ଆଶା, ଅଙ୍ଗନୱାଡି ଓ ଏଏନ୍‌ଏମ୍‌ଙ୍କ ଜରିଆରେ ଏହି ରାଜ୍ୟ ବାହାରୁ ଆସିଥିବା ଦାଦନ ଶ୍ରମିକଙ୍କୁ ପଞ୍ଜୀକରଣ କରାଯାଇଛି। କରୋନା ସଂକ୍ରମଣକୁ ନେଇ ଜିଲାରେ ବ୍ୟାପକ ସଚେତନତା ଅବଲମ୍ବନ କରାଯାଉଥିବା ଓ ଏଥିରେ ସମସ୍ତ ବ୍ୟକ୍ତି ସହଯୋଗ କରିବାକୁ ଜିଲା ପ୍ରଶାସନ ତରଫରୁ ନିବେଦନ କରାଯାଇଛି। କାଶ, ସର୍ଦ୍ଦ, ଜ୍ୱର ଲକ୍ଷଣ ଥିବା ବ୍ୟକ୍ତିମାନେ ନିକଟସ୍ଥ ସ୍ବାସ୍ଥ୍ୟକେନ୍ଦ୍ର, ଡାକ୍ତରଙ୍କ ପରାମର୍ଶ ନେବାକୁ କୁହାଯାଇଛି। ତଥାପି ରାଜ୍ୟ ବାହାରୁ ଫେରିଥିବା ଦାଦନ ଶ୍ରମିକଙ୍କୁ ନେଇ ଗ୍ରାମାଞ୍ଚଳସ୍ତରରେ ଭୟ ଓ ଆତଙ୍କ ରହିଛି। କୌଣସି ବ୍ୟକ୍ତିଙ୍କଠାରେ କୌଣସି ଲକ୍ଷଣ ଦେଖାଯାଉ ନ ଥିଲେ ମଧ୍ୟ କରୋନା ମହାମାରୀକୁ ନେଇ ସମଗ୍ର ବିଶ୍ୱସ୍ତରୀୟ ତଥ୍ୟ ଶୁଣିଦେଇ ଅନେକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ବିଭିନ୍ନ ଗଁ।ରେ ଦାଦନ ଶ୍ରମିକଙ୍କ ପ୍ରବେଶକୁ ନେଇ ଯେଉଁ ଅସୁବିଧା ଲାଗି ରହିଥିଲା ତାକୁ ଦୂର କରିବାକୁ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜାମ ପ୍ରଶାସନର ଅଭିନବ ପଦକ୍ଷେପ: ମାନସିକ ଚାପଗ୍ରସ୍ତଙ୍କୁ ଫୋନ୍‌ରେ କାଉନ୍‌ସେଲିଂ କରୁଛନ୍ତି ୧୫ ମନସ୍ତତ୍ୱବିତ୍‌

ଛତ୍ରପୁର,୨୫।୪(ଡି.ଏନ୍‌.ଏ.): କରୋନା ନେଇ ସମଗ୍ର ରାଜ୍ୟରେ ଲକ୍‌ଡାଉନ୍‌ ଜାରିରହିଛି। ଏହିକ୍ରମରେ ଗଞ୍ଜାମ ଜ଼ିଲାରେ ଲକ୍‌ଡାଉନ ଯୋଗୁ ଅନେକଙ୍କୁ କରୋନା ଚିନ୍ତା ଘାରିଥିବା ବେଳେ ଆଉ କେତେକ...

୧୫ ଦିନ ହେଲା ଇନ୍‌ସୁଲିନ ମିଳୁନି

ନୟାଗଡ଼ ଅଫିସ,୨୧ା୨:ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ ମାଗଣାରେ ଇନ୍‌ସୁଲିନ୍‌ ମିଳୁନି। ରୋଗୀ ୧୫ ଦିନ ହେଲା ନିରାମୟ କାଉଣ୍ଟର ସମ୍ମୁଖରେ ଧାଡିରେ ଛିଡା ହୋଇ ଅପେକ୍ଷା...

ଏପ୍ରିଲ ୫ ରାତି ୯ଟାରେ ୯ ମିିନିଟ୍‌ ପାଇଁ ଘରର ଲାଇଟ୍‌ ବନ୍ଦ କରିବାକୁ ନିବେଦନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୩ା୪ : କରୋନା ଭାଇରସ୍‌ ସମଗ୍ର ବିଶ୍ୱରେ ଆତଙ୍କ ଖେଳାଇ ଚାଲିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହା ଉପରେ କଡ଼ା ନଜର ରଖିଛନ୍ତି। ପ୍ରଧାନମନ୍ତ୍ରୀ...

ସ୍ନାତକ ବିଭାଗ ଟପ୍ପରଙ୍କୁ ବ୍ୟାସକବି ଶିକ୍ଷା ସମ୍ମାନ

ବାଲେଶ୍ୱର ଅଫିସ, ୧୪।୬-ବାଲେଶ୍ୱର ଫକୀରମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ବିଭିନ୍ନ ସ୍ନାତକ ବିଭାଗରେ ସର୍ବାଧିକ ନମ୍ବର ରଖି କୃତକାର୍ଯ୍ୟ ହୋଇଥିବା ଛାତ୍ରୀଛାତ୍ରମାନଙ୍କୁ ବିଜୁ ଛାତ୍ର ଜନତା ଦଳ...

ବାରବାଟୀ ମାଚ୍‌ ଦେଖିବାକୁ ଯାଉଥିଲେ ସାଙ୍ଗରେ ନେବେନାହିଁ ଏସବୁ…

କଟକ ଅଫିସ,୧୧।୬: ରବିବାର ବାରବାଟୀରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ମ୍ୟାଚ ଖେଳାଯିବ। ଏହାକୁ ନେଇ ଓଡ଼ିଶା କ୍ରିକେଟ ଆସୋସିଏଶନ ପକ୍ଷରୁ ବ୍ୟାପକ...

୯୦ ଏକର ଜମିରେ ହେବ ‘ଆନନ୍ଦବନ’

ଭୁବନେଶ୍ୱର,୧୩।୧ (ବ୍ୟୁରୋ): ସହରାଞ୍ଚଳ ବନ ବିଭାଗ ପକ୍ଷରୁୁ ଶଙ୍କରପୁର ମୌଜା ଘାଟିକିଆ-କଳିଙ୍ଗ ବିହାର ଅଞ୍ଚଳରେ ପ୍ରକଳ୍ପ ‘ଆନନ୍ଦବନ’ ପ୍ରସ୍ତୁତ କରାଯାଉଛି। ପ୍ରାୟ ୯୦ ଏକର ଜମିରେ...

ନନ୍ଦନକାନନରେ ପୂର୍ଣ୍ଣିମା ଜନ୍ମଦେଲା ଶାବକ

ବାରଙ୍ଗ,୧୫।୨(ଡି.ଏନ୍‌.ଏ.): ପ୍ରାଣୀଉଦ୍ୟାନ ନନ୍ଦନକାନନ ପାଇଁ ଖୁସି ଖବର। ସୋମବାର ସକାଳେ ନନ୍ଦନକାନନରେ ପର୍ଯ୍ୟଟକମାନଙ୍କ ପାଇଁ ଅନ୍ୟତମ ଆକର୍ଷକ ସାଜିଥିବା ସିମ୍ପାଜି ପୂର୍ଣ୍ଣିମା ଗୋଟିଏ ଶାବକକୁ ଜନ୍ମ...

୨୯୮ ନିୟୁତ ଟନ୍‌ ଖାଦ୍ୟଶସ୍ୟ ଉତ୍ପାଦନ ଲକ୍ଷ୍ୟଧାର୍ଯ୍ୟ

ନୂଆଦିଲ୍ଲୀ, ୧୭।୪:୨୦୨୦-୨୧ ବର୍ଷରେ ୨୯୮ ନିୟୁତ ଟନ୍‌ ଖାଦ୍ୟଶସ୍ୟ ଉତ୍ପାଦନ ପାଇଁ କେନ୍ଦ୍ର ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ୨୦୧୯-୨୦ ବର୍ଷରେ ୨୯୧.୧୦ ନିୟୁତ ଟନ୍‌...

Advertisement
Archives

Model This Week