ହେଜେଲ୍‌ଙ୍କୁ କଫି ଡେଟ୍‌ରେ ନେବାକୁ ତିନି ବର୍ଷ ଅପେକ୍ଷା କରିଥିଲେ ଯୁବରାଜ

ବମ୍ବେ: ଭାରତୀୟ କ୍ରିକେଟର ଯୁବରାଜ ସିଂହଙ୍କ ପତ୍ନୀ ହେଜେଲ୍‌ କିଚଙ୍କ ଆଜି ‘ହାପି ଓ୍ବାଲା ବର୍ଥ ଡେ’ ଅର୍ଥାତ ଜନ୍ମଦିନ। ପେସାରେ ଜଣେ ମଡେଲ ତଥା ଅଭିନେତ୍ରୀ ଥିବା ହେଜଲ ଏବେ ଯୁବରାଜଙ୍କ ଜୀବନସାଥୀ। ବର୍ତ୍ତମାନ ସେ ବ୍ୟକ୍ତିଗତ ଜୀବନକୁ ପୁରା ଧ୍ୟାନ ଦେଉଛନ୍ତି। ଏହି ଶୁଭ ଦିନରେ ପତ୍ନୀ ହେଜେଲ୍‌ଙ୍କୁ ନିଆରା ଭାବେ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ୟୁବି।

୨୦୧୬ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ଏହି ଦମ୍ପତି। ହେଲେ ଏହା ପୂର୍ବରୁ ହେଜେଲ୍‌ଙ୍କୁ ଏକ କଫି ଡେଟ୍‌ରେ ନେବାପାଇଁ ୟୁବିଙ୍କୁ ତିନି ବର୍ଷ ଲାଗିଯାଇଥିଲା। ଏକ ସାକ୍ଷାତକାରରେ ୟୁବି ନିଜର ଲଭ୍‌ ଲାଇଫ୍‌କୁ ନେଇ ମନକଥା କହିଥିଲେ। ହେଜଲଙ୍କୁ ସେ ପସନ୍ଦ କରିବା ପରେ ଡେଟ୍‌ରେ ନେବାକୁ ଇଚ୍ଛା ପ୍ରକାଶ କରିଆସୁଥିଲେ। ଅନେକ ଥର ହେଜେଲ୍‌ ହଁ ଭରୁଥିଲେ ହେଁ ନିଜ ଫୋନକୁ ବନ୍ଦ କରିନେଉଥିଲେ। ବାରମ୍ବାର ଏଭଳି ହେବା ପରେ ଯୁବରାଜ ରାଗି ଯାଇଥିଲେ। ଏପରିକି ତାଙ୍କ ନଂ ମଧ୍ୟ ଡିଲିଟ୍‌ କରିଦେଇଥିଲେ। ଏହାର ଅନେକ ଦିନ ପରେ ସୋସିଆଲ ମିଡିଆରେ ପୁଣି ଉଭୟଙ୍କ ବନ୍ଧୁତା ହୋଇଥିଲା। ଅନୁରୋଧ ପଠାଇବାର ତିନି ମାସ ପରେ ହେଜେଲ୍‌ ତାକୁ ଗ୍ରହଣ କରିଥିଲେ। ଧିରେ ଧିରେ ଉଭୟଙ୍କ କଥା ଆଗକୁ ବଢ଼ିଥିଲା। ଶେଷରେ ତିନି ବର୍ଷ ପରେ ଉଭୟ ଡେଟ୍‌ରେ ଯାଇଥିଲେ। ଏହାପରେ ଉଭୟ ଲଗାତାର ଭାବେ ଭେଟିବାକୁ ଲାଗିଲେ। କ୍ରିକେଟରେ ରୁଚି ନ ଥିବା ସତ୍ତ୍ୱେ ସେ ଯୁବରାଜଙ୍କୁ ପସନ୍ଦ କରିଥିଲେ। ପରେ ଏହା ବିବାହ ପର୍ଯ୍ୟନ୍ତ ପହଞ୍ଚିଥିଲା। ଏବେ ଉଭୟ ସୁଖି ଦାମ୍ପତ୍ୟ ଜୀବନ ଅତିବାହିତ କରୁଛନ୍ତି। ହେଜେଲ୍‌ କିନ୍ତୁ ଏବେ ଅଭିନୟ ଜୀବନରୁ ଦୂରେଇ ଯାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହୋଟେଲରୁ ସାମ୍ପୁ ଚୋରି କରନ୍ତି ଦୀପିକା

ବଲିଉଡର ଆଗଧାଡିର ନାୟିକା ଦୀପିକା ପାଦ୍ୟୁକୋନ୍‌ ହୋଟେଲରୁ ସାମ୍ପୁ ଚୋରି କରିଛନ୍ତି। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ। ତାଙ୍କର ଜଣେ ନିକଟ ବନ୍ଧୁ ସ୍ନେହା...

