Posted inଜାତୀୟ

୧୩ ପାକ୍‌ ଆତଙ୍କବାଦୀ ନିହତ

ଜମ୍ମୁ,୨।୬: ଭାରତକୁ ଅନୁପ୍ରବେଶ ଲାଗି ଉଦ୍ୟମ କରୁଥିବା ୧୩ ପାକିସ୍ତାନୀ ଆତଙ୍କବାଦୀ ଭାରତୀୟ ସେନାର ଗୁଳିମାଡ଼ରେ ନିହତ ହୋଇଛନ୍ତି। ଏଥିସହ ଏକ ଟେରର୍‌ ଲଞ୍ଚ୍‌ପ୍ୟାଡ୍‌କୁ ମଧ୍ୟ ଧ୍ୱଂସ କରାଯାଇଛି। ଜମ୍ମୁ-କଶ୍ମୀରର ପୁଞ୍ଚ୍‌ ଜିଲା ଅନ୍ତର୍ଗତ ମେନ୍ଧାର ସେକ୍ଟରରେ ଏହି ଲଞ୍ଚ୍‌ପ୍ୟାଡ୍‌ ଧ୍ୱଂସ କରାଯାଇଥିବା ବେଳେ ଏଠାରେ ଥିବା ୧୦ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡ଼ିଛି। ଅନୁରୂପ ଭାବେ ରାଜୌରି ଜିଲା ଅନ୍ତର୍ଗତ ନୌଶେରା ସେକ୍ଟର ଅନ୍ତର୍ଗତ ନିୟନ୍ତ୍ରଣ ରେଖା ନିକଟରେ ସେନା ଗୁଳିରେ ୩ ପାକିସ୍ତାନ ଆତଙ୍କବାଦୀ ନିହତ ହୋଇଛନ୍ତି। ବିପୁଳ ଅସ୍ତ୍ରଶସ୍ତ୍ର ଧରି ସେମାନେ ସୀମାପାର୍‌ ହେଉଥିବା ବେଳେ ଏଭଳି ଘଟଣା ଘଟିଥିବା ଅଧିକାରୀଙ୍କ ସୂତ୍ରରୁ ପ୍ରକାଶ। ସେମାନଙ୍କଠାରୁ ୨ଟି ଏକେ ଆସଲ୍ଟ ରାଇଫଲ, ୧୩ ଫିଲ୍ଡ ମାଗାଜିନ, ୯ ଏମ୍‌ଏମ୍‌ ଚାଇନିଜ୍‌ ପିସ୍ତଲ, ଅଣ୍ଡର ବ୍ୟାରେଲ ଗ୍ରେନେଡ୍‌ ଲଞ୍ଚର, ୬ ଗ୍ରେନେଡ୍‌, ୫ ହ୍ୟାଣ୍ଡ ଗ୍ରେନେଡ୍‌, ୨ ଛୁରୀ, ଖାଦ୍ୟ, ଔଷଧ, ୧୭ ହଜାର ଟଙ୍କା ଆଦି ମିଳିଛି। ପାକ୍‌ ସମର୍ଥିତ ଆତଙ୍କବାଦୀମାନେ ଭାରତ ଭିତରକୁ ଅନୁପ୍ରବେଶ ଲାଗି ଉଦ୍ୟମ କରୁଥିବାରୁ ସୀମାରେ ଭାରତୀୟ ସେନାକୁ ସଜାଗ୍‌ ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ ଗ୍ରାଉଣ୍ଡ ଜିରୋର ସ୍ଥିତି ଅନୁଧ୍ୟାନ କଲେ ଡୋଭାଲ

ନୂଆଦିଲ୍ଲୀ,୨୬।୨: କିଛି ଦିନ ହେଲା ଦେଶର ରାଜଧାନୀ ଦିଲ୍ଲୀ ଅଶାନ୍ତ ରହିଛି। ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ବିରୋଧୀ ହିଂସା ଦିଲ୍ଲୀରେ ଉଗ୍ର ରୂପ ଧାରଣ...

ବିଚାରପତି ରମନାଙ୍କ ବିରୋଧରେ ୮ ପୃଷ୍ଠାର ଅଭିଯୋଗ ଭରା ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ଜଗନମୋହନ

ହାଇଦ୍ରାବାଦ, ୧୧।୧୦: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଓ୍ବାଇ.ଏସ୍‌, ଜଗନମୋହନ ରେଡ୍ଡୀ ସୁପ୍ରିମ୍‌କୋର୍ଟର ବରିଷ୍ଠ ବିଚାରପତି ଏନ.ଭି. ରମନାଙ୍କ ବିରୋଧ ଅଭିଯୋଗ ଆଣିଛନ୍ତି। ସେ ଏନେଇ ସୁପ୍ରିମ୍‌କୋର୍ଟର ପ୍ରଧାନ...

