Posted inଜାତୀୟ

୧୮ ବର୍ଷ ମଧ୍ୟରେ ୨ଶହରୁ ଅଧିକ ଅଚିହ୍ନା ମୃତଦେହ ସଂସ୍କାର କଲେଣି ନବୀନ

ପାଟନା,୮।୮: ଅଚିହ୍ନା ମୃତଦେହର ସଂଗ୍ରହ କରି ସେଗୁଡ଼ିକର ଅନ୍ତିମ ସଂସ୍କାର କରିବା ହେଉଛି ବିହାର ପାଟନାର ଜଣେ ବ୍ୟକ୍ତିଙ୍କ ନିଶା। ସେ ହେଉଛନ୍ତି ନବୀନ ଶ୍ରୀବାସ୍ତବ। ଗତ ୧୮ ବର୍ଷ ମଧ୍ୟରେ ସେ ୨ଶହରୁ ଅଧିକ ଅଚିହ୍ନା ମୃତଦେହ ସଂସ୍କାର କରିଛନ୍ତି। ସ୍ଥାନୀୟ ଗୋପାଳଗଞ୍ଜରେ ବାସ କରୁଥିବା ନବୀନ ୨୦୦୧ରେ ଭାରତୀୟ ପ୍ରଶାସନିକ ସେବା ପରୀକ୍ଷା ପ୍ରସ୍ତୁତି ପାଇଁ ପ୍ରୟାଗରାଜ ଯାଇଥିଲେ। ଜାନୁୟାରୀ ୧୪ରେ କୁମ୍ଭମେଳା ସମୟ ସେ ତାଙ୍କ ଭାଇଙ୍କ ସହିତ ଗଙ୍ଗାରେ ସ୍ନାନ କରୁଥିଲେ। ହଠାତ୍‌ ତାଙ୍କ ଭାଇ ଭାସିଯାଇଥିଲେ। ନବୀନ ୩୨ ଦିନ ପର୍ଯ୍ୟନ୍ତ ଭାଇଙ୍କୁୁ ଖୋଜି ଥିଲେ। ତେବେ ତାଙ୍କୁ ଭାଇ ମିଳି ନ ଥିଲେ। ସେ ନଦୀରେ ପ୍ରତି ମୃତଦେହକୁ ଓଲଟାଇ ଦେଖୁଥିଲେ। ପରେ ସେଗୁଡ଼ିକୁ ପୁଣି ଭସାଇ ଦେଉଥିଲେ। ତେବେ ଦିନେ ଜଣେ ନାବିକ ନବୀନଙ୍କୁ ପଚାରିଥିଲେ ଯେ, ଯଦି ମୃତଦେହ ତାଙ୍କ ଭାଇଙ୍କର ହୋଇଥାନ୍ତା ସେ କ’ଣ କରିଥାନ୍ତେ। ଏହା ନବୀନଙ୍କ ମନରେ ଗଭୀର ରେଖାପାତ କରିଥିଲା। ସେବେଠାରୁ ସେ ଅଚିହ୍ନା ମୃତଦେହ ସଂସ୍କାର କରିବା ଆରମ୍ଭ କରିଥିଲେ। ତାଙ୍କର ଏଭଳି କାର୍ଯ୍ୟ ପାଇଁ ପରିବାର ସଦସ୍ୟ ଦୂରେଇ ଯାଇଥିଲେ। ସମାଜରେ ସଭିଏଁ ତାଙ୍କୁ ଅଛୁଆଁ ମନେ କରିଥିଲେ। ମାତ୍ର ଏଥିରେ ନବୀନ ଧର୍ଯ୍ୟ ନ ହରାଇ ନିଜର କାର୍ଯ୍ୟ ଜାରି ରଖିଥିଲେ। ୨୦୦୫ଠାରୁ ସେ ଗୋପାଳଗଞ୍ଜରେ ଥିବା ବିଭିନ୍ନ ହସ୍ପିଟାଲରୁ ଅଚିହ୍ନା ମୃତଦେହ ସଂଗ୍ରହ କରି ସେଗୁଡ଼ିକର ସଂସ୍କାର କରୁଛନ୍ତି। ନବୀନଙ୍କ ଏହି ସାମାଜିକ କାର୍ଯ୍ୟ ଏବେ ସୋସିଆଲ୍‌ ମିଡ଼ିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଷ୍ଟେଶନରେ ମହିଳାଙ୍କୁ ଗଣବଳାତ୍କାର, ୪ ଗିରଫ

ନୂଆଦିଲ୍ଲୀ,୨୩।୭: ମହିଳାଙ୍କୁ ଗଣବଳାତ୍କାର। ରାଜଧାନୀ ଦିଲ୍ଲୀ ରେଳ ଷ୍ଟେଶନରେ ଏଭଳି ଘଟଣା ଘଟିଛି। ଷ୍ଟେଶନ ପ୍ଲାଟଫର୍ମରେ ତିଆରି ଏକ କୋଠରୀ ଭିତରେ କିଛି ରେଲୱେ କର୍ମଚାରୀ...