ନବାବଙ୍କ ସହ ପୂଜାଙ୍କ ଗୋପନୀୟ ବିବାହ: ଫଟୋ ଭାଇରାଲ

ମୁମ୍ବାଇ: ବଲିଉଡ୍‌ କଳାକାରମାନେ ନିଜ ବିବାହକୁ ଗୁପ୍ତ ରଖିବା କିଛି ନୂଆ କଥା ନୁହେଁ। ପୂର୍ବରୁ ରଣବୀର-ଦୀପିକା, ବିରାଟ-ଅନୁଷ୍କାଙ୍କ ଭଳି କଳାକାର ବିଦେଶରେ ବିବାହ କରିବାକୁ...

ଦୋଛକିରେ କ୍ରିତି

କ୍ରିତି ସାନନ ଏବେ ଦୋଛକିରେ ପଡ଼ିଯାଇଛନ୍ତି। କାରଣ ତାଙ୍କୁ ମିଳିଥିବା ଏକ ନୂଆ ଅଫରରେ ସେ ଦୁଇଟି ଭୂମିକାରେ ଅଭିନୟ କରିବେ। ସେଥିରେ ପୁଣି ଗୋଟିଏ...

ସିନ୍ଧୁଙ୍କ ରୌପ୍ୟ ପକ୍କା

ବାସେଲ(ସୁଇଜରଲାଣ୍ଡ),୨୪।୮(ପି.ଟି.): ଦେଶର ତାରକା ମହିଳା ଶଟଲର ପି.ଭି. ସିନ୍ଧୁ ଏଠାରେ ଚାଲିଥିବା ବିଡବ୍ଲ୍ୟୁଏଫ୍‌ ବିଶ୍ୱ ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପରେ ରୌପ୍ୟ ପଦକ ପକ୍କା କରିଛନ୍ତି। ଶନିବାର ଅନୁଷ୍ଠିତ...

ଫାଶି ପାଇଥିବା ଏକମାତ୍ର ଟେଷ୍ଟ କ୍ରିକେଟର

କ୍ରିକେଟ ଇତିହାସରେ ଜଣେ ଏଭଳି ଖେଳାଳି ଥିଲେ, ଯାହାଙ୍କୁ ଫାଶି ଦିଆଯାଇଥିଲା। ସେ ହେଲେ ଓ୍ବେଷ୍ଟଇଣ୍ଡିଜ ପକ୍ଷରୁ ୧୯୩୪ରୁ ୩୯ ମସିହା ପର୍ଯ୍ୟନ୍ତ ଖେଳିଥିବା ଲେସଲି...

ମୋର କାହାକୁ କିଛି ପ୍ରମାଣ କରିବାର ନାହିଁ

କେପ୍‌ ଟାଉନ,୧୦।୧: ଗତ ଦୁଇ ବର୍ଷ ହେଲା ତିନି ସଂଖ୍ୟା ବିଶିଷ୍ଟ ସ୍କୋର ହାସଲ କରିବାରେ ବିଫଳ ହେବା ସହ ରନ୍‌ ସଂଗ୍ରହ ହାରରେ ମଧ୍ୟ...

ଓଡ଼ିଶାରୁ ୪ ଖେଳାଳି

ଭୁବନେଶ୍ୱର,୩ା୮ (ସରୋଜ ଜେନା): ଇଂଲଣ୍ଡର ଶେଫିଲ୍ଡରେ ଅନୁଷ୍ଠିତ ଚତୁଃରାଷ୍ଟ୍ରୀୟ ଟୁର୍ନାମେଣ୍ଟ ବୁଧବାର ଠାରୁ ଆରମ୍ଭ ହୋଇଛି। ଏଥିରେ ଓଡ଼ିଶାରୁ ୪ ଜଣ ଖେଳାଳି ଅଂଶଗ୍ରହଣ କରୁଛନ୍ତି।...

୧୦ବର୍ଷ ପରେ…

ଶ୍ରୀଲଙ୍କା ସୁନ୍ଦରୀ ଜ୍ୟାକଲିନ୍‌ ଫର୍ନାଡିସ୍‌ଙ୍କ ଖୁସି କହିଲେ ନ ସରେ। ଦୀର୍ଘ ୧୦ ବର୍ଷର ପ୍ରତୀକ୍ଷା ଶେଷ ହୋଇଛି। ଏବେ ତାଙ୍କ ହାତରେ ଦୁଇଟି ଅଫର।...

Advertisement
Archives

Model This Week