୧୧ ବର୍ଷର ନିମ୍ନ ସ୍ତରରେ ଜିଡିପି

ନୂଆଦିଲ୍ଲୀ,୩୦।୫: କରୋନା ପାଇଁ ହୋଇଥିବା ଲକ୍‌ଡାଉନ ଯୋଗୁ ସାରା ଦେଶରେ ଆର୍ଥତ୍କ କାର୍ଯ୍ୟକଳାପ ଠପ୍‌ ହୋଇ ପଡ଼ିଛି। ଏଭଳି ସ୍ଥିତିରେ ଆର୍ଥତ୍କ ବର୍ଷ ୨୦୧୯-୨୦ର ଚତୁର୍ଥ ତ୍ରୈମାସରେ ଅର୍ଥ ବ୍ୟବସ୍ଥା ଗତି ଧୀମା ହୋଇଯାଇଛି। ଖାଉଟି ଚାହିଦା ଏବଂ ଘରୋଇ ନିବେଶ କମିବା ଫଳରେ ଏଭଳି ସ୍ଥିତି ଉପୁଜିଛି। ଚତୁର୍ଥ ତ୍ରୈମାସରେ ଦେଶର ମୋଟ୍‌ ଘରୋଇ ଉତ୍ପାଦ(ଜିଡିପି) ଅଭିବୃଦ୍ଧି ହାର ୩.୧% ସ୍ତରକୁ ଖସିଛି। ସେହିଭଳି ୨୦୧୯-୨୦ ଆର୍ଥତ୍କ ବର୍ଷରେ ଜିଡିପି ୪.୨% ସ୍ତରକୁ ଖସିଥିବା ଶୁକ୍ରବାର ସରକାର ଜାରି କରିଥିବା ରିପୋର୍ଟରୁ ସାମ୍ନାକୁ ଆସିଛି। ୨୦୧୮-୧୯ରେ ଦେଶର ଅଭିବୃଦ୍ଧି ୬.୧% ରହିଥିଲା। ହେଲେ ଘରୋଇ ବଜାର ସାମ୍ନାରେ ବିଭିନ୍ନ ଚ୍ୟାଲେଞ୍ଜ ରହିବାରୁ ଏହା ୧୧ ବର୍ଷର ସର୍ବନିମ୍ନ ସ୍ତରକୁ ଖସିଥିବା ଜଣାପଡ଼ିଛି।
ସରକାର ସାରା ଦେଶରେ ମାର୍ଚ୍ଚ୨୫ଠାରୁ ଲକ୍‌ଡାଉନ ଘୋଷଣା କରିଥିଲେ। ଏହା ବର୍ତ୍ତମାନ ସୁଦ୍ଧା ୪ଟି ପର୍ଯ୍ୟାୟରେ ବୃଦ୍ଧି କରାଯାଇଛି। ବିଭିନ୍ନ କଟକଣା ଯୋଗୁ ଆର୍ଥତ୍କ ବର୍ଷ ଆରମ୍ଭରୁ ବାଣିଜ୍ୟ କାରବାରକୁ ଶକ୍ତ ଧକ୍କା ଲାଗିଛି। ୨୦୧୯-୨୦ ଆର୍ଥତ୍କ ବର୍ଷ ତୃତୀୟ ତ୍ରୈମାସରେ ଅଭିବୃଦ୍ଧି ୪.୭% ସ୍ତରରେ ରହିଥିଲା। ଏହା ଚତୁର୍ଥ ତ୍ରୈମାସରେ ୪.୬% ରହିବା ନେଇ ପୂର୍ବାନୁମାନ କରାଯାଇଥିଲା। ମାତ୍ର ଗତ କିଛି ମାସ ଧରି ବଜାରରେ ଉପୁଜିଥିବା ସମସ୍ୟା ଯୋଗୁ ଏହି ପୂର୍ବାନୁମାନ ମୁତାବକ ବଜାର ଅଭିବୃଦ୍ଧି ହାସଲ କରିପାରି ନାହିଁ। ମାତ୍ର ଚତୁର୍ଥ ତ୍ରୈମାସରେ ବଜାର ବିଶେଷଜ୍ଞମାନେ ଯେଉଁ ହାରରେ ଜିଡିପି ରହିବ ବୋଲି ଅନୁମାନ କରିଥିଲେ ସେହି ହାରଠାରୁ ଅଭିବୃଦ୍ଧି ଉନ୍ନତ ରହିଛି। ଚତୁର୍ଥ ତ୍ରୈମାସ ଜିଡିପି .୧୫% ରହିବା ନେଇ ବ୍ଲୁମ୍‌ବର୍ଗର ୨୮ ବିଶେଷଜ୍ଞ ଅନୁମାନ ଲଗାଇଥିଲେ। ସେହିଭଳି ଅଭିବୃଦ୍ଧି ୧.୧%କୁ ଖସିବ ବୋଲି ଏସ୍‌ବିଆଇ ରିସର୍ଚ୍ଚ ପକ୍ଷରୁ ଆକଳନ କରାଯାଇଥିଲା।
ମାର୍ଚ୍ଚରେ ବିକାଶ ହାର ଏତେଟା ଭଲ ରହିବନି ବୋଲି ପୂର୍ବରୁ ଅନେକ ଘଟଣା ସୂଚାଇ ଦେଇଥିଲା। ପରଫରମାନ୍ସ ହ୍ରାସ ହେବାକୁ ନେଇ ବିଶେଷଜ୍ଞମାନେ ପୂର୍ବାନୁମାନ କମାଇଥିଲେ। ଏହି ସମୟରେ ପ୍ରମୁଖ ଯାନ ନିର୍ମାତାଙ୍କର ବିକ୍ରିରେ ବୃହତ୍‌ ପରିମାଣରେ ହ୍ରାସ ଘଟିଛି। ଔଦ୍ୟୋଗିକ ଉତ୍ପାଦନ ସୂଚକାଙ୍କ (ଆଇଆଇପି) ମାର୍ଚ୍ଚରେ ୧୬.୭ ଖସିଛି। ଫେବୃୟାରୀରେ ଏହା ୪.୫% ବଢ଼ିଥିଲା। ବଜେଟ ପ୍ରସ୍ତୁତି ସମୟରେ ସରକାର ଜିଡିପିର ଆଗୁଆ ପୂର୍ବାନୁମାନ ଲଗାଇଥିଲେ। ୨୦୧୯-୨୦ରେ ଏହା ୫% ରହିବ ବୋଲି କୁହାଯାଇଥିଲା। ସେହିଭଳି ଜିଡିପି ୫% ରହିବା ନେଇ ଫେବୃୟାରୀ ୧୯ରେ ପୁଣି ଥରେ ପୂର୍ବାନୁମାନ କରାଗଲା। ଲକ୍‌ଡାଉନ ପ୍ରଭାବ ଅର୍ଥ ବ୍ୟବସ୍ଥା ଉପରେ କିଭଳି ରହିବ ତାହା ଜୁନ୍‌ ତ୍ରୈମାସ ଜିଡିପି ଡାଟାରୁ ସାମ୍ନାକୁ ଆସିବ। ମାନୁଫାକ୍‌ଚରିଂ ଏବଂ ସର୍ଭିସ କ୍ଷେତ୍ର ସମ୍ପୂର୍ଣ୍ଣ ବନ୍ଦ ପଡ଼ିଥିବାରୁ କ୍ଷୟକ୍ଷତି ନେଇ ଆଗକୁ ଜଣାପଡ଼ିବ। ବିକାଶ ହାର ୪୫% କ୍ଷତିଗ୍ରସ୍ତ ହେବା ନେଇ ଗୋଲ୍ଡ ମ୍ୟାନ ସ୍ୟାଚ୍‌ ପକ୍ଷରୁ ଆକଳନ କରାଯାଇଛି। ମୌମୁମୀ ଉନ୍ନତ ରହିଲେ ଏହା ଗ୍ରାମାଞ୍ଚଳ ପାଇଁ ଉନ୍ନତ ରହିବ। କାରଣ ସହରରୁ ଫେରୁଥିବା ପ୍ରବାସୀ କୃଷି କ୍ଷେତ୍ରରେ କାମ ପାଇଯିବେ। କରୋନା କ୍ଷତିଗ୍ରସ୍ତ ଅର୍ଥ ବ୍ୟବସ୍ଥାକୁ ସମ୍ଭାଳିବା ଲାଗି ସରକାର ୨୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି। କ୍ଷୁଦ୍ର ବାଣିଜ୍ୟ ଏବଂ କୃଷକଙ୍କ ସବ୍‌ସିଡି ହାରରେ ଋଣ ପ୍ରଦାନ ନେଇ ଯୋଜନା ରଖାଯାଇଛି। ପ୍ୟାକେଜରେ ବିତ୍ତୀୟ ସହାୟତା ମାତ୍ର ୧% ରହିଛି। ଏଣୁ ଅର୍ଥ ବ୍ୟବସ୍ଥା ଉପରେ କିଭଳି ପ୍ରଭାବ ଦେଖାଉଛି ତାହା ଦେଖିବାକୁ ହେବ ବୋଲି ବିଶେଷଜ୍ଞ କହିଛନ୍ତି। ଚଳିତ ତ୍ରୈମାସରେ ରିଜର୍ଭ ବ୍ୟାଙ୍କ ୪୦% ରେପୋ ରେଟ୍‌ ହ୍ରାସ କରିଛି। ଫେବୃୟାରୀ ପରଠାରୁ ରେପୋରେ ୧୧୫ % ହ୍ରାସ ଘଟିଥିବା ଜଣାପଡ଼ିଛି। ହେଲେ ବ୍ୟାଙ୍କଗୁଡିକ ରେପୋ ହାର ହ୍ରାସର ଲାଭ ଗ୍ରାହକଙ୍କୁ କେତେ ପରିମାଣରେ ଦେଉଛନ୍ତି ତାହା ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଦିଗ।


Enter your email to get our daily news in your inbox.

All Right Reserved By Dharitri.Com

ଗଛରେ ପିଟିହେଲା ବାଇକ: ଚାଲିଗଲା ୨ ଜୀବନ

ଅତାବିରା, ୭।୯(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧିନସ୍ଥ କାଦୋବାହାଲରେ ସୋମବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୨ବାଇକ…

ମୋବାଇଲ ଦେଖୁଥିଲେ ରାଜକୁମାର, ହଠାତ୍‌ ଘରେ ପଶିଲେ ଚୋର: ଆଉ ତା’ପରେ ଘଟିଲା…

ମାର୍ଶାଘାଇ,୭।୯(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ):କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନା ଅନ୍ତର୍ଗତ ଗରଜଙ୍ଗା ଗ୍ରାମରେ ଏକ ବଡ଼ଧରଣର ଲୁଟ ଘଟଣା ଘଟିଛି। ଚାରିଜଣ ମୁଖାପିନ୍ଧା ଦୁର୍ବୃତ୍ତ ଘରେ ପଶି ଦମ୍ପତିଙ୍କ…

କୈଶବ ବିହାରୀଙ୍କୁ ମିଳିଲା ବଡ଼ ଦାୟିତ୍ୱ: କଳାହାଣ୍ଡିରେ ଖୁସିର ଲହରୀ

ଭବାନୀପାଟଣା,୭।୯(ଉତ୍ତମ କୁମାର ଦାଶ):ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ବିଭାଗ ପକ୍ଷରୁ ରବିବାର ରାଷ୍ଟ୍ରୀୟ ସଫେଇ କର୍ମଚାରୀ ଆୟୋଗ (ଏନସିଏସକେ)ର ଅଧ୍ୟକ୍ଷ, ଉପାଧ୍ୟକ୍ଷ ଏବଂ ସଦସ୍ୟମାନଙ୍କୁ…

