Posted inଜାତୀୟ

୧୦୦ ଦିନ ପରେ ଖାଲି ହେଲା ଶାହିନବାଗ

ନୂଆଦିଲ୍ଲୀ,୨୪।୩: ଦୀର୍ଘ ପ୍ରାୟ ୧୦୦ ଦିନର ଆନ୍ଦୋଳନ ପରେ ମଙ୍ଗଳବାର ଖାଲି ହୋଇଛି ଶାହିନବାଗ। ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ସେଠାରେ ଚାଲିଥିବା ଆନ୍ଦୋଳନ କରୋନା ଭାଇରସ କାରଣରୁ ଶେଷ ହୋଇଥିବା ସୂଚନା ମିଳିଛି। କୁହାଯାଉଛି ଯଦି କରୋନା ଭାଇରସ ଆସି ନ ଥାଆନ୍ତା ତେବେ ଶାହିନବାଗ କେବେ ଖାଲି ହୋଇଥାଆନ୍ତା ତାହା କହିବା ମୁସ୍କିଲ ହୋଇଯାଇଥିଲା। ପୋଲିସ ଓ ପ୍ରଶାସନ ବହୁବାର ଚେଷ୍ଟା କରିଥିଲେ ମଧ୍ୟ ଏଠାରେ ଆନ୍ଦୋଳନରେ ବସିଥିବା ମହିଳା ଓ ଶିଶୁମାନେ ଉଠିବାର ନାଁ ନେଉ ନ ଥିଲେ। ତେବେ ମଙ୍ଗଳବାର ଶାହିନ ବାଗ ଖାଲି ହେବା ସମୟରେ ଏହାକୁ ବିରୋଧ କରୁଥିବା ପ୍ରାୟ ୯ ଜଣଙ୍କୁ ପୋଲିସ ଅଟକ ରଖିଥିବା ଜଣାପଡିଛି। ଶାହିନବାଗର ଆନ୍ଦୋଳନସ୍ଥଳରୁ ମହିଳାମାନଙ୍କୁ ହଟାଇବା ସମୟରେ ପାଖାପାଖି ୨୫ କମ୍ପାନୀ ସୁରକ୍ଷାକର୍ମୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହଠାତ୍‌ ବସ୍‌ର ବ୍ରେକ୍‌ ଫେଲ୍‌ ହେବାରୁ ଗଲା ୧୧ ଜୀବନ

ଚମ୍ପାରଣ,୧୦।୬: ଝାରଖଣ୍ଡ ଚମ୍ପାରଣରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ସୋମବାର ଭୋର ସାଢ଼େ ୩ଟାରେ ଏକ ଯାତ୍ରୀବାହୀ ବସ୍‌ ଟ୍ରକକୁ ଧକ୍କା ଦେଇଛି। ଫଳରେ ଏହି...

ଉଦ୍ଧବ ହୋଇପାରନ୍ତି ମୁଖ୍ୟମନ୍ତ୍ରୀ, ଆଦିତ୍ୟ ଶିକ୍ଷାମନ୍ତ୍ରୀ

ମୁମ୍ବାଇ,୨୨।୧୧: ମହାରାଷ୍ଟ୍ରରେ ସରକାର ଗଢିବାକୁ ଶିବସେନା ମେଣ୍ଟର ସାହାରା ନେଇଛି। ଏବେ ଏନ୍‌ସିପି ଓ କଂଗ୍ରେସ ସହ ମିଶି ଶିବସେନା ସରକାର ଗଢିବାକୁ ପ୍ରସ୍ତୁତ। ଏହାକୁ...

ସିଏଏ ହିଂସା: ଉତ୍ତରପ୍ରଦେଶ-ମଧ୍ୟପ୍ରଦେଶ ପୋଲିସ ମୁହାଁମୁହିଁ

ନୂଆଦିଲ୍ଲୀ,୨୬।୧୨: ଦେଶରେ ସିଏଏକୁ ନେଇ ହିଂସା ଜାରି ରହିଛି। ଏହାକୁ ନେଇ ଉତ୍ତରପ୍ରଦେଶ ଏବଂ ମଧ୍ୟପ୍ରଦେଶ ପୋଲିସ ମୁହାଁମୁହିଁ ହୋଇଛନ୍ତି। ମଧ୍ୟପ୍ରଦେଶ ଜବଲପୁରରେ ପୋଲିସ ହିଂସା...