କୋଭିଡ କାର୍ଯ୍ୟରେ ମୃତ୍ୟୁ ହେଲେ ଯବାନଙ୍କୁ ମିଳିବ ଶହୀଦ ମାନ୍ୟତା ସହ ୧୫ ଲକ୍ଷ ଟଙ୍କା

ନୂଆଦିଲ୍ଲୀ,୨୧।୭: କରୋନା ମହାମାରୀ ସମୟରେ ଆଗ ଧାଡିର ଯୋଦ୍ଧାଙ୍କ ନାଁରେ ସାମିଲ ଅଛନ୍ତି ଯବାନ। ଏମାନଙ୍କର ଯଦି କୋଭିଡ-୧୯ କାର୍ଯ୍ୟରେ ଥିବା ସମୟରେ ମୃତ୍ୟୁ ହେଲା...

ପିଆଜ କିଣିବା ପାଇଁ ଧାଡିରେ ଛିଡା ହୋଇଥିବା ଚାଷୀଙ୍କ ମୃତ୍ୟୁ

ବିଜୟଓ୍ବାଡା,୧୦।୧୨: ସାରା ଦେଶରେ ପିଆଜର ଦରବୃଦ୍ଧି ଲୋକଙ୍କୁ କନ୍ଦାଉଛି। ଏହାର ବର୍ଦ୍ଧିତ ଦର ସିଧାସଳଖ ଲୋକଙ୍କ ପକେଟ ଉପରେ ପଡ଼ୁଛି। ଆନ୍ଧ୍ରପ୍ରଦେଶରେ ସବ୍‌ସିଡିରେ ମିଳୁଥିବା ପିଆଜକୁ...

ରାଗିକି ସଂସଦ ଟିଭିରୁ ଇସ୍ତଫା ଦେଲେ ଶିବସେନା ଏମ୍‌ପି

ନୂଆଦିଲ୍ଲୀ,୫।୧୨: ଶିବସେନା ରାଜ୍ୟ ସଭା ସଦସ୍ୟ ପ୍ରିୟଙ୍କା ଚତୁର୍ବେଦୀ ସଂସଦ ଟିଭିରୁ ଇସ୍ତଫା ଦେଇଛନ୍ତି। ସଂସଦୀୟ ଅଧିବେଶନରୁ ନିଲମ୍ବିତ ହେବା ପରେ ସେ ଏଭଳି ପଦକ୍ଷେପ...

ମେ’ ୨ରୁ ପ୍ରଧାନମନ୍ତ୍ରୀଙ୍କ ୬୫ ଘଣ୍ଟିଆ ବିଦେଶ ଗସ୍ତ…

ନୂଆଦିଲ୍ଲୀ, ୧।୫ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚଳିତ ବର୍ଷ ପ୍ରଥମ ବିଦେଶ ଗସ୍ତ ସୋମବାର, ମେ ୨ରୁ ଆରାମ୍ଭ ହେଉଛି। ଏହି ଅବସରରେ ସେ...

ଇସାରାରେ ଚାଲୁଥିବା ବ୍ୟକ୍ତିଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଚାହୁଁଛନ୍ତି ହାଇକମାଣ୍ଡ: ସିଦ୍ଧୁ

ଅମୃତସର,୪।୨: ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଫେବୃଆରୀ ୬ରେ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କରିବ। ଏଥିପାଇଁ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଚରଣଜିତ୍‌ ଚନ୍ନି ଏବଂ ପଞ୍ଜାବ...

ସିବିଆଇକୁ ଗଲା ଜଜ୍‌ ହତ୍ୟା ମାମଲା

ରାଞ୍ଚତ୍, ୪ା୮: ଧାନବାଦ ଜିଲା ଜଜ୍‌ ଉତ୍ତମ ଆନନ୍ଦଙ୍କ ଉପରେ ଅଟୋ ମଡ଼ାଇ ହତ୍ୟା ମାମଲାର ତଦନ୍ତ କରିବାକୁ ଝାଡ଼ଖଣ୍ଡ ହାଇକୋର୍ଟ ମଙ୍ଗଳବାର କେନ୍ଦ୍ରୀୟ ତଦନ୍ତ...

Advertisement
Archives

Model This Week