୧୨ ଚକ, ୨୨ ଜଳଯନ୍ତ୍ର ନିର୍ମାଣ ଶେଷ

ପୁରୀ ଅଫିସ,୧୬ା୫: ଜୁନ୍‌ ୨୩ରେ ରଥଯାତ୍ରା। ଏହାକୁ ନଜରରେ ରଖି ଚଳଚଞ୍ଚଳ ହୋଇଛି ରଥଖଳା। ତିନି ମୁଖ୍ୟ ମହାରଣା ସେବକଙ୍କ ନେତୃତ୍ୱରେ ଦ୍ରୁତଗତିରେ ରଥ ନିର୍ମାଣ କାମ ଆଗେଇ ଚାଲିଛି। ଶୁକ୍ରବାର ଭଉଁରି ଅବସରରେ ପରମ୍ପରା ଅନୁଯାୟୀ, ତିନିରଥର ୬ଟି ଚକରେ ଅଖ ସଂଯୋଗ କରାଯାଇଛି। ଏହି ୬ ଚକ ବାଦ୍‌ ତିନିରଥର ଆଉ ୨ଟି ଲେଖାଏ ଅର୍ଥାତ ମୋଟ ୧୨ଟି ଚକ ତିଆରି ସରିଛି। ସେହିପରି ୨ଟି ଲେଖାଏ ଚକରେ ଅର ଲାଗି ଶେଷ ହୋଇଛି। ଏଥିସହ ତିନିରଥର ପାର୍ଶ୍ୱ ଦେବତାଙ୍କ ବିଜେ ଆସ୍ଥାନ ଜଳଯନ୍ତ୍ର ନନ୍ଦିଘୋଷ ରଥର ୯ଟି, ତାଳଧ୍ୱଜ ରଥର ୯ଟି ଏବଂ ଦର୍ପଦଳନ ରଥର ୪ଟି ସମ୍ପୂର୍ଣ୍ଣ ହୋଇଛି। ସେହିପରି ଚାରି ନାହାକା ଉପରେ ସ୍ଥାପନ ପାଇଁ ଦୁଇଟି ଲେଖାଏ ଓରା ପ୍ରସ୍ତୁତି ସରିଛି। ଏହାବ୍ୟତୀତ ଦୋଳବେଦି କୋଣସ୍ଥିତ ଅସ୍ଥାୟୀ କମାର ଶାଳରେ କମାର ସେବକମାନେ ମଧ୍ୟ କାମରେ ଲାଗିପଡ଼ିିଛନ୍ତି। ତିନିରଥ ପାଇଁ ଅରକଣ୍ଟା ୨୦୦ଟି, ବଳା ୧୨ଟି ଏବଂ ପନ୍ଦାରୀ ୧୫ ଯୋଡ଼ା ପ୍ରସ୍ତୁତ କରିଛନ୍ତି। ସକାଳେ ରଥଖଳାରେ କାମ ଆରମ୍ଭ ପୂର୍ବରୁ ରଥ ନିର୍ମାଣରେ ସମ୍ପୃକ୍ତ ମହାରଣାମାନଙ୍କ ଥର୍ମାଲ ସ୍କ୍ରିନିଂ କରାଯାଇଥିଲା। ସମସ୍ତେ ସୁସ୍ଥ ଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀରେ ସ୍କୁଲ ଛୁଟି ବଢ଼ିଲା, ଖୋର୍ଦ୍ଧାରେ ବଦଳିଲା ସମୟ

ପୁରୀ/ଖୋର୍ଦ୍ଧା,୧୮ା୬: ତାପମାତ୍ରା ବୃଦ୍ଧି ପାଇଁ ପୁରୀ ଜିଲାରେ ସ୍କୁଲ ଛୁଟି ଅବଧି ବଢ଼ାଇଛନ୍ତି ଜିଲାପାଳ। ୨୦ ତାରିଖ ପର୍ଯ୍ୟନ୍ତ ସ୍କୁଲ ଛୁଟି ଥିବାବେଳେ ୨୨ରୁ ପୁଣି ସ୍କୁଲ…

ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଉପଲକ୍ଷେ କାର୍ଯ୍ୟକ୍ରମ: ଅଗ୍ରପୂଜ୍ୟ ଗଣେଶଙ୍କୁ ପୂଜା ପାଇଁ ମନା କରିବାରୁ…

କେସିଙ୍ଗା,୧୮ା୬(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତି ପକ୍ଷରୁ ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଉପଲକ୍ଷେ ବ୍ଲକ ସ୍ତରୀୟ ଜାତି ଜନଜାତି ସମ୍ବାଦ କାର୍ଯ୍ୟକ୍ରମ…

