୧୨ ଘଣ୍ଟା ପରେ ବାଇକ୍‌ରେ ଗଲେ ୬ ପ୍ରବାସୀ

ଅନୁଗୋଳ ଅଫିସ, ୫।୫

ଓଡ଼ିଶା ଫେରିବାକୁ ଚାହଁୁଥିବା ପ୍ରବାସୀମାନଙ୍କୁ କିପରି ଅଣାଯାଇ କ୍ୱାରାଣ୍ଟାଇନ୍‌ରେ ରଖାଯିବ ସେ ନେଇ ରାଜ୍ୟ ସରକାର ସ୍ବତନ୍ତ୍ର ଯୋଜନା କରିଛନ୍ତି। ଯେଉଁମାନେ ଏଥିପାଇଁ ପଞ୍ଜୀକରଣ କରିନାହାନ୍ତି ସେମାନଙ୍କୁ ରାଜ୍ୟ ସୀମାନ୍ତ ଚେକ୍‌ଗେଟ୍‌ରେ ପଞ୍ଜୀକୃତ କରାଯାଇ ନିଜ ଅଞ୍ଚଳର ସଙ୍ଗରୋଧ କେନ୍ଦ୍ରରେ ରଖିବାର ବ୍ୟବସ୍ଥା ରହିଛି। କିନ୍ତୁ ଜିଲା ପ୍ରଶାସନକୁ ନ ଜଣାଇ ରବିବାର ସୁରଟ୍‌ରୁ ଫେରିଥିବା ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଅଞ୍ଚଳର ୬ଜଣ ଯୁବକଙ୍କୁ ଅନୁଗୋଳ ଜିଲା ପ୍ରଶାସନ କିଛି ବି ସହାୟତା କରି ନ ଥିବା ଅଭିଯୋଗ ହୋଇଛି। ଦୀର୍ଘ ୧୨ ଘଣ୍ଟା ଧରି ସେମାନେ କିଆକଟା ଥାନା ସମ୍ମୁଖରେ ବସି ରହିବା ପରେ ଶେଷରେ ଘର ଲୋକଙ୍କ ସହ ବାଇକ୍‌ରେ ଯିବା ଜିଲାବାସୀଙ୍କୁ ଆଶ୍ଚର୍ଯ୍ୟ କରିଛି।
ସୂଚନା ଅନୁଯାୟୀ, ସୋନପୁର ଓ ବୌଦ୍ଧ ଜିଲାର ଲୋକମାନେ ନିଜ ଖର୍ଚ୍ଚରେ ସୁରଟରୁ ଏକ ବସ୍‌ରେ ଆସିଥିଲେ। ସେମାନଙ୍କ ସହ ଆଠମଲ୍ଲିକ ବ୍ଲକ ଅଞ୍ଚଳର ସମ୍ପୃକ୍ତ ୬ ଜଣ ଥିଲେ। ସମସ୍ତଙ୍କ ନିକଟରେ ରେଢ଼ାଖୋଲ ପର୍ଯ୍ୟନ୍ତ ଆସିବାର ଅନୁମତି ଥିଲା। ଏହାଛଡ଼ା ଅନୁଗୋଳ ଆସୁଥିବା ନେଇ ସେମାନେ ପ୍ରଶାସନକୁ ଅବଗତ କରି ନ ଥିଲେ। ବସ୍‌ ସୋନପୁର ଓ ବୌଦ୍ଧ ଜିଲାର ଲୋକଙ୍କୁ ଓହ୍ଲାଇଦେବା ପରେ ଆଠମଲ୍ଲିକର ୬ଜଣଙ୍କୁ କିଆକଟା ଥାନା