୨୦୨୨କୁ ଘୁଞ୍ଚିଲା ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପ୍‌

ପ୍ୟାରିସ୍‌,୩୧।୩ (ଏଏଫ୍‌ପି)- କରୋନା ଭାଇରସ ସଂକ୍ରମଣ ସାରା ବିଶ୍ୱକ୍ରୀଡ଼ାକୁ ପ୍ରଭାବିତ କରିଛି। ଟୋକିଓ ଅଲିମ୍ପିକ୍ସ ଗୋଟିଏ ବର୍ଷ ଘୁଞ୍ଚିଯିବା ପରେ ଅନୁରୂପ ଭାବେ ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପ୍‌କୁ ମଧ୍ୟ ଘୁଞ୍ଚାଇ ଦିଆଯାଇଛି। ଆମେରିକାର ଅରେଗନ ରାଜ୍ୟସ୍ଥିତ ୟୁଗେନେରେ ୨୦୨୧ରେ ଆୟୋଜନ ହେବାକୁ ଥିବା ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପ୍‌କୁ ୨୦୨୨କୁ ଘୁଞ୍ଚାଇ ଦିଆଯାଇଛି।
୨୦୨୦ ଟୋକିଓ ଅଲିମ୍ପିକ୍ସ କରୋନା ଭାଇରସ ସଂକ୍ରମଣ କାରଣରୁ ସ୍ଥଗିତ ରଖାଯାଇଥିଲା। ଏବେ ଏହି ମେଗା ଇଭେଣ୍ଟ ୨୦୨୧ ଜୁଲାଇ ୨୩ ତାରିଖରୁ ଆରମ୍ଭ ହୋଇ ଅଗଷ୍ଟ ୮ ତାରିଖରେ ଶେଷ ହେବ। ସେହି ଅନୁସାରେ ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପ୍‌କୁ ଆୟୋଜକମାନେ ମଧ୍ୟ ଘୁଞ୍ଚାଇବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ଚାମ୍ପିୟନଶିପ୍‌ ୨୦୨୧ ଅଗଷ୍ଟ ୬ରୁ ଆରମ୍ଭ ହୋଇ ୧୫ ତାରିଖରେ ଶେଷ ହେବାର କାର୍ଯ୍ୟକ୍ରମ ଥିଲା। ଅଲିମ୍ପିକ୍ସ ପାଇଁ ଏହି ଚାମ୍ପିୟନଶିପ୍‌ ନିର୍ଦ୍ଧାରିତ ସମୟରେ ଆୟୋଜନ ହେବା ଅସମ୍ଭବ ହୋଇ ପଡିଛି।
ଅଲିମ୍ପିକ୍ସର ନୂଆ ତାରିଖ ଘୋଷଣା ନେଇ ଆମେ ଅନ୍ତର୍ଜାତୀୟ ଅଲିମ୍ପିକ୍‌ କମିଟି (ଆଇଓସି) ଓ ଜାପାନ ଆୟୋଜକମାନଙ୍କୁ ସମର୍ଥନ କରୁଛୁ ବୋଲି ଓ୍ବାଲର୍‌ଡ ଆଥଲେଟିକ୍ସ କହିଛି। ଅଲିମ୍ପିକ୍ସ ଘୁଞ୍ଚିବା