୧୮୫ ଦେଶରେ କରୋନା: ଇଟାଲି ଜନଶୂନ୍ୟ; ଦିନେ ଗହଳି ଥିବା ଅଞ୍ଚଳରେ ଏବେ ଉଡୁଛି ପାରା

ଓ୍ବାଶିଂଟନ,୨୧।୩: ମହାମାରୀ କରୋନା ପୃଥିବୀର ୧୮୫ଟି ଦେଶରେ ପହଞ୍ଚିଛି। ସଂକ୍ରମିତଙ୍କ ସଂଖ୍ୟା ଶନିବାର ସୁଦ୍ଧା ୨ ଲକ୍ଷ ୭୫ ହଜାର ୯୯୭ରେ ପହଞ୍ଚିଛି। ଚାଇନାରେ କରୋନା ଦୁର୍ବଳ ହେବାପରେ ଏବେ ଇଟାଲିରେ ଆତଙ୍କ ସୃଷ୍ଟି କରିଛି। ଇଟାଲିରେ ମୃତକଙ୍କ ସଂଖ୍ୟା ୪ ହଜାର ୩୨ ଛୁଇଁଛି। ଏଠାରେ ଲୋକଙ୍କୁ ଘରୁ ନ ବାହାରିବାକୁ ସରକାର ପରାମର୍ଶ ଦେଇଛନ୍ତି। ଫଳରେ ରାସ୍ତାଘାଟ ଜନଶୂନ୍ୟ ହୋଇପଡ଼ିଛି। ସ୍ଥାନେ ସ୍ଥାନେ ସୁରକ୍ଷାକର୍ମୀଙ୍କୁ ଦେଖିବାକୁ ମିଳୁଛି। ଦିନେ ଗହଳି ଥିବା ଅଞ୍ଚଳରେ ଏବେ ପାରା ଉଡ଼ି ବୁଲୁଛନ୍ତି। ଆମେରିକାରେ ମଧ୍ୟ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ଏଠାରେ କରୋନା ସଂକ୍ରମଣ ମୃତ୍ୟୁ ସଂଖ୍ୟା ୨୬୪ରେ ପହଞ୍ଚିଛି। ଆମେରିକା ସୈନ୍ୟ ବାହିନୀରେ ସଂକ୍ରମିତଙ୍କ ସଂଖ୍ୟା ୧୨୮ ହୋଇଛି। ତେଣୁ ଏବେ ସୈନ୍ୟ ବାହିନୀରେ ନିଯୁକ୍ତି ଉପରେ ସାମୟିକ କଟକଣା ଜାରି କରାଯାଇଛି। ନ୍ୟୁଜିଲାଣ୍ଡରେ ୫୩ଙ୍କଠାରେ କରୋନା ଭୂତାଣୁ ଚିହ୍ନଟ ହୋଇଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ସରକାର ଆଲର୍ଟ ସିଷ୍ଟମ ଲଗାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରକ୍ତଚାଉଳ ଚୋବାଉଛି ପାକିସ୍ତାନ

ଇସ୍‌ଲାମାବାଦ/ନୂଆଦିଲ୍ଲୀ,୧୨ା୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାର ସମ୍ବିଧାନର ଅନୁଚ୍ଛେଦକୁ ୩୭୦ ହଟାଇ ଜମ୍ମୁ-କଶ୍ମୀରକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ କରିବା ପରେ ଛାନିଆ ହୋଇଯାଇଥିବା...

ଲିବ୍ୟା ଗୃହଯୁଦ୍ଧରେ ୩ ମାସରେ ହଜାରେରୁ ଅଧିକ ମୃତ; ଆହତଙ୍କ ସଂଖ୍ୟା ୫ ହଜାରରୁ ବେଶି: ବିଶ୍ୱସ୍ବାସ୍ଥ୍ୟ ସଂଗଠନ

ତ୍ରିପୋଲି, ୧୦।୭: ଲିବ୍ୟା ଗୃହଯୁଦ୍ଧରେ ଏପ୍ରିଲ୍‌ଠାରୁ ଇତିମଧ୍ୟରେ ମୃତ୍ୟୁ ସଂଖ୍ୟା ହଜାରେ ଟପିଛି। ଏଥିରେ ଏକ ହଜାର ୪୮ ଲୋକଙ୍କ ମୃତ୍ୟୁ ଘଟିଥିବାବେଳେ ୫ ହଜାର...

ଜାପାନରେ ଭୂକମ୍ପ ଝଟ୍‌କା

ଟୋକିଓ,୧୪।୧୧: ଜାପାନର ତୋବାରେ ଭୂକମ୍ପ ଝଟ୍‌କା ଲାଗିଛି। ଏହାର ତୀବ୍ରତା ରିକଟର ସ୍କେଲରେ ୬.୧ ରହିଛି। ଭୂକମ୍ପର କେନ୍ଦ୍ରସ୍ଥଳ ତୋବାର ଦକ୍ଷିଣ ପୂର୍ବ ୮୪ କିମି...

କଏଦୀଙ୍କୁ ଅଶ୍ଳୀଳ ଫଟୋ ପଠାଉଥିଲେ ମହିଳା ପୋଲିସ, ପ୍ରତିବଦଳରେ ନେଇଛନ୍ତି ଏତିକି ଟଙ୍କା, ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଲଣ୍ଡନ,୧ା୩: କଏଦୀମାନଙ୍କୁ କିପରି ଜେଲ୍‌ ଭିତରକୁ ମୋବାଇଲ ଯୋଗାଇ ଦିଆଯାଉଛି ଏବଂ ସେମାନେ ଭିତରେ ଥାଇ ଅପରାଧ ଦୁନିଆରେ ଆତଙ୍କ ସୃଷ୍ଟି କରୁଛନ୍ତି, ତାହା ବହୁବାର...

ଏପରି ଗାଁ ଯେଉଁଠି ପ୍ରେତାତ୍ମା ଭୟରେ ନେଲ୍‌ପଲିସ ଲଗାନ୍ତି ପୁରୁଷ…

ଥାଇଲାଣ୍ଡରର ପୁହଙ୍ଗ୍‌ ଗାଁରେ ପୁରୁଷମାନେ ପ୍ରେତାତ୍ମା ଭୟରେ ନେଲ୍‌ପଲିସ୍‌ ଲଗାଇଥାନ୍ତି। ଲୋକେ କୁହନ୍ତି ଅନେକ ବର୍ଷ ତଳେ ଗାଁରେ ଜଣେ ବିଧବା ମହିଳା ଆତ୍ମହତ୍ୟା କରିଥିଲେ।...

ବ୍ରାଜିଲ ନିର୍ବାଚନରେ ବୋଲସୋନାରୋ, ଟ୍ରମ୍ପ୍‌

ବ୍ରାସିଲିଆ,୧୩।୧୧:ବ୍ରାଜିଲରେ ହେବାକୁ ଥିବା ପୌର ନିର୍ବାଚନ ମଇଦାନକୁ ବୋଲସୋନାରୋ ଓ ଟ୍ରମ୍ପ୍‌ ଉପନାମଧାରୀ ଅନେକ ପ୍ରାର୍ଥୀ ଓହ୍ଲାଇଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ଆଡିଲ୍‌ସନ ବୋଲସୋନାରୋ, ଆଡିଲୋ...

ମଣିଷ ଖାଇବ ମଣିଷ ମାଂସ ! ବୈଜ୍ଞାନିକଙ୍କ ଚେତାବନୀ…

ଲଣ୍ଡନ, ୨୮।୧୨: ମହାକାଶ ବିଷୟରେ ମନୁଷ୍ୟର ସ୍ବପ୍ନ ଅଲଗା ଏବଂ ସେଠାରେ ଥିବା ରହସ୍ୟ ଜାଣିବା ପାଇଁ ସର୍ବଦା ପ୍ରୟାସ ଜାରି ରହିଛି। ଦୁନିଆର ବହୁ...

ମାଇନସ୍‌ ୪୫ଡିଗ୍ରୀ ତଳକୁ ଖସିଲା ପାରଦ: ନ୍ୟୁୟର୍କରେ ଇମର୍ଜେନ୍ସି ଘୋଷଣା

ଶିକାଗୋ,୨୪ା୧୨: କରୋନା ସହିତ ବର୍ତ୍ତମାନ ଆମେରିକା ଶୀତଦିନିଆ ବାତ୍ୟା (ବମ୍ବ ସାଇକ୍ଲୋନ) ସହ ସଂଘର୍ଷ କରୁଛି। ବମ୍ବ ସାଇକ୍ଲୋନ ଯୋଗୁ ଯୁକ୍ତରାଷ୍ଟ୍ର ଆମେରିକାର ପଶ୍ଚିମ ମୋଣ୍ଟାନା...

Advertisement
Archives

Model This Week