୧ମ ଜାତୀୟ ସଂହତି ଶିବିର ଓ ପଞ୍ଚବିଂଶ ସ୍କାଉଟ୍ସ, ଗାଇଡ୍ସ ମେଳା :‘ଯୁଦ୍ଧର ଭୟ ବେଳେ ଶିବିର ଗୁରୁତ୍ୱପୂର୍ଣ୍ଣ’

ଜଗତ୍‌ସିଂହପୁର ଅଫିସ୍‌,୧୩ା୧: ମାନବ ସମ୍ବଳର ସଫଳ ପରିଚାଳନାରେ ଯେଉଁ ଦେଶ ଯେତେ ପାରଙ୍ଗମ ସେ ଦେଶ ସେତେ ସମୃଦ୍ଧ। ସାମ୍ପ୍ରତିକ ବିଶ୍ୱରେ ଏବେ ଏକ ଯୁଦ୍ଧର ବିଭୀଷିକା ଭିତ୍ତି ସଞ୍ଚାର କରୁଛି। ଏ ପରିସ୍ଥିତିରେ ଜାତୀୟ ସଂହତି ବଜାୟ ରଖିବା ଜରୁରୀ। ରବିବାର ସ୍ଥାନୀୟ ଶ୍ରୀକୃଷ୍ଣ ଏକାଡେମୀ ପରିସରରେ ଚାଲିଥିବା ୧ମ ଜାତୀୟ ସଂହତି ଶିବିର ଓ ପଞ୍ଚବିଂଶ ସ୍କାଉଟ୍ସ ଏବଂ ଗାଇଡ୍ସ୍‌ ମେଳାର ୪ର୍ଥ ଦିବସ (ପୁରସ୍କାର ବିତରଣ ଉତ୍ସବ)ରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଜଗତ୍‌ସିଂହପୁର ବିଧାୟକ ତଥା ଜିଲା ଯୋଜନା କମିଟି ଅଧ୍ୟକ୍ଷ ପ୍ରଶାନ୍ତ କୁମାର ମୁଦୁଲି ଏହା କହିଛନ୍ତି। ସେ କହିଥିଲେ, ଜଗତ୍‌ସିଂହପୁରରେ ଆୟୋଜନ ହୋଇଥିବା ଏଭଳି କାର୍ଯ୍ୟକ୍ରମ ଆମ ପିଲାଙ୍କ ଭିତରେ ଦେଶପ୍ରେମ ଜାଗ୍ରତ କରିବା ସଙ୍ଗେସଙ୍ଗେ ଭାରତୀୟ ଜାତୀୟ ସଂହତି ବଜାୟ ରଖିବା ଦିଗରେ ଏକ ବଳିଷ୍ଠ ପଦକ୍ଷେପ ହେବ।
ଜିଲା ସ୍କାଉଟ୍ସ, ଗାଇଡ୍ସ ମୁଖ୍ୟ କମିଶନର ତଥା ଜିଲା ଶିକ୍ଷା ଅଧିକାରୀ ପ୍ରତିଭା ମଞ୍ଜରୀ ଦାସଙ୍କ ପୌରୋହିତ୍ୟରେ ସଭା ଆୟୋଜନ ହୋଇଥିଲା। ଏଥିରେ ସ୍କାଉଟ୍ସ, ଗାଇଡ୍ସ୍‌ ରାଜ୍ୟ ମୁଖ୍ୟ କମିଶନର ତଥା ଜାତୀୟ ଉପସଭାପତି କାଳିପ୍ରସାଦ ମିଶ୍ର ଯୋଗଦେଇ କହିଥିଲେ, ଜଗତ୍‌ସିଂହପୁରରେ ଏଭଳି ଶିବିର ଆୟୋଜନ ଏକ ନିଆରା ବାର୍ତ୍ତା ଦେଇଛି। ଗତ ୯ ତାରିଖରେ ଶିବିର ଉଦ୍‌ଘାଟିତ ହୋଇଥିଲା। ସେ ଦିନ ଗାନ୍ଧୀ ୧୫୦ ଫଟୋ ପ୍ରଦର୍ଶନୀ ବେସ୍‌ ଆକର୍ଷଣୀୟ ହୋଇଥିଲା। ଏହି ଫଟୋ ପ୍ରଦର୍ଶନୀ ମାଧ୍ୟମରେ ଅହିଂସା ପରମ ଧର୍ମର ବାର୍ତ୍ତା ଯାଇଥିଲା। ସେହିପରି ୧୧ ତାରିଖରେ ଜୟ ଯବାନ ଜୟ କିଶାନର ନାରା ମାଧ୍ୟମରେ ଶାସ୍ତ୍ରୀଙ୍କ ଶ୍ରାଦ୍ଧ ଦିବସରେ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। ୧୨ରେ ସ୍ବାମୀ ବିବେକାନନ୍ଦଙ୍କ ବାଣୀ ମାଧ୍ୟମରେ ଜିଲାର ସ୍କାଉଟ୍ସ ସଙ୍ଗଠନ ପିଲାଙ୍କ ଭିତରେ ଜାତୀୟ ଚେତନା ସୃଷ୍ଟି କରାଯିବାକୁ ପ୍ରୟାସ ହୋଇଛ। କାର୍ଯ୍ୟକ୍ରମରେ ପୂର୍ବତନ ଏମ୍‌ପି ଡ. ପ୍ରସନ୍ନ କୁମାର ପାଟଶାଣୀ ଯୋଗଦେଇ ଜଗତ୍‌ସିଂହପୁର ଜିଲାର ଗୁରୁତ୍ୱ ସମ୍ପର୍କରେ ବଖାଣି ଥିଲେ। ସେ ଜାତି ପିରତି ବଡ ଗହନ କଥା କବିତା ଛଳରେ ଉପସ୍ଥାପନ କରି ଉପସ୍ଥିତ ଶ୍ରୋତାଙ୍କୁ ଆକର୍ଷିତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସ୍କାଉଟ୍ସ ଓ ଗାଇଡ୍ସ ରାଜ୍ୟ ସଭାପତି ବିଷ୍ଣୁଚରଣ ଦାସ, କମିଶନର ଡ. ଧ୍ରୁବଚରଣ ପରିଡ଼ା, ଏସ୍‌. କେ. ଏକାଡେମୀ ପ୍ରଧାନଶିକ୍ଷକ ପ୍ରମୋଦ କର ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ। ସ୍କାଉଟ୍ସ୍‌, ଗାଇଡ୍ସ୍‌ ଜିଲା ସମ୍ପାଦକ ସୁଭାଷ ଚନ୍ଦ୍ର ରାଉତ ଅତିଥି ପରିଚୟ, ସ୍ବାଗତ ଭାଷଣ ଓ ସମ୍ପାଦକୀୟ ବିବରଣୀ ପାଠ କରିଥିବା ବେଳେ ଶିକ୍ଷକ ଚନ୍ଦନ ବେହେରା ଧନ୍ୟବାଦ ଦେଇଥିଲେ। କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗରେ ଶ୍ରେଷ୍ଠତ୍ୱ ଅର୍ଜନ କରିଥିବା ସ୍କାଉଟ୍ସ, ଗାଇଡ୍ସ୍‌ଙ୍କୁ ପ୍ରମାଣପତ୍ର ଓ ଟ୍ରଫି ସହ ସମ୍ମାନିତ କରାଯାଇଥିଲା। ଜିଲାର ଶ୍ରେଷ୍ଠ ସ୍କାଉଟ୍ସ୍‌ ଟ୍ରୁପ ଭାବେ ଓଡ଼ିଶୋସ୍ଥିତ କୁତାମଚଣ୍ଡୀ ବିଦ୍ୟାପୀଠ ଓ ଶ୍ରେଷ୍ଠ ଗାଇଡ୍ସ୍‌ କମ୍ପାନୀ ଭାବେ ରସଲପୁର ଉଚ୍ଚ ବିଦ୍ୟାଳୟକୁ ମୁଖ୍ୟଅତିଥି ସମ୍ବର୍ଦ୍ଧିତ କରିଥିଲେ। ଏହିଅବସରରେ ସ୍କାଉଟ୍ସ, ଗାଇଡ୍ସ୍‌ ମୁଖପତ୍ର ସ୍ମୃତି ଆରାଧନା ଉଦ୍‌ଘାଟିତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କୂଳ ଲଂଘୁଛି ସମୁଦ୍ର ଜୁଆର, ଜିଲାପାଳ ଅଫିସ ଘେରାଉ କରିବାକୁ ଅଞ୍ଚଳବାସୀ ସଜବାଜ