ଦ୍ୱାରା ଆଥଲେଟମାନେ ସମୟ ପାଇବେ ଓ ପ୍ରତିଯୋଗୀତାରେ ଅଂଶଗ୍ରହଣ କରିବାକୁ ଟ୍ରେନିଂର ସୁଯୋଗ ମଧ୍ୟ ହାସଲ କରିବେ। ଓ୍ବାଲର୍‌ଡ ଆଥଲେଟିକ ଚାମ୍ପିୟନଶିପ୍‌ର ନୂଆ ତାରିଖ ନେଇ କାର୍ଯ୍ୟ କରୁଛୁ ଓ ଆୟୋଜକମାନଙ୍କ ସହ ଅଲୋଚନା କରୁଛୁ। ତେବେ ଏଥିପାଇଁ ସମସ୍ତେ ବୁଝାମଣା କରିବା କିଛି ତ୍ୟାଗ କରିବା ଆବଶ୍ୟକ ବୋଲି ଓ୍ବାଲର୍‌ଡ ଆଥଲେଟିକ୍ସ ତରଫରୁ କୁହାଯାଇଛି।
ଅନ୍ୟପଟେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ବର୍ମିଂହାମରେ ୨୦୨୨ ଜୁଲାଇ ୨୭ରୁ ଅଗଷ୍ଟ ୭ ତାରିଖ ମଧ୍ୟରେ ଆୟୋଜନ ହେବାର କାର୍ଯ୍ୟକ୍ରମ ରହିଛି। ତେଣୁ ନୂଆ ତାରିଖ ଧାର୍ଯ୍ୟ କରିବା ପୂର୍ବରୁ ଆମେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଫେଡେରେଶନ ଓ ଆୟୋଜକଙ୍କ ସହ ଆଲୋଚନା କରୁଛୁ ବୋଲି ଓ୍ବାଲର୍‌ଡ ଆଥଲେଟିକ୍ସ ତରଫରୁ କୁହାଯାଇଛି। କେବଳ ସେତିକି ନୁହଁ ୨୦୨୨ ୟୁରୋପିଆ ଆଥଲେଟିକ୍ସ ଚାମ୍ପିୟନଶିପ୍‌ ଆୟୋଜକଙ୍କ ସହିତ ଆଲୋଚନା ଜାରି ରହିଛି। ଏହି ଇଭେଣ୍ଟ ମ୍ୟୁନିକ୍‌ରେ ଅଗଷ୍ଟ ୧୧ରୁ ଆରମ୍ଭ ହୋଇ ୨୧ ତାରିଖରେ ଶେଷ ହେବ। ଚଳିତ ବର୍ଷ ୟୁରୋପିଆନ ଚାମ୍ପିୟନଶିପ୍‌ ପ୍ୟାରିସ୍‌ରେ ଅଗଷ୍ଟ ୨୬ରୁ ୩୦ ତାରିଖ ମଧ୍ୟରେ ଆୟୋଜନ ହେବାର କାର୍ଯ୍ୟକ୍ରମ ରହିଛି। ଏହି ଇଭେଣ୍ଟକୁ ସ୍ଥଗିତ ରଖିବା ପାଇଁ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନଆଯାଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଆର୍‌ସିବି ୯୨ରନ୍‌ କରିବା ପରେ ଚର୍ଚ୍ଚାରେ ଦୀପିକା; ୧୧ ବର୍ଷ ପୂର୍ବ…