ରାସାୟନିକ କାରଖାନାରେ ଅଗ୍ନିକାଣ୍ଡ

ନୂଆଦିଲ୍ଲୀ,୧୭।୪: ହରିୟାଣାର ଶୋନିପତର କୁଣ୍ଡୁଲି ଅଞ୍ଚଳରେ ଥିବା ରାସାୟନିକ କାରଖାନାରେ ରବିବାର ଏକ ଅଗ୍ନିକାଣ୍ଡ ଘଟିଛି। ନିଆଁକୁ ଆୟତ୍ତ ପାଇଁ ଏବେ ଚେଷ୍ଟା କରାଯାଉଛି। ହରିୟାଣା...

ଏସ୍‌ପିଓ ପାଇଁ ପରୀକ୍ଷା ଦେଲେ ୪୧୫ ମହିଳା

କାଠୁଆ,୨୧।୨: ଜମ୍ମୁ-କଶ୍ମୀରରେ ସ୍ବାଭାବିକ ସ୍ଥିତି ଫେରିବାରେ ଲାଗିଛି। ଏଠାରେ ଫେବୃୟାରୀ ୧୫ଠାରୁ ଆରମ୍ଭ ହୋଇଥିବା ସ୍ପେଶାଲ ପୋଲିସ ଅଫିସର(ଏସ୍‌ପିଓ) ପରୀକ୍ଷା ପାଇଁ ମହିଳାଙ୍କ ମଧ୍ୟରେ ବିଶେଷ...

ବଜେଟକୁ ନେଇ ଖାସ୍‌ କଥା

*୨୦୨୦-୨୧ ଆର୍ଥିକ ବର୍ଷର ବଜେଟ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଉପସ୍ଥାପନ କରିଛନ୍ତି। ଏଥର ବଜେଟ ପ୍ରସ୍ତୁତି ପ୍ରକ୍ରିୟାରେ ଅର୍ଥ ମନ୍ତ୍ରଣାଳୟ ପ୍ରେସ୍‌ର ଡେପୁଟି ମ୍ୟାନେଜର କୁଲଦୀପ...

ତୃତୀୟ ଲହର ଆତଙ୍କ: ରିପୋର୍ଟ ନେଗେଟିଭ୍‌ ଥିଲେ ବି ଫୁସ୍‌ଫୁସ୍‌ର ୯୦ ପ୍ରତିଶତ ସଂକ୍ରମିତ…

ପାଟନା,୩।୬: କରୋନା ମହାମାରୀର ଦ୍ୱିତୀୟ ଲହର ଯୋଗୁ ଦେଶରେ ଆତଙ୍କ ସୃଷ୍ଟି ହୋଇଛି। ଏପରିସ୍ଥଳେ ବିହାରରେ ତୃତୀୟ ଲହର ନେଇ ସ୍ଥିତି ସଙ୍କଟ ଜନକ ହେବାରେ...

‘ରୋଗୀଙ୍କୁ ଅତ୍ୟଧିକ ଷ୍ଟିରଏଡ୍‌ ଦେବା ବ୍ଲାକ୍‌ ଫଙ୍ଗସ୍‌ର ମୁଖ୍ୟ କାରଣ’

ନୂଆଦିଲ୍ଲୀ/ଚଣ୍ଡିଗଡ଼, ୧୫।୫: ବ୍ଲାକ୍‌ ଫଙ୍ଗସ୍‌ ରୋଗ ହଠାତ୍‌ ବଢ଼ିବା ସହ ଏହା ମୃତ୍ୟୁହାରକୁ ମଧ୍ୟ ବଢ଼ାଇ ଦେଇଛି। ଏହାକୁ ନେଇ ଚିନ୍ତା ବଢ଼ୁଥିବା ବେଳେ କରୋନା...

Advertisement
Archives

Model This Week