ପୂର୍ବାହ୍ନ ୧୧ଟା ସୁଦ୍ଧା ୧୭.୯ % ମତଦାନ

ଶିମଲା,୧୨।୧୧: ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଚାଲିଛି ମତଦାନ। ଏହି ପ୍ରକ୍ରିୟା ସନ୍ଧ୍ୟା ୫ଟା ଯାଏ ଚାଲିବ। ତେବେ ପୂର୍ବାହ୍ନ ୧୧ ଟା ସୁଦ୍ଧା...

ଲକ୍‌ଡାଉନ୍‌ ମୁହାଁ ଭାରତ: ପୁଣି ଫେରିଲା କରୋନା

ନୂଆଦିଲ୍ଲୀ,୨୨।୧୧: ଭାରତରେ କରୋନା ମହମାରୀ ସଂକ୍ରମଣ ଥମିବାର ନାଁ ଧରୁନି। ଦେଶରେ ପୁଣି ଥରେ କରୋନା ଆତଙ୍କ ଫେରିଛି। ସୁରକ୍ଷା ଦୃଷ୍ଟିରୁ କେତେକ ରାଜ୍ୟର ବଡ଼...

୧୫୦ ବର୍ଷର ପୁରୁଣା ସ୍କୁଲରେ ଟ୍ରେନ୍‌ ବଗିରେ ପାଠପଢ଼ିବେ ପିଲା

ମଦୁରାଇ,୧୮।୬: ୟୁକେର ଶିକ୍ଷା ବ୍ୟବସ୍ଥାର ଶୈଳୀ ଭଳି ଭାରତରେ ମଧ୍ୟ ପାଠପଢ଼ାକୁ ମଜାଳିଆ କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ଟ୍ରେନ୍‌ର ଖେଳନା ହେଉ କି...

ବିହାର ନିର୍ବାଚନ ସ୍ଥଗିତ ରଖିବା ଆବେଦନ ଖାରଜ

ନୂଆଦିଲ୍ଲୀ, ୨୯।୮(ପି.ଟି.):କରୋନା ମହାମାରୀ ପାଇଁ ବିହାର ବିଧାନସଭା ନିର୍ବାଚନ ସ୍ଥଗିତ ରଖିବା ପାଇଁ ଦାଏର ଏକ ଜନସ୍ବାର୍ଥ ମାମଲା (ପିଆଇଏଲ୍‌)କୁ ଶୁକ୍ରବାର ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି।...

ମୋବାଇଲ୍‌ ଧରୁଥିବା ଝିଅ ନୁହନ୍ତି, ୪୦-୫୦ ବର୍ଷୀୟ ମହିଳା ମୋଦିଙ୍କ ଦ୍ୱାରା ଅଧିକ ପ୍ରଭାବିତ ହୁଅନ୍ତି: ଦିଗ୍‌ବିଜୟ

ଭୋପାଳ,୨୬।୧୨: କଂଗ୍ରେସ ନେତା ଦିଗ୍‌ବିଜୟ ସିଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ ସମ୍ପର୍କରେ ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଏକ କାର୍ଯ୍ୟକ୍ରମକୁ...

କରୋନା ସଂକ୍ରମିତଙ୍କୁ ଚିକିତ୍ସା କରୁଥିବା ଡାକ୍ତର, ନର୍ସଙ୍କୁ ମିଳିବ ଅଧିକ ଗୋଟିଏ ମାସର ଦରମା

ଚେନ୍ନାଇ,୨୪।୩: କରୋନା ଭାଇରସ ଏବେ ବିଶ୍ୱର ଚିନ୍ତାକୁ ବଢାଇ ଦେଇଥିବା ବେଳେ ଭାରତରେ ମଧ୍ୟ ଏହା ଲୋକଙ୍କୁ ଭୟଭୀତ କରାଇଛି। ଦିନକୁ ଦିନ ଦେଶରେ କରୋନା...

ଅଣ୍ଡରଓ୍ବାଲର୍‌ଡ ଡନ୍‌ ଛୋଟା ରାଜନ ଏମ୍ସରେ ଭର୍ତ୍ତି

ନୂଆଦିଲ୍ଲୀ,୨୯।୭: ଅଣ୍ଡରଓ୍ବାଲର୍‌ଡ ଡନ୍‌ ଛୋଟା ରାଜନ ପୁଣି ଥରେ ଅସୁସ୍ଥ ହୋଇପଡ଼ିଛନ୍ତି। ତାଙ୍କୁ ତିହାଡ ଜେଲରୁ ଦିଲ୍ଲୀ ଏମ୍ସ ସ୍ଥିତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବୁଧବାର...

Advertisement
Archives

Model This Week