Posted inଫୁରସତ

ହୀରା ଗିଟାର

ଗିଟାରର ଧୂନ୍‌ କାହାକୁ ବା ଭଲ ନ ଲାଗେ। ଅନେକଙ୍କର ଏହା ଏକ ପ୍ରିୟ ବାଦ୍ୟଯନ୍ତ୍ର। ତେବେ ଏମିତି ଏକ ଗିଟାର ଅଛି, ଯାହାକୁ ଦେଖୁ ଦେଖୁ ଯେ କେହି ବି ତା’ ପ୍ରେମରେ ପଡ଼ିଯିବେ। ଆଉ ତାକୁ ପାଇବାର ସ୍ବପ୍ନ ଦେଖିବେ। କିନ୍ତୁ ତାକୁ ପାଇବା ସାତସପନ। କାରଣ ତାହା ପୃଥିବୀର ସବୁଠାରୁ ଦାମୀ ଗିଟାରଭାବେ ଗିନିଜ୍‌ ଓ୍ବାର୍ଲଡ ରେକର୍ଡସ୍‌ରେ ସ୍ଥାନ ପାଇଛି। ‘ଦି ଇଡେନ୍‌ ଅଫ୍‌ କରୋନେଟ୍‌’ ନାମରେ ପରିଚିତ ଉକ୍ତ ଗିଟାରର ମୂଲ୍ୟ ପ୍ରାୟ ୨ ମିଲିୟନ ଡଲାର। ପ୍ରସିଦ୍ଧ ଗିଟାର ନିର୍ମାତା ଗିବ୍‌ସନ, ଗହଣା ଡିଜାଇନର ଆରୋନ୍‌ ସୁମ୍‌ ଏବଂ ସଙ୍ଗୀତଜ୍ଞ ତଥା ଡିଜାଇନର ମାର୍କ ଲୁଇଙ୍କ ସହ ମିଶି ଉକ୍ତ ଗିଟାର ତିଆରି କରିଛନ୍ତି। ଏଥିରେ ୪୦୦ରୁ ଊର୍ଦ୍ଧ୍ୱ କ୍ୟାରଟ୍‌ର ହୀରା ଓ ୧.୬ କି.ଗ୍ରା.ର ୧୮ କ୍ୟାରଟ ସୁନା ବ୍ୟବହାର କରାଯାଇଛି। ୬୮ ଜଣ କାରିଗର ୭୦୦ ଦିନରେ ଏହାକୁ ତିଆରି କରିଛନ୍ତି। ଗିଟାରଟି ହୀରାରେ ଆଚ୍ଛାଦିତ ହୋଇ ରହିଥିଲେ ହେଁ ଏହା ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ।


Enter your email to get our daily news in your inbox.

All Right Reserved By Dharitri.Com

ଘର ପାଖ ପାର୍କ ମାନସିକ ସ୍ବାସ୍ଥ୍ୟ ପାଇଁ ଭଲ

ଲଣ୍ଡନ: ସହରାଞ୍ଚଳରେ ଘର ପାଖରୁ ୩୦୦ ମିଟର ମଧ୍ୟରେ ପାର୍କ କିମ୍ବା ସବୁଜ ପରିବେଶ ରହିଲେ ତାହା ବ୍ୟକ୍ତିଙ୍କୁ ସୁଖଦ ଅନୁଭବ ଦେଇଥାଏ।ଏହାଦ୍ୱାରା ସେମାନଙ୍କ ମାନସିକ...

ଯୌତୁକ ଯୋଗୁ ବିବାହ ଭାଙ୍ଗିବାରୁ ଘର ଛାଡ଼ି ବିବାହ କଲେ ଯୁବତୀଯୁବକ

କୁଶୀନଗର, ୩୦ା୧: ସମାଜ ପାଇଁ ଘାତକ ସାଜିଥିବା ଯୌତୁକ ଭଳି କୁପ୍ରଥାର ପ୍ରଚଳନକୁ ବନ୍ଦ କରିବା ପାଇଁ ବର୍ତ୍ତମାନ ଲୋକେ ସ୍ବର ଉତ୍ତୋଳନ କରିବା ଆରମ୍ଭ...

ବାସ୍ତୁଶାସ୍ତ୍ର: କ୍ୟାରିୟର-ପାରିବାରିକ କଳହକୁ ନେଇ ଚିନ୍ତିତ;ଜାଣନ୍ତୁ କେଉଁ ଦିଗରେ ଲଗାଇବେ କେଉଁ ପରଦା

କ୍ୟାରିୟର ଓ ପାରିବାରିକ କଳହକୁ ନେଇ ଚିନ୍ତିତ ଥିଲେ ବାସ୍ତୁଶାସ୍ତ୍ର ଅନୁଯାୟୀ ଘରେ ପରଦା ଲଗାନ୍ତୁ। ଦେଖିବେ ସମସ୍ୟା ଅନେକାଂଶରେ କମିଯିବ। ଚାକିରିକୁ ନେଇ ଚିନ୍ତିତ...

ଛୋଟ ସାପ ଭାବି ଲାଞ୍ଜକୁ ଧରି ଟାଣୁଥିଲେ; ଫଣା ଟେକି ଗର୍ଜନ କରି ଉଠିଲା ଅହିରାଜ; ଆଉ ତା’ ପରେ…

ଆଜିକାଲି ସୋସିଆଲ ମିଡିଆରେ ସାଧାରଣଜନତାଙ୍କଠାରୁ ଆରମ୍ଭ କରି ସେଲିବ୍ରିଟି ପର୍ଯ୍ୟନ୍ତ ସକ୍ରିୟ ରହୁଛନ୍ତି। ଅନେକ ଭାରତୀୟ ବନସେବା ଅଧିକାରୀଙ୍କ ନାମ ମଧ୍ୟ ଏହି ତାଲିକାରେ ରହିଛି।...

ଦୁଇମାସର ହାତୀ ଛୁଆ କଲା ଏମିତି, ଭିଡିଓ ଦେଖିଲେ ହସିହସି ଗଡ଼ିବେ

କେନିଆରେ ଦୁଇ ମାସର ଏକ ହାତୀ ଛୁଆ ଏମିତି କିଛି କରିଛି, ଯାହା ଦେଖିଲେ ଆପଣ ହସ ରୋକି ପାରିବେନି। ଛୁଆଟି ନିଜର ବଡ଼ଭାଇ ନିକଟକୁ...

ଜୁମ କଲ ମିଟିଂରେ ଥିବା ବେଳେ ସ୍ବାମୀଙ୍କୁ କିସ୍‌ କରିବାକୁ ସ୍ତ୍ରୀ କଲେ ଏମିତି , ଆଉ ତା’ ପରେ…

ସ୍ବାମୀଙ୍କର ଜୁମ କଲ ମିଟିଂ ସମୟରେ ସ୍ତ୍ରୀ ତାଙ୍କୁ ଚୁମ୍ବନ ଦେବାକୁ ଚେଷ୍ଟା କରୁଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଶିଳ୍ପପତି ହର୍ଷ...

କାର୍‌ ଚଲାଇ ଗିନିଜ୍‌ ଓ୍ବାଲର୍‌ଡ ରେକର୍ଡ କଲେ ଦୃଷ୍ଟିହୀନ

ଓ୍ବାଶିଂଟନ: ଆମେରିକାର ଡାନ୍‌ ପାର୍କର ଦୃଷ୍ଟିହୀନ ହୋଇଥିବାବେଳେ ୩୩୯ କି.ମି ବେଗ ପ୍ରତି ଘଣ୍ଟା କାର୍‌ ଚଳାଇ ଗିନିଜ୍‌ ଓ୍ବାଲର୍‌ଡ ରେକର୍ଡ କରିଛନ୍ତି। ଡାନ୍‌ ପେସାରେ...

ଆସୁଛି ଆଉ ଏକ ମହାପ୍ରଳୟ

ନ୍ୟୁୟର୍କ: ଆଜକୁ ୨୬୦ ମିଲିଅନ ଅର୍ଥାତ୍‌ ପାଖାପାଖି ୨୬ କୋଟି ବର୍ଷ ପୂର୍ବେ ପୃଥିବୀ ସାମୂହିକ ବିନାଶର ବା ମହାପ୍ରଳୟର ସମ୍ମୁଖୀନ ହୋଇଥିଲା। ସେ ସମୟରେ...

Advertisement
Archives

Model This Week