ଜଳିଗଲା EV ଶୋ’ରୁମ୍‌, ପୋଡ଼ି ଛାରଖାର ହେଲା EV ଗାଡ଼ି

ନୂଆଦିଲ୍ଲୀ,୧୮।୬:  ଗୁଜରାଟର ସୁରଟ ସହରରେ ଗୁରୁବାର ସକାଳେ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଅନେକ ବୈଦ୍ୟୁତିକ ଯାନ (EV) ନଷ୍ଟ ହୋଇଯାଇଥିବା ବେଳେ ଏକ ଇଭି…

ପାଠ୍ୟପୁସ୍ତକ ତ୍ରୁଟି: ଆସନ୍ତାବର୍ଷକୁ ଆଉ ଭୁଲ୍‌ ହେବନି କହିଲେ SCERT ନିର୍ଦ୍ଦେଶିକା

ଭୁବନେଶ୍ୱର,୧୮ା୬: ପାଠ୍ୟ ପୁସ୍ତକ ତ୍ରୁଟିକୁ ନେଇ SCERT ନିର୍ଦ୍ଦେଶିକା କହିଛନ୍ତି ଏଥର ଭୁଲ୍‌ ହୋଇଯାଇଛି। ଆସନ୍ତା ବର୍ଷକୁ ଭୁଲ ହେବନି ବୋଲି ପ୍ରତିଶ୍ରୁତି ଦେଇଛନ୍ତି ନିର୍ଦ୍ଦେଶିକା। ଡିଇଓମାନଙ୍କୁ…

ଶସ୍ତା ହେବ କି ପେଟ୍ରୋଲ? ଆମେରିକା-ଇରାନ ମଧ୍ୟରେ ଶାନ୍ତି ଚୁକ୍ତି ପରେ ଭାରତ ସରକାରଙ୍କ ବଡ଼ ବୟାନ

ନୂଆଦିଲ୍ଲୀ,୧୮।୬: ଇରାନ ଏବଂ ଆମେରିକା ମଧ୍ୟରେ ଚୁକ୍ତି ହେବା ପରଠାରୁ ହିଁ ଅଶୋଧିତ ତୈଳ (କ୍ରୁଡ ଅଏଲ) ମୂଲ୍ୟରେ କ୍ରମାଗତ ହ୍ରାସ ଘଟୁଛି, କିନ୍ତୁ ଏହା ପରେ…

ସରପଞ୍ଚ ଚାମେଲି ଓଝା ପ୍ରସଙ୍ଗ: ପ୍ରଥମଥର ମୁହଁ ଖୋଲିଲେ ବିଧାୟକ ଦୁର୍ଗା ପ୍ରସନ୍ନ ନାୟକ, କହିଲେ ବିରୋଧୀଙ୍କ ପାଇଁ…

ମହାକାଳପଡ଼ା,୧୮ା୬(ପ୍ରତାପ ଚନ୍ଦ୍ର ସ୍ବାଇଁ): ବହୁ ଚର୍ଚ୍ଚିତ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ତିଖିରୀ ପଞ୍ଚାୟତର ସରପଞ୍ଚ ଚାମେଲି ଓଝାଙ୍କ ପ୍ରସଙ୍ଗରେ ପ୍ରଥମଥର ମୁହଁ ଖୋଲିଛନ୍ତି ବିଧାୟକ ଦୁର୍ଗାପ୍ରସନ୍ନ…

ଭାଜପା ସରକାରର ଦୁଇବର୍ଷ ପୂର୍ତ୍ତି ଉତ୍ସବ: ୭ ଦିନ ବ୍ୟାପୀ ବ୍ଲକ, ପଞ୍ଚାୟତରେ ଚାଲିବ…

ଭଞ୍ଜନଗର,୧୮।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ପ୍ରଶାସନ ପକ୍ଷରୁ ଭାଜପା ସରକାରର ଦୁଇବର୍ଷ ପୂର୍ତ୍ତି ଅବସରରେ ସପ୍ତାହ ବ୍ୟାପୀ ବ୍ଲକ ଓ ପଞ୍ଚାୟତରେ ବିଭିନ୍ନ ସଚେତନତା…

ଚାମେଲିଙ୍କ ସପକ୍ଷରେ ବାହାରିଲେ ସରପଞ୍ଚ ମହାସଂଘ: ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦେଲେ ଦାବିପତ୍ର

ଛତ୍ରପୁର, ୧୮।୬ (ଦିଲ୍ଲୀପ ସାମଲ ): କେନ୍ଦ୍ରାପଡା ଜିଲା ଅନ୍ତର୍ଗତ ମହାକାଳପୁର ପଞ୍ଚାୟତ ସମିତି ଅଧୀନ ତିଖିରି ପଞ୍ଚାୟତର ମହିଳା ସରପଞ୍ଚ ଚାମେଲି ଓଝାଙ୍କ ପ୍ରତି ହୋଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri