Posted inଖେଳ

୧୫ରୁ ମୋହନ ବାଗାନ କ୍ଲବ ଟେଣ୍ଟ ଖୋଲିବ

କୋଲକାତା,୮।୬(ପି.ଟି.): ଆସନ୍ତା ୧୫ ତାରଖରୁ ଦେଶର ଜଣାଶୁଣା ଫୁଟବଲ କ୍ଲବ ମୋହନ ବାଗାନ ଦ୍ୱିତୀୟ ଥର ପାଇଁ ଖେଳାଳି ଓ ପ୍ରଶଂସକଙ୍କ ପାଇଁ କ୍ଲବ ଟେଣ୍ଟ ଖେଳିବ। ସରକାରଙ୍କ ନିର୍ଦ୍ଦେଶନାମା ଅନୁସାରେ ଲକ୍‌ଡାଉନ୍‌ରେ ମିଳିଥିବା ସୁବିଧା ଅନୁସାରେ ଟେଣ୍ଟ ଖେଳାଯିବ ବୋଲି କ୍ଲବ ତରଫରୁ କୁହାଯାଇଛି। ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌) ଚାମ୍ପିୟନ ଏଟିକେ ସହିତ ଆଇଲିଗ୍‌ ଚାମ୍ପିୟନ ମୋହନ ବାଗାନର ବିଲୟ ହୋଇଛି। ଫଳରେ ମୋହନ ବାଗାନର ଜର୍ସି ଓ ଅନ୍ୟାନ୍ୟ ଜିନିଷ କିପରି ହେବ ସେ ନେଇ ଚର୍ଚ୍ଚା ଚାଲିଛି। ତେବେ ଚାମ୍ପିୟନଶିପ୍‌ ସହିତ ଜଡିତ ଥିବା ଜର୍ସି ଓ ଅନ୍ୟ ଜିନିଷ ସବୁ ୧୬ ତାରିଖରୁ ଟେଷ୍ଟରେ ବିକ୍ରି ହେବ ବୋଲି କ୍ଲବ ତରଫରୁ ଟୁଇଟ୍‌ କରି କୁହାଯାଇଛି। ନୂଆ ଟିମ୍‌ ଏଟିକେ- ମୋହନ ବାଗାନ ଜୁନ ୧ ତାରିଖରେ ଲଞ୍ଚ୍‌ ହେବାର ଥିଲା। ତେବେ ପରିସ୍ଥିତିକୁ ଦୃଷ୍ଟିରେ ରଖି ବୋର୍ଡ ବୈଠକକୁ ଘୁଞ୍ଚାଇ ଦିଆଯାଇଥିଲା। ନୂଆ ଦଳର ଲୋଗୋ, ଜର୍ସି ଓ ନାମ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇ ନ ଥିବାରୁ ଏପରି ନିଷ୍ପତ୍ତି ନେବାକୁ ହେଲା ବୋଲି କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଜାମଶେଦପୁର ଏଫ୍‌ସିର କ୍ରମାଗତ ଦ୍ୱିତୀୟ ବିଜୟ

ଜାମସେଦପୁର,୩୦ା୧୦: ସ୍ଥାନୀୟ ଜେଆର୍‌ଡି ସ୍ପୋଟର୍‌ସ କମ୍ପ୍ଲେକ୍ସଠାରେ ମଙ୍ଗଳବାର ଚଳିତ ୬ଷ୍ଠ ହିରୋ ଇଣ୍ଡିଆନ ସୁପର ଲିଗ (ଆଇଏସ୍‌ଏଲ)ର ଦଶମ ମ୍ୟାଚରେ ନବାଗତ ହାଇଦ୍ରାବାଦ ଏଫ୍‌ସିକୁ ୩-୧...

କ୍ୱିଟୋଭାଙ୍କୁ ମାୟାମି ଓପନ ଟାଇଟଲ

ମାୟାମି ଗାର୍ଡେନ୍ସ (ଫ୍ଲୋରିଡ଼ା), ୩ା୪(ଏପି): ଦ୍ୱାଦଶ ସିଡ୍‌ ଚେକ୍‌ ରିପବ୍ଲିକ୍‌ର ପେଟ୍ରା କ୍ୱିଟୋଭା ତାଙ୍କ ୧୩ତମ ପଦାର୍ପଣରେ ପ୍ରଥମଥର ମାୟାମି ଓପନ ଟେନିସ୍‌ ମହିଳା ସିଙ୍ଗଲ୍ସ...

