୧୦୦ ପଞ୍ଜୀକୃତଙ୍କଠାରେ କରୋନା ଲକ୍ଷଣ ସନ୍ଦେହ

ଭୁବନେଶ୍ୱର,୨୫।୩(ବ୍ୟୁରୋ): ରାଜ୍ୟରେ ବର୍ତ୍ତମାନ ନୂଆ କରୋନା ପଜିଟିଭ୍‌ ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି। ସେହି ୨ଜଣ ପଜିଟିଭ୍‌ ଆକ୍ରାନ୍ତ ରହିଛନ୍ତି। ଏହି ଦୁଇ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ୪୫ ଜଣଙ୍କୁ ଡାକ୍ତରଖାନାରେ ଆଇସୋଲେଶନ୍‌ରେ ରଖାଯାଇଛି। ବର୍ତ୍ତମାନ ସୁଦ୍ଧା ୩୮୬୧ ଜଣ ୧୦୪ ହେଲ୍ପଲାଇନ୍‌ ଏବଂ ପୋର୍ଟାଲ୍‌ ଜରିଆରେ ନାମ ପଞ୍ଜୀକରଣ କରିଛନ୍ତି। ଏମାନଙ୍କ ମଧ୍ୟରୁ ୧୦୦ଜଣଙ୍କ ପାଖରେ କିଛି କିଛି ଲକ୍ଷଣ ଥିବା ସନ୍ଦେହ କରାଯାଉଛି। ସେଥିପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଉଛି ବୋଲି କରୋନା ଭୂତାଣୁ ସଂକ୍ରମଣ ସଚେତନତା କମିଟି ମୁଖ୍ୟ ପ୍ରବକ୍ତା ସୁବ୍ରତୋ ବାଗ୍‌ଚୀ କହିଛନ୍ତି। ଓଡ଼ିଶାରେ ୧୧୦ଟି ନମୁନା ପରୀକ୍ଷା ପାଇଁ ପଠାଯାଇଥିବାବେଳେ ସମସ୍ତ ନମୁନାର ରିପୋର୍ଟ ମିଳିଛି। ସବୁ ଥଣ୍ଡା, ଜ୍ୱର କୋଭିଡ୍‌ ୧୯ ନୁହେଁ। ଯଦି ଜ୍ୱର ଅଧିକ ରହୁଛି ଓ ଶ୍ୱାସରେ କଷ୍ଟ ହେଉଛି ତେବେ ୧୦୪କୁ ଫୋନ୍‌ କରନ୍ତୁ। ଆପଣ ରୋଗୀକୁ ନେଇ ହସ୍ପିଟାଲ ଯାଆନ୍ତୁ ନାହିଁ। ନିଜେ ସଂକ୍ରମିତ ହେବା ସହିତ ଅନ୍ୟମାନେ ସଂକ୍ରମିତ ହେବେ। ୧୦୪ ନମ୍ବରକୁ ଫୋନ୍‌ କଲେ ରୋଗୀଙ୍କୁ ଡାକ୍ତରଖାନା ନେବା ଓ ଛାଡ଼ିଦେବା ବ୍ୟବସ୍ଥା କରାଯିବ। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ କୋଭିଡ୍‌-୧୯ ପରି ଲକ୍ଷଣ ହେତୁ ଅସୁସ୍ଥ ଅନୁଭବ କରୁଥିବା କର୍ମଚାରୀ ୧୪ ଦିନ ନିମନ୍ତେ କର୍ମସ୍ଥଳୀ ତ୍ୟାଗ କରି ଅଲଗା ରହିପାରିବେ। ସେହିପରି କୌଣସି ସରକାରୀ କର୍ମଚାରୀ ହେଳା ନ କରି ଆସନ୍ତା ୪୮ଘଣ୍ଟାରେ କାର୍ଯ୍ୟରେ ଯୋଗଦେବେ। ନଚେତ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ବାଗ୍‌ଚୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏମ୍‌ପି ଜୁଏଲ ଓରାମଙ୍କ ଝିଅ ବାହାଘରରେ ଯୋଗଦେଲେ ଦୁଇ ରାଜ୍ୟପାଳ

ଲହୁଣୀପଡ଼ା,୪।୨(ଡି.ଏନ.ଏ.): ସୁନ୍ଦରଗଡ଼ ଏମ୍‌ପି ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ଜ୍ୟେଷ୍ଠା କନ୍ୟା ଇନ୍ଦୁମତୀଙ୍କ ସହ ବନ୍ଧମୁଣ୍ଡା ନିବାସୀ ସନ୍ତୋଷ ବାରୁୱାଙ୍କ ସୋମବାର ପାରମ୍ପାରିକ ରୀତିନୀତିରେ...

