Posted inଖେଳ

୨୦୧୯ ବିଶ୍ୱକପ୍‌ ବିପର୍ଯ୍ୟୟ ଦୁଃଖଦ ଥିଲା: ଜାଡେଜା

ନୂଆଦିଲ୍ଳୀ,୧୦।୭: ଇଂଲଣ୍ଡରେ ଅନୁଷ୍ଠିତ ୨୦୧୯ ବିଶ୍ୱକପ୍‌ରେ ଭାରତ ସେମି ଫାଇନାଲରେ ନ୍ୟୁଜିଲାଣ୍ଡଠାରୁ ପରାସ୍ତ ହୋଇ ବିଦାୟ ନେଇଥିଲା। ଏହି ବିପର୍ଯ୍ୟୟ ସବୁଠୁ ଦୁଃଖଦ ଥିଲା ବୋଲି ଭାରତୀୟ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା କହିଛନ୍ତି। ଗତବର୍ଷ ଆଜିର ଦିନରେ ଭାରତ ଏହି ମହା ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ଓ ସାରା ଦେଶ ଦୁଃଖରେ ଭାଙ୍ଗିପଡିଥିଲା। ମାଞ୍ଚେଷ୍ଟରର ଓଲ୍ଡ ଟ୍ରାଫୋର୍ଡ ଗ୍ରାଉଣ୍ଡରେ ଖେଳାଯାଇଥିବା ଏହି ନିର୍ଣ୍ଣାୟକ ମ୍ୟାଚ୍‌ରେ ଭାରତ ୧୮ ରନରେ ପରାସ୍ତ ହୋଇଥିଲା। ବର୍ଷାବାଧାପ୍ରାପ୍ତ ଏହି ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ୮ ଉଇକେଟ ହରାଇ ୨୩୯ ରନ ସଂଗ୍ରହ କରିଥିଲା। ଜବାବରେ ବ୍ୟାଟିଂ ଆରମ୍ଭ କରି ଭାରତ ୨୨୧ ରନରେ ସୀମିତ ରହି ପରାସ୍ତ ହୋଇଥିଲା। ଫାଇନାଲରେ ନ୍ୟୁଜିଲାଣ୍ଡକୁ ହରାଇ ଇଂଲଣ୍ଡ ପ୍ରଥମଥର ପାଇଁ ବିଶ୍ୱକପ୍‌ ଟାଇଟଲ ହାସଲ କରିଥିଲା। ପାରୁ ପର୍ଯ୍ୟନ୍ତ ପ୍ରୟାସ କରିଥିଲେ ମଧ୍ୟ ଆମେ ବିଜୟ ଲକ୍ଷ୍ୟଠାରୁ ଦୂରରେ ରହିଯାଇଥିଲୁ ଓ ଜୀବନର ଅନ୍ୟତମ ଦୁଃଖଦ ଦିନ ଥିଲା ବୋଲି ଜାଡେଜା ଟୁଇଟ କରି ଉଲ୍ଲେଖ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସିଏସ୍‌କେ ୩ରୁ ୩

ଆବୁଧାବି,୨୬।୯: ଚଳିତ ଆଇପିଏଲ ସିଜନରେ ଫେଜ-୨ରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ବିଜୟ ଧାରା ଜାରି ରଖିଛି। ୩ରୁ ୩ ମ୍ୟାଚ୍‌ରେ ବିଜୟୀ ହୋଇଛି ମହେନ୍ଦ୍ର...

ଆଣ୍ଠୁରୁ ବୋହୁଥିଲା ଧାର ଧାର ରକ୍ତ; ତଥାପି ବୋଲିଂ କରି ଚାଲିଥିଲେ: ପ୍ରଶଂସକ କହିଲେ…

ଓଭାଲ,୩।୯: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚତୁର୍ଥ ଟେଷ୍ଟ ଗୁରୁବାର ଠାରୁ ଆରମ୍ଭ ହୋଇଛି । ପ୍ରଥମ ଦିନରେ ବୋଲରମାନେ ପ୍ରାଧାନ୍ୟ ବିସ୍ତାର କରିଥିଲେ ଏବଂ...

ଇଂଲଣ୍ଡ ମୁଖ୍ୟ କୋଚ୍‌ ପଦରୁ ବିଦା ହେଲେ ସିଲଭରଉଡ୍‌

ଲଣ୍ଡନ,୪।୨: ଇଂଲଣ୍ଡର ମୁଖ୍ୟ କୋଚ୍‌ ପଦରୁ ଇସ୍ତଫା ଦେଇଛନ୍ତି କ୍ରିସ ସିଲଭରଉଡ୍‌। ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଉଥିବା ଆଶେସ ସିରିଜରେ ଇଂଲଣ୍ଡର ଲଜ୍ଜାଜନକ ପ୍ରଦର୍ଶନ ପରେ ତାଙ୍କୁ...

ଆଉ ୭୩ ରନ୍‌ କରିପାରିଲେ ଆଇପିଏଲ୍‌ରେ ଏହି କୀର୍ତ୍ତିମାନ କରିବେ ଜାଡେଜା

ନୂଆଦିଲ୍ଲୀ, ୧୭।୯: ଆଇପିଏଲ୍‌ର ୧୩ତମ ସଂସ୍କରଣ ଶନିବାରଠାରୁ ୟୁଏଇରେ ଆରମ୍ଭ ହେବ। ମହେନ୍ଦ୍ର ସିଂ ଧୋନୀଙ୍କ ଚେନ୍ନାଇ ସୁପର୍‌ କିଙ୍ଗ୍ସ ଓ ଗତଥରର ଚାମ୍ପିୟନ ମୁମ୍ବାଇ...

ମେସି ମାଇଲଷ୍ଟୋନ

ରେକର୍ଡ ଷଷ୍ଠଥର ପାଇଁ ବାଲୋନ ଡି’ ଅର ପୁରସ୍କାର ହାସଲ କରିଥିବା ଲିଓନେଲ ମେସି ବାର୍ସିଲୋନା ପାଇଁ ୭୦୦ତମ ମ୍ୟାଚ ଖେଳିଛନ୍ତି। ଚାମ୍ପିୟନ୍ସ ଲିଗ୍‌ରେ ବୋରୁସିଆ...

ମୋର୍ଗାନ ଆହତ

ଲଣ୍ଡନ,୨୪।୫(ଏଏଫ୍‌ପି): ଇଂଲଣ୍ଡ ଦଳର ଅଧିନାୟକ ଇଆନ ମୋର୍ଗାନ ଆହତ ହୋଇଛନ୍ତି। ବିଶ୍ୱକପ୍‌ ପୂର୍ବରୁ ଅଷ୍ଟ୍ରେଲିଆ ବିପକ୍ଷ ଓ୍ବାର୍ମଅପ୍‌ ମ୍ୟାଚ୍‌ ପାଇଁ ଅଭ୍ୟାସ କରୁଥିବାବେଳେ ତାଙ୍କ ବାମହାତାର...

ଟେଷ୍ଟରେ କାହିଁକି ଧଳା ଶର୍ଟ ପିନ୍ଧନ୍ତି କ୍ରିକେଟର

୧୯୦୦ ମସିହା ପୂର୍ବରୁ କ୍ରିକେଟରଙ୍କ ଡ୍ରେସ୍‌ କୋଡ୍‌ ନିର୍ଦ୍ଧାରଣ ନ ଥିଲା। ସାଧାରଣ ଡ୍ରେସ୍‌ ପିନ୍ଧି କ୍ରିକେଟରମାନେ ପଡିଆକୁ ଓହ୍ଲାଉଥିଲେ। ସେ ସମୟରେ କେବଳ ଟେଷ୍ଟ...

ଭାରତ ବିପକ୍ଷ ସିରିଜ: ନ୍ୟୁଜିଲାଣ୍ଡ ଦିନିକିଆ ଦଳ ଘୋଷିତ

ଓ୍ବେଲିଂଟନ, ୩୦।୧ (ପି.ଟି.)- ଭାରତ ବିପକ୍ଷ ଆଗାମୀ ଦିନିକିଆ ସିରିଜ ଲାଗି ଗୁରୁବାର ଘରୋଇ ନ୍ୟୁଜିଲାଣ୍ଡ କ୍ରିକେଟ୍‌ ଦଳ ଘୋଷଣା କରାଯାଇଛି। ତେବେ ଆଘାତଜନିତ ସମସ୍ୟା...

Advertisement
Archives

Model This Week