ଏସିଆନ ଗେମ୍ସ ଉପରେ ଫୋକସ

ବେଙ୍ଗାଲୁରୁ, ୨୩।୫: ୟୁରୋପରେ ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌ ଖେଳିବା ପାଇଁ ଭାରତୀୟ ହକି ଦଳ ସୋମବାର ଲଣ୍ଡନ ଯାତ୍ରା କରିଛି। ମେ’ ୨୬ରୁ ଆରମ୍ଭ ହେଉଥିବା...

ଗରବା ନାଚିଲେ ନୀରଜ

ବରୋଦା,୨୯।୯: ଅଲିମ୍ପିକ ଗେମ୍ସରେ ଭାରତ ପାଇଁ ଐତିହାସିକ ସ୍ବର୍ଣ୍ଣ ପଦକ ଜିତିଥିବା ଜାଭେଲିନ ଥ୍ରୋ ଖେଳାଳି ନୀରଜ ଚୋପ୍ରା ଗୁଜରାଟରେ ପହଞ୍ଚିବା ପରେ ତାଙ୍କୁ ଜୋରଦାର...

ହକି ବିଶ୍ୱକପ୍‌ ପାଇଁ ଓଡ଼ିଶା ପ୍ରସ୍ତୁତ

ଭୁବନେଶ୍ୱର,୨୩ା୮(ବ୍ୟୁରୋ):୨୦୨୩ରେ ହେବାକୁ ଥିବା ପୁରୁଷ ହକି ବିଶ୍ୱକପ୍‌ ପାଇଁ ଓଡ଼ିଶା ପ୍ରସ୍ତୁତ। ୨୦୧୮ରେ ପ୍ରଥମଥର ପାଇଁ ଏହି ମହାକୁମ୍ଭର ସଫଳତା ପରେ ଦ୍ୱିତୀୟଥର ଲାଗି ଓଡ଼ିଶାରେ...

ଗର୍ଲଫ୍ରେଣ୍ଡଙ୍କ ପାଇଁ ଆଇପିଏଲ ନିୟମ ଭାଙ୍ଗିଥିଲେ କୋହଲି

ଚେନ୍ନାଇ, ୮।୪: ଆଉ ମାତ୍ର କିଛି ଘଣ୍ଟା ପରେ ଆରମ୍ଭ ହେବାକୁ ଯାଉଛି ୧୪ତମ ଆଇପିଏଲ। ଏଥି ପୂର୍ବରୁ ବିଶ୍ୱର ସବୁଠୁ ବିତ୍ତଶାଳୀ କ୍ରିକେଟ ଲିଗ୍‌ରେ...

ଟୋକିଓ ଅଲିମ୍ପିକ୍ସ ଦ୍ୱାରା ବ୍ୟାପିପାରେ କରୋନା ଭାରିଆଣ୍ଟ୍ସ

ଟୋକିଓ, ୨୮ା୫(ଏପି)-ଟୋକିଓ ଅଲିମ୍ପିକ୍ସର ଆୟୋଜନ ଦ୍ୱାରା କରୋନା ଭାଇରସ୍‌ର ନୂଆ ଭାରିଆଣ୍ଟ୍ସ ବ୍ୟାପିବା ଆଶଙ୍କା ରହିଛି। ଜାପାନ ଡାକ୍ତର ସଂଘର ପ୍ରତିନିଧିତ୍ୱ କରୁଥିବା ଜଣେ ସ୍ବାସ୍ଥ୍ୟ...

ମାସକୁ ୩୨ ଲକ୍ଷ ଟଙ୍କାର ଗଞ୍ଜେଇ ଟାଣି ଅବସ୍ଥା ଖରାପ! ହୁଇଲ୍‌ ଚେୟାରରେ ଟାଇସନ

ନ୍ୟୁୟର୍କ,୨୦।୮: ଆମେରିକାର ପୂର୍ବତନ ଷ୍ଟାର ବକ୍ସର ମାଇକ୍‌ ଟାଇସନଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ। ସେ ହୁଇଲ୍‌ଚେୟାରରେ ନଜର ଆସିବା ପରେ ସାରା ବିଶ୍ୱରେ ଥିବା ପ୍ରଶଂସକ ଚିନ୍ତା...

Advertisement
Archives

Model This Week