ଯାଏ ଆଣିଥିଲା। ପୂର୍ବାହ୍ନ ୧୦ଟାରେ ସମ୍ପୃକ୍ତ ୬ଜଣ ଓହ୍ଲାଇ ଥାନାକୁ ଯାଇଥିଲେ। କିନ୍ତୁ ପୋଲିସ ଏ କାର୍ଯ୍ୟ ପ୍ରଶାସନର କହି ଚୁପ୍‌ ବସିଯାଇଥିଲା। ନିରାଶ ହୋଇ ପ୍ରବାସୀମାନେ ଚାଲି ଚାଲି ଗଁା ଅଭିମୁଖେ ଯାଉଥିବା ବେଳେ ବାଟରେ ଅନ୍ୟ ଗ୍ରାମବାସୀ ଅଟକାଇ ସେମାନଙ୍କୁ ଫେରାଇ ଦେଇଥିଲେ। ଫଳରେ ସେମାନେ ପୁନର୍ବାର ଥାନାର ଦ୍ୱାରସ୍ଥ ହେବା ସହ ରାସ୍ତା ପାର୍ଶ୍ୱରେ ବସି ରହିଥିଲେ। ନଅଗାଁ ସରପଞ୍ଚ, ଆଠମଲ୍ଲିକ ବିଡିଓଙ୍କ ସହାୟତା ଲୋଡିଥିଲେ। କିନ୍ତୁ ସହାୟତା ନ ମିଳିବାରୁ ରାତି ୧୦ଟାରେ ପ୍ରବାସୀମାନେ ଘର ଲୋକଙ୍କ ସହ ୩ଟି ବାଇକ୍‌ରେ ଗାଁକୁ ଫେରିଥିଲେ। ଏହାପରେ ସେମାନଙ୍କୁ ନିକଟସ୍ଥ ବିଦ୍ୟାଳୟରେ ହୋଇଥିବା କ୍ବାରାଣ୍ଟାଇନ୍‌ ସେଣ୍ଟରରେ ରଖାଯାଇଛି।
ଏ ସମ୍ପର୍କରେ ଆଠମଲ୍ଲିକ ବିଡିଓ ସଞ୍ଜୟ କୁମାର ଆଚାର୍ଯ୍ୟ କହିଛନ୍ତି, ପ୍ରଶାସନର ଜ୍ଞାତସାରରେ ଆସୁଥିବା ପ୍ରବାସୀଙ୍କୁ ସହଯୋଗ କରାଯିବ। ସୁରଟ୍‌ ଫେରନ୍ତାମାନେ ଏ ନେଇ ଆଗୁଆ ଜଣାଇ ନ ଥିଲେ। ଅନୁଗୋଳ ଜିଲା କରୋନା ନୋଡାଲ ଅଧିକାରୀ ତଥା ପିଡି ଅତୁଲ୍ୟ କୁମାର ଚମ୍ପତିରାୟ କହିଛନ୍ତି, ପ୍ରବାସୀମାନେ ଫେରୁଥିବା ସମ୍ପର୍କରେ ପ୍ରଶାସନକୁ ଅବଗତ କରିଥିଲେ ଏପରି ଅସୁବିଧା ହୋଇ ନ ଥାନ୍ତା। ତଥାପି ଘଟଣା ସମ୍ପର୍କରେ ଅନୁଧ୍ୟାନ କରାଯିବ ବୋଲି ନୋଡାଲ ଅଧିକାରୀ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଉପଜିଲାପାଳଙ୍କ ଚଢ଼ାଉ, ମଦ ଜବତ