ରାଜ୍ୟ କ୍ୟାବିନେଟ୍‌ରେ ବଡ଼ ଘୋଷଣା: ପେନସନ୍‌ ବିଳମ୍ବ ହେଲେ ମିଳିବ ସୁଧ

ଭୁବନେଶ୍ୱର, ୭।୯: ୧୮ ପ୍ରସ୍ତାବକୁ ମିଳିଲା ରାଜ୍ୟ କ୍ୟାବିନେଟ୍‌ର ଅନୁମୋଦନ। ୧୨ ଟି ବିଭାଗର ୧୮ଟି ପ୍ରସ୍ତାବକୁ ସୋମବାର ଅନୁମୋଦନ ମିଳିଛି। ଏଥିରେ ଓଡ଼ିଶା ଜନ ବିଶ୍ୱାସ…

୨୦ ବର୍ଷ ସଶ୍ରମ କାରାଦଣ୍ଡ ଭୋଗୁଥିବା କଏଦୀ ଫେରାର୍‌: ସୁରକ୍ଷାକର୍ମୀଙ୍କୁ ଚକ୍‌ମା ଦେଖାଇ…

ନୂଆପଡ଼ା,୭ା୯ (ମକାରୁ ବେମାଲ):ନୂଆପଡ଼ା ଉପକାରାଗାରରୁ ସୋମବାର ଜଣେ କଏଦୀ ଫେରାର ହୋଇଯାଇଛନ୍ତି। ସେ ହେଲେ ସିନାପାଲି ଥାନା କେନ୍ଦୁମୁଣ୍ଡା ପଞ୍ଚାୟତ କାନ୍ଦୁଲକୋନା ଗଁାର ବିଶ୍ୱବିହାରୀ ମାଝି (୩୦)।…

ଆରଆଇ କାର୍ଯ୍ୟାଳୟରେ ତାଲା: ପଲିଥିନ୍‌ରୁ ବଞ୍ଚିତ ବନ୍ୟା ପ୍ରଭାବିତ

ହାଟଡିହୀ/ଛେନାପଦୀ, ୭।୯ (ଶୁଭକାନ୍ତ ନାୟକ/ନିରାକାର ପରିଡ଼ା):କେନ୍ଦୁଝର ଜିଲା ହାଟଡିହୀ ତହସିଲ ଅଧୀନ ସମଣା ରାଜସ୍ବ ନିରୀକ୍ଷକ (ଆରଆଇ) କାର୍ଯ୍ୟାଳୟରେ ଦୀର୍ଘଦିନ ଧରି ତାଲା ଝୁଲୁଥିବା ଅଭିଯୋଗ ହୋଇଛି।…

ବ୍ୟାଗ୍‌ରୁ ନବଜାତ ଶିଶୁପୁତ୍ର ଉଦ୍ଧାର

ପାପଡ଼ାହାଣ୍ଡି, ୭।୯ (ସ୍ବପ୍ନଜିତ ପଟ୍ଟନାୟକ): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ୍‌ ମୈଦଲପୁର ଥାନା ପୋଲିସ ସୋମବାର ରାସ୍ତାକଡ଼ରେ ପଡ଼ିଥିବା ବ୍ୟାଗ୍‌ରୁ ଏକ ନବଜାତ ଶିଶୁପୁତ୍ର ଉଦ୍ଧାର କରିଛି।…

ସଇଁତଳାକୁ ଏନଏସି ମାନ୍ୟତା ଦାବି ଜୋର ଧରିଲା:ସାମିଲ ହେଲେ ରାଷ୍ଟ୍ରୀୟ ହିନ୍ଦୁ ପରିଷଦ କାର୍ଯ୍ୟକର୍ତ୍ତା

ବଲାଙ୍ଗୀର, ୭।୯(ସୁନିଲ କୁମାର ମହାନ୍ତି): ସଇଁତଳାକୁ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନଏସି) ମାନ୍ୟତା ପ୍ରଦାନ ଦାବିରେ ଚାଲିଥିବା ଧାରଣା ଆଜି ଷଷ୍ଠ ଦିନରେ ପହଞ୍ଚିଛି। ଏହି ଧାରଣାସ୍ଥଳରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri