ହୁମ୍ମା ଶୁଖୁଆ ହାଟରେ ମହିଳା ବ୍ୟବସାୟୀଙ୍କୁ ଶୋଷଣ

ଛତ୍ରପୁର,୨୧ା୧(ଡି.ଏନ.ଏ.)-ଗଞ୍ଜାମ ଜିଲା ହୁମ୍ମା ଶୁଖୁଆ ହାଟରେ ବ୍ୟବସାୟୀମାନଙ୍କୁ ପାନୁ ଆଦାୟ ନଁାରେ ଶୋଷଣ କରାଯାଉଥିବା ଅଭିଯୋଗ ହୋଇଛି। ଏହାର ପ୍ରତିବାଦ କଲେ ଧମକ ଚମକଠାରୁ ଆରମ୍ଭ କରି ଶୁଖୁଆ କୁଣ୍ଡି ଫିଙ୍ଗି ଦିଆଯାଇଛି ା ଏପରିକି ୧୨ ତାରିଖରେ ଜଣେ ମହିଳାଙ୍କ ସମେତ ୨ ଜଣଙ୍କୁ ମାଡ ମରାଯାଇଛି ା ଏନେଇ ହୁମ୍ମା ଫାଣ୍ଡିରେ ଅଭିଯୋଗ କରାଯାଇ ଏତଲା ଦିଆଯାଇଛି। ତଥାପି ଶୋଷଣ କରାଯାଉଥିବା ସୋମବାର ଅପରାହ୍ନରେ ଛତ୍ରପୁର ଉପଜିଲାପାଳଙ୍କ ନିକଟକୁ ଅଭିଯୋଗ କରିବାକୁ ଆସିଥିବା ବେଳେ ମହିଳା ବ୍ୟବସାୟୀମାନେ ଏହା କହିଛନ୍ତି ା
ଛତ୍ରପୁର ଉପଜିଲାପାଳଙ୍କୁ ଭେଟି ଏ ସମ୍ପର୍କରେ ଅଭିଯୋଗ କରାଯାଇଛି । ଜିଲାର ହରିପୁର, ସାନ ଆର୍ଯ୍ୟପଲ୍ଲୀ, ବଡ ଆର୍ଯ୍ୟପଲ୍ଲୀ, ବଡ ନୋଳିଆନୂଅଗଁା, ସାନ ନୋଳିଆନୂଅଗଁା, ପ୍ରୟାଗୀ, କରଳବାଡି, କଣ୍ଟିିଆଗଡ, ପୋଡମପେଟା, ନୂଆ ବକ୍ସିପଲ୍ଲୀ, ଗୋପାଳପୁର, ଗୋଖରକୁଦା, ବନ୍ଦର, ସୋପୁର, ମାର୍କଣ୍ଡି, ଗାରମାପେଟା ଓ ଗୋଳାବନ୍ଧ ପ୍ରମୁଖ ୨୭ଗଁା ସମୁଦ୍ର କୂଳ ନିକଟରେ ଅବସ୍ଥିତ। ଉକ୍ତ ଗଁାର ନୋଳିଆମାନେ ସମୁଦ୍ରକୁ ଯାଇ ମାଛ ମାରି ଆଣିଥାନ୍ତିି। ଏହାପରେ ନୋଳିଆଙ୍କ ସ୍ତ୍ରୀମାନେ ଏଥିରେ ଲୁଣ ମିଶାଇ ଶୁଖାଇଥାନ୍ତି। ଏହାପରେ ପ୍ରସ୍ତୁତ ଶୁଖୁଆକୁ ହୁମ୍ମା ହାଟକୁ ମହିଳା ବ୍ୟବସାୟୀମାନେ ନେଇ ବିକ୍ରି କରିଥାନ୍ତି ା ଶନିବାର ରାତିରେ ଏମାନେ ଶୁଖୁଆ ଧରି ସେଠାକୁ ଯାଇଥାନ୍ତିି ା