ଗଞ୍ଜାମ,୧ା୭(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲାର ଗଞ୍ଜାମ ବ୍ଲକ ଅନ୍ତର୍ଗତ ଋଷିକୂଲ୍ୟା ମୁହାଣ ପୁରୁଣାବନ୍ଧ ଠାରୁ ପ୍ରୟାଗି ପର୍ଯ୍ୟନ୍ତ ଗତ କିଛି ମାସ ହେଲା ବେଳାଭୂମି ଦ୍ରୁତଗତିରେ ଅବକ୍ଷୟ…

ସ୍କୁଟି ଚାଳକଙ୍କୁ ଚାପିଦେଲା ମୋରମ ବୋଝେଇ ହାଇଓ୍ବା, ଲୋକେ ଚକାତଳୁ ମୃତଦେହ କାଢ଼ି…

ପୁରୁଷୋତ୍ତମପୁର,୧ା୭(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟ ରାସ୍ତାର ଭାଟକୁମରଡ଼ା କଲେଜ ନିକଟରେ ଏକ ହାଇଓ୍ବା ଦ୍ରୁତଗତିରେ ଆସି ସ୍କୁଟିକୁ ଧକ୍କାଦେଇଥିଲା। ଫଳରେ…

ଭାରତ-ଜାପାନ ମଧ୍ୟରେ ବଡ଼ ଡିଲ୍, ପ୍ରତିରକ୍ଷା ଓ AI କ୍ଷେତ୍ରକୁ ନେଇ ଏହି ଘୋଷଣା….

ନୂଆଦିଲ୍ଲୀ,୨।୭: ପ୍ରତିରକ୍ଷା, ଶକ୍ତି ଏବଂ କୃତ୍ରିମ ବୁଦ୍ଧିମତ୍ତା (AI) ସମେତ ପ୍ରମୁଖ କ୍ଷେତ୍ରଗୁଡ଼ିକରେ ସହଯୋଗକୁ ଆହୁରି ମଜବୁତ କରିବା ପାଇଁ ଭାରତ ଏବଂ ଜାପାନ ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର…

କଂଗ୍ରେସ ସହ ବିଲୟ ହେବ କି NCP-SP: ଶରଦ ପାଓ୍ବାର ଦେଲେ ବଡ଼ ବୟାନ

ପୁଣେ,୨।୭: ମହାରାଷ୍ଟ୍ର ରାଜନୀତି ସମ୍ପର୍କରେ ଏକ ବଡ଼ ଖବର ଆସିଛି। ଶରଦ ପାୱାର କଂଗ୍ରେସ ସହିତ NCP-SP ର ମିଶ୍ରଣ ସମ୍ପର୍କରେ ଚାଲିଥିବା କଳ୍ପନାଜଳ୍ପନାର ଅନ୍ତ ଘଟାଇଛନ୍ତି।…

ମା-ମାମୁ ମୋବାଇଲ ଛଡ଼ାଇ ନେବାରୁ ବିଷ ପିଇଦେଲେ ନାବାଳିକା

ଉଦଳା,୧ା୭(ସନ୍ତୋଷ କୁମାର ବାଛିନି): ମୋବାଇଲ ଛଡ଼ାଇ ନେଇ ଭାଙ୍ଗି ଦେଲେ ବୋଲି ବିଷ ପିଇଦେଇଛନ୍ତି ଜଣେ ନାବାଳିକା। ଏଭଳି ଘଟଣା ଘଟିଛି ରାଜ ବରହମପୁର ଥାନା ଗଗପାଳ…

ବେଣ୍ଟକାର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନିର୍ମାଣରେ ଅନିୟମିତତା ଅଭିଯୋଗ, ବିଧାୟକଙ୍କ ଅନୁରୋଧ ପରେ ଭିଜିଲାନ୍ସ ତଦନ୍ତ ଆରମ୍ଭ

କଟକ ସଦର,୨।୭(ସୁଶାନ୍ତ କୁମାର ଜେନା): ୪୨ ମୌଜା ଅନ୍ତର୍ଗତ ବେଣ୍ଟକାର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଷ୍ଟାଫ କ୍ୱାର୍ଟର ନିର୍ମାଣରେ ବ୍ୟାପକ ଅନିୟମିତା ନେଇ ଅଭିଯୋଗ ହୋଇ ଆସୁଥିଲା ।…

ରାଜ୍ୟର ବିଭିନ୍ନ ସ୍ଥାନରେ ଜାରି ରହିଛି ବର୍ଷା, ଏସବୁ ସ୍ଥାନରେ ଅଧିକ

ଭୁବନେଶ୍ୱର,୧ା୭: ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ବିଶେଷକରି ୫ଟି ସ୍ଥାନରେ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ୧୦୦ ମି.ମି ବର୍ଷା ରେକର୍ଡ କରାଯାଇଥିବା ଭୁବନେଶ୍ୱରସ୍ଥିତ…

କଲେଜ ଯାଇଥିଲେ ଡାକ୍ତରୀ ଛାତ୍ରୀ, ଛାତରୁ ଡେଇଁ ଆତ୍ମହତ୍ୟା କଲେ ମା’! କାରଣ ଜାଣିଲେ…

ବଲାଙ୍ଗୀର,୨।୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହର ତୁଳସୀ ନଗର ପଡାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଏକ ଭଡା ଘରେ ରହୁଥିବା ଜଣେ ମହିଳା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri