ହୁମ୍ମା ଶୁଖୁଆ ହାଟରେ ମହିଳା ବ୍ୟବସାୟୀଙ୍କୁ ଶୋଷଣ

ଛତ୍ରପୁର,୨୧ା୧(ଡି.ଏନ.ଏ.)-ଗଞ୍ଜାମ ଜିଲା ହୁମ୍ମା ଶୁଖୁଆ ହାଟରେ ବ୍ୟବସାୟୀମାନଙ୍କୁ ପାନୁ ଆଦାୟ ନଁାରେ ଶୋଷଣ କରାଯାଉଥିବା ଅଭିଯୋଗ ହୋଇଛି। ଏହାର ପ୍ରତିବାଦ କଲେ ଧମକ ଚମକଠାରୁ ଆରମ୍ଭ କରି ଶୁଖୁଆ କୁଣ୍ଡି ଫିଙ୍ଗି ଦିଆଯାଇଛି ା ଏପରିକି ୧୨ ତାରିଖରେ ଜଣେ ମହିଳାଙ୍କ ସମେତ ୨ ଜଣଙ୍କୁ ମାଡ ମରାଯାଇଛି ା ଏନେଇ ହୁମ୍ମା ଫାଣ୍ଡିରେ ଅଭିଯୋଗ କରାଯାଇ ଏତଲା ଦିଆଯାଇଛି। ତଥାପି ଶୋଷଣ କରାଯାଉଥିବା ସୋମବାର ଅପରାହ୍ନରେ ଛତ୍ରପୁର ଉପଜିଲାପାଳଙ୍କ ନିକଟକୁ ଅଭିଯୋଗ କରିବାକୁ ଆସିଥିବା ବେଳେ ମହିଳା ବ୍ୟବସାୟୀମାନେ ଏହା କହିଛନ୍ତି ା
ଛତ୍ରପୁର ଉପଜିଲାପାଳଙ୍କୁ ଭେଟି ଏ ସମ୍ପର୍କରେ ଅଭିଯୋଗ କରାଯାଇଛି । ଜିଲାର ହରିପୁର, ସାନ ଆର୍ଯ୍ୟପଲ୍ଲୀ, ବଡ ଆର୍ଯ୍ୟପଲ୍ଲୀ, ବଡ ନୋଳିଆନୂଅଗଁା, ସାନ ନୋଳିଆନୂଅଗଁା, ପ୍ରୟାଗୀ, କରଳବାଡି, କଣ୍ଟିିଆଗଡ, ପୋଡମପେଟା, ନୂଆ ବକ୍ସିପଲ୍ଲୀ, ଗୋପାଳପୁର, ଗୋଖରକୁଦା, ବନ୍ଦର, ସୋପୁର, ମାର୍କଣ୍ଡି, ଗାରମାପେଟା ଓ ଗୋଳାବନ୍ଧ ପ୍ରମୁଖ ୨୭ଗଁା ସମୁଦ୍ର କୂଳ ନିକଟରେ ଅବସ୍ଥିତ। ଉକ୍ତ ଗଁାର ନୋଳିଆମାନେ ସମୁଦ୍ରକୁ ଯାଇ ମାଛ ମାରି ଆଣିଥାନ୍ତିି। ଏହାପରେ ନୋଳିଆଙ୍କ ସ୍ତ୍ରୀମାନେ ଏଥିରେ ଲୁଣ ମିଶାଇ ଶୁଖାଇଥାନ୍ତି। ଏହାପରେ ପ୍ରସ୍ତୁତ ଶୁଖୁଆକୁ ହୁମ୍ମା ହାଟକୁ ମହିଳା ବ୍ୟବସାୟୀମାନେ ନେଇ ବିକ୍ରି କରିଥାନ୍ତି ା ଶନିବାର ରାତିରେ ଏମାନେ ଶୁଖୁଆ ଧରି ସେଠାକୁ ଯାଇଥାନ୍ତିି ା
ରବିବାର ଅପରାହ୍ନରେ ବ୍ୟବସାୟ ସାରି ଘରକୁ ଫେରନ୍ତି ା ଉକ୍ତ ହାଟକୁ ରାଜ୍ୟର ବିଭିନ୍ନ ଜିଲା ତଥା ଗଞ୍ଜାମ ଜିଲାର ବଡ ଓ ଛୋଟ ବ୍ୟବସାୟୀମାନେ ଯାଇ ଶୁଖୁଆ କିଣି ନେଇ ସେମାନଙ୍କ ସ୍ଥାନରେ ବିକ୍ରି କରିଥାନ୍ତି ା ଏଥିପାଇଁ ସେଠାକୁ ପିକ୍‌ଅପ୍‌ ଭ୍ୟାନ୍‌ଠାରୁ ଆରମ୍ଭ କରି ଟ୍ରକ୍‌ ମଧ୍ୟ ଯାଇଥାଏ ା ମାତ୍ର ଉକ୍ତ ମହିଳା ବ୍ୟବସାୟୀଙ୍କଠାରୁ ଆରମ୍ଭ କରି ସେଠାକୁ ଶୁଖୁଆ କିଣିବାକୁ ଆସୁଥିବା ବ୍ୟବସାୟୀ ଏବଂ ଗାଡି ମାଲିକଙ୍କଠାରୁ ଚଢାଦରରେ ପାନୁ ଆଦାୟ କରାଯାଉଥିବା ଅଭିଯୋଗ ହୋଇଛି ା ଏହାର ପ୍ରତିବାଦ କଲେ ବିକ୍ରି କରିବାକୁ ଦିଆଯାଉନି ବୋଲି ଧମକ ଦିଆଯାଉଛି। ଏପରିକି ସେମାନଙ୍କ କହିବାନୁସାରେ, ଶନିବାର ରାତିରେ ଯାଇଥିଲେ ହେଁ ରବିବାର ଅପରାହ୍ନରେ ଶୁଖୁଆ ଓଜନ କରିବାକୁ ଅନୁମତି ଦିଆଯାଉ ନ ଥିବା ମହିଳା ବ୍ୟବସାୟୀମାନେ ଅଭିଯୋଗ କରିଛନ୍ତିି ା ସରକାରୀ ନିୟମରେ ପାନୁ ଆଦାୟ କରିବାକୁ ନିର୍ଦ୍ଦେଶ ଦେବାକୁ ଉପଜିଲାପାଳଙ୍କ ନିକଟରେ ଅନୁରୋଧ କରାଯାଇଛି ା ପ୍ରତି ଶୁଖୁଆ କୁଣ୍ଡି ପିଛା ୨୦୦ ଟଙ୍କା, ପିକଅପ୍‌ ଭ୍ୟାନ୍‌ ପାଇଁ ୫ ହଜାର ଟଙ୍କା ପାନୁ ଆଦାୟ କରାଯାଉଛି। ଏଥିସହ ଉକ୍ତ ଜାଗାରେ ଶୁଖୁଆ ବିକ୍ରି ପାଇଁ ବାର୍ଷିକ ୨ ହଜାର ଟଙ୍କା ମଧ୍ୟ ଆଦାୟ କରାଯାଉଥିବା ମହିଳା ବ୍ୟବସାୟୀମାନେ କହିଛନ୍ତି ା ପାନୁ ଆଦାୟ କରୁଥିବା ୧୦ ଜଣ ବ୍ୟକ୍ତି ହତ୍ୟା ଧମକ, ଠେଲାପେଲା, ମାଡ ମାରିବା ସହ ଅଭଦ୍ର ଭାଷାରେ ଗାଳିଗୁଲଜ କରୁଥିବା ଏମାନେ ଅଭିଯୋଗ କରୁଛନ୍ତି ା ଏପରକି ସେଠାକୁ ଶୁଖୁଆ କିଣିବାକୁ ଆସୁଥିବା ଲୋକଙ୍କଠାରୁ ମଧ୍ୟ ପାନୁ ଆଦାୟ କରାଯାଉଛି ା


Enter your email to get our daily news in your inbox.

All Right Reserved By Dharitri.Com

ଗାଁରେ ମାଙ୍କଡ଼ ଆତଙ୍କ: ଦୁଇଜଣଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ ପରେ…

ବଞ୍ଚୋ,୬ା୯(ପ୍ରଦୋଷ ବିଶ୍ୱାଳ): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ମୋଚିନ୍ଦା ଗ୍ରାମରେ ଏକ ବୁଲା ମାଙ୍କଡ଼ର ଉତ୍ପାତକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଭୟ ଓ ଆତଙ୍କ ଦେଖାଦେଇଛି। ଗ୍ରାମ…

ପାଳନ ହେବ ଘୁମୁସର ଦିବସ, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯିବ…

ଭଞ୍ଜନଗର,୬ା୯(ବାବୁଲା ପ୍ରଧାନ): ଘୁମୁସର ବିକାଶ ପରିଷଦର ଏକ ବୈଠକ ଭଞ୍ଜନଗରଠାରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ପରିଷଦର ବରିଷ୍ଠ କର୍ମକର୍ତ୍ତା ସୋମନାଥ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଘୁମୁସର…

ଦିଗପହଣ୍ଡି ଏନ୍ଏସି ଅଧ୍ୟକ୍ଷ ପ୍ରଫୁଲ୍ଲ ହେଲେ ପ୍ରଦେଶ କଂଗ୍ରେସ କମିଟି ସାଧାରଣ ସମ୍ପାଦକ:  ଚାରିଆଡୁ ଛୁଟୁଛି ଶୁଭେତ୍ସାର ସୁଅ 

ଦିଗପହଣ୍ଡି,୬|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍ଏସି ଅଧ୍ୟକ୍ଷ ପ୍ରଫୁଲ୍ଲ ପଣ୍ଡାଙ୍କୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି(ପିସିସି)ର ସାଧାରଣ ସମ୍ପାଦକ ଭାବେ ନିଯୁକ୍ତ କରାଯାଇଥିବା ଜଣାପଡିଛି।…

ବଲାଙ୍ଗୀରରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ନେଇ…

ବଲାଙ୍ଗୀର,୬ା୯(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଓକିଲ ସଂଘ ପକ୍ଷରୁ ରବିବାର ହାଇକୋର୍ଟ ଜ୍ୟୋତିଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ବଲାଙ୍ଗୀରଠାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା କରାଯିବାକୁ…

ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ସାମ୍ନାରେ ଦାଦାଗିରି, ୨ ଯୁବକ ରଡ୍‌-ଟାଙ୍ଗିଆ ଧରି ଖେଳାଇଥିଲେ ଆତଙ୍କ, ଆଜି…

ବଲାଙ୍ଗୀର,୬ା୯(ସୁନିଲ ମହାନ୍ତି): ବଲାଙ୍ଗୀର ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ ଗେଟ୍‌ ସମ୍ମୁଖରେ କିଛିଦିନ ତଳେ ଗୁଣ୍ଡାଗର୍ଦ୍ଦି ଘଟଣାରେ ପୋଲିସ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଦୁଇ ଅଭିଯୁକ୍ତ ହେଲେ…

୪ ଥର ପାଇଁ ପିସିସି ସମ୍ପାଦକ ହେଲେ ସଂଗ୍ରାମ ଦାସ

କେନ୍ଦୁଝର,୬ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ବରିଷ୍ଠ କଂଗ୍ରେସ ନେତା ସଂଗ୍ରାମ ଦାସ ୪ ଥର ପାଇଁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସମ୍ପାଦକ ଭାବେ ମନୋନୀତ ହୋଇଛନ୍ତି। ଏଆଇସିସିର…

ଠକେଇ-ବ୍ଲାକ୍‌ମେଲିଂ ଘଟଣାର ପର୍ଦ୍ଦାଫାଶ: ଉତ୍ତରାଖଣ୍ଡରୁ ଦୁଇ ଅଭିଯୁକ୍ତଙ୍କୁ ଧରି…

ସମ୍ବଲପୁର,୬ା୯(ପ୍ରମୋଦ ବହିଦାର): ସମ୍ବଲପୁର ଜିଲାରେ ଘଟିଥିବା ଦୁଇଟି ପୃଥକ୍‌ ସାଇବର ଅପରାଧ ମାମଲାରେ ସାଇବର ପୋଲିସକୁ ବଡ଼ ସଫଳତା ମିଳିଛି। ଉତ୍ତରାଖଣ୍ଡରୁ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା…

ବରଗଡ଼ରେ ନୂଆଖାଇ ଲଗ୍ନ ଧାର୍ଯ୍ୟ, ଏହି ମୁହୂର୍ତ୍ତରେ ଶୁଭବେଳା…

ବରଗଡ଼,୬ା୯(ପ୍ରେମାନନ୍ଦ ଖମାରୀ): ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମଦେବୀ ସମଲେଶ୍ୱରୀଙ୍କ ପୀଠରେ ରବିବାର ନୂଆଖାଇ ଲଗ୍ନ ନିରୂପଣ କରାଯାଇଛି। ବିଧି ଓ ପରମ୍ପରା ଅନୁଯାୟୀ ଆସନ୍ତା ୧୪ ତାରିଖ ନିଶାର୍ଦ୍ଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri