ୟୁରୋପ ଯାଇ ନ ଥିବା କହିଲେ ପ୍ରଦୀପ୍ତ

ଭୁବନେଶ୍ୱର,୧୩।୩(ବ୍ୟୁରୋ): ଶ୍ରୀମନ୍ଦିରର ୫୪୫ କୋଟି ଟଙ୍କା ଘରୋଇ ୟେସ୍‌ ବ୍ୟାଙ୍କ୍‌ରେ ଜମା ରଖାଯାଇଛି। ୟେସ୍‌ ବ୍ୟାଙ୍କ୍‌ର ଆର୍ଥିକ ପରିସ୍ଥିତି ଦୁର୍ବଳ ହୋଇସାରିଛି। ଏଥିରେ ଥିବା ଜମାରାଶି ସୁରକ୍ଷା ନେଇ ପ୍ରଶ୍ନବାଚୀ ଉଠିଛି। ଏହି ସ୍ପର୍ଶକାତର ପ୍ରସଙ୍ଗ ରାଜ୍ୟ ବିଧାନସଭାରେ ବିତର୍କର ବିଷୟ ପାଲଟିଛି। ବିରୋଧୀମାନେ ବ୍ୟାଙ୍କ୍‌ ଅର୍ଥରେ ତତ୍କାଳୀନ ଶ୍ରୀମନ୍ଦିର ପ୍ରଶାସକ ପ୍ରଦୀପ୍ତ ମହାପାତ୍ର ଏବଂ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଙ୍ଗଠନ ଉପଦେଷ୍ଟା ବିଜୟ ସାହୁ ୟୁରୋପ ଭ୍ରମଣ କରିଥିବା ଅଭିଯୋଗ ଆଣିଛନ୍ତି। ଅପରପକ୍ଷରେ ଏହି ଅଭିଯୋଗକୁ ଆଇଏଏସ୍‌ ଅଧିକାରୀ ପ୍ରଦୀପ୍ତ ଖଣ୍ଡନ କରିଛନ୍ତି। ପ୍ରଦୀପ୍ତ କହିଥିଲେ, ବିଧାନସଭାରେ ଏହି ବିଷୟ ଆଲୋଚିତ ହୋଇଥିବାରୁ କୌଣସି ମତଦେବା ଉଚିତ ନୁହେଁ। ହେଲେ ବିଭିନ୍ନ ଗଣମାଧ୍ୟମରେ ତାଙ୍କର ବିଦେଶ ଭ୍ରମଣ ଖବର ପ୍ରକାଶ ପାଇଛି। ବିଗତ ୪ ବର୍ଷ ହେବ ସେ ୟୁରୋପ ଯାଇ ନ ଥିବା ମହାପାତ୍ର କହିଛନ୍ତି। ଅପରପକ୍ଷରେ ବିଜୟଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷାରେ ବିଗିଡ଼ିଲା ରାଜଧାନୀ ସ୍ଥିତି

ଭୁବନେଶ୍ୱର, ୨।୯ (ବନ୍ଦନା ସେଠୀ): ଶୁକ୍ରବାର ଦିନତମାମ ପାଗ ଖରାଟିଆ ଥିଲା। ଏପରି କି ଗରମ ମଧ୍ୟ ଅନୁଭୂତ ହେଉଥିଲା। ପରେ ଅପରାହ୍ନରୁ ପାଗ ଆଂଶିକ...

ଯାଜପୁର, ବ୍ୟାସନଗର, ପାଣିକୋଇଲି, ଚଣ୍ଡିଖୋଲ ଶଟଡାଉନ୍ : ସମସ୍ତ ବ୍ଲକ ମୁଖ୍ୟାଳୟ ବନ୍ଦ ରହିବ

ଯାଜପୁର ଅଫିସ/ଯାଜପୁର ଟାଉନ,୪ା୪(ଡି.ଏନ୍.ଏ.)- ଯାଜପୁର ଜିଲା ବ୍ରହ୍ମବରଦା ଗ୍ରାମରେ ଚିହ୍ନଟ ହୋଇଥିବା କରୋନା ସଂକ୍ରମିତ ବହୁ ଲୋକଙ୍କ ସଂସ୍ପର୍ଶରେ ଆସିଥିବା ପ୍ରଶାସନ ଆଶଙ୍କା କରୁଛି। ଏଥତ୍ପାଇଁ...

ବଢୁଛି ହୀରାକୁଦ ଡ୍ୟାମର ଜଳସ୍ତର

ସମ୍ବଲପୁର,୧୬।୮(ବ୍ୟୁରୋ): ଉପର ମୁଣ୍ଡରେ ବର୍ଷା ଯୋଗୁ ହୀରାକୁଦ ଡ୍ୟାମର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ମଙ୍ଗଳବାର ଜଳସ୍ତର ୬୨୫ ଫୁଟ୍‌ ଟପିଛି। ସକାଳ ୬ଟା ସୁଦ୍ଧା...

ଖୋଲାରେ ବୟାନ ଦେଉଛନ୍ତି, ପୋଲିସ ପାଉନି

ଭୁବନେଶ୍ୱର, ୨୪।୪ (ବ୍ୟୁରୋ): ସାଇକେଲ ଚୋରି ସନ୍ଦେହରେ କମିଶନରେଟ ପୋଲିସ ଲୋକଙ୍କୁ ଥାନାକୁ ଟେକିନେଇ ମାଡ଼ ମାରୁଛି। କଥା ଆଦାୟ ପାଇଁ ଏମିତି ନିର୍ଯାତନା ଦେଉଛି...

ବ୍ରାଉନସୁଗାର ବ୍ୟବସାୟୀ ଛୋଟାଙ୍କ ବେଆଇନ ଘର ଉଚ୍ଛେଦ: ମାଟିରେ ମିଶିଲା ୧୪ ବଖରା, ପୋତା ହେଲା ସୁଇମିଂ ପୁଲ୍‌

ଖୋର୍ଦ୍ଧା ଅଫିସ,୧୫।୭: ନିଶା ସୌଦାଗର ସୁଧାଂଶୁ ପରିଡ଼ା ଓରଫ ଛୋଟାଙ୍କ ଜବରଦଖଲରେ ଥିବା ଗୁରୁଜଙ୍ଗ ଜବରଦସ୍ତପୁର ଦ୍ୱାରିକାନଗରର ଘରକୁ ସୋମବାର ଉଚ୍ଛେଦ କରାଯାଉଛି। ତହସିଲଦାର ଶୁଭେନ୍ଦ୍ର...

ଆଜି ସର୍ବାଧିକ ୪୦୬୧ କରୋନା ଆକ୍ରାନ୍ତ ସୁସ୍ଥ: ଜାଣନ୍ତୁ କେଉଁ ଜିଲାରୁ କେତେ ସୁସ୍ଥ

ଭୁବନେଶ୍ୱର,୧୧।୯(ବ୍ୟୁରୋ)-ରାଜ୍ୟରେ ଶୁକ୍ରବାର ଆଉ ୪୦୬୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୭୪୪ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ କଟକରୁ ୪୨୫, ସୁନ୍ଦରଗଡରୁ ୨୬୭,...

ପୂର୍ବତନ ବାଚସ୍ପତି ଶରତ କରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ: ସ୍ମରଣୀୟ ହୋଇ ରହିବ ଉଦ୍ୟମ

ଭୁବନେଶ୍ୱର,୧୨।୧୦(ବ୍ୟୁରୋ): ଓଡ଼ିଶା ବିଧାନସଭାର ପୂର୍ବତନ ବାଚସ୍ପତି ଶରତ କରଙ୍କ ସୋମବାର ଅପରାହ୍ନରେ ପରଲୋକ ଘଟିଛି। ତାଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି।...

ରାସ୍ତା ଶୋଚନୀୟ, ମରାମତି ଦାବି

ଧର୍ମଶାଳା, ୨୮।୧୦(ଡି.ଏନ୍‌.ଏ.): ଧର୍ମଶାଳା ବ୍ଲକ  ଚୋରମୁହାଁ ପଞ୍ଚାୟତକୁ ସଂଯୋଗ କରୁଥିବା କେନାଲ ବନ୍ଧ ରାସ୍ତାବସ୍ଥା ଶୋଚନୀୟ ହୋଇପଡିଛି। ସେହି ରାସ୍ତାକୁ ମରାମତି କରାଯାଉ ନ ଥିବା...

Advertisement
Archives

Model This Week