ରବିବାର ଅପରାହ୍ନରେ ବ୍ୟବସାୟ ସାରି ଘରକୁ ଫେରନ୍ତି ା ଉକ୍ତ ହାଟକୁ ରାଜ୍ୟର ବିଭିନ୍ନ ଜିଲା ତଥା ଗଞ୍ଜାମ ଜିଲାର ବଡ ଓ ଛୋଟ ବ୍ୟବସାୟୀମାନେ ଯାଇ ଶୁଖୁଆ କିଣି ନେଇ ସେମାନଙ୍କ ସ୍ଥାନରେ ବିକ୍ରି କରିଥାନ୍ତି ା ଏଥିପାଇଁ ସେଠାକୁ ପିକ୍‌ଅପ୍‌ ଭ୍ୟାନ୍‌ଠାରୁ ଆରମ୍ଭ କରି ଟ୍ରକ୍‌ ମଧ୍ୟ ଯାଇଥାଏ ା ମାତ୍ର ଉକ୍ତ ମହିଳା ବ୍ୟବସାୟୀଙ୍କଠାରୁ ଆରମ୍ଭ କରି ସେଠାକୁ ଶୁଖୁଆ କିଣିବାକୁ ଆସୁଥିବା ବ୍ୟବସାୟୀ ଏବଂ ଗାଡି ମାଲିକଙ୍କଠାରୁ ଚଢାଦରରେ ପାନୁ ଆଦାୟ କରାଯାଉଥିବା ଅଭିଯୋଗ ହୋଇଛି ା ଏହାର ପ୍ରତିବାଦ କଲେ ବିକ୍ରି କରିବାକୁ ଦିଆଯାଉନି ବୋଲି ଧମକ ଦିଆଯାଉଛି। ଏପରିକି ସେମାନଙ୍କ କହିବାନୁସାରେ, ଶନିବାର ରାତିରେ ଯାଇଥିଲେ ହେଁ ରବିବାର ଅପରାହ୍ନରେ ଶୁଖୁଆ ଓଜନ କରିବାକୁ ଅନୁମତି ଦିଆଯାଉ ନ ଥିବା ମହିଳା ବ୍ୟବସାୟୀମାନେ ଅଭିଯୋଗ କରିଛନ୍ତିି ା ସରକାରୀ ନିୟମରେ ପାନୁ ଆଦାୟ କରିବାକୁ ନିର୍ଦ୍ଦେଶ ଦେବାକୁ ଉପଜିଲାପାଳଙ୍କ ନିକଟରେ ଅନୁରୋଧ କରାଯାଇଛି ା ପ୍ରତି ଶୁଖୁଆ କୁଣ୍ଡି ପିଛା ୨୦୦ ଟଙ୍କା, ପିକଅପ୍‌ ଭ୍ୟାନ୍‌ ପାଇଁ ୫ ହଜାର ଟଙ୍କା ପାନୁ ଆଦାୟ କରାଯାଉଛି। ଏଥିସହ ଉକ୍ତ ଜାଗାରେ ଶୁଖୁଆ ବିକ୍ରି ପାଇଁ ବାର୍ଷିକ ୨ ହଜାର ଟଙ୍କା ମଧ୍ୟ ଆଦାୟ କରାଯାଉଥିବା ମହିଳା ବ୍ୟବସାୟୀମାନେ କହିଛନ୍ତି ା ପାନୁ ଆଦାୟ କରୁଥିବା ୧୦ ଜଣ ବ୍ୟକ୍ତି ହତ୍ୟା ଧମକ, ଠେଲାପେଲା, ମାଡ ମାରିବା ସହ ଅଭଦ୍ର ଭାଷାରେ ଗାଳିଗୁଲଜ କରୁଥିବା ଏମାନେ ଅଭିଯୋଗ କରୁଛନ୍ତି ା ଏପରକି ସେଠାକୁ ଶୁଖୁଆ କିଣିବାକୁ ଆସୁଥିବା ଲୋକଙ୍କଠାରୁ ମଧ୍ୟ ପାନୁ ଆଦାୟ କରାଯାଉଛି ା


