ହୋଲ୍‌ଡିଂ ଟିକସ ଆଦାୟରେ ପକ୍ଷପାତିତା ଅଭିଯୋଗ : ସରକାରୀ କାର୍ଯ୍ୟାଳୟ ପ୍ରତି ଅନୁକମ୍ପା

ଅନୁଗୋଳ ଅଫିସ, ୨୦।୬ – ଅନୁଗୋଳ ପୌରପାଳିକାର ଆୟ ବୃଦ୍ଧି ଉପରେ ଗୁରୁତ୍ୱ ଦେଉଛନ୍ତି ଜିଲାପାଳ ମନୋଜ କୁମାର ମହାନ୍ତି। ବିଭିନ୍ନ ସମୀକ୍ଷା ବୈଠକରେ ଏ ନେଇ ପୌର ପ୍ରଶାସନକୁ ସେ ବାରମ୍ବାର ପରାମର୍ଶ ଦେଉଛନ୍ତି। ତଦନୁଯାୟୀ ପୌରପାଳିକା ପକ୍ଷରୁ ମଧ୍ୟ ଟିକସ ଆଦାୟକୁ ଜୋରଦାର କରାଯାଇଛି। ବିଶେଷକରି ହୋଲଡିଂ ଟିକସ ଆଦାୟରେ ଚଳିତବର୍ଷ ସର୍ବକାଳୀନ ରେକର୍ଡ କରିଛି ଅନୁଗୋଳ ପୌରପାଳିକା। ଯଦିଓ ଦିଆଯାଇଥିବା ଟାର୍ଗେଟ୍‌ ପୂରଣ ହୋଇପାରି ନାହିଁ ତଥାପି ଏ ନେଇ ପୌର କର୍ତ୍ତୃପକ୍ଷ ନିଜକୁ ନିଜେ ପ୍ରଶଂସା କରିସାରିଛନ୍ତି। ହେଲେ ବର୍ଷ ବର୍ଷ ଧରି ବକେୟା ରଖିଥିବା ସରକାରୀ କାର୍ଯ୍ୟାଳୟଗୁଡ଼ିକରୁ କେତେ ଟଙ୍କା ଏ ବାବଦରେ ଆଦାୟ ହୋଇଛି ଓ କେତେ ଟଙ୍କା ଏବେ ବି ବାକି ପଡ଼ିଛି ତାହା ଜଣାଇବାକୁ ପଛଘୁଞ୍ଚା ଦେଉଛନ୍ତି କର୍ତ୍ତୃପକ୍ଷ। ଏ ନେଇ ଟିକସ ଦେଉଥିବା ସହରବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି।
ପୌରାଞ୍ଚଳରେ ଘର କରିବା ସହ ବିଭିନ୍ନ ସେବା ଉପଭୋଗ କରୁଥିବା ଲୋକଙ୍କଠାରୁ ଆରମ୍ଭ କରି ସରକାରୀ କାର୍ଯ୍ୟାଳୟଗୁଡ଼ିକରୁ ପୌର ପ୍ରଶାସନ ହୋଲଡିଂ ଟିକସ ଆଦାୟ କରୁଛନ୍ତି। କିନ୍ତୁ ଏହି ଟିକସ ଆଦାୟ ବେଳେ ପୌର କର୍ତ୍ତୃପକ୍ଷ ପକ୍ଷପାତିତା କରୁଥିବା ସହରବାସୀ ଅଭିଯୋଗ କରିଛନ୍ତି। ସେମାନଙ୍କ କହିବା ଅନୁଯାୟୀ, ଲୋକଙ୍କଠାରୁ ଏହି ଟିକସ ଆଦାୟ ପାଇଁ ପୌର ପ୍ରଶାସନ ଯେତିକି ତତ୍ପରତା ଦେଖାଉଛି