ହୃଦରୋଗ ଚିକିତ୍ସା ପାଇଁ ୪୩ ଶିଶୁ ଭୁବନେଶ୍ୱର ଗଲେ

ବରଗଡ଼ ଅଫିସ୍‌,୨୦।୭
ବରଗଡ଼ ଜିଲାର ୪୩ଜଣ ଶିଶୁଙ୍କୁ ହୃଦରୋଗ ଚିକିତ୍ସା ପାଇଁ ଶୁକ୍ରବାର ସନ୍ଧ୍ୟାରେ ଭୁବନେଶ୍ୱରସ୍ଥିତ ଶ୍ରୀ ସାଇ ଜନନୀ କ୍ୟାମ୍ପସକୁ ପ୍ରେରଣ କରାଯାଇଛି । ସେମାନଙ୍କ ମଧ୍ୟରେ ସୋହେଲା ବ୍ଲକର ୬, ଝାରବନ୍ଧ ୫, ପାଇକମାଳ ୮, ଗାଇସିଲେଟ ୪, ବରପାଲି ୪, ଅତାବିରାର ୭ ଜଣ ଶିଶୁ ଅଛନ୍ତି । ଶିଶୁଙ୍କ ସହିତ ସେମାନଙ୍କ ଅଭିଭାବକମାନେ ମଧ୍ୟ ଯାଇଛନ୍ତି । ସେମାନଙ୍କ ସହିତ ବାଲ୍‌ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ(ଆରବିଏସକେ) ଅମୀୟ ସାହୁ, ବସନ୍ତ ସାମଲ, ଚୂଡ଼ାମଣି ଦେବତା, ଡା. ଯଯାତି ରାଉତ ପ୍ରମୁଖ ଯାଇଥିବାବେଳେ ୨ଟି ବସ୍‌ ଯୋଗେ ସମସ୍ତଙ୍କୁ ସେଠାକୁ ପଠାଯାଇଛି । ଗୁଜୁରାଟ ଅହମ୍ମଦାବାଦରୁ ଆସିଥିବା ଡାକ୍ତରୀ ଦଳ ଶନିବାର ସେହି ଶିଶୁମାନଙ୍କୁ ପ୍ରାରମ୍ଭିକ ଯାଞ୍ଚ କରି ଅସ୍ତ୍ରୋପଚାର ଦିବସ, ସମୟ ନିର୍ଦ୍ଧାରଣ କରିବେ ଏବଂ ପରବର୍ତ୍ତୀ ସମୟରେ ସେହି ଶିଶୁମାନଙ୍କୁ ପର୍ଯ୍ୟାୟକ୍ରମେ ଅସ୍ତ୍ରୋପଚାର ପାଇଁ ଗୁଜୁରାଟର ଅହମ୍ମଦାବାଦ ଓ ରାଜକୋଟ୍‌ ପଠାଯିବ । ସେଠାରେ ମାଗଣାରେ ହୃଦ ଅସ୍ତ୍ରୋପଚାର କରାଯିବ ବୋଲି ଜିଲା ସ୍ବାସ୍ଥ୍ୟ ସମିତି ପକ୍ଷରୁ ସୂଚନା ଦିଆଯାଇଛି । ଶିଶୁମାନଙ୍କ ଯାତାୟାତ ଓ ଚିକିତ୍ସା ଖର୍ଚ୍ଚ ଆରବିଏସକେ ବହନ କରୁଥିବାବେଳେ ଏଠାରୁ ଶିଶୁମାନେ ଭୁବନେଶ୍ୱର ଯାତ୍ରା କରିବାବେଳେ ସ୍ଥାନୀୟ ବସଷ୍ଟାଣ୍ଡରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ସାଧୁଚରଣ ଦାଶ, ଜାତୀୟ ସ୍ବାସ୍ଥ୍ୟ ମିଶନର ଡିପିଏମ ଶଙ୍କର ଆଚାର୍ଯ୍ୟ, ଆରବିଏସକେ ମ୍ୟାନେଜର ରାକେଶ ମହାପାତ୍ର ଏବଂ ଅନ୍ୟ ସ୍ବାସ୍ଥ୍ୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ଶୁଭ କାମନା ଜଣାଇଥିଲେ । ପ୍ରକାଶଥାଉକି, ଆରବିଏସକେ ତରଫରୁ ଡାକ୍ତରୀଦଳ ଜିଲାର ଗ୍ରାମଗୁଡ଼ିକୁ ଯାଇ ଏଭଳି ରୋଗୀ ଚିହ୍ନଟ କରିଥିଲେ । ଚିହ୍ନଟ ହେବା ପରେ ସେମାନଙ୍କୁ ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନାକୁ ଅଣାଯାଇଥିଲା । ଜିଲା ମୁଖ୍ୟ ଡାକ୍ତରଖାନାରେ ପୁଣି ସେହି ଶିଶୁମାନଙ୍କୁ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା ଏବଂ ସେମାନେ ହୃଦରୋଗରେ ପୀଡ଼ିତ ଥିବା ଜଣାପଡ଼ିବ


Enter your email to get our daily news in your inbox.

All Right Reserved By Dharitri.Com

ବାଇକକୁ ସ୍କାନ୍‌ଷ୍ଟିଲ ବସ୍‌ ଧକ୍କା ଦେବା ଘଟଣା: ହତ୍ୟା ଉଦ୍ୟମ ଅଭିଯୋଗ, ଥାନା ଘେରିଲେ ଗ୍ରାମବାସୀ

ବଡଗାଁ, ୨୪।୭(ଡି.ଏନ୍‌.ଏ.): ୧୦ ନମ୍ବର ରାଜ୍ୟ ରାଜପଥ ସୁନ୍ଦରଗଡ଼ ଜିଲା ବଡଗାଁ ଥାନା ଅଧୀନ କଣ୍ଟିଆମୁରା ପେଟ୍ରୋଲ ପମ୍ପ ସମ୍ମୁଖରେ ଗତ ୨୧ ତାରିଖ ରାତି...

ବିକଳ୍ପ ସ୍ଥାନରେ ନିରନ୍ତର ସ୍ବାସ୍ଥ୍ୟସେବା ମିଳିବ

ସମ୍ବଲପୁର,୧୭ା୪(ବ୍ୟୁରୋ)-ଜିଲା ସଦରଡାକ୍ତରଖାନାରେ କୋଭିଡ-୧୯ ମେଡିକାଲ ନିର୍ମାଣ କାମ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ରୋଗୀମାନଙ୍କୁ ବୁର୍ଲା ସ୍ଥାନାନ୍ତରିତ କରାଯାଇଛି । ଜିଲା ସଦର ଡାକ୍ତରଖାନା ଉପରେ...

ଅଶୋକକୁଁ ଉଧାର କଲା ସ୍ବାସ୍ଥ୍ୟ ବିଭାଗ

ଲାଠୋର,୨୯ା୪(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଅଧୀନ କରୁଆଁଝର ପଁଚେତ୍‌ର ସାନଗୁର୍ଜିଭଟା ଗାଁର ପାଲିପଡ଼ାର ଅଶୋକ ବର୍ଗେ(୩୦)। ଗଲା ୫ ବଛର ହେଲା ସେ କେହେନ୍‌ସି...

ଆବାସ ଯୋଜନାରୁ ବଁଚିତ୍‌ ବୁରୁଧ୍‌ ରତନ

ବିନିକା, ୨୮ା୪(ଡି.ଏନ୍‌.ଏ): ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ବାଙ୍କିଘିର୍ଡ଼ି ପଁଚେତ୍‌ର ସାରଙ୍ଗପାଲି ମାହାରଗୋଠର ରତନ ମାହାର(୬୫)। ପରିବାର କହିଲେ ମାଏକିନା ଯାମା(୬୦)। ଦୁଇ ବୁଢ଼ାବୁଢ଼ିକର ପିଲାଛୁଆ...

ନିଶା ଦେଇ ଶାରୀରିକ ସମ୍ପର୍କ ରଖିଲେ ଡାକ୍ତର

ସମ୍ବଲପୁର,୫ା୨(ବ୍ୟୁରୋ): ନିଶା ବଟିକା ଦେଇ ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ ଜଣେ ଡାକ୍ତର। ସମ୍ବଲପୁର ଜିଲା ବୁର୍ଲା ଥାନାରେ ଗତ ୧ ତାରିଖରେ ଏହି...

ହୀରାକୁଦ ଡ୍ୟାମ୍‌ ପ୍ରତି ବଢୁଛି ବିପଦ

ସମ୍ବଲପୁର,୧୬ା୯(ବ୍ୟୁରୋ): ଲପୁଚାପ ବର୍ଷାରେ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଇ ସର୍ବାଧିକ ଜଳଧାରଣ କ୍ଷମତା ୬୩୦ ଫୁଟ୍‌ ପାଖରେ ପହଞ୍ଚତ୍ୟାଇଛି। ରିପୋର୍ଟ ଅନୁସାରେ ୭ଦିନ ଭିତରେ...

୯୦ ଟଙ୍କା ପାଇଁ ହତ୍ୟା: ଦେଢ଼ମାସ ପରେ ଧରାପଡିଲେ ହତ୍ୟାକାରୀ

ସମ୍ବଲପୁର,୨୦ା୧(ବ୍ୟୁରୋ): ସମ୍ବଲପୁର ଜିଲା ଧନୁପାଲି ଥାନା ସୁନାପାଲି ନିକଟ ଏକ ପୋଖରୀ ହୁଡାରୁ କ୍ଷେତିପଡାର ମହମ୍ମଦ ଅଫ୍‌ତାର (୪୫)ଙ୍କ ମୃତଦେହ ପୋଲିସ ଜବତ କରିଥିଲା। ଦେଢମାସ...

ଆଶ୍ରୟ ଆଳରେ ଆଶ୍ରମରୁ ୬୦ ହଜାର ଟଙ୍କାରେ ନାବାଳିକା ବିକ୍ରି: ପ୍ରତାରଣା ଦେଇ ଖସି ପଳାଇଲେ ସ୍ବାମୀ

ବରଗଡ଼ ଅଫିସ୍‌,୩।୭: ବରଗଡ଼ ଜିଲାର ଏକ ଆଶ୍ରମରେ ଜଣେ ଅସହାୟା ନାବାଳିକାଙ୍କୁ ଆଶ୍ରୟ ଦେବା ଆଳରେ ତାଙ୍କୁ ୬୦ହଜାର ଟଙ୍କାରେ ବିକିଦେବା ଏବଂ ପରେ ନାବାଳିକାଙ୍କୁ...

Advertisement
Archives

Model This Week