ହେଲ୍‌ମେଟ ନ ପିନ୍ଧିଲେ ଘରକୁ ଯିବ ଚାଲାଣ

ଅନୁଗୋଳ ଅଫିସ, ୨୮।୫

ରାସ୍ତା ଦୁର୍ଘଟଣାକୁ କିପରି ନିୟନ୍ତ୍ରଣ କରାଯାଇପାରିବ ଓ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ହ୍ରାସ ସହ ଆହତମାନଙ୍କୁ ତୁରନ୍ତ ଚିକିତ୍ସାସେବା ଯୋଗାଇ ଦିଆଯିବ ସେ ସମ୍ପର୍କରେ ଗଠିତ ଜିଲାସ୍ତରୀୟ ସଡ଼କ ସୁରକ୍ଷା କମିଟିର ବୈଠକ ସୋମବାର ଜିଲାପାଳ ମନୋଜ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଅନୁଗୋଳ ଆଞ୍ଚଳିକ ପରିବହନ ଅଧିକାରୀ ଧନଞ୍ଜୟ ସେନାପତି ଯୋଗଦେଇ ୨୦୧୮ରେ ଜିଲାରେ ଘଟିଥିବା ୪୬୦ ଦୁର୍ଘଟଣାରେ ୨୧୫ ଜଣଙ୍କ ମୃତ୍ୟୁ ହୋଇଛି ଓ ୪୪୨ ଜଣ ଆହତ ହୋଇଥିବା ତଥ୍ୟ ରଖିଥିଲେ। ସେହିପରି ଚଳିତବର୍ଷ ଜାନୁୟାରୀ ୧ରୁ ଏପ୍ରିଲ ୩୦ ମଧ୍ୟରେ ୭୩ଟି ଦୁର୍ଘଟଣାରେ ୩୬ ଜଣ ପ୍ରାଣ ହରାଇଥିବା ବେଳେ ୭୩ ଜଣ ଆହତ ହୋଇଥିବା ସେ ପ୍ରକାଶ କରିଥିଲେ। ହେଲେମେଣ୍ଟ ନ ପିନ୍ଧି ଗାଡ଼ି ଚଳାଉଥିବା ଚାଳକଙ୍କ ଘରକୁ ଜରିମାନା ଚାଲାଣ ପଠାଯିବାକୁ ସ୍ଥିର କରାଯାଇଥିଲା।
ବୈଠକରୁ ଜଣାପଡ଼ିଛି ଯେ, ଏଣିକି ବିଭିନ୍ନ ଛକରେ ହେଲମେଟ ଚେକିଂ ପାଇଁ ଅଟୋମେଟିକ କ୍ୟାମେରାର ସହାୟତା ନିଆଯିବ। ବିନା ହେଲମେଟରେ ଗାଡ଼ି ଚଳାଉଥିବା ଚାଳକମାନଙ୍କ ଗାଡ଼ି ନମ୍ବର ସ୍କାନ କରାଯିବା ସହ ଚାଲାଣ କଟାଯାଇ ସମ୍ପୃକ୍ତ ଚାଳକଙ୍କ ଘର, ଅଦାଲତ ଓ ଆଞ୍ଚଳିକ ପରିବହନ ଅଧିକାରୀଙ୍କ ନିକଟକୁ ପଠାଯିବ। ପ୍ରଥମ ପର୍ଯ୍ୟାୟରେ ଥାନା ଛକ, ହୁଲୁରୁସିଙ୍ଗା ଛକ ଓ ରାଜା ହୋଟେଲ ଛକରେ ଏହି କ୍ୟାମେରା ଲଗାଯିବ ବୋଲି ଅନୁଗୋଳ ଏସ୍‌ପି ମିତ୍ରଭାନୁ ମହାପାତ୍ର ସୂଚନା ଦେଇଥିଲେ। ହରିମହୁରୀ ଛକରୁ ଯାଇଥିବା ବାଇପାସ୍‌ ରୋଡ୍‌ରେ କେନ୍ଦ୍ରୀୟ ବିଦ୍ୟାଳୟ ଓ ସରସ୍ବତୀ ବିଦ୍ୟା ମନ୍ଦିର ଥିବାବେଳେ ଉକ୍ତ ରାସ୍ତାରେ ଭାରିଯାନ ପାର୍କିଂ ସହ ଲୋକମାନେ ଅଳିଆ ଆବର୍ଜନା ଫିଙ୍ଗୁଥିବାରୁ ବୈଠକରେ କ୍ଷୋଭ ପ୍ରକାଶ ପାଇଥିଲା। ଅନୁଗୋଳ ପୌରପାଳିକା ନିର୍ବାହୀ ଅଧିକାରୀ ତୁରନ୍ତ ଉକ୍ତ ରାସ୍ତାରୁ ଆବର୍ଜନା ହଟାଇବାକୁ ପରାମର୍ଶ ଦିଆଯିବା ସହ ଛାତ୍ରୀଛାତ୍ରମାନଙ୍କ ଯାତାୟାତ ସୁବିଧା ପାଇଁ ଭାରିଯାନ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ପରାମର୍ଶ ଦିଆଯାଇଥିଲା। ଅନୁଗୋଳରୁ ସମ୍ବଲପୁର ପର୍ଯ୍ୟନ୍ତ ୧୨୩ କିଲୋମିଟର ରାସ୍ତାରେ ୯ଟି ବ୍ଲାକ୍‌ ସ୍ପଟ୍‌ ଓ ଅନୁଗୋଳରୁ ଢେଙ୍କାନାଳ ପର୍ଯ୍ୟନ୍ତ ୬୧ କିଲୋମିଟର ରାସ୍ତାରେ ୧୦ଟି ବ୍ଲାକ୍‌ ସ୍ପଟ୍‌ ଚିହ୍ନଟ କରାଯାଇ ସାଂକେତିକ ଚିହ୍ନ ସହ ରମ୍ବଲର୍ସ ଲଗାଯାଇଥିବା ସମ୍ବଲପୁର ଓ ଢେଙ୍କାନାଳ ଜାତୀୟ ରାଜପଥ ପ୍ରାଧିକରଣର କର୍ତ୍ତୃପକ୍ଷ ବୈଠକରେ ସୂଚନା ଦେଇଥିଲେ। ଏହାଛଡ଼ା ଏକ ସ୍ବତନ୍ତ୍ର କମିଟି ଗଠନ କରାଯାଇ ଉଭୟ ରାସ୍ତାର ଦୁର୍ଘଟଣା ପ୍ରବଣ ଅଞ୍ଚଳ ଗୁଡ଼ିକୁ ଚିହ୍ନଟ କରି ପ୍ରତିକାର ପାଇଁ ପଦକ୍ଷେପ ନେବାକୁ ଏସ୍‌ପି ପ୍ରସ୍ତାବ ରଖିଥିଲେ। ଏହି ବୈଠକରେ ସମ୍ବଲପୁର ଓ ଢେଙ୍କାନାଳ ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷଙ୍କ ପ୍ରତିନିଧି, ଗାୟତ୍ରୀ କନଷ୍ଟ୍ରକଶନର କର୍ମକର୍ତ୍ତାଙ୍କ ସମେତ ବିଭିନ୍ନ ବିଭାଗର ଜିଲାସ୍ତରୀୟ ଅଧିକାରୀମାନେ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯନ୍ତ୍ରଣାରେ ଛଟପଟ ସନ୍ତୋଷ

ବଇଣ୍ଡା,୧୭।୧୦(ଡି.ଏନ.ଏ.)  ସାଙ୍ଗମାନଙ୍କ ସହ ଖେଳୁଥିବାବେଳେ ପଡିଯାଇ ପେଟରେ ଆଘାତ ପାଇଥିଲେ ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ଗ୍ରାମର ସନ୍ତୋଷ ସାହୁ (୩୦)। ଜିଲା ମୁଖ୍ୟ...

ମୁଣ୍ଡ ଉପରେ ଝୁଲୁଛି ବିଦ୍ୟୁତ୍‌ ତାର

ଅନୁଗୋଳ ଅଫିସ, ୨୫।୮ – ଅନୁଗୋଳ ଜିଲା ବଅଁରପାଳ ଥାନା ତଳମୂଳ ପଞ୍ଚାୟତର ଶିମିଳିଛୁଇଁ ଗ୍ରାମରେ ମୁଣ୍ଡ ଉପରେ ଝୁଲି ରହିଛି ବିଦ୍ୟୁତ୍‌ ତାର। ଏ...

ଟ୍ରକ୍‌ ପଛରେ ପିଟିହେଲା ଯାତ୍ରୀବାହୀ ବସ୍‌: ୧୫ରୁ ଊର୍ଦ୍ଧ୍ୱ ଆହତ

ଛେଣ୍ଡିପଦା,୧୦ା୧୧(ଡି.ଏନ୍‌.ଏ.): ଛେଣ୍ଡିପଦା-ଅନୁଗୋଳ ୬୩ ନଂ ରାଜ୍ୟ ରାଜପଥର ନିଶା ଶିଳ୍ପାଞ୍ଚଳ ଥାନାର ଜିନ୍ଦଲ ଫାଟକ ନିକଟରେ ଏକ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ୧୫ରୁ...

ନୂଆ ଅତିରିକ୍ତ ଜିଲାପାଳଙ୍କ ଯୋଗଦାନ

ଅନୁଗୋଳ ଅଫିସ, ୨୭।୩ : ଅନୁଗୋଳ ଜିଲାର ନୂତନ ଅତିରିକ୍ତ ଜିଲାପାଳ (ରାଜସ୍ବ) ଭାବେ ସନ୍ତୋଷ କୁମାର ପ୍ରଧାନ କାର୍ଯ୍ୟରେ ଯୋଗ ଦେଇଛନ୍ତି। ଏହା ପୂର୍ବରୁ...

ଗୁଣ୍ଡୁରି କରିଛି ଆତ୍ମନିର୍ଭରଶୀଳ

କଣିହାଁ,୧୨ା୭ (ସଚ୍ଚିଦାନନ୍ଦ ପ୍ରଧାନ): ଶିକ୍ଷିତ ହୋଇଥିବାରୁ ଚାକିରି କରିବାକୁ ଚାହିଁଥିଲେ। କିନ୍ତୁ ସେଥିରେ ମନ ମାନି ନ ଥିଲା। ତେଣୁ ଚାକିରି ଛାଡ଼ି ଆତ୍ମନିର୍ଭରଶୀଳ ହେବାକୁ...

ଟ୍ୟାଙ୍କର ପାଣିକୁ ନେଇ ତାଳଚେରବାସୀଙ୍କ ପ୍ରଶ୍ନ: ତଥ୍ୟରେ ବଳକା, ତଥାପି ସଙ୍କଟ କେମିତି

ତାଳଚେର, ୧୨ା୬- ୨୦୧୧ ଜନଗଣନା ଅନୁଯାୟୀ ତାଳଚେର ସହରର ଲୋକସଂଖ୍ୟା ୪୦ ହଜାର ୮୪୧। ବର୍ତ୍ତମାନର ସ୍ଥିତି ଓ ବାହାର ଲୋକଙ୍କୁ ହିସାବକୁ ନେଲେ ଏହା...

ଲକଡାଉନ ନ ମାନି ୩ ଗିରଫ

ବଇଣ୍ଡା, ୫ା୪(ଡି.ଏନ.ଏ.)- କରୋନା ସଂକ୍ରମଣ ପ୍ରତିହତ ପାଇଁ ଦେଶରେ ଜାରି ହୋଇଥିବା ଲକଡାଉନ ଉଲ୍ଲଂଘନ ସହ ଗଣ୍ଡଗୋଳ କରିବା ଅଭିଯୋଗରେ ଅନୁଗୋଳ ଜିଲା ଠାକୁରଗଡ ଅଞ୍ଚଳରେ...

ଝଲସିବନି ଲୋଭୀଙ୍କ ପୀଠ

ବଅଁରପାଳ, ୨୬ା୧୧(ଉପେନ୍ଦ୍ର ରାଉତ): ପ୍ରତିବର୍ଷ ଧୁମଧାମରେ ଅନୁଷ୍ଠିତ ହେଉଥିବା ଅନୁଗୋଳ ଜିଲା ବଅଁରପାଳ ବ୍ଲକ ଗଡସନ୍ତ୍ରୀ ଓ ତୁଳସୀପାଳ ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା’ ଲୋଭୀଙ୍କ ଯାତ୍ରା...

Advertisement


Archives

Model This Week