ସରକାରୀ କାର୍ଯ୍ୟାଳୟଗୁଡ଼ିକୁ ସେତିକି ଅନୁକମ୍ପା ପ୍ରଦର୍ଶନ କରୁଛି। ସହରବାସିନ୍ଦାଙ୍କ ପରି ସରକାରୀ କାର୍ଯ୍ୟାଳୟଗୁଡ଼ିକ ମଧ୍ୟ ସମ ପରିମାଣର ସେବା ପାଉଛନ୍ତି। ଏହା ବଦଳରେ କିନ୍ତୁ ଟିକସ ଦେବାରେ ସରକାରୀ କାର୍ଯ୍ୟାଳୟଗୁଡ଼ିକ ପଛରେ ଅଛନ୍ତି। ବର୍ଷ ବର୍ଷ ଧରି ବକେୟା ଗଡ଼ୁଥିଲେ ବି ତାହା କିପରି ଆଦାୟ ହେବ ସେ ଉପରେ ପ୍ରଶାସନ ଗୁରୁତ୍ୱ ଦେଉନାହିଁ। ଫଳରେ ପୌର ପାଳିକାର ଆୟ ଯେତିକି ହେବା କଥା ତାହା ହେଉନାହିଁ। ପୌରପାଳିକାକୁ ହୋଲଡିଂ ଟିକସ ବାବଦରେ ୩ କୋଟି ୬୦ ଲକ୍ଷ ଟଙ୍କା ଆଦାୟର ଟାର୍ଗେଟ ଦିଆଯାଇଥିଲା। ସେଥିରୁ ୯୨ ପ୍ରତିଶତ ଅର୍ଥାତ୍‌ ୩ କୋଟି ୨୮ ଲକ୍ଷ ଟଙ୍କା ଆଦାୟ ହୋଇପାରିଛି। ଏଥିରେ ସରକାରୀ କାର୍ଯ୍ୟାଳୟର ବହୁ ବକେୟା ଅର୍ଥ ସାମିଲ ଥିବା ପୌରନିର୍ବାହୀ ଅଧିକାରୀ ଶୁଭେନ୍ଦୁ ଜେନା ପୂର୍ବରୁ ସୂଚନା ଦେଇଥିଲେ। କିନ୍ତୁ ବର୍ଷ ବର୍ଷ ଧରି ଏହି ଟିକସ ଫାଙ୍କିବାରେ ସରକାରୀ କାର୍ଯ୍ୟାଳୟ କେତେ ଆଗରେ ରହିଛି ସେ ବିଷୟରେ ମୁହଁ ଖୋଲୁନାହାନ୍ତି ପୌର ଅଧିକାରୀ। ଏ ନେଇ ତଥ୍ୟ ପୌରପାଳିକା ନିକଟରେ ନ ଥିବା ସଫେଇ ଦେଉଛନ୍ତି। ଯଦି ଏ ସମ୍ପର୍କିତ ଫାଇଲ ଖୋଜାଯିବ ତା’ହେଲେ ୩ ମାସରୁ ଅଧିକ ସମୟ ଲାଗିବ ବୋଲି ପୌର ଅଧିକାରୀଙ୍କ ପକ୍ଷରୁ କୁହାଯାଉଛି। ମଙ୍ଗଳବାର ଏ ନେଇ ପୌର ନିର୍ବାହୀ ଅଧିକାରୀଙ୍କୁ ଯୋଗାଯୋଗ କରାଯାଇଥିଲା। ହେଲେ ସେ ଜିଲାପାଳଙ୍କ ସହ ବୈଠକରେ ଅଛନ୍ତି ବୋଲି କହି ପ୍ରସଙ୍ଗକୁ ଏଡ଼ାଇ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମରଣଯନ୍ତା ପାଲଟିଛି ଜାତୀୟ ରାଜପଥ

ବଅଁରପାଳ,୧୭।୧(ଡି.ଏନ.ଏ.)  କଟକ-ସମ୍ବଲପୁର ୫୫ନଂ. ଜାତୀୟ ରାଜପଥର ବଅଁରପାଳଠାରୁ ଅନୁଗୋଳ ସହର ପର୍ଯ୍ୟନ୍ତ ରାସ୍ତା ଅତ୍ୟନ୍ତ ଶୋଚନୀୟ ହୋଇପଡିଛି। ବଡ଼ବଡ଼ ଖାଲଖମା ସହ ଅନେକ ସ୍ଥାନରେ ଗର୍ତ୍ତମାନ ସୃଷ୍ଟି...

ପ୍ରକଳ୍ପ ଥାଇ ମିଳୁନି ପାଣି

ବଇଣ୍ଡା,୧୪।୪(ଡି.ଏନ.ଏ.): ରାଜ୍ୟର ସବୁ ଗାଁକୁ ଯେପରି ଶୁଦ୍ଧ ପାଇପ୍‌ ପାଣି ଯୋଗାଣ କରାଯିବ, ତାହା ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଇଆସୁଛନ୍ତି। ଏ ନେଇ ଏକାଧିକ ଯୋଜନା...

ଡାକ୍ତରଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

ଅନୁଗୋଳ ଅଫିସ,୨ା୧୨: ଅନୁଗୋଳ ଜିଲା ତାଳଚେର ଥାନା ଅଞ୍ଚଳରେ ନାବାଳିକା ବଳାତ୍କାର ଘଟଣାରେ ଜେଲ୍‌ରେ ଥିବା ଡାକ୍ତର ପ୍ୟାରୀମୋହନ ପ୍ରଧାନ(୭୨)ଙ୍କର ମୃତ୍ୟୁ ହୋଇଛି। ଅନୁଗୋଳ ଜିଲା...

ଅଳିଆ ଉଠାରେ ଅସହଯୋଗ

ଅନୁଗୋଳ ଅଫିସ, ୨୨ା୬- ଅନୁଗୋଳ ସହର ସଫେଇ ନେଇ ଦେଖାଦେଇଥିବା ବିବାଦର ସମାଧାନ ଏଯାଏ ହୋଇପାରି ନାହିଁ। ସଫେଇ କର୍ମଚାରୀ ସଂଘ ସମ୍ପାଦକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ...

ବାଡ଼ ଦେଇ ରାସ୍ତା ଅବରୋଧ, ଜିଲାପାଳଙ୍କୁ ଅଭିଯୋଗ

ବଇଣ୍ଡା, ୨୮ା୩(ଡି.ଏନ.ଏ.)- ଅନୁଗୋଳ ଜିଲାରେ ଲକଡାଉନ ଜାରି ଥିବାବେଳେ ବିଭିନ୍ନ ସ୍ଥାନରେ ଲୋକେ ଗାଁକୁ ଯିବାଆସିବା ରାସ୍ତାରେ ବାଡ଼ ଦେଇ ବାଟ ଅବରୋଧ କରିଥିବା ଅଭିଯୋଗ...

ଜଗି ବସୁଛନ୍ତି ରୋଗୀ

ଅନୁଗୋଳ ଅଫିସ, ୧୦ା୯ ଅସହ୍ୟ ଯନ୍ତ୍ରଣା ଅଥୟ କରିଦେଉଛି। ତଥାପି ରାତିଅନିଦ୍ରା ହୋଇ ପୂର୍ବଦିନରୁ ଡାକ୍ତରଙ୍କୁ ଜଗି ବସୁଛନ୍ତି ରୋଗୀ। କାରଣ ପ୍ରତି ସପ୍ତାହରେ କେବଳ...

ଗ୍ରାହକଙ୍କ ଲାଗି ତନିସ୍କର ସ୍ବତନ୍ତ୍ର କାର୍ଯ୍ୟକ୍ରମ

ଅନୁଗୋଳ ଅଫିସ,୧୯।୧ – ପ୍ରମୁଖ ଗହଣା ବ୍ରାଣ୍ଡ ତନିସ୍କ ପକ୍ଷରୁ ଅନୁଗୋଳ ଶୋ’ରୁମରେ ଏହାର ଗ୍ରାହକଙ୍କ ଲାଗି ସ୍ବତନ୍ତ୍ର କାର୍ଯ୍ୟକ୍ରମ ଶନିବାର ଅନୁଷ୍ଠିତ ହୋଇଯାଇଛି। କମ୍ପାନୀ...

ପାଣି ଘେରରେ ବାଗଡ଼ିଆ ଉଚ୍ଚ ବିଦ୍ୟାଳୟ

ଛେଣ୍ଡିପଦା,୨୧।୮(ସ୍ବ.ପ୍ର.): ଛେଣ୍ଡିପଦା ବ୍ଲକରେ ଗତ ୨ ଦିନ ମଧ୍ୟରେ ୧୩୩.୧ ମିଲିମିଟର ବର୍ଷା ହେବା ଯୋଗୁ ବିଭିନ୍ନ ସ୍ଥାନରେ ଜଳବନ୍ଦୀ ଅବସ୍ଥା ସୃଷ୍ଟି ହୋଇଛି। ଏପରି...

Advertisement
Archives

Model This Week