୨ଶହ ଅସହାୟଙ୍କୁ ଶୁଖିଲା ଖାଦ୍ୟ ବାଣ୍ଟିଲା ଡାକ ବିଭାଗ

ଭବାନୀପାଟଣା,୮।୪(ସ୍ବ.ପ୍ର.)- କରୋନା ଭୁତାଣୁ ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ଗତ ୨୪ ତାରିଖଠୁ ଦେଶରେ ଲକ୍‌ଡାଉନ ଜାରି ରହିଛି। ଏହାଦ୍ୱାରା ଅନେକ ଗରିବ ଅସହାୟ ଲୋକଙ୍କ ଜୀବନ ଶୈଳୀ ଉପରେ ପ୍ରଭାବ ପଡିଛି। ଏହା ଫଳରେ ସେମାନେ ଏବେ ଦୁର୍ବିସହ ଜୀବନ ବିତାଉଛନ୍ତି। ଏହି ପରିପ୍ରେକ୍ଷିରେ କଳାହାଣ୍ଡି ଜିଲା ଡାକ ମଣ୍ଡଳ ପକ୍ଷରୁ ମଙ୍ଗଳବାର ଭବାନୀପାଟଣା ବ୍ଲକର ବିଭିନ୍ନ ଗ୍ରାମରେ ଥିବା ୨ଶହ ଅସହାୟ ଗରିବ ଲୋକଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି। ଓଡିଶା ଡାକପରିମଣ୍ଡଳର ମହା ଡାକପାଳଙ୍କ ନିର୍ଦ୍ଦେଶ କ୍ରମେ ଭବାନୀପାଟଣା ବ୍ଲକ ପାଲସ୍‌ିଝରଣ ପଞ୍ଚାୟତର ଭିକାଚରଣ, ଡୁଙ୍ଗିପୁଞ୍ଜି, ଘୁଷୁରୀଗଡ ଆଦି ଗ୍ରାମର ୨ଶହ ଅସହାୟ ଗରିବ ଲୋକଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା। ଡାକ ବିଭାଗର କଲ୍ୟାଣ ପାଣ୍ଠି ପକ୍ଷରୁ ଏହା ବଣ୍ଟନ କରାଯାଇଥିଲା। ଜିଲା ଡାକ ଅଧୀକ୍ଷକ ତାରିଣୀ ଚରଣ ପାଢୀଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପାଲସିଝରଣ ସରପଞ୍ଚ ଶୃତିମୟୀ ବୁଦ୍ଦିଆ, ଭବାନୀପାଟଣା ସହ ଡାକ ଅଧୀକ୍ଷକ ମୋହନ ସୁନା, ଶାଖା ଡାକପାଳ ଯୁଧିଷ୍ଠିର ନାଏକ, ଡାକ କର୍ମଚାରୀ ସୌମ୍ୟ ରଞ୍ଜନ ନାଏକ, ସାମାଜିକ କର୍ମୀ ଦୀପକ ରଞ୍ଜନ ବୁଦ୍ଦିଆ ପ୍ରମୁଖଙ୍କ ସହ ଡାକ କର୍ମଚାରୀମାନେ ଉପସ୍ଥିତ ରହି ଏହି ଖାଦ୍ୟ ବଣ୍ଟନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଖର୍ଚ୍ଚ ହେଉଛି, ମିଳୁନି ପାଣି

ଯାଜପୁର ଅଫିସ,୪ା୨: ରାଜ୍ୟର ଖଣି ପ୍ରଭାବିତ ୬ ଜିଲାରେ ଓଏମ୍‌ବିଏଡିସିି (ଓଡ଼ିଶା ମିନେରାଲ ବିଅରିଂ ଏରିଆ ଡେଭଲପମେଣ୍ଟ କର୍ପୋରେଶନ) ପାଣ୍ଠିରେ ୨୦ଟି ମେଗା ପାଇପ୍‌ ଜଳଯୋଗାଣ...

ଟ୍ରକ୍‌ ସହ ଜଳିଗଲେ ଚାଳକ

ପରଜଙ୍ଗ,୩୧।୧(ଡି.ଏନ.ଏ.): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ୫୩ ନଂ. ଜାତୀୟ ରାଜପଥର ବଡ଼ଝରା ଗ୍ରାମସ୍ଥିତ ରେଙ୍ଗାଲି ବାମପାର୍ଶ୍ୱ କେନାଲ ନିକଟରେ ସୋମବାର ସାରେ ଏକ କୋଇଲା...

୨ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ: ଦୁଇ ଗିରଫ

ଭଦ୍ରକ ଅଫିସ,୨୩।୬: ଭଦ୍ରକ ଅବକାରୀ ଟିମ୍‌ ମଙ୍ଗଳବାର ବନ୍ତଛକ ପୋଲତଳୁ ଦୁଇ ଜଣ ବ୍ରାଉନ୍‌ ସୁଗାର ବ୍ୟବସାୟୀଙ୍କୁ ଗିରଫ କରିଛନ୍ତି। ସେମାନେ ହେଲେ ଅବଦଲାପୁରର ପ୍ରଶାନ୍ତ...

ସଜେଇ ହେଉଛି କପିଳାସ

ଢେଙ୍କାନାଳ ଅଫିସ,୨୦।୨ – ପ୍ରସିଦ୍ଧ ଜାଗରଯାତ୍ରାକୁ ନେଇ ସଜେଇ ହୋଇଛି କପିଳାସ। ମହାପ୍ରଭୁ ଶ୍ରୀଚନ୍ଦ୍ରଶେଖରଜୀଉଙ୍କ ଏହି ଯାତ୍ରାକୁ ଶୃଙ୍ଖଳିତ କରିବାକୁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି...

କରୋନା ମାଡ: ଆର୍ଥିକ ସହାୟତା ଦାବି କଲା ବାରିକ ସମିତି

ଭବାନୀପାଟଣା, ୧୮।୪(ସ୍ବ.ପ୍ର.): କରୋନା ଯୋଗଁୁ ମାର୍ଚ୍ଚ ୨୪ ମାର୍ଚ୍ଚଠାରୁ ସାରାଦେଶରେ ଲକ୍‌ଡାଉନ ଜାରିରହିଛି। ଯାହାଫଳରେ ଅନେକ ଲୋକ ଏବେ ନିଜ ଜୀବିକା ହରାଇ ବସିଛନ୍ତି। କାମ...

ପାରିବାରିକ ଗଣ୍ଡଗୋଳ, ଅଢେଇ ବର୍ଷର ଝିଅର ହାତ କଟିଲା

ଖଇରା,୧୨ା୮(ଡି.ଏନ.ଏ.)-ବାଲେଶ୍ୱର ଜିଲା ଔପଦା ଥାନା ଅଧୀନ ପାଇକପଡା ଗ୍ରାମରେ ଭାଇ ଭାଇଙ୍କ ମଧ୍ୟରେ ଗଣ୍ଡଗୋଳ ବେଳେ ପୀଉସାଙ୍କ ଭୁଜାଲି ଆକ୍ରମଣରେ ଝିଆରୀ ଦୀପାଳି(୨ବର୍ଷ ୬ମାସ)ର ଡାହାଣ...

ବଲାଙ୍ଗୀରରେ ଫସି ରହିଛନ୍ତି ୩୦ ଅଣ ଓଡ଼ିଆ ଶ୍ରମିକ

ବଲାଙ୍ଗିର ଅଫିସ, ୨ା୪-ପଶ୍ଚିମବଙ୍ଗରୁ ବଲାଙ୍ଗୀରକୁ କାମ କରିବାକୁ ଆସିଥିବା ୩୦ ଜଣ ଅଣ ଓଡ଼ିଆ ଶ୍ରମିକ ଏଠାରେ ଫସି ରହିଛନ୍ତି। ସ୍ଥାନୀୟ ଆନନ୍ଦନଗର ନିକଟରେ ସେମାନେ...

ବଳାତ୍କାରୀଙ୍କୁ ୨୦ ବର୍ଷ ଜେଲ

ବ୍ରହ୍ମପୁର ଅଫିସ,୨୫ା୪-ବ୍ରହ୍ମପୁର ସ୍ବତନ୍ତ୍ର ପୋକ୍‌ସୋ କୋର୍ଟ ବିଚାରପତି ମଙ୍ଗଳବାର ଏକ ନାବାଳିକା ବଳାତ୍କାର ମାମଲାର ଚୂଡାନ୍ତ ରାୟ ପ୍ରକାଶ କରି ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି।...

Advertisement
Archives

Model This Week