ନୂଆଦିଲ୍ଲୀ,୨୧।୯: ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ ଆଇପିଏଲ୍‌ ଆରମ୍ଭ ଦିନରୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି) ଟିମ୍‌ର ବଡ଼ ପ୍ରଶଂସିକା। ଷ୍ଟାଡିୟମରେ ପହଞ୍ଚି ଆର୍‌ସିବି ମ୍ୟାଚ୍‌ ଦେଖିବାଠାରୁ...

ଘରୋଇ ମ୍ୟାଚ୍‌କୁ ସ୍ଥଗିତ କଲା ବିସିସିଆଇ

ମୁମ୍ବାଇ,୧୪।୩(ପି.ଟି.)- ଚଳିତ ଘରୋଇ ସିଜିନର ବଳକା ମ୍ୟାଚ୍‌କୁ ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଶନିବାର ସ୍ଥଗିତ ରଖିଛି। ଏଥିରେ ରଣଜୀ ଟ୍ରଫି ଚାମ୍ପିୟନ ସୌରାଷ୍ଟ୍ର...

କ୍ରମାଗତ ପରାଜୟ ଧାରା ଭାଙ୍ଗିଲା ଶ୍ରୀଲଙ୍କା

ଲଣ୍ଡନ,୨୨।୫(ଏଏଫ୍‌ପି)- କ୍ରମାଗତ ୮ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ୍‌ ହାରିବା ପରେ ଶ୍ରୀଲଙ୍କା ବିଶ୍ୱକପ୍‌ ପୂର୍ବରୁ ପ୍ରଥମ ବିଜୟ ସ୍ବାଦ ଚାଖିଛି। ଏଡିନ୍‌ବର୍ଗଠାରେ ସ୍କଟଲାଣ୍ଡ ବିପକ୍ଷରେ ଖେଳାଯାଇଥିବା...

‘ଆମ ଦଳର ଜଣଙ୍କୁ ସ୍ଲେଜିଂ କଲେ, ଅନ୍ୟମାନେ ଛାଡ଼ିବେ ନାହିଁ’

ନୂଆଦିଲ୍ଲୀ,୧୭।୮ : ଆମ କୌଣସି ଖେଳାଳିଙ୍କୁ ସ୍ଲେଜିଂ କଲେ ଅନ୍ୟ ୧୦ ଖେଳାଳିମାନେ ପ୍ରତିପକ୍ଷକୁ ଛାଡ଼ିବେ ନାହିଁ। ଇଂଲଣ୍ଡ ବିପକ୍ଷ ଲଡର୍‌ସ ଟେଷ୍ଟରେ ଏହା ହିଁ...

ଜୋତା ସଫା କଲେ ବିରାଟ କୋହଲି

ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ମା’ ହେବାକୁ ଯାଉଛନ୍ତି। ନିକଟରେ ୟୁଏଇରେ ଚାଲିଥିବା ଆଇପିଏଲ୍‌ ଟୁର୍ଣ୍ଣାମେଣ୍ଟରେ ତାଙ୍କୁ ଅଧିକାଂଶ ସମୟରେ ବେବି ବମ୍ପ୍‌ସହ ଦେଖିବାକୁ ମିଳୁଥିଲା।...

ଟିମ୍‌ ଇଣ୍ଡିଆ ପାଇଁ ଖରାପ ଖବର

କୋଲକାତା,୧୭।୨: ସ୍ଥାନୀୟ ଇଡେନ ଗାର୍ଡେନ୍ସଠାରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ବୁଧବାର ଖେଳାଯାଇଥିବା ପ୍ରଥମ ଟି୨୦ ମ୍ୟାଚ୍‌ରେ ଭାରତ ୬ ଉଇକେଟରେ ବିଜୟ ହାସଲ କରିଛି। କିନ୍ତୁ ଏହି...

ସୋନପୁରରେ କାର୍ଯ୍ୟକ୍ଷମ ହେଲା କୋଭିଡ୍‌ ସ୍ବାସ୍ଥ୍ୟକେନ୍ଦ୍ର

ସୋନପୁର,୧୫।୪(ନି.ପ୍ର.): ସୁବର୍ଣ୍ଣପୁର ଜିଲାରେ କରୋନା ପ୍ରତିରୋଧ ପାଇଁ ପ୍ରଥମ ପର୍ଯ୍ୟାୟରେ ସୋନପୁର ସରକାରୀ ଆଇଟିଆଇକୁ ଅସ୍ଥାୟୀଭାବେ କୋଭିଡ୍‌ ସ୍ବାସ୍ଥ୍ୟକେନ୍ଦ୍ର କରାଯାଇଛି। ଏହି ସ୍ବାସ୍ଥ୍ୟକେନ୍ଦ୍ର ବୁଧବାରଠାରୁ ବିଧିବଦ୍ଧ...

ଭାରତରେ ସମ୍ପୂର୍ଣ୍ଣ କରୋନା ଟୀକାକରଣ ପାଇଁ ଲାଗିବ କେତେ ଦିନ…

ନୂଆଦିଲ୍ଲୀ, ୨୨।୭: ପୃଥିବୀରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଏପରିସ୍ଥଳେ କରୋନା ପ୍ରତିଷେଧକ ଟୀକା ପ୍ରସ୍ତୁତି ନେଇ ଆଶା ମଧ୍ୟ ବଢ଼ିବାରେ...

Advertisement
Archives

Model This Week