ଦୁଇ ଭଉଣୀଙ୍କୁ ନୟାପଲ୍ଲୀ ଥାନାରେ ନିସ୍ତୁକ ମାଡ଼ ମାମଲା: ୫୦ ହଜାର ଲେଖାଏ କ୍ଷତିପୂରଣ ଦେବାକୁ ଗୃହ ବିଭାଗକୁ ନିର୍ଦ୍ଦେଶ

ଭୁବନେଶ୍ୱର,୨୮।୨(ବ୍ୟୁରୋ): ନୟାପଲ୍ଲୀ ଥାନା ଅନ୍ତର୍ଗତ ବେହେରା ସାହିର ଦୁଇଉଭଣୀ ଗାୟତ୍ରୀ ଓ ଇତିଶ୍ରୀ ମଲିକଙ୍କୁ ପୋଲିସ ଉଠାଇ ନେଇ ଥାନାରେ ନିସ୍ତୁକ ମାଡ଼ ମାରିଥିଲା। ଏହି...

CORONAVIRUS UPDATE: ଭଦ୍ରକରେ ପୁଣି ୪ କରୋନା ପଜିଟିଭ୍‌ ଚିହ୍ନଟ; ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯୪

ଭୁବନେଶ୍ୱର,୨୪।୪(ବ୍ୟୁରୋ): ରାଜ୍ୟରେ ପୁଣି ୪ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସମସ୍ତ ଆକ୍ରାନ୍ତ ଭଦ୍ରକ ଜିଲାର। ଏହାକୁ ମିଶାଇ ଓଡ଼ିଶାରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା...

ଗଳାକାଟି ବୃଦ୍ଧଙ୍କୁ ହତ୍ୟା

ଦଶପଲ୍ଲା,୨୧।୧୧(ଡି.ଏନ.ଏ.): ନୟାଗଡ ଜିଲା ଦଶପଲ୍ଲା ଏନ୍‌ଏସିର କୃଷ୍ଣଚନ୍ଦ୍ରପୁର ପାଟଣା ଗ୍ରାମରେ ବୁଧବାର ପୂର୍ବାହ୍ନରେ ଗଳାକାଟି ଜଣେ ବୃଦ୍ଧଙ୍କୁ ହତ୍ୟା କରାଯାଇଛି। ହତ୍ୟାକାରୀ ହତ୍ୟା କରିବା ପରେ...

ପରିଚାଳନା ଦାୟିତ୍ୱ ନେଲେ ରାଜ୍ୟ ସରକାର

ଭୁବନେଶ୍ୱର,୧୩ା୫(ବ୍ୟୁରୋ): ତାଳଚେର ମେଡିକାଲ କଲେଜର ପରିଚାଳନା ଦାୟିତ୍ୱ ରାଜ୍ୟ ସରକାର ନିଜ ହାତକୁ ନେଇଛନ୍ତି। ମହାନଦୀ କୋଲ୍‌ଫିଲ୍ଡସ ଲିମିଟେଡ(ଏମ୍‌ସିଏଲ) ଦ୍ୱାରା ଦିଆଯାଇଥିବା ଏହି ପ୍ରସ୍ତାବକୁ ଗୁରୁବାର...

୭ବର୍ଷ ପୁଅ ବେକରେ ଭୁଜାଲି ଲଗାଇ ମା’ଙ୍କୁ ବଳାତ୍କାର ଉଦ୍ୟମ: ଜେଲ୍‌ ଗଲେ ଯୁବକ

ମହାକାଳପଡ଼ା,୮।୭(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ଯୁବକ ମହିଳାଙ୍କ ଅଶ୍ଲୀଳ ଫଟୋ ଉଠାଇ ତାଙ୍କୁ ବ୍ଲାକମେଲ କରିବା...

ବେଆଇନ କୋଇଲା ଚାଲାଣ: ୭ଜଣଙ୍କୁ ଧରିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର, ୧୯ା୧୦(ବ୍ୟୁରୋ): ଅନୁଗୋଳ ଜିଲାରେ ଗତ କିଛି ମାସ ହେବ ବେଆଇନ ଭାବେ କୋଇଲା ଚୋରା ଚାଲାଣ ଚାଲିଛି। ଏ ନେଇ ସ୍ଥାନୀୟ ପୋଲିସ ଓ...

ବାଇକ୍‌-କାର୍‌ ମୁହାଁମୁହିଁ ଧକ୍କା: ୨ ମୃତ, ଜଣେ ଆହତ

ଦାରିଙ୍ଗବାଡି,୨।୨(ଡି.ଏନ.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ୫୯ନଂ ଜାତୀୟ ରାଜପଥ ର ଡବେରୀ ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ବାଇକ୍‌-କାର୍‌ ମୁହାଁମୁହିଁ ଧକ୍କା...

Advertisement
Archives

Model This Week