Posted inଖେଳ

୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ୍‌ ‘ହକି ଭଳି ଫିଫା ବିଶ୍ୱକପ୍‌ ବୃହତ୍‌ ସଫଳତା ପାଇବ’

ଭୁବନେଶ୍ୱର, ୩୦।୧୧ (ସ୍ପୋଟର୍‌ସ ବ୍ୟୁରୋ)- ଆସନ୍ତା ବର୍ଷ ଭାରତରେ ୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ୍‌ ଅନୁଷ୍ଠିତ ହେବ। ବିଶ୍ୱସ୍ତରୀୟ ଏହି ସମ୍ମାନଜନକ ଟୁର୍ନାମେଣ୍ଟ ଆୟୋଜନ ଲାଗି ଫୁଟ୍‌ବଲର ସର୍ବୋଚ୍ଚ ସଂସ୍ଥା ଫିଫା ପକ୍ଷରୁ ପୂର୍ବରୁ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ ପ୍ରୋଭିଜିନାଲ ଭେନ୍ୟୁର ଅନୁମୋଦନ ଲାଭ କରିସାରିଛି। ଏହି ଅବସରରେ ଫିଫାର ଏକ ଟିମ୍‌ ଶୁକ୍ରବାର କଳିଙ୍ଗ ଷ୍ଟାଡିୟମ ପ୍ରସ୍ତୁତି ନିରୀକ୍ଷଣ କରିଛନ୍ତି। ବିଶ୍ୱକପ୍‌ ପାଇଁ ଷ୍ଟାଡିୟମ ପ୍ରସ୍ତୁତି ନିରୀକ୍ଷଣ କରିବା ପରେ ଫିଫା ଟୁର୍ନାମେଣ୍ଟ ଓ ଇଭେଣ୍ଟ ଡିଭିଜନ ମୁଖ୍ୟ ଓଲିଭର ଭୋଗତ୍‌ ସନ୍ତୋଷ ଜାହରି କରିବା ସହିତ ଏଠାରେ ଟୁର୍ନାମେଣ୍ଟ ଅନୁଷ୍ଠିତ ହେଲେ ବୃହତ୍‌ ସଫଳତା ଲାଭ କରିବ ବୋଲି ସେ କହିଛନ୍ତି।
ହେଉଛି ଏପରି ଏକ ସହର ଯେଉଁଠାରେ ଖେଳକୁ ନେଇ ପ୍ରବଳ ଉତ୍ସାହ ରହିଛି। ତେଣୁ ଏଠାକୁ ଆସି ଆମେ ବହୁତ ଖୁସି ଅଛୁ। ହକି ବିଶ୍ୱକପ୍‌ ଏକବର୍ଷ ପୂର୍ବେ ଏଠାରେ ସଫଳତାର ସହ ଆୟୋଜିତ ହୋଇସାରିଛି। ଏବେ ଏହା ଫୁଟ୍‌ବଲକୁ ସ୍ଥାନାନ୍ତରିତ କରିବାର ସମୟ ଆସିଛି। ଭୁବନେଶ୍ୱର ଯଦି ଆୟୋଜନ ସହର ଅଧିକାର ଲାଭ କରେ ତେବେ ମୋର ପୁରା ବିଶ୍ୱାସ ରହିଛି କି, ହକି ବିଶ୍ୱକପ୍‌ ଭଳି ୧୭ ବର୍ଷରୁ କମ୍‌ ମହିଳା ବିଶ୍ୱକପ୍‌ ମଧ୍ୟ ବୃହତ୍‌ ସଫଳତା ଲାଭ କରିବ’ ବୋଲି ଶୁକ୍ରବାର କଳିଙ୍ଗ ଷ୍ଟାଡିୟମ ପରିସରରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଓଲିଭର ଏହା କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ପକ୍ଷରୁ ଯେଉଁଭଳି ଭାବେ ବିଶ୍ୱକପ୍‌ ଆୟୋଜନ ଲାଗି ଷ୍ଟାଡିୟମର ପ୍ରସ୍ତୁତି ଚାଲିଛି ଏହା ୪ଟି ସହର ମଧ୍ୟରୁ ଗୋଟିଏ ଭେନ୍ୟୁର ମାନ୍ୟତା ପାଇବ ବୋଲି ଦୃଢ଼ ବିଶ୍ୱାସ ରହିଛି। ଲୋକାଲ୍‌ ଅର୍ଗାନାଇଜିଂ କମିଟି (ଏଲ୍‌ଓସି) ଟୁର୍ନାମେଣ୍ଟ ନିର୍ଦ୍ଦେଶିକା ରୋମା ଖାନ୍ନା ମଧ୍ୟ ଉପସ୍ଥିତ ରହିବା ସହିତ ଷ୍ଟାଡିୟମ ପ୍ରସ୍ତୁତି ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଯେଉଁ ତତ୍ପରତା ଦେଖାଦେଇଛି ସେଥିରେ ଖୁସି ଜାହିର କରିଛନ୍ତି।
ମାର୍ଚ୍ଚ ୨୬ରେ ଭାରତ-କାତାର ମ୍ୟାଚ୍‌:
‘୧୭ ବର୍ଷରୁ କମ୍‌ ଫିଫା ମହିଳା ବିଶ୍ୱକପ୍‌ ଆୟୋଜନ ଲାଗି ଓଡ଼ିଶା ସରକାର ପ୍ରତିଶ୍ରୁତିବଦ୍ଧ। ୨୦୨୦ ଫେବ୍ରୁୟାରୀ ସୁଦ୍ଧା କଳିଙ୍ଗ ଷ୍ଟାଡିୟମର ପ୍ରସ୍ତୁତି ଓ ନିର୍ମାଣ କାର୍ଯ୍ୟ ସମାପ୍ତ କରିବାକୁ ଆମେ ଲକ୍ଷ୍ୟ ରଖିଛୁ। ପୂର୍ବରୁ ଏସିଆନ୍‌ ଆଥ୍‌ଲେଟିକ୍ସ ଚାମ୍ପିୟନଶିପ୍‌ ଓ ପୁରୁଷ ହକି ବିଶ୍ୱକପ୍‌ ଏଠାରେ ସଫଳତାର ସହ ଆୟୋଜନ କରିଛୁ। ତେଣୁ ଏଥର ମଧ୍ୟ ପୂର୍ଣ୍ଣ ବିଶ୍ୱାସ ରହିଛି କି, ୧୭ ବର୍ଷରୁ କମ୍‌ ଫିଫା ମହିଳା ବିଶ୍ୱକପ୍‌କୁ ମଧ୍ୟ ସଫଳତାର ସହ ଆୟୋଜନ କରିବୁ’ ବୋଲି ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ସଚିବ ବିଶାଲ ଦେବ କହିଛନ୍ତି। ସେହିଭଳି ଆସନ୍ତା ବର୍ଷ ମାର୍ଚ୍ଚ ୨୬ରେ କଳିଙ୍ଗ ଷ୍ଟାଡିୟମରେ ଭାରତ ଓ କାତାର ମଧ୍ୟରେ ୨୦୨୨ ଫିଫା ପୁରୁଷ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍‌ ଖେଳାଯିବ ବୋଲି ସେ ଖବରଦାତା ସମ୍ମିଳନୀ ଅବସରରେ ଘୋଷଣା କରିଛନ୍ତି। ଉଲ୍ଳେଖଯୋଗ୍ୟ, ଗତ ୧୯ରେ ଯୋଗ୍ୟତା ପର୍ଯ୍ୟାୟର ଏକ ମ୍ୟାଚ୍‌ରେ ଓମାନଠାରୁ ୧-୦ ଗୋଲରେ ହାରି ଭାରତ ୨୦୨୨ ଫିଫା ବିଶ୍ୱକପ୍‌କୁ ଯୋଗ୍ୟତା ଅର୍ଜନ କରିବାରୁ ଏକପ୍ରକାର ବଞ୍ଚତ୍ତ ହୋଇଛି। ତେଣୁ ମାର୍ଚ୍ଚ ୨୬ରେ ଏଠାରେ କାତାର ବିପକ୍ଷରେ ଖେଳାଯିବାକୁ ଥିବା ମ୍ୟାଚ୍‌ ଭାରତ ପାଇଁ ଔପଚାରିକ ସଦୃଶ ହେବ।
ଡିସେମ୍ବର ୨୭ରେ ଘରୋଇ ଗ୍ରାଉଣ୍ଡରେ ପ୍ରଥମ ମ୍ୟାଚ୍‌ ଖେଳିବ ଓଡ଼ିଶା ଏଫ୍‌ସି
ଇଣ୍ଡିଆନ ସୁପର୍‌ ଲିଗ୍‌ (ଆଇଏସ୍‌ଏଲ୍‌)ରେ ଚଳିତ ବର୍ଷ ପଦାର୍ପଣ କରିଥିବା ଓଡ଼ିଶା ଏଫ୍‌ସି ଟିମ୍‌ ଆସନ୍ତା ଡିସେମ୍ବର ୨୭ରେ ଘରୋଇ ଗ୍ରାଉଣ୍ଡ କଳିଙ୍ଗ ଷ୍ଟାଡିୟମରେ ଏହାର ପ୍ରଥମ ମ୍ୟାଚ୍‌ ଖେଳିବ ବୋଲି ଜଣାପଡ଼ିଛି। ଏହିଦିନ ଜାମସେଦପୁର ଏଫ୍‌ସି ବିପକ୍ଷରେ ଖେଳି ଘରୋଇ ଭେନ୍ୟୁରେ ଓଡ଼ିଶା ଦଳ ଏହାର ଅଭିଯାନ ଆରମ୍ଭ କରିବ। ପୂର୍ବରୁ ନଭେମ୍ବର ୨୪ରେ ଏଟିକେ ବିପକ୍ଷରେ ଓଡ଼ିଶା ଏଫ୍‌ସି ଏହାର ପ୍ରଥମ ମ୍ୟାଚ୍‌ ଖେଳିବ ବୋଲି କାର୍ଯ୍ୟସୂଚୀ ରହିଥିଲା। କିନ୍ତୁ ୧୭ ବର୍ଷରୁ କମ୍‌ ଫିଫା ମହିଳା ବିଶ୍ୱକପ୍‌ ଲାଗି କଳିଙ୍ଗ ଷ୍ଟାଡିୟମ ପ୍ରସ୍ତୁତି କାମ ଚାଲିଥିବାରୁ ଓଡ଼ିଶା ଏଫ୍‌ସି ଏହାର ଘରୋଇ ମ୍ୟାଚ୍‌ ଖେଳିବାରେ ବିଳମ୍ବ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବାଙ୍ଗାଲୋର ୧ ରନରେ ବିଜୟୀ

ବେଙ୍ଗାଲୁରୁ, ୨୨।୪- ଧୋନୀ ଧମାକା ସତ୍ତ୍ୱେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଇଣ୍ଡିଆନ ପ୍ରିମିୟର ଲିଗ୍‌ର ରବିବାର ଅନୁଷ୍ଠିତ ମ୍ୟାଚରେ ୧ ରନରେ ଚେନ୍ନାଇ ସୁପରକିଙ୍ଗ୍ସକୁ ପରାସ୍ତ...

ଦୀପ୍‌ଗ୍ରେସ୍‌ଙ୍କୁ ହକି ଇଣ୍ଡିଆ ପୁରସ୍କାର

ନୂଆଦିଲ୍ଲୀ, ୮ା୩ (ପି.ଟି.)- ରବିବାର ହକି ଇଣ୍ଡିଆ ବାର୍ଷିକ ପୁରସ୍କାର ପ୍ରଦାନ ଉତ୍ସବ ଏଠାରେ ରବିବାର ଅନୁଷ୍ଠିତ ହୋଇଯାଇଛି। ରାଣୀ ରାମପାଲ ଓ ମନ୍‌ପ୍ରୀତ ସିଂ...

ଧୋନୀଙ୍କ ଟ୍ରାକ୍ଟର କିଣାକୁ ନେଇ ଏମିତି କହିଲେ ଆନନ୍ଦ ମହିନ୍ଦ୍ରା

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ନିକଟରେ ଆଠ ଲକ୍ଷ ଟଙ୍କା ଦେଇ ଟ୍ରାକ୍ଟର କିଣିଛନ୍ତି। ଏହାକୁ ନେଇ ଏକ ଟୁଇଟ୍‌...

ଏଥର ମଧ୍ୟ ଅଧୁରା ରହିଲା ସ୍ବପ୍ନ

ଟୋକିଓ,୪।୮: ପୁରୁଷଙ୍କ ଭଳି ମହିଳା ହକି ଦଳ ମଧ୍ୟ ଟୋକିଓ ଅଲିମ୍ପିକ୍ସ ସେମିଫାଇନାଲ ଅତିକ୍ରମ କରିବାରେ ବିଫଳ ହୋଇଛନ୍ତି। ବୁଧବାର ଅନୁଷ୍ଠିତ ଅନ୍ତିମ ୪ ରାଉଣ୍ଡ...

କୋଥାଜିତ୍‌ ଖେଳିଲେ ୨୦୦ତମ ମ୍ୟାଚ୍‌

ନୂଆଦିଲ୍ଲୀ, ୧୯ା୮- ଜାପାନର ଟୋକିଓଠାରେ ଚାଲିଥିବା ଅଲିମ୍ପିକ୍‌ ଟେଷ୍ଟ ଇଭେଣ୍ଟ ହକି ଟୁର୍ନାମେଣ୍ଟରେ ରବିବାର କ୍ୟାରିୟରର ୨୦୦ତମ ଅନ୍ତର୍ଜାତୀୟ ମ୍ୟାଚ୍‌ ମାଇଲଖୁଣ୍ଟ ସ୍ପର୍ଶ କରିଛନ୍ତି ଭାରତର...

ରଣ୍‌ଜୀ ଟ୍ରଫି ନକ୍‌ଆଉଟରେ ବ୍ୟବହାର ହେବ ଡିଆରଏସ୍‌

ନୂଆଦିଲ୍ଲୀ,୧୯ା୭(ପିଟି)- ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଆଗାମୀ ରଣ୍‌ଜୀ ଟ୍ରଫିରେ ସୀମିତ ସଂଖ୍ୟକ ଡିଆରଏସ୍‌ (ଅମ୍ପାୟରଙ୍କ ନିଷ୍ପତ୍ତିର ପୁନଃ ବିଚାର) ବ୍ୟବହାର କରିବାକୁ ନିଷ୍ପତ୍ତି...

ଦିଲ୍ଲୀ ହାଫ୍‌ ମାରାଥନ: କୋସ୍‌ଗେଇ, ୟେଶାନେ ଭାଗନେବେ

ନୂଆଦିଲ୍ଲୀ, ୨୨ା୧୧ (ପି.ଟି.)-ଏୟାରଟେଲ ଦିଲ୍ଲୀ ହାଫ୍‌ ମାରାଥନରେ ବିଶ୍ୱରେକର୍ଡ କରିଥିବା ବ୍ରିଗିଡ୍‌ କୋସ୍‌ଗେଇ ଏବଂ ଆବାବେଲ୍‌ ୟେଶାନେ ଅଂଶଗ୍ରହଣ କରିବେ। ଶନିବାର ଆୟୋଜକଙ୍କ ତରଫରୁ ଏ...

ଧୋନୀଙ୍କୁ ପଛରେ ପକାଇ ରେକର୍ଡ କଲେ ପନ୍ତ

ବ୍ରିସ୍‌ବେନ୍‌, ୧୯।୧: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଚତୁର୍ଥ ତଥା ଅନ୍ତିମ ଟେଷ୍ଟ ଭାରତ ଐତିହାସିକ ବିଜୟ ହାସଲ କରିଛି। ତେବେ ରିଷଭ ଭାରତର...

Advertisement
Archives

Model This Week