Enter your email to get our daily news in your inbox.

All Right Reserved By Dharitri.Com

ମେଶିନ୍‌ ଅଛି, କାମରେ ଲାଗୁନି: ୫ ବର୍ଷରେ ମାତ୍ର ୨୭ ଅଲ୍‌ଟ୍ରାସାଉଣ୍ଡ

ରାୟଗଡ଼ା ଅଫିସ, ୧୭।୯- ଲୋକଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇ ଦେବାକୁ କେନ୍ଦ୍ର ସରକାରଙ୍କ ଠାରୁ ଆରମ୍ଭ କରି ରାଜ୍ୟ ସରକାର କୋଟି କୋଟି ଟଙ୍କା ବ୍ୟୟ...

ମାସ୍କ ନ ପିନ୍ଧିଲେ ୫ ହଜାର ଜରିମାନା: ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର,୩୧।୭(ବ୍ୟୁରୋ)-ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି। ତେବେ ସଂକ୍ରମଣକୁ ଦୃଷ୍ଟିରେ ରଖି ଶୁକ୍ରବାର ସରକାର ନୂଆ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଭୁବନେଶ୍ୱର...

କରୋନାରେ ୧୨ ଜୀବନ ଗଲା

ଭୁବନେଶ୍ୱର,୨୮।୧୦(ବ୍ୟୁରୋ): ରାଜ୍ୟରେ ବୁଧବାର କରୋନା ଆଉ ୧୨ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୧୦୮୯କୁ ବୃଦ୍ଧି ହୋଇଛି। ଏ ନେଇ...

ବାବୁ ଆମକୁ ରକ୍ଷା କର: ଠେଲାଦୋକାନ ଭାଙ୍ଗିଲେ ଏବେ ଘର ବି ଭାଙ୍ଗିଦେବେ

ପୁରୁଷୋତ୍ତମପୁର,୨୦।୧(ଡି.ଏନ.ଏ.): ବାବୁ ଆମକୁ ରକ୍ଷା କର। ଠେଲାଦୋକାନ ଭାଙ୍ଗିଦେଲେ ଏବେ ଘରବି ଭାଙ୍ଗିଦେବେ। ଆମେ ଯିବୁ କୁଆଡେ ବୋଲି ଭାଜପା ନେତାଙ୍କ ଆଗରେ ଏକ ଗରିବ...

ବିଷାକ୍ତ ହେଉଛି ଦୟା

ପୁରୁଣା ଭୁବନେଶ୍ୱର,୨୫।୯(ଡି.ଏନ୍‌.ଏ.):ରାଜଧାନୀ ଭୁବନେଶ୍ୱରରେ ପ୍ରବାହିତ ଦୟା ୱେଷ୍ଟ କେନାଲ ଭଳି ଦୟା ନଦୀର ପାଣି ମଧ୍ୟ ଧୀରେ ଧୀରେ ବିଷାକ୍ତ ହେବାରେ ଲାଗିଛି। ଧଉଳି ପାଦଦେଶରେ...

ଭୁବନେଶ୍ୱରର ୪ ଫ୍ଲାଟ୍‌ କଣ୍ଟେନ୍‌ମେଣ୍ଟ

ଭୁବନେଶ୍ୱର, ୨୩। ୧୨ (ବ୍ୟୁରୋ): କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍‌କୁ ନେଇ ଏବେ ଭୟର ବାତାବରଣ ଲାଗି ରହିଛି। ଏଭଳିସ୍ଥଳେ ଏକାଧିକ କରୋନା ସଂକ୍ରମିତ ଚିହ୍ନଟ...

ରେଳ ବଜେଟ: ପ୍ରାପ୍ୟ ଅନୁଯାୟୀ ଅନୁଦାନ ପାଉନି ରାଜ୍ୟ

ଭୁବନେଶ୍ୱର,୬ା୨(ବ୍ୟୁରୋ): ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ରେଳପଥ ପକ୍ଷରୁ ବିଭିନ୍ନ ରେଳ ଜୋନ୍‌କୁ ଅନୁଦାନ ପ୍ରଦାନ କରାଯାଇଛି। ହେଲେ ଏହି ଅନୁଦାନ ପୂର୍ବତଟ ରେଳପଥ ତଥା...

ସାଲେପୁର ବଳାତ୍କାର ମାମଲାରେ ଅଭିଯୁକ୍ତଙ୍କୁ ଫାଶୀ ପ୍ରସଙ୍ଗ: ନାବାଳିକାଙ୍କ ପରିବାର କହିଲେ ‘୧୭ ମାସ ପରେ ନ୍ୟାୟ ମିଳିଛି’

ନିଶ୍ଚିନ୍ତକୋଇଲି, ୧୯।୯(ସ୍ବ.ପ୍ର.): ୨୦୧୮ରେ ସାଲେପୁର ଅଞ୍ଚଳରେ ଜଣେ ନାବାଳିକାଙ୍କୁ ବଳାତ୍କାର ଏବଂ ହତ୍ୟା ଘଟଣାରେ ଗୁରୁବାର ଦୋଷୀ ମହମ୍ମଦ ମୁସ୍ତାକଙ୍କୁ କଟକର ସ୍ବତନ୍ତ୍ର ପୋକ୍ସୋ କୋର୍ଟ...

Advertisement
Archives

Model This Week