ଅନୁଗୋଳ ଅଫିସ୍‌, ୪ା୪- ଅନୁଗୋଳ ଉପଜିଲାପାଳ ବାସୁଦେବ ଶତପଥୀ ଶୁକ୍ରବାର ରାତିରେ ମହୀଧରପୁର, ବନ୍ତଳା ଓ ସୀମାନ୍ତ କଂସରା ଅଞ୍ଚଳରେ ଚଢ଼ାଉ କରିଛନ୍ତି । ଏହି...

ରାଜଧାନୀରେ କରୋନା ସଂକ୍ରମଣ ଉପରମୁହାଁ

ଭୁବନେଶ୍ୱର,୧୫।୪(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ କରୋନା ଗ୍ରାଫ୍‌ ଦିନକୁ ଦିନ ବଢି ଚାଳିଛି। ଭୁବନେଶ୍ୱରରୁ ଗୋଟିଏ ଦିନରେ ୩୭୯ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧରୁ ୧୦୯...

ଅନୈତିକ ସମ୍ପର୍କ ଲାଗି ବାଧ୍ୟ କରିବାରୁ ହତ୍ୟା

ସୁନ୍ଦରଗଡ଼,୧୮।୧: ସୁନ୍ଦରଗଡ଼ ଟାଉନ୍‌ ଥାନା ଅନ୍ତର୍ଗତ କିରେଇ ପଞ୍ଚାୟତର ଗାଁ ସାଥୀ ରମେଶ ସିଂ ହତ୍ୟା ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ। ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ...

ରାଜ୍ୟରେ କରୋନା ସ୍ଥିତି ନିୟନ୍ତ୍ରଣାଧୀନ; ସରପଞ୍ଚ-ଏସ୍‌ଏଚ୍‌ଜି-ଜନସାଧାରଣଙ୍କ ପାଇଁ ସମ୍ଭବ: ଏସ୍‌ଆର୍‌ସି

ଭୁବନେଶ୍ୱର,୨୪।୫(ବ୍ୟୁରୋ): ଦୁଇ ମାସ ଧରି ସରକାର ରାଜ୍ୟବାସୀଙ୍କ ସହ କରୋନା ସହ ଯୁଦ୍ଧ ଲଢ଼ି ଆସୁଛନ୍ତି। ଏବେ ରାଜ୍ୟରେ କରୋନା ସ୍ଥିତି ବହୁମାତ୍ରାରେ ନିୟନ୍ତ୍ରଣରେ ରହିଛି।...

ଅଫିସ ଭିତରେ ଭାଇ ଡାକିଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୧୯ା୧୧(ବ୍ୟୁରୋ): ସରକାରୀ ଅଫିସରମାନେ ଅଫିସ୍‌ କାମ ସମୟରେ ପୂରା ନିୟମ ପାଳନ କରିବେ। କୌଣସି କନିଷ୍ଠ କର୍ମଚାରୀମାନେ ଏଥର ବରିଷ୍ଠ ଅଧିକାରୀଙ୍କୁ ଅଫିସ ସମୟ କିମ୍ବା...

ଦ୍ୱିତୀୟ ଡୋଜ୍‌ ଅପେକ୍ଷାରେ ଥିବା ଲୋକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଘୋଷଣା

ଭୁବନେଶ୍ୱର,୧୧।୬(ବ୍ୟୁରୋ): ପ୍ରଥମ ଡୋଜ ଟିକା ନେଇଥିବା ୧୮ରୁ ୪୪ବର୍ଷର ହିତାଧିକାରୀଙ୍କ ଟିକାକରଣକୁ ନେଇ ବିଏମ୍‌ସି ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଇଛି। ଅବଧି ଶେଷ ହେଉଥିବାରୁ ଅଗ୍ରାଧିକାର...

ଆଜି ରାଜଧାନୀରୁ ୧୬ ନୂଆ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର,୨୯ା୧୨(ବ୍ୟୁରୋ): ରାଜଧାନୀରୁ ମଙ୍ଗଳବାର ପୁଣି ୧୬ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେହିପରି ୩୪ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବିଏମ୍‌ସି ଟୁଇଟ୍‌ କରି ସୂଚନା...

ପଦାହେଲାଣି ବିପ୍ରଡ଼ିହ ଜଙ୍ଗଲ

ବଇଣ୍ଡା, ୨୯।୧୨(ଡି.ଏନ୍‌.ଏ.): ଅନୁଗୋଳ ଜିଲା ଆଠମଲ୍ଲିକ ବନଖଣ୍ଡ ଧଣ୍ଡାତୋପା ରେଞ୍ଜ୍‌ ଅଧୀନ ବିପ୍ରଡ଼ିହ ଜଙ୍ଗଲ ପଦା ହେବାରେ ଲାଗିଛି। କାଠ ଚାଲାଣକାରୀମାନେ ବେଆଇନ ଭାବେ ମୂଲ୍ୟବାନ...

Advertisement
Archives

Model This Week