୧୯ ବର୍ଷ ପରେ ଆୟୁଷ୍ମାନ ଖୋଲିଲେ ପ୍ରେମ ପେଡ଼ି

ମୁମ୍ବାଇ: ବଲିଉଡ୍‌ର ସବୁଠୁ କ୍ୟୁଟ୍‌ ଯୋଡ଼ି ଭାବେ ଆୟୁଷ୍ମାନ ଖୁରାନା ଏବଂ ତାହିରା କାଶ୍ୟପଙ୍କୁ ବିବେଚନା କରାଯାଏ। ଉଭୟେ ୨୦୦୮ ମସିହାରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ଆୟୁଷ୍ମାନ ଖୁରାନା ସୋସିଆଲ ମିଡିଆରେ ଏକ ଫଟୋ ପୋଷ୍ଟ କରି ପ୍ରେମ ପେଡ଼ି ଖୋଲିଛନ୍ତି। ଏଥିରେ ସେ କ୍ୟାପଶନ୍‌ ଲେଖିଛନ୍ତି, ୧୯ ବର୍ଷ ପୂର୍ବେ ତାହିରାଙ୍କୁ ପ୍ରପୋଜ କରିଥିଲେ। ଆୟୁଷ୍ମାନ ତାଙ୍କ ଇନ୍‌ଷ୍ଟାଗ୍ରାମରେ ଏହି ଫଟୋ ଶେୟାର କରିବା ପରେ ବର୍ତ୍ତମାନସୁଦ୍ଧା ୧୨ଲକ୍ଷରୁ ଅଧିକ ୟୁଜର ଏହାକୁ ଲାଇକ୍‌ କରିସାରିଲେଣି। ଇନ୍‌ଷ୍ଟାଗ୍ରାମରେ ଫଟୋ ଶେୟାର କରି ଆୟୁଷ୍ମାନ୍‌ ତାହିରାଙ୍କୁ ୨୦୦୧ରେ ପ୍ରପୋଜ କରିଥିଲେ ବୋଲି କ୍ୟାପ୍‌ଶନ ଲେଖିଛନ୍ତି। ସେହି ସମୟରେ ସେ ତାଙ୍କ ବୋର୍ଡ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ। ତାଙ୍କୁ ମାତ୍ର ୧୬ ବର୍ଷ ହୋଇଥିଲା। ରାତି ପ୍ରାୟ ୧.୪୮ରେ ତାହିରାଙ୍କୁ ଫୋନ୍‌ କରି ନିଜର ପ୍ରେମ ବ୍ୟକ୍ତ କରିଥିଲେ। ୧୯ ବର୍ଷ ହେଲା ସେ ତାହିରାଙ୍କ ସହ ଅଛନ୍ତି ବୋଲି ଫ୍ୟାନ୍‌ମାନଙ୍କୁ ଜଣାଇଛନ୍ତି।


ଏ ତ ଗଲା ବ୍ୟକ୍ତିଗତ ଜୀବନ କଥା। ଫିଲ୍ମ କଥା କହିବାକୁ ଗଲେ ଆୟୁଷ୍ମାନ ଫିଲ୍ମ ‘ଶୁଭ ମଙ୍ଗଲ ଜ୍ୟାଦା ସାବଧାନ’ରେ ନଜର ଆସିଥିଲେ। ଏହି ଫିଲ୍ମଟିକୁ ଦର୍ଶକେ ବେଶ୍‌ ପସନ୍ଦ କରିଛନ୍ତି। ଆୟୁଷ୍ମାନ ଏଥିରେ ଗେ’ ଭୂମିକାରେ ଅଭିନୟ କରିଥିଲେ। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ହିତେଶ କଓ୍ବୋଲେ। ଆୟୁଷ୍ମାନ ଖୁରାନା ଖୁବ୍‌ଶୀଘ୍ର ‘ଗୁଲାବୋ ସିତାବୋ’ରେ ଅମିତାଭ ବଚ୍ଚନଙ୍କ ସହ ନଜର ଆସିବେ। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ସୁଜିତ୍‌ ସରକାର।


Enter your email to get our daily news in your inbox.

All Right Reserved By Dharitri.Com

ଆମିରଙ୍କ ଘରର ଏହି ସଦସ୍ୟ କରୋନା ପଜିଟିଭ୍‌

ମୁମ୍ବାଇ,୩୦।୬: ବଲିଉଡ୍‌ର ମିଷ୍ଟର ଫରଫେକ୍ଟନିଷ୍ଟ ଆମିର ଖାଁଙ୍କ ଘରର ଜଣେ ସଦସ୍ୟ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଅମିରଙ୍କ ଘରେ କାମ କରୁଥିବା କର୍ମଚାରୀଙ୍କ ମଧ୍ୟରୁ...

ବିବାହ ନ କରି ମା’ ହୋଇଥିଲେ ଏହି ଅଭିନେତ୍ରୀ

ବଲିଉଡ୍‌ ଅଭିନେତ୍ରୀ ନୀନା ଗୁପ୍ତା ନିଜର ସୁନ୍ଦର ଅଭିନୟ ଦ୍ୱାରା ସମସ୍ତଙ୍କର ହୃଦୟ ଜିତିପାରିଛନ୍ତି। ନୀନାଙ୍କ ଝିଅ ମସାବା ଗୁପ୍ତା ମଧ୍ୟ ବଲିଉଡ୍‌ ଇଣ୍ଡଷ୍ଟ୍ରିର ଜଣେ...

ଜ୍ୟାକଲିନ୍‌ଙ୍କ ବଦଳରେ ନୋରା

ସାଉଥ୍‌ ସୁପରଷ୍ଟାର ପବନ କଲ୍ୟାଣଙ୍କ ସହ ସ୍କ୍ରିନ୍‌ ଶେୟାର କରିବାକୁ ଯାଉଛନ୍ତି ନୋରା ଫତେହି। ସାଉଥ୍‌ ଫିଲ୍ମ ‘ହରି ହର ଭୀରା ମାଲୁ’ ଫିଲ୍ମରେ ପ୍ରଥମେ...

ଅମିତାଭଙ୍କ ସଫଳତା ପଛରେ ରହିଛି ଭାଇ ଅଜିତାଭଙ୍କ ବଡ଼ ଯୋଗଦାନ, ସ୍ତ୍ରୀଙ୍କ ରହିଛି ପତିଆରା; ଏପରି ତାଙ୍କ ପରିବାର

ବମ୍ବେ: ବଲିଉଡ୍‌ ମହାନାୟକ ଅମିତାଭ ସଫଳତାର ଅନ୍ୟ ନାମ। ଏବେ ବି ସେ ସିନେମାଠାରୁ ଆରମ୍ଭ କରି ବିଜ୍ଞାପନରେ ନିଜର ପତିଆରା ଜାରି ରଖିଛନ୍ତି। ହେଲେ...

୧୨ ବର୍ଷ ସାନ ଯୁବତୀଙ୍କୁ ବିବାହ କରିଥିଲେ ଶାହିଦ୍‌ କପୁର: ହାତଗଣ୍ଠି ପୂର୍ବରୁ ସ୍ତ୍ରୀ ରଖିଥିଲେ ଏମିତି ସର୍ତ୍ତ

ବଲିଉଡ୍‌ ଅଭିନେତା ଶାହିଦ କପୁର ଏବଂ ମୀରା ରାଜପୁତଙ୍କ ବିବାହକୁ ଆଜି ୬ ବର୍ଷ ପୂରଣ ହୋଇଛି। ଶାହିଦ ୨୦୧୫ ମସିହାରେ ଦିଲ୍ଲୀ ଝିଅ ମୀରଙ୍କୁ...

ଦ୍ୱିତୀୟ ବିବାହକୁ ନେଇ ଚର୍ଚ୍ଚାରେ ରହିଥିଲେ ପୂଜା: ୪୪ ବର୍ଷରେ ବି ଅଛନ୍ତି ଫିଟ୍‌

ବଲିଉଡ୍‌ର ଜଣେ ସଫଳ ତଥା ଲୋକପ୍ରିୟ ଅଭିନେତ୍ରୀଙ୍କ ମଧ୍ୟରେ ଅନ୍ୟତମ ପୂଜା ବତ୍ରା। ଆଜି ଅର୍ଥାତ୍‌ ଅକ୍ଟୋବର ୨୭ ହେଉଛି ପୂଜାଙ୍କ ଜନ୍ମଦିନ। ୧୯୭୬ ମସିହାରେ...

ପରିବାର ଲୋକଙ୍କ ସହ ହନିମୁନ ଯିବାକୁ ଚାହୁଁଛନ୍ତି ଏହି ଅଭିନେତ୍ରୀ

ଅଭିନେତ୍ରୀ ୟାମି ଗୌତମ ନିକଟରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ବିବାହର ମାତ୍ର କେଇଟା ଦିନ ପରେ ସେ ପୁଣି ଶୁଟିଂକୁ ଫେରିଛନ୍ତି। ନିକଟରେ ସୈଫ...

ଅନନ୍ୟା ଏମିତି କଲେ ମୁଁ ମରିଯିବି: ଭାବନା

ମୁମ୍ବାଇ: ‘କଫି ୱିଥ କରନ ୭’ ଏହି ଚାଟ ଶୋ’କୁ ନେଇ ଏବେ ଖୁବ୍ ଚର୍ଚ୍ଚା । ଏହାର ୧୨ ତମ ଏପିସୋଡରେ ଗୌରି ଖାଁ,...

Advertisement